୩୪ ବର୍ଷରେ ପଦାର୍ପଣ କଲେ କୃତିକା ସେଙ୍ଗର ! ନିଜ ସ୍ଵାମୀ ନିକିତନ ଧୀରଙ୍କ ସହିତ ଏକ ସୁନ୍ଦର ଘରେ ରହନ୍ତି !

୩୪ ବର୍ଷରେ ପଦାର୍ପଣ କଲେ କୃତିକା ସେଙ୍ଗର ! ନିଜ ସ୍ଵାମୀ ନିକିତନ ଧୀରଙ୍କ ସହିତ ଏକ ସୁନ୍ଦର ଘରେ ରହନ୍ତି !

ଇଣ୍ଡଷ୍ଟ୍ରିର ପ୍ରେମୀ ଯୁଗଳ ପକ୍ଷୀ (Love Birds) ଭାବରେ ପରିଚିତ ନିକିତନ ଧୀର ଓ କୃତିକା ସେଙ୍ଗର ଧୀର । ଜଣେ ବୋଲିଉଡ଼ର “ଥଙ୍ଗାବଲୀ” ତ ଅନ୍ୟଜଣେ ଟିଭିର “ଝାଂସି କୀ ରାଣୀ” । ଦୁହିଁଙ୍କୁ ଦେଖି ଏପରି ଲାଗି ଯେ, ଯେପରି ଦୁହେଁ ଦୁହିଁଙ୍କ ପାଇଁ ହିଁ ତିଆରି ହୋଇଛନ୍ତି । କିଏ କହିପାରିବ ଯେ, କୃତିକା ଏବଂ ନିକିତନଙ୍କର ଆରେଞ୍ଜ ମ୍ୟାରେଜ ବୋଲି ।

Google

ନିକିତନଙ୍କ ଜୀବନକୁ କୃତିକାକୁ ଆଣିଥିବା ମଣିଷଟି ହେଉଛନ୍ତି ତାଙ୍କ ବାପା ପଙ୍କଜ ଧୀର । କୃତିକାଙ୍କ ଡେବ୍ୟୁ ଫିଲ୍ମ “ମାଈ ଫାଦର୍ ଗୋଡ଼ ଫାଦର୍” ସୁଟିଂ ସମୟରେ ପଙ୍କଜ ଧୀରଙ୍କ ସହିତ କୃତିକାଙ୍କର ସାକ୍ଷାତ ହୋଇଥିଲା । ଏହି ଫିଲ୍ମକୁ ପଙ୍କଜ ଧୀର ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମ ସହିତ କାମ କରି ପଙ୍କଜ କୃତିକାଙ୍କ ଗୁଣ ପ୍ରତି ଏତେ ଖୁସି ହୋଇଯାଇଥିଲେ ଯେ ସେ କୃତିକାଙ୍କୁ ନିଜର ବୋହୂ ରୂପରେ ବାଛି ନେଇଥିଲେ । ସେପ୍ଟେମ୍ବର ୩, ୨୦୧୪ରେ ନିକିତନ ଓ କୃତିକ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Google

କୃତିକା ସବୁ ଦୃଷ୍ଟିରୁ ଉତ୍ତମ ଥିଲେ । ସେ ଜଣେ ପ୍ରତିଭାଶାଳୀ ଅଭିନେତ୍ରୀ ଅଟନ୍ତି ଏବଂ ଜଣେ ସର୍ବଗୁଣ ସଂପନ୍ନା ଗୃହିଣୀ ମଧ୍ୟ । ତାଙ୍କ ସୌନ୍ଦର୍ଯ୍ୟର ଯେତିକି ପ୍ରଶଂସା କରାଯାଏ, ସେ ସେତିକି ସୌନ୍ଦର୍ଯ୍ୟରେ ନିଜ ଘରକୁ ସଜାଇଛନ୍ତି । କୃତିକା ଏବଂ ନିକିତନଙ୍କ ପରିବାର ଅନ୍ଧେରି ୱେଷ୍ଟରେ ଲୋଖଣ୍ଡାୱା ବାଲା କମ୍ପ୍ଲେକ୍ସ ନିକଟସ୍ଥ Norwood Co-operative Houing Societyରେ ରୁହନ୍ତି ।

Google

କୃତିକା ପ୍ରାୟ ସୋସିଆଲ ମିଡିଆରେ ନିଜର ଫୋଟ ଶେୟର କରିଥାନ୍ତି, ଯେଉଁଥିରେ ତାଙ୍କର ସୁନ୍ଦର ଘର ମଧ୍ୟ ଦେଖିବାକୁ ମିଳେ ।

Google

କୃତିକା ନିଜ ଘରର କୋଣ ଅନୁକୋଣକୁ ଖୁବ୍ ସୁନ୍ଦର ଭାବରେ ସାଜସଜ୍ଜା କରିଛନ୍ତି । ଘରର ଲିଭିଂ ରୁମ୍ କଥା କହିବାକୁ ଗଲେ ଲିଭିଂ ରୁମର ଚତୁଃପାର୍ଶ୍ଵ ଅତି ପରିଷ୍କାର ଅଟେ, ଯାହା ଘରକୁ ଅତି କାଳ୍ପନିକ ଅନୁଭବ ଦେଇଥାଏ ।

Google

ବଡ଼ ଏବଂ ଆରମଦାୟକ ସୋଫା, ଚଟାଣରେ ବିଛାଯାଇଥାଏ ମହଙ୍ଗା କାର୍ପେଟ, ସୁନ୍ଦର ଝୁମର୍ ଟାଇଲସ୍ ଏବଂ ଷ୍ଟାଇଲିସ୍ ଡିଜାଇନ୍ ସହିତ ପାର୍ଶ୍ୱ ଟେବୁଲଗୁଡିକ ସେମାନଙ୍କ ବାସଗୃହକୁ ଶୋଭା ଦେଇଥାଏ । ରୁମରେ ଅନେକ ଦାମୀ ଶୋପିସ ମଧ୍ୟ ରଖାଯାଇଛି ।

କୃତିକା ଏବଂ ନିକିତନଙ୍କ ଘରର ଚାରିପାଖ ସୁବର୍ଣ୍ଣ ଏବଂ କ୍ରିମ ଥିମରେ ପର୍ଯ୍ୟବେସିତ ଅଟେ । କାନ୍ଥ ଗୁଡ଼ିକ କ୍ରିମ ରଙ୍ଗର ଅଟେ, ଦୁଇଟି ପରଦା ମଧ୍ୟ କାନ୍ଥ ଗୁଡ଼ିକର ମ୍ୟାଚିଂ ରଙ୍ଗର ହିଁ ଲଗାଯାଇଛି ।

Google

ରୁମରେ ରଖାଯାଇଥିବା ଧୂସର ରଙ୍ଗର ବଡ଼ ବଡ଼ ସୋଫା ଚେୟାର ଅତିଥିଙ୍କର ଧ୍ୟାନ ଆକର୍ଷିତ କରିଥାଏ, ତା’ସହିତ ରୁମର ଚାରିପାଖରେ ଖୁବ ପରିଶ୍ରମ କରି ସାଜସଜ୍ଜା କରାଯାଇଥିବା ଭଳି ପ୍ରତୀତ ହେଉଛି ।

Google

କୃତିକାଙ୍କ ଘରେ ଦୁଇଜଣ ଅତି ଖାସ ସଦସ୍ୟ ମଧ୍ୟ ରହନ୍ତି, ଯେଉଁମାନେ ହେଉଛନ୍ତି ତାଙ୍କ ପାଳିତ କୁକୁର ଡନାଲଡ଼ ଏବଂ ବିଗୀ । କୃତିକା ନିଜ ପାଳିତ କୁକୁର ସହିତ ଫୋଟ ପ୍ରାୟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

କିଛି ଦିନ ତଳେ କୃତିକା ନିଜ କୁକୁର ସହିତ ବିଗୀ ସହିତ ଏକ ଫୋଟ ସେୟାର କରିଥିଲେ ଯେଉଁଥିରେ ତାଙ୍କ ପଛରେ ସୁନ୍ଦର ଡ୍ରେସିଂ ଟେବୁଲ ନଜର ଆସିଥିଲା ।

Google

ଆଇନାର ଚାରିପଟେ ବଡ଼ ବଡ଼ ବଲ୍ବ ଲାଗିଥିଲା ଏବଂ କୃତିକା ନିଜ ଟେବୁଲକୁ “ଟୋମ୍ ଏଣ୍ଡ ଜେରୀ”ର ସୋଫ୍ଟ ଖେଳନାରେ ସଜାଇଛନ୍ତି । ରୁମରେ ଏକ ବଡ଼ କାଠ ଆଲମାରୀ ମଧ୍ୟ ଅଛି ।

Google

ବାଲକନୀ ସ୍ଥାନଟି ଘରର ସବୁଠାରୁ ମହତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ନିଜ ବାଲକନୀକୁ କୃତିକା ଗଛ ଏବଂ ଲଣ୍ଠନରେ ସଜାଇଛନ୍ତି ।

ଭିତର ବାରଣ୍ଡାକୁ ମଧ୍ୟ ଇଣ୍ଡୋର ପ୍ଲାଣ୍ଟରେ ସଜା ଯାଇଛି :

Google

ଏହି ଦମ୍ପତ୍ତି ପ୍ରତିବର୍ଷ ଶ୍ରୀ ଗଣେଶ ଉତ୍ସବ ଅବସରରେ ନିଜ ଘରେ ଶ୍ରୀଗଣେଶଙ୍କୁ ସ୍ଵାଗତ ମଧ୍ୟ କରନ୍ତି । ତାଙ୍କ ଘରେ ସଜା ହୋଇଥିବା ଶ୍ରୀଗଣେଶ ମଣ୍ଡପର ଶୋଭା ଦେଖିବା ଭଳି ହୋଇଥାଏ ।

Leave a Reply

Your email address will not be published. Required fields are marked *