ଯେକୌଣସି ମନୁଷ୍ୟର ସବୁଠାରୁ ବଡ଼ ଶକ୍ତି ହେଉଛି ତା’ର ସୁନ୍ଦରତା । କିନ୍ତୁ ଏହି ସୁନ୍ଦରତା ବଲିଉଡ଼ ଅଭିନେତ୍ରୀ ମାନଙ୍କ ପାଇଁ କିଛି ସମୟରେ ଅସୁବିଧା ଜନକ ହୋଇପଡ଼େ । ଏପରି କିଛି ହୋଇଥିଲା ବିଶ୍ୱ ସୁନ୍ଦରୀ ଐଶ୍ଚର୍ଯ୍ୟା ରାୟଙ୍କ ସହିତ । ଏକ ସମୟ ଥିଲା ଯେତେବେଳେ ଐଶ୍ଚର୍ଯ୍ୟା ସୁନ୍ଦରତା ତାଙ୍କର ଏକ ବଡ଼ ଶତ୍ରୁ ପାଲଟି ଯାଇଥିଲା ।
କୁହାଯାଏ ଯେ ଐଶ୍ଚର୍ଯ୍ୟା ନିଜ ସୁନ୍ଦରତାରୁ ଚିନ୍ତିତ ହୋଇ ପଡ଼ିଥିଲେ ଏବଂ ନିଜକୁ ଅପରାଧୀମନେ କରୁଥିଲେ । ସେମିତିରେ ତ ଐଶ୍ଚର୍ଯ୍ୟାଙ୍କ ଉପରେ ସମସ୍ତେ ଦିୱାନା ଅଟନ୍ତି ଏବଂ ଏହି କାରଣରୁ ତାଙ୍କ ଫ୍ୟାନ୍ସମାନେ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଅଛନ୍ତି । କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଏହି ସୁନ୍ଦରତା ଯୋଗୁଁ ତାଙ୍କୁ କାମ ମିଳିବା ବନ୍ଦ ହୋଇଯାଇଥିଲା । କଣ ହୋଇଗଲେ ନା ଚକିତ, କିନ୍ତୁ ଏହା ସତ ଅଟେ । ଆସନ୍ତୁ ଜାଣିବା କଣ ଅଟେ ସମ୍ପୂର୍ଣ୍ଣ ମାମଲା…
ନିଜ ସୁନ୍ଦରତା ଯୋଗୁଁ ଡ଼ିପ୍ରେସନରେ ଚାଲି ଯାଇଥିଲେ ଐଶ୍ଚର୍ଯ୍ୟା…
ଐଶ୍ଚର୍ଯ୍ୟା ରାୟ ଏକ ସାକ୍ଷାତକାରରେ ନିଜ ସୁନ୍ଦରତାକୁ ନେଇ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ । ସେ କହିଥିଲେ ଯେ ବିଶ୍ୱ ସୁନ୍ଦରୀ ପଦ ଜିତିବା ପରେ ତାଙ୍କୁ ଲୋକେ କେବଳ ଏକ ଗ୍ଲେମର୍ସ କଣ୍ଡେଇମନେ କରୁଥିଲେ ଏବଂ ଏଥିପାଇଁ ତାଙ୍କୁ ଚଳଚ୍ଚିତ୍ରରେ କାମ ମିଳିବା ମଧ୍ୟ ବନ୍ଦ ହୋଇଗଲା । ଐଶ୍ଚର୍ଯ୍ୟା କହିଛନ୍ତି ଯେ ବାରମ୍ବାର ଅସ୍ୱୀକୃତି ମିଳିବା ଫଳରେ ସେ ନିଜକୁ ଅନ୍ୟ ମାନଙ୍କ ଠାରୁ କମ୍ ବୋଲି ଗ୍ରହଣ କରି ନେଇଥିଲେ ଏବଂ ଏହାର ପ୍ରଭାବ ତାଙ୍କ ମସ୍ତିଷ୍କ ଉପରେ ପଡୁଥିଲା । ଐଶ୍ଚର୍ଯ୍ୟାଙ୍କ ଅନୁଯାୟୀ ଚଳଚ୍ଚିତ୍ରରେ ଅସ୍ୱୀକୃତି ମିଳିବା ଫଳରେ ସେ ଡ଼ିପ୍ରେସନର ଶିକାର ହୋଇଥିଲେ ।
ଐଶ୍ଚର୍ଯ୍ୟା ଆଗକୁ କହିଛନ୍ତି ଯେ ସେହି ସମୟରେ ସେ ଖୁବ୍ ମାନସିକ ଚାପରେ ଥିଲେ ଓ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ ଓ ନିଜ ଚେହେରାକୁ ଘୃଣା କରୁଥିଲେ ଏବଂ ଏହାର ପ୍ରଭାବ ମୋ ଚେହେରା ଉପରେ ପଡ଼ିବାକୁ ଲାଗୁଥିଲା ଓ ନକରାତ୍ମକ ଚିନ୍ତା ଯୋଗୁଁ ହର୍ମୋନଲ୍ ସନ୍ତୁଳନ ମଧ୍ୟ ଅନିୟନ୍ତ୍ରିତ ହେବାକୁ ଲାଗୁଥିଲା, ଯାହା ଫଳରେ ଚେହେରାର ରଙ୍ଗ ଫିକା ପଡ଼ି ଯାଇଥିଲା । ଐଶ୍ଚର୍ଯ୍ୟା କୁହନ୍ତି ନିଜକୁ ଅପରାଧୀ ମନେକରିବା ଯୋଗୁଁ ମୋ ନିଦ ମଧ୍ୟ ପୂରଣ ହୋଇପାରୁନଥିଲା ଏବଂ ଆଖି ତଳରେ ଡ଼ାର୍କ ସର୍କଲ ହୋଇଯାଉଥିଲା ।
କୁହାଯାଏ ଯେ ସେହି ସମୟରେ ଐଶ୍ଚର୍ଯ୍ୟା ରାୟ ଅଧିକାଂଶ ସମୟରେ ରୋଗଗ୍ରସ୍ତ ରହୁଥିଲେ, କିନ୍ତୁ ସମୟ ସହିତ ଐଶ୍ଚର୍ଯ୍ୟା ନିଜକୁ ସମ୍ଭାଳି ନେଲେ ଓ ନିଜ ଫିଟନେସ୍ ଉପରେ ଧ୍ୟାନ ଦେଲେ । ଏତିକିନୁହେଁ ଚିନ୍ତାରୁ ଦୂରେଇ ରହିବା ପାଇଁ ସେ ଯୋଗ କରିବାକୁ ଲାଗିଲେ ଏବଂ ନିଜ ସୁନ୍ଦରତାକୁ ବଜାୟ ରଖିବା ପାଇଁ ଅନେକ ଘରୋଇ ଉପାୟ ବ୍ୟବହାର କଲେ ।
ନିଜର ଏହି ଇଣ୍ଟରଭିୟୁରେ ସେ ନିଜ ଛୋଟ ବେଳର ଏକ ଘଟଣା ମନେପକାଇ କହିଥିଲେ ଯେ ଯେତେବେଳେ ସେ ବାଲ୍ୟ କାଳରେ କୁଆଡେ ବାହାରକୁ ବୁଲିବା ପାଇଁ ଯାଉଥିଲେ ସେତେବେଳେ ଲୋକେ ଲଗାତାର ତାଙ୍କୁ ଦେଖୁଥିଲେ ଏବଂ ସେତେବେଳେ ସେ ବୁଝି ପାରୁନଥିଲେ ଯେ ତାଙ୍କୁ ଏପରି କାହିଁକି ଦେଖୁଛନ୍ତି । ଐଶ୍ଚର୍ଯ୍ୟା କୁହନ୍ତି ଯେ ଯେତେବେଳେ ଲୋକେ ମୋତେ ଏପରି ଦେଖୁଥିଲେ ସେତେବେଳେ ମୋତେ ଲାଗୁଥିଲା ଯେପରି ମୁଁ କୌଣସି ଅପରାଧ କରିଦେଇଛି ଏବଂ ମୁଁ ଏକ ଅପରାଧି ଅଟେ ତେଣୁ ଲୋକେ ମୋତେ ଏପରି ଦେଖୁଛନ୍ତି ।
ଥରେ ଐଶ୍ଚର୍ଯ୍ୟାଙ୍କ ସୁନ୍ଦରତାକୁ ଦେଖି ସୁଶ୍ମିତା ସେନ୍ ମଧ୍ୟ ଚିନ୍ତିତ ହୋଇ ଉଠିଥିଲେ । ବାସ୍ତବରେ ଯେତେବେଳେ ୧୯୯୪ରେ ବିଶ୍ୱ ସୁନ୍ଦରୀ ବ୍ୟୁଟି ପେଜେଣ୍ଟରେ ଭାଗ ନେଲେ ସେତେବେଳେ ସେହି କାର୍ଯ୍ୟକ୍ରମର କିଛି ପ୍ରତିଯୋଗୀ ଐଶ୍ଚର୍ଯ୍ୟାଙ୍କୁ ଦେଖି ଚିନ୍ତିତ ହୋଇ ଯାଇଥିଲେ । ଏଥିରେ ସୁଶ୍ମିତା ସେନ୍ ମଧ୍ୟ ସାମିଲ୍ ଥିଲେ ଏବଂ ସେ ଐଶ୍ଚର୍ଯ୍ୟାଙ୍କୁ ଦେଖି ଏହା ମାନି ନେଇଥିଲେ ଯେ ତାଙ୍କର ଆଉ କିଛି ସୁଯୋଗ ନାହିଁ । କିନ୍ତୁ ସେହି ପ୍ରତିଯୋଗିତାରେ ଐଶ୍ଚର୍ଯ୍ୟାଙ୍କୁ ହରାଇ ସୁଶ୍ମିତା ମିସ୍ ଇଣ୍ଡିଆ ହୋଇଥିଲେ ।