ଆସନ୍ତୁ ଜାଣିବା କିଛି ଜୀବନର କିଛି ସତ୍ୟ କଥା ! ଥରଟିଏ ନିଶ୍ଚୟ ପଢନ୍ତୁ…

ଆସନ୍ତୁ ଜାଣିବା କିଛି ଜୀବନର କିଛି ସତ୍ୟ କଥା ! ଥରଟିଏ ନିଶ୍ଚୟ ପଢନ୍ତୁ…

ଆସନ୍ତୁ ଜାଣିବା ଏହି ଆର୍ଟିକିଲର କିଛି ବିଶେଷ ମୂଲ୍ୟବାନ୍ ତଥ୍ୟ ଉପରେ । ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା…

ପ୍ରଥମ ବାକ୍ୟ:-ଯେବେ ବାତ୍ୟା ଶାନ୍ତ ହୋଇଯାଇଥାଏ, ତେବେ ଜଣାପଡିଥାଏ ଯେ କେତେ କ୍ଷତି ହୋଇଛି । ତେଣୁ କ୍ରୋଧର ତୁଳନା ବାତ୍ୟା ସହିତ କରାଯାଇଛି । ଯେବେ ଆପଣଙ୍କୁ ଅଧିକ ରାଗ ଲାଗିଥାଏ; ତେବେ ଆପଣ କ୍ରୋଧରେ ଆସି ବହୁତ କିଛି କରିଥାନ୍ତି ଏବଂ ସେହିସବୁ କ୍ଷତି ଆପଣଙ୍କ କ୍ରୋଧ ସମାପ୍ତ ହେବାପରେ ଜଣାପଡିଥାଏ ।

ଦ୍ୱିତୀୟ ବାକ୍ୟ:- ଏଠାରେ ଅନ୍ୟଏକ ବିଶେଷ ତଥ୍ୟ ଜଣାଯାଇଛି ଯେ ସେହି ଲୋକମାନେ କେବେହେଲେ କାହାର ହେଇନଥାନ୍ତି ଯେଉଁମାନେ ସାଙ୍ଗ ଏବଂ ସମ୍ପର୍କକୁ ପୋଷକ ଭଳି ବଦଳାଉ ଥାନ୍ତି । ଅର୍ଥାତ ଯେଉଁ ଲୋକମାନେ ସବୁ ସମୟରେ ସାଙ୍ଗ ବଦଳାଉଥାନ୍ତି ଏବଂ ସମ୍ପର୍କ ବଦଳାଉଥାନ୍ତି ତାଙ୍କ ଉପରେ କେବେହେଲେ ଭରଷା କରାଯାଇପାରିବ ନାହିଁ ।

ତୃତୀୟ ବାକ୍ୟ:- ଏହାପରେ ଅନ୍ୟଏକ ବିଶେଷ କଥା ହେଉଛି ମୋହରେ ଆମେ ଖରାପ ଜିନିଷ ଦେଖିପାରିନଥାଉ ଏବଂ ଘୃଣାରେ ଆମେ ଭଲ ଜିନିଷ ଦେଖିପାରିନଥାଉ । ଯେତେବେଳେ ଆପଣଙ୍କ କାହା ପ୍ରତି ମୋହ ଥାଏ ତେବେ ଆପଣଙ୍କୁ ତାଙ୍କର ଖରାପ ଜିନିଷ କିଛି ଦେଖାଯାଏ ନାହିଁ ଏବଂ ଯେବେ ଆପଣ କାହାକୁ ଘୃଣା କରିଥାନ୍ତି ଆପଣଙ୍କୁ ତାହାର କୌଣସି ଭଲ ଗୁଣ ଦେଖାଯାଏ ନାହିଁ ।

ଚତୁର୍ଥ ବାକ୍ୟ:-ଦେଖିଥିବା ସ୍ୱପ୍ନ-ସ୍ୱପ୍ନ ହୋଇ ରହିଯାଇଥାଏ ଯେପର୍ଯ୍ୟନ୍ତ ମନୁଷ୍ୟ ଝାଳ ବୁହାଇନଥାଏ ଅର୍ଥାତ୍ ଯେପର୍ଯ୍ୟନ୍ତ ଆପଣ ପରିଶ୍ରମ କରିନଥାନ୍ତି ଆପଣ ନିଜ ସ୍ୱପ୍ନକୁ ପାଇପାରିବେ ନାହିଁ । ଯେବେ ଆପଣ ପରିଶ୍ରମ କରିବେ ଆପଣ ନିଜ ସ୍ୱପ୍ନକୁ ହାସିଲ କରିପାରିବେ ।

ପଞ୍ଚମ ବାକ୍ୟ:-ଖରପ ସମୟ ମଧ୍ୟରେ ମଧ୍ୟ ଭଲ ସମୟ ଆସିଥାଏ । ଏହି ବାକ୍ୟ ସୂଚଉଛି ଯେତେବେଳେ ଆପଣଙ୍କ ଖରାପ ସମୟ ଆସିଥାଏ ସେତେବେଳେ ଖରାପ ସାଙ୍ଗମାନେ ଜୀବନରୁ ଦୂର ହୋଇଯାଇଥାନ୍ତି । ଏହା ଆପଣଙ୍କ ପାଇଁ ଭଲ ହୋଇଥାଏ ।

ଷଷ୍ଠ ବକ୍ୟ:-ଭୋକିଲା ପେଟ, ଖାଲି ପକେଟ୍ ଏବଂ ମିଛ ପ୍ରେମ ମନୁଷ୍ୟକୁ ଜୀବନରେ ବହୁତ କିଛି ଶିଖାଇଦେଇଥାଏ ।

Angry teenage girl gestures while discussing problems with a therapist.

ସପ୍ତମ ବାକ୍ୟ:-କିଛି ସମୟର ଅଳ୍ପ ରାଗ ପାଇଁ ପ୍ରେମ ଭରା ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥାଏ ଏବଂ ଯେବେ ଚେତନା ଆସିଥାଏ ସେତେବେଳେ ସମୟ ଚାଲିଯାଇଥାଏ ।

ଅଷ୍ଟମ ବାକ୍ୟ:-ଜିତିବାର ମଜା ସେତେବେଳେ ଆସିଥାଏ ଯେବେ ସମସ୍ତେ ଆପଣଙ୍କ ହରିବାର ଅପେକ୍ଷା କରିଥାନ୍ତି ।

ନବମ ବାକ୍ୟ:-ଯଦି ଜୀବନକୁ ବୁଝିଯିବେ ତେବେ ଏକଲାରେ ମେଳା ଏବଂ ଯଦି ବୁଝିନଥିବେ ତେବେ ମେଳାରେ ଏକଲା ହୋଇଯାଇଥାନ୍ତି ।

ଦଶମ ବାକ୍ୟ:-ଯଦି ଆମେ ଆମ ଜୀବନରେ ଖାଲି କାଲି ବିଷୟରେ ଭାବିବାରେ ବିତେଇଦେବା ତେବେ ଆମେ ଆମ ଜୀବନର ବିଶେଷ ମୁହୂର୍ତ୍ତକୁ ବଞ୍ଚିପରିବାନାହିଁ ।

ଏକାଦଶ ବାକ୍ୟ :-ବହୁତ ଭାଗ୍ୟବାନ୍ ହୋଇଥାନ୍ତି ସେହି ଲୋକ ଯାହାଙ୍କୁ ସମୟ ଏବଂ ବୁଝିବାଶକ୍ତି ଏକା ସମୟରେ ମିଳିଥାଏ ।କାରଣ ବହୁତ ଥର ସମୟଥିବା ସମୟରେ ବୁଝିବାଶକ୍ତି ଆସିନଥାଏ ଏବଂ ବୁଝିବାଶକ୍ତି ଆସିବାପରେ ସମୟ ହାତରୁ ଚାଲିଯାଇଥାଏ ।

ଦ୍ୱାଦଶ ବାକ୍ୟ:-ପରିବର୍ତ୍ତନ କେବେହେଲେ ପୀଡାଦାୟକ ହୋଇନଥାଏ । କେବଳ ପରିବର୍ତ୍ତନର ବିରୋଧ ପୀଡାଦାୟକ ହୋଇଥାଏ ।

ତ୍ରୟୋଦଶ ବାକ୍ୟ:-ହୃଦୟରୁ ସବୁବେଳେ ସତର୍କ ରୁହନ୍ତୁ । କାରଣ ପ୍ରାୟତଃ କୁଡ଼ିଆଘରେ ଲେଖାହୋଇଥାଏ ସୁସ୍ୱାଗତଂ ଏବଂ ବଡ଼ ବଡ଼ ମହଲରେ ଲେଖା ହୋଇଥାଏ କୁକୁର ପ୍ରତି ସାବଧାନ ।

Leave a Reply

Your email address will not be published. Required fields are marked *