ଅପେକ୍ଷାର ହେଲା ଅନ୍ତ ! ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର “ଦିଲ୍ ବେଚରା”ର ଟ୍ରେଲର ଲଞ୍ଚ ହୋଇଯାଇଛି । ଏହି ଚଳଚିତ୍ରର ଟ୍ରେଲରକୁ ନେଇ ସୁଶାନ୍ତଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଟ୍ରେଲରକୁ ଦେଖି “ଧୌର୍ଯ୍ୟର ଫଳ ମିଠା ହୋଇଥାଏ” କଥାଟି ସତ୍ୟ ବୋଲି ପ୍ରମାଣିତ ହୋଇଛି ।
ଏହି ଚଳଚିତ୍ରଟି ମେ’ ୮ରେ ରିଲିଜ ହେବାର ଥିଲା, କିନ୍ତୁ ଦେଶରେ ଲକ୍ଡ଼ାଉନ ଲାଗୁହୋଥିବା ଯୋଗୁଁ ଫିଲ୍ମଟିର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଏହି ଚଳଚିତ୍ରଟି ଜୁଲାଇ ୨୪ରେ ଡିଜିଟାଲ “ଡିଜନି ପ୍ଲସ୍ ହଟଷ୍ଟାର୍ ଆପ୍” (Disney Plus Hotstar App)ରେ ଅନ୍-ଲାଇନରେ ମୁକ୍ତିଲାଭ କରିବ । ବଡ଼ ପରଦାରେ ତାଙ୍କର ଶେଷ ଚଳଚ୍ଚିତ୍ର ଦେଖି ସେ ଶ୍ରଦ୍ଧାଞ୍ଜଳି ଦେଇପାରନ୍ତି ବୋଲି ସୁଶାନ୍ତଙ୍କ ପ୍ରଶଂସକମାନେ ଚାହୁଁଥିଲେ । ସୁଶାନ୍ତଙ୍କ ଏହି ଶେଷ ଚଳଚ୍ଚିତ୍ର ଉଭୟ ଡିଜନି ପ୍ଲସ୍ ହଟଷ୍ଟାର୍ ସବସ୍କ୍ରାଇବର ଏବଂ ଅଣ-ସବସ୍କ୍ରାଇବରଙ୍କ ପାଇଁ ଉପଲବ୍ଧ ହେବ । ଅର୍ଥାତ ଜନତାକୁ ଅର୍ଥ ଦେଇ ସବସ୍କ୍ରିପସନ୍ କରିବାକୁ ପଡିବ ନାହିଁ ।

ଏହାକୁ ଦେଖି ଆପଣ ଅନୁମାନ କରିପାରିବେ ଯେ ସୁଶାନ୍ତ ଅଭିନୟରେ କେତେ ଗମ୍ଭୀର ଏବଂ ଅବସାଦଗ୍ରସ୍ତ ଥିଲେ । ଟ୍ରେଲରରେ ତାଙ୍କର ଅଭିନୟ ସିଧା ହୃଦୟକୁ ଶ୍ଵର୍ଷ କରୁଛି । ଫିଲ୍ମରେ ସୁଶାନ୍ତଙ୍କ ବ୍ୟତୀତ ସଞ୍ଜନା ସାଙ୍ଗୀ ମୁଖ୍ୟ ଚରିତ୍ରରେ ଅଛନ୍ତି । ଏହା ବ୍ୟତୀତ ଏହି ଚଳଚ୍ଚିତ୍ରରେ ସୈଫ ଅଲ୍ଲି ଖାନ ଏବଂ ସ୍ଵାସ୍ତିକା ମୁଖାର୍ଜୀ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ସୁଶାନ୍ତଙ୍କ ବନ୍ଧୁ ତଥା କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ନିର୍ଦ୍ଦେଶନା ଦେଇଛନ୍ତି ।
“ଦିଲ୍ ବେଚାରା” ଟ୍ରେଲର୍ ଦେଖନ୍ତୁ :
ପ୍ରଥମେ ଟ୍ରେଲର୍ ଦେଖିନିଅନ୍ତୁ, ପରେ ଆମେ ଏହି ବିଷୟରେ ଅନ୍ୟ କିଛି କହିବୁ !
Watch the trailer of #SushantSinghRajput and #SanjanaSanghi starrer #DilBechara. pic.twitter.com/xy8hZnOBzo
— Filmfare (@filmfare) July 6, 2020
ଟ୍ରେଲର୍ ଲୋକଙ୍କ ହୃଦୟ ଜିଣିନେଲା :
ଏହା ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର, ତେଣୁ ଅନେକ ଲୋକ ଏହା ଅତି ଗମ୍ଭୀରତାର ସହିତ ସହ ଜଡିତ ରହିବେ । ତେଣୁ ସୁଶାନ୍ତଙ୍କ ପ୍ରଶଂସକ ପାଇଁ ଏହି ଟ୍ରେଲର ଅଧିକ ସ୍ୱତନ୍ତ୍ର ହୋଇପାରେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ଟ୍ରେଲର ସିଧାସଳଖ ପ୍ରଶଂସକଙ୍କ ହୃଦୟକୁ ଶ୍ଵର୍ଷ କରିବ ।
he has such a beautiful smile my heart can't …
you will always be remembered <3#DilBecharaTrailer pic.twitter.com/BHWDE6QcKR
— ρєαиυт.⁷ (@__doldrums_) July 6, 2020
Watches #DilBecharaTrailer once*
Mind be like – pic.twitter.com/FtUzCZn1w5— Pihu (@PritiMhatre6) July 6, 2020
#DilBecharaTrailer ❤️#SushanthSinghRajput will be in our heart forever 💕@itsSSR ⭐ pic.twitter.com/EHBWSB3dKh
— Rupali (@Rupali10815263) July 6, 2020
ଉଲ୍ଲେଖନୀୟ କଥା ହେଉଛି, ସୁଶାନ୍ତ ସିଂ ରାଜପୁତ ୧୪ ଜୁନରେ ମୁମ୍ବାଇର ବାନ୍ଦ୍ରା ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପରଠାରୁ ଲୋକମାନେ ସିବିଆଇ ତଦନ୍ତ ଦାବି କରିବା ଆରମ୍ଭ କରି ଦେଇଛନ୍ତି । ଏଥିସହ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ଏହା ସହିତ ସୋସିଆଲ ମିଡିଆରେ ଆତ୍ମୀୟତା ଏବଂ ବଲିଉଡ ପକ୍ଷପାତିତକୁ ନେଇ ଏକ ବିତର୍କ ହୋଇଥିଲା । ଅନେକ ପ୍ରଶଂସକଙ୍କ ଏହା ଦାବି ମଧ୍ୟ କରିଥିଲେ ଯେ, ସୁଶାନ୍ତଙ୍କ ଏହି ଶେଷ ଫିଲ୍ମ ବଡ ପରଦାରେ ରିଲିଜ୍ ହେବା ଉଚିତ୍ ।
ଆପଣଙ୍କୁ ପୁନଶ୍ଚ ଜଣାଇ ଦେଉଛୁ ଯେ, ସୁଶାନ୍ତ ସିଂହଙ୍କ ଏହି ଚଳଚିତ୍ର ଡିସ୍ନି ପ୍ଲସ୍ ହଟଷ୍ଟାର ପ୍ରିମିୟମ୍ ନଥିବା ବ୍ୟକ୍ତିମାନେ ମଧ୍ୟ ଦେଖିପାରିବେ । ଡିସ୍ନି ପ୍ଲସ୍ ହଟଷ୍ଟାର୍ ପ୍ଲସ୍ ମଲ୍ଟିପ୍ଲେକ୍ସରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି, ଏହା ବ୍ୟତୀତ ଡିସ୍ନି ହଟଷ୍ଟାର୍ ଆପ୍ ରେ ଅନ୍ୟ ୬ଟି ବଲିଉଡ ଚଳଚ୍ଚିତ୍ର ରିଲିଜ ପାଇଁ ପ୍ରସ୍ତୁତ ଜାରି ରହିଛି ।