ରାତ୍ର ଯଦି ଠିକରେ ନିଦ ନ ହୁଏ ତେବେ ହୋଇପାରେ ଏହି ଗମ୍ଭୀର ରୋଗ । ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇଥାଏ !

ରାତ୍ର ଯଦି ଠିକରେ ନିଦ ନ ହୁଏ ତେବେ ହୋଇପାରେ ଏହି ଗମ୍ଭୀର ରୋଗ । ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇଥାଏ !

ମାନସିକ ଓ ଶାରିରୀକ ରୂପରୁ ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ବହୁତ ଜରୁରୀ ହୋଇଥାଏ । ନିଦ ପୁରା ନେହେଲେ ଗମ୍ଭୀର ରୋଗର ଆଶଂକା ରହିଥାଏ ‌। ଆଜିର ଆଧୁନିକ ସମାଜରେ ଅନେକ ଲୋକ ଅନିଦ୍ରାର ସମସ୍ୟା କାରଣରୁ ଚିନ୍ତିତ ରହିଥାନ୍ତି । ଅନିଦ୍ରା ସମସ୍ୟା କାରଣରୁ ଶରୀର ଉପରେ ବିପରୀତ ପ୍ରଭାବ ପଡ଼ିଥାଏ । ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ନିଶ୍ଚିତ ଭାବରେ ୭-୮ ଘଣ୍ଟା ଶୋଇଵା ଦରକାର । ଆଜି ଆମେ ଆପଣ ମାନଙ୍କୁ କହିବୁ ନିଦ ପୂରା ନ ହେଲେ କଣ ସବୁ ରୋଗ ହୋଇପାରେ ?

google

୧ – ରୋଗ ପ୍ରତିରୋଧ ଶକ୍ତି ହ୍ରାସ ପାଏ :-

google

କମ୍ ଶୋଇଵା ଦ୍ଵାରା ଦେହରେ ପ୍ରତିରୋଧ ଶକ୍ତି ହ୍ରାସ ପାଇଥାଏ । କରୋନା ଭୂତାଣୁ ଠାରୁ ସୁରକ୍ଷିତ ରହିବା ପାଇଁ ଦେହରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଵା ନିହାତି ଆବଶ୍ୟକ । ଏହି ସମୟରେ ଲୋକମାନେ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଅନେକ ପ୍ରକାରର ଉପାୟ ଅପଣାଉଛନ୍ତି । ତେଣୁ ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଆବଶ୍ୟକ ।

୨ – ଓଜନ ବଢିବାର ଲାଗିଥାଏ :-

google

ଯଦି ଆପଣ ପର୍ଯ୍ୟାପ୍ତ ପରିମାଣର ଶୋଉଛନ୍ତି ତାହେଲେ ଆପଣଙ୍କୁ ଅଧିକ ଭୋକ ଲାଗିଥାଏ । କିନ୍ତୁ ଯଦି ଆପଣ କମ୍ ଶୋଉଛନ୍ତି ତେବେ ଆପଣଙ୍କୁ କମ୍ ଭୋକ ଲାଗିଥାଏ । ଯାହାଦ୍ଵାରା ଓଜନ ଅଧିକ ବଢ଼ିବାରେ ଲାଗିଥାଏ । ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ମାତ୍ରାର ନିଦ ନିହାତି ଜରୁରୀ ଅଟେ ।

୩ – ମଧୁମେହର ସମସ୍ୟା :-

google

ଆଜିର ସମାଜରେ ଡାଇବେଟିସ୍ ସମସ୍ୟା ପ୍ରାୟ ବହୁତ ବଢ଼ି ଯାଇଛି, ଆଉ ଏହାର ଏକମାତ୍ର କାରଣ ନିଦ ପୁରା ନ ହେବା ମଧ୍ୟ ହୋଇପାରେ । ଆଉ ନିଦ ପୁରା ନ ହେଲେ ଆମ ଶରୀରର ରକ୍ତରେ ସୁଗରର ପରିମାଣ ବୃଦ୍ଧି ପାଏ । ମଧୁମେହ ସମସ୍ୟା ରକ୍ତରେ ସୁଗରର ପରିମାଣ ବଢ଼ିବା କାରଣରୁ ହିଁ ହୋଇଥାଏ ।

୪ – ମାନସିକ ଚିନ୍ତା ସମସ୍ୟା :-

google

କମ୍ ଶୋଇଵା ଦ୍ଵାରା ମାନସିକ ଭାରସାମ୍ୟ ଧୀରେ ଧୀରେ ଅସନ୍ତୁଳିତ ହୋଇଥାଏ । ଯେଉଁ ଲୋକ ମାନେ ଗଭୀର ନିଦ ନିଅନ୍ତି ନାହିଁ ସେମାନଙ୍କର ମାନସିକ ଚିନ୍ତା ବଢ଼ିଥାଏ । ଆଉ ଏହା ଦ୍ଵାରା ଶରୀର ଅସୁସ୍ଥ ଲାଗେ । ତେବେ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଗଭୀର ନିଦ୍ରା ନିହାତି ଆବଶ୍ୟକ ।

୫ – ଏକାଗ୍ରତା କମ୍ ହୋଇଥାଏ :-

google

ନିଦ କମ୍ ହେବା ଦ୍ଵାରା କୌଣସି କାର୍ଯ୍ୟରେ ଆମର ମନ ଲାଗି ନଥାଏ । ନିଦ ପୁରା ନହେବା ଦ୍ଵାରା ଏକାଗ୍ରତା ମଧ୍ୟ ହ୍ରାସ ପାଇଥାଏ । ଯେଉଁ କାରଣରୁ କାର୍ଯ୍ୟକ୍ଷମତା ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ।

୬ – ଉଚ୍ଚ ରକ୍ତଚାପ ସମସ୍ୟା :-

google

ସୁସ୍ଥ ରହିବା ପାଇଁ ପ୍ରତିଦିନ ୭ – ୮ ଘଣ୍ଟାର ନିଦ୍ରା ଜରୁରୀ ଅଟେ । ନିଦ ପୁରା ନହେଲେ ଉଚ୍ଚ ରକ୍ତଚାପର ସମସ୍ୟା ହୋଇପାରେ । ଏହି ରୋଗର ରୋଗୀଙ୍କୁ ଅଧିକ ସମୟ ଶୋଇବା ଆବଶ୍ୟକ । ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ନିଦ୍ରା ଅଭାବରୁ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଅନେକ ପ୍ରକାରର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ ।

୭ – ହୃଦୟ ସମ୍ବନ୍ଧୀତ ସମସ୍ୟା :-

google

ନିଦ ପୁରା ନହେଲେ ହୃଦ ସମ୍ବନ୍ଧୀତ ସମସ୍ୟା ହୋଇପାରେ । ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ପରିମାଣର ନିଦ୍ରା ନିତାନ୍ତ ଜରୁରୀ ଅଟେ । ହୃଦୟ ସମ୍ବନ୍ଧୀତ ସମସ୍ୟାରୁ ବର୍ତ୍ତିବା ପାଇଁ ୭-୮ ଘଣ୍ଟା ନିଦ୍ରା ହିଁ ଏକମାତ୍ର ଉପାୟ ।

୮ – ସ୍ମରଣଶକ୍ତି କମି ଯାଇପାରେ :-

google

ନିଦ ପୁରା ନହେଲେ , ସ୍ମରଣ ଶକ୍ତି ମଧ୍ୟ ଦୁର୍ବଳ ହୋଇପାରେ । ତେଣୁ ପର୍ଯ୍ୟାପ୍ତ ପରିମାଣର ନିଦ୍ରା ନହେଲେ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *