ଲାଲୁ ପ୍ରସାଦ୍ ଯାଦବଙ୍କ ଝିଅ କହିଲେ କଙ୍ଗନା ହେଉଛନ୍ତି ଅନ୍ଧ ଓ ପାଗଳ ! ଜାଣନ୍ତୁ କାହିଁକି ସେ କହିଲେ ଏପରି…

ଲାଲୁ ପ୍ରସାଦ୍ ଯାଦବଙ୍କ ଝିଅ କହିଲେ କଙ୍ଗନା ହେଉଛନ୍ତି ଅନ୍ଧ ଓ ପାଗଳ ! ଜାଣନ୍ତୁ କାହିଁକି ସେ କହିଲେ ଏପରି…

ସୋସିଆଲ୍ ମିଡିଆରେ ନିଜର ବେବାକ ବିବୃତ୍ତି ହେତୁ ହେଡଲାଇନରେ ରହୁଥିବା କଙ୍ଗନା ରନୌତଙ୍କୁ ଲାଲୁ ପ୍ରସାଦ୍ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଯାଦବ କରିଛନ୍ତି ଭୟାନକ ଭାବେ ଅପମାନିତ । ରୋହିଣୀ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କୁ ଟାର୍ଗେଟ୍ କରି ଏକ ଅପମାନଜନକ ପୋଷ୍ଟ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ କଙ୍ଗନାଙ୍କୁ କ୍ଷମତା ଲୋଭୀ ବୋଲି ମଧ୍ୟ କହିଛନ୍ତି ।

ରୋହିଣୀ ପ୍ରାୟତ ନିଜ ପିତା ଲାଲୁ ପ୍ରସାଦ୍ ଏବଂ ଭାଇ ତେଜସ୍ୱୀ ଯାଦବଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥାନ୍ତି । ସେ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଅଟନ୍ତି । ବର୍ତ୍ତମାନ କିନ୍ତୁ ରୋହିଣୀ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନୌତଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କଙ୍ଗନା ବିରୋଧରେ ସୋସିଆଲ୍ ମିଡିଆରେ ଏକ ଅପମାନଜନକନ ମେସେଜ୍ ପୋଷ୍ଟ କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, “କଙ୍ଗନା ରାଜ୍ୟସଭା ଆସନ ପାଇଁ ସରକାରଙ୍କ ସହ ଦଲାଲି କରୁଛନ୍ତି । ତାଙ୍କ ଅନ୍ଧ ଭକ୍ତିର କୌଣସି ସୀମା ନାହିଁ । ସେ ଅନ୍ଧ ଏବଂ ପାଗଳ ହୋଇଯାଇଛନ୍ତି । ରାଜନୀତିରେ ସ୍ଥାନ ପାଇବା ପାଇଁ କଙ୍ଗନା ମାନବିକତାର ହତ୍ୟା କରିଛନ୍ତି ।”

ରୋହିଣୀ ଆହୁରି ଲେଖିଛନ୍ତି ଯେ, “କଙ୍ଗନା ମାନବିକତାର ହତ୍ୟା କରିଛନ୍ତି । ଗଙ୍ଗାରେ ଭାସୁଥିବା ମୃତଶବ ନାଇଜେରିଆରୁ ଆସିଥିବା କହୁଛନ୍ତି । ଏହି ପରି କାର୍ଯ୍ୟ ସବୁ କରି କଙ୍ଗନା ‘ଫକିରା’ର ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଚାହୁଁଛନ୍ତି । ସେ ଆବଶ୍ୟକସ୍ଥଳେ ନକଲି ଝାଂସି ରାଣୀ ମଧ୍ୟ ହୋଇଯାଉଛନ୍ତି । କଙ୍ଗନାଙ୍କୁ ଜେଲକୁ ପଠାଇ ଦିଆଯିବା ଉଚିତ୍ ।”

ଏହି ମାମଲା ରାଜନୈତିକ ମାହୋଲରେ ସେବେଠୁ ଖୁବ୍ ‘ସର୍-ଗରମ୍’ ଧରିଛି ଯେବେ କଙ୍ଗନା ପୋଷ୍ଟ କରିଥିଲେ ଯେ, “ଗଙ୍ଗାରେ ଭାସୁଥିବା ଶବ ଭାରତର ନୁହେଁ । ଏହି ଶବ ଗୁଡିକ ନାଇଜେରିଆରୁ ଆସିଛି ।”

ସୂଚନାଯୋଗ୍ୟ ଯେ ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ଏହା ପୂର୍ବରୁ ସୋସିଆଲ୍ ମିଡିଆରେ ରାଜନୈତିକ ପ୍ରସଙ୍ଗକୁ ନେଇ ଅନେକ ପୋଷ୍ଟ ଲେଖିଛନ୍ତି । ସେ ତାଙ୍କ ପିତାଙ୍କର ‘ଜେଲ୍’ରୁ ମୁକ୍ତି ପାଇଁ ଏକ କ୍ୟାମ୍ପେନ୍ ମଧ୍ୟ କରିଥିଲେ । ରୋହିଣୀ ନିଜ ଭାଇ ତେଜସ୍ୱୀ ଏବଂ ତେଜ୍ ପ୍ରତାପଙ୍କ ବିରୋଧୀଙ୍କୁ ଟାର୍ଗେଟ୍ କରି ମଧ୍ୟ ଅନେକ ପୋଷ୍ଟ ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *