Dulicate Remdesivir Injection ଜୀବନ ପ୍ରତି ବିପଦ ହୋଇପାରେ ! ଏଭଳି ଅସଲି Injectionକୁ ଚିହ୍ନଟ କରନ୍ତୁ…

Dulicate Remdesivir Injection ଜୀବନ ପ୍ରତି ବିପଦ ହୋଇପାରେ ! ଏଭଳି ଅସଲି Injectionକୁ ଚିହ୍ନଟ କରନ୍ତୁ…

ମହାମାରୀ କରୋନା ଭୁତାଣୁର ବଢୁଥିବା ପ୍ରକୋପ ମଧ୍ୟରେ ଦେଶରେ ଅନେକ ବଡ଼ ବଡ଼ ହସ୍ପିଟାଲରେ ଅମ୍ଳଜାନ, ବିଛଣା ଏବଂ ଔଷଧର ଅଭାବ ପରିଲକ୍ଷିତ ହେବାକୁ ଲାଗିଛି । ଏହି ମହାମାରୀ ସମୟରେ ଏଣ୍ଟିଭାଇରାଲ ଔଷଧ Remdesivirର ଚାହିଦା ବଢିଯାଇଛି । ଅଧିକାଂଶ ରାଜ୍ୟରେ ସହଜରେ ଏହି Injection ମିଳୁନାହିଁ ଏବଂ ଲୋକମାନେ ମହଙ୍ଗା ଦରରେ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି । ଏପରି କି ୨୦ ରୁ ୪୦ ହଜାର ମୂଲ୍ୟରେ ଲୋକମାନେ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ନକଲି Remdesivirର ଖବର ସାମ୍ନାକୁ ଆସୁଅଛି ।

ଏହି ମହାମାରୀ କାଳରେ ମଧ୍ୟ ଲୋକମାନେ ଲୋଭ ମନୋଭାବରୁ ପଛକୁ ହଟୁନାହାଁନ୍ତି । ମହଙ୍ଗା ଦରରେ ଲୋକମାନେ ଏହାକୁ କିଣୁ ଥିବାବେଳେ ବର୍ତ୍ତମାନ ନକଲି Remdesivir ଲୋକମାନଙ୍କ ଚିନ୍ତା ଆହୁରି ବଢ଼ାଇ ଦେଉଅଛି । ଦିଲ୍ଲୀ NCRରେ ନିକଟରେ ନକଲି Remdesivir ତିଆରି କରିବା ଏବଂ ବିକ୍ରୟ କରିବା ମାମଲା ସାମ୍ନାକୁ ଆସିଅଛି । ଏଭଳି ପରିସ୍ଥିତିରେ ସର୍ବସାଧାରଣ ଜନତାକୁ ନକଲି Remdesivirର ଚିହ୍ନଟ କିପରି କରାଯିବ । ତେବେ ଆସନ୍ତୁ ଜାଣିବା :

ରେମଡ଼େସିଭିରର ପ୍ୟାକେଟ ଉପରେ ଏଭଳି କିଛି ଭୁଲ ବିଷୟରେ ପଢି ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ । ୧୦୦ ମିଲିଗ୍ରାମର Injection କେବଳ ପାଉଡର ଆକାରରେ କାଚ ମଧ୍ୟରେ ରହିଥାଏ । ସମସ୍ତ Injection ୨୦୨୧ ମସିହାରେ ତିଆରି ହୋଇଛି । Injectionର ସମସ୍ତ କାଚ ଉପରେ Rx (ଆରଏକ୍ସ) Remdesivirର ଲେଖା ହୋଇଥାଏ । ଇଂଜେକସନର ବକ୍ସ ପଛରେ ଗୋଟିଏ ବାର କୋଡ଼ ମଧ୍ୟ ରହିଥାଏ । ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ଡ଼ିସିପି ମୋନିକା ଭାରଦ୍ଵାଜ ମଧ୍ୟ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି । ତାଙ୍କ ପକ୍ଷରୁ କୁହାଯାଇଛି ଯେ, କିପରି ଅସଲି ଏବଂ ନକଲିକୁ ଚିହ୍ନଟ କରାଯିବ ।

ଅସଲି ରେମଡ଼େସିଭିର ପ୍ୟାକେଟ ଉପରେ ଇଂରାଜୀରେ for use in ଲେଖା ହୋଇଥିବାବେଳେ ନକଲିରେ for use in.. ନକଲିରେ ବଡ଼ ଶବ୍ଦରେ ଆରମ୍ଭ ହେଉନାହିଁ । ଅସଲି ପ୍ୟାକେଟ ପଛରେ ଚେତାବନୀ ଲାଲ ରଙ୍ଗରେ ରହିଥିବାବେଳେ ନକଲି ପ୍ୟାକେଟରେ ଚେତାବନୀ କଳା ରଙ୍ଗର ରହିଛି ।

ନକଲି ପ୍ୟାକେଟରେ ବନାନରେ ଅନେକ ଭୁଲ ରହିଛି, ଯାହାକୁ ଧ୍ୟାନରେ ପଢିବା ଦ୍ୱାରା ସ୍ପଷ୍ଟ ଭାବରେ ଜଣାପଡିଯିବ । ଅସଲି ରେମଡ଼େସିଭିର ଇଂଜେକସନର କାଚର ବୋତଲ ବହୁତ ହାଲୁକା ହୋଇଥାଏ । ଏହି ମହାମାରୀରେ ମଧ୍ୟ ଲୋକ ପଛକୁ ହଟୁନାହାଁନ୍ତି । ଏଭଳି ପରିସ୍ଥିତିରେ ଆବଶ୍ୟକ ଅଟେ ଯେ, କୌଣସି ସ୍ଥାନରୁ ଏହାକୁ କିଣିବା ପରିବର୍ତ୍ତେ ସଠିକ ସ୍ଥାନରୁ କିଣନ୍ତୁ ।

କରୋନାର ଚିକିତ୍ସାରେ କାମରେ ଆସୁଥିବା Remdesivir Injectionକୁ କଳାବଜାରୀ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ତିନିଜଣ ଆରୋପିଙ୍କୁ ଗିରଫ କରିଛି । ସେମାନେ Remdesivirର ଗୋଟିଏ Injectionକୁ ୪୦ ହଜାର ଟଙ୍କାରେ ବିକ୍ରି କରୁଥିଲେ । ସେମାନଙ୍କ ନିକଟରୁ Remdesivirର ତିନୋଟି Injection, ୧୦୦ଟି ଅକ୍ସିମିଟର ଏବଂ ୪୮ଟି ଛୋଟ ଅକ୍ସୀଜେନ ସିଲିଣ୍ଡର ଜବତ କରାଯାଇଛି । ଏହି ତିନିଜଣଙ୍କୁ କ୍ରାଇମବ୍ରାଞ୍ଚ ତିନିଦିନ ରିମାଣ୍ଡରେ ନେଇଛି ।

Leave a Reply

Your email address will not be published. Required fields are marked *