ଚାଣକ୍ୟ ନୀତିଶାସ୍ତ୍ର : ଆସନ୍ତୁ ଜାଣିବା ଏହି ୧୧ଟି କାର୍ଯ୍ୟ ମାଧ୍ୟମରେ ମୂର୍ଖମାନଙ୍କର ଅକ୍ଷଣ…

ଚାଣକ୍ୟ ନୀତିଶାସ୍ତ୍ର : ଆସନ୍ତୁ ଜାଣିବା ଏହି ୧୧ଟି କାର୍ଯ୍ୟ ମାଧ୍ୟମରେ ମୂର୍ଖମାନଙ୍କର ଅକ୍ଷଣ…

ଆଚାର୍ଯ୍ୟ ଚାଣକ୍ୟ ଜଣେ ବିଦ୍ଵାନ ବ୍ୟକ୍ତି ଥିଲେ । ମନୁଷ୍ୟ ଜାତିକୁ ଉଚିତ ମାର୍ଗରେ ପଚାଳିତ କରିବା ପାଇଁ ନିଜ ନୀତିଶାସ୍ତ୍ରରେ ଏପରି ଅନେକ କଥା ଉଲ୍ଲେଖ କରିଛନ୍ତି, ଯାହାକୁ ମନୁଷ୍ୟ ନିଜ ଜୀବନରେ ବ୍ୟବହାର କରିଲେ ଆଗାମୀ ଭବିଷ୍ୟତରେ ଆସୁଥିବା ବିପଦ ବିଷୟରେ ନିଜେ ଅବଗତ ହୋଇପାରିବ । ଏହାସହ ଯଦି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା କଥାକୁ ମନୁଷ୍ୟ ନିଜ ଦିନଚର୍ଯ୍ୟାରେ ବ୍ୟବହାର କରେ; ତେବେ ସେ ନିଜ ଜୀବନକୁ ସରସ ସୁନ୍ଦର ଗଢି ତୋଳି ପାରିବ । କିନ୍ତୁ ଚାଣକ୍ୟ ନୀତିଶାସ୍ତ୍ରରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ଏହି କାର୍ଯ୍ୟଗୁଡିକୁ କରନ୍ତି, ତେବେ ସେହି ବ୍ୟକ୍ତମାନଙ୍କୁ ମୂର୍ଖ ବୋଲି ବିବେଚନା କରାଯିବ । ଆଜି ଆମେ ଆପଣଙ୍କୁ ମୂର୍ଖ ବ୍ୟକ୍ତିଙ୍କ କିଛି ସଂକେତ ବିଷୟରେ କହିବା ପାଇଁ ଚାହୁଁଛୁ । ଯଦି କୌଣସି ବ୍ୟକ୍ତି ନିମ୍ନରେ କୁହାଯାଇଥିବା କାର୍ଯ୍ୟକୁ କରିଥା’ନ୍ତି; ତେବେ ଜାଣିନ୍ତୁ ସେହି ବ୍ୟକ୍ତି ସବୁଠାରୁ ବଡ଼ ମୂର୍ଖ ଅଟେ ।

ଆସନ୍ତୁ ଜାଣିବା କେଉଁ ଗୁଣଗୁଡିକ ଦେଖି ଆମେ ଜାଣିପାରିବା :

୧- ଯେଉଁ ବ୍ୟକ୍ତି ଦରିଦ୍ର ହୋଇ ମଧ୍ୟ ବଡ଼ ବଡ଼ ସ୍ୱପ୍ନ ଦେଖିଥାଏ ଏବଂ ବିନା କୌଣସି ପରିଶ୍ରମ କରି ଧନୀ ହେବା ପାଇଁ ଚାହିଁଥାଏ; ଏହି ପ୍ରକାରର ଲୋକ ମୂର୍ଖ ହୋଇଥାଏ ।

୨- କିଛି ବ୍ୟକ୍ତିଙ୍କ ଅଭ୍ୟାସ ହୋଇଥାଏ; ନିଜ କାମ ଛାଡ଼ି ଅନ୍ୟର କାର୍ଯ୍ୟରେ ଲିପ୍ତ ହୋଇଥାନ୍ତି । ଚାଣକ୍ୟଙ୍କ ଅନୁସାରେ ଏହିପରି ବ୍ୟକ୍ତିମାନେ ମୂର୍ଖ ହୋଇଥାନ୍ତି ।

୩- କିଛି ଲୋକ ଏହିଭଳି ହୋଇଥାନ୍ତି; ଯେଉଁମାନଙ୍କୁ ଜ୍ଞାନ ନଥାଏ କିନ୍ତୁ ବହୁତ ଗର୍ଵ ଥାଏ । ଏହି କାରଣରୁ କେହି ଯଦି ବିନା ଜ୍ଞାନରେ ଗର୍ଵ ଅନୁଭଵ କରୁଥାଏ; ତେବେ ସେହି ବ୍ୟକ୍ତି ସବୁଠୁ ବଡ଼ ମୂର୍ଖ ହୋଇଥାଏ ।

୪- ଯେଉଁମାନେ ଖରାପ କାର୍ଯ୍ୟ କରିଥାନ୍ତି କିମ୍ବା ଖରାପ ଲୋକଙ୍କ ସହ ମିଶିଥାନ୍ତି; ଏହି ଲୋକମାନେ ମୂର୍ଖ ହୋଇଥାନ୍ତି ।

୫- ଆବଶ୍ୟକୀୟ ଜିନିଷ କିଣିବା ନିହାତି ଉଚିତ୍ କିନ୍ତୁ ଯେଉଁ ବ୍ୟକ୍ତି ବ୍ୟର୍ଥରେ କୌଣସି ଜିନିଷ କିଣି ଥାଏ; ସେହି ବ୍ୟକ୍ତି ସବୁଠୁ ବଡ଼ ମୂର୍ଖ ହୋଇଥାଏ ।

୬- କିଛି ଲୋକ ଜାଣିଶୁଣି ନିଜ ଠାରୁ ସବଳ ବ୍ୟକ୍ତିଙ୍କ ସହ କଳି କରିଥାନ୍ତି, ଯେଉଁମାନେ ଏହିପରି କରିଥାନ୍ତି; ସେହି ବ୍ୟକ୍ତିମାନେ ମୁର୍ଖ ହୋଇଥାନ୍ତି ।

୭- ଯେଉଁମାନେ ଶତ୍ରୁକୁ ମିତ୍ର କରି ଦେଇଥାନ୍ତି ଏବଂ ନିଜ ମିତ୍ର ସହ ଶତ୍ରୁତା କରିଥାନ୍ତି; ସେହିପରି ବ୍ୟକ୍ତିମାନେ ମୁର୍ଖ ହୋଇଥାନ୍ତି ।

୮- ଯେଉଁମାନେ ସାରାଦିନ ଖରାପ କାର୍ଯ୍ୟ କରିଥାନ୍ତି, ଯେଉଁ ମାନଙ୍କ ମନ ଖରାପ କାର୍ଯ୍ୟରେ ଲିପ୍ତ ହୋଇଥାଏ; ସେହି ବ୍ୟକ୍ତିମାନେ ମୁର୍ଖ ହୋଇଥାନ୍ତି ।

୯- ଯେଉଁମାନେ ଅନ୍ୟ ସାମ୍ନାରେ ନିଜର କାର୍ଯ୍ୟର ଭେଦ ଖୋଲି ଦେଇଥାନ୍ତି ଏବଂ ବିନା କୌଣସି କାରଣରେ ଅନ୍ୟ ଉପରେ ସନ୍ଦେହ କରିଥାନ୍ତି; ସେହି ବ୍ୟକ୍ତିମାନେ ମୁର୍ଖ ହୋଇଥାନ୍ତି । ଏହା ବ୍ୟତୀତ ଯେଉଁମାନେ ଅନ୍ୟ ଉପରେ ଅଧିକ ବିଶ୍ୱାସ କରିଥାନ୍ତି; ସେହି ବ୍ୟକ୍ତିମାନେ ମଧ୍ୟ ମୁର୍ଖ ହୋଇଥାନ୍ତି ।

୧୦- ଯେଉଁ ମାନଙ୍କର ଭଗବାନଙ୍କ ଉପରେ ଆସ୍ଥା ନଥାଏ; ସେମାନଙ୍କୁ ନାସ୍ତିକ କୁହାଯାଇଥାଏ । ଭଗବାନଙ୍କୁ ନ ମାନିବା ବ୍ୟକ୍ତି ଏବଂ ଭଗବାନଙ୍କ ଅପମାନ କରୁଥିବା ବ୍ୟକ୍ତି ମଧ୍ୟ ମୁର୍ଖ ହୋଇଥାଏ ।

୧୧- ଅଳସୁଆ ବ୍ୟକ୍ତି, ଯେଉଁମାନଙ୍କୁ ସମୟର ଜ୍ଞାନ ନ ଥାଏ ସେହିମାନେ ମଧ୍ୟ ମୁର୍ଖ ହୋଇଥାନ୍ତି । ଏହା ବ୍ୟତୀତ ଯେଉଁମାନେ ଅନାବଶ୍ୟକ କାର୍ଯ୍ୟ କରିଥାନ୍ତି; ସେହି ବ୍ୟକ୍ତିମାନେ ମଧ୍ୟ ମୁର୍ଖ ହୋଇଥାନ୍ତି ।

ଆଶା କରୁଛୁ, ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *