ହାତରେ ଥିଲେ କଳାଜାଇ ଶୁଭ ନା ଅଶୁଭ ? ହାତର କେଉଁ ଜାଗାରେ କଳାଜାଇ ଥିଲେ ହୋଇଥାଏ ଲାଭଦାୟକ…

ହାତରେ ଥିଲେ କଳାଜାଇ ଶୁଭ ନା ଅଶୁଭ ? ହାତର କେଉଁ ଜାଗାରେ କଳାଜାଇ ଥିଲେ ହୋଇଥାଏ ଲାଭଦାୟକ…

ମଣିଷ ଶରୀରର ବିଭିନ୍ନ ଅଙ୍ଗରେ କଳାଜାଇ ଥାଏ ଏବଂ ଶରୀରର ବିଭିନ୍ନ ଅଙ୍ଗରେ କଳାଜାଇ ରହିବାର ଭିନ୍ନ ଭିନ୍ନ ଅର୍ଥ ରହିଥାଏ । ସାମୁଦ୍ର ଶାସ୍ତ୍ର ଅନୁଯାୟୀ ପାପୁଲିରେ ଥିବା ସମସ୍ତ ପ୍ରକାରର କଳାଜାଇ ଶୁଭ ନୁହେଁ କିନ୍ତୁ ଏହାର ଅବସ୍ଥାନ ଅନୁଯାୟୀ ଏହାକୁ ଶୁଭ ଅଥବା ଅଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ହାତରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଥିବା କଳାଜାଇ ଜଣେ ବ୍ୟକ୍ତିଙ୍କୁ ଧନୀ ମଧ୍ୟ କରିପାରେ ଏବଂ ସେହି ହାତରେ ଥିବା କଳାଜାଇ ପାଇଁ ଜଣେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡେ । ହାତରେ ଥିବା କଳାଜାଇ ବ୍ୟକ୍ତିପାଇଁ ଉଭୟ ଶୁଭ ଏବଂ ଅଶୁଭ ହୋଇପାରେ ।

ଆଜି ଆମେ ଆପଣଙ୍କୁ ଏହି ଅନୁଛେଦ ମାଧ୍ୟମରେ କହିବାକୁ ଯାଉଛୁ ଯେ ହାତର କେଉଁ ସ୍ଥାନରେ କଳାଜାଇ ଥିଲେ ଆପଣଙ୍କ ପାଇଁ ଶୁଭ ଏବଂ କେଉଁ ସ୍ଥାନରେ କଳାଜାଇ ଥିଲେ ଅପଣଙ୍କ ପାଇଁ ଅଶୁଭ ହୋଇଥାଏ ।

ଅନାମିକା ଆଙ୍ଗୁଠିରେ ଥିବା କଳାଜାଇ

ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି ଜଣେ ବ୍ୟକ୍ତିଙ୍କ ଅନାମିକା ଆଙ୍ଗୁଠିରେ କଳାଜାଇ ରହିଥାଏ ତେବେ ସେମାନେ ସରକାରୀ କ୍ଷେତ୍ରରୁ ଲାଭ ପାଇବାର ସମ୍ଭାବନା ଅଧିକ ହୋଇଥାଏ । ଅନାମିକା ଆଙ୍ଗୁଠିରେ କଳାଜାଇ ରହିବା ଦ୍ୱାରା ଏହି ବ୍ୟକ୍ତିମାନଙ୍କର ସମାଜରେ ମାନସମ୍ମାନ ବୃଦ୍ଧି ପାଇଥାଏ । ଯଦି ଜଣେ ବ୍ୟକ୍ତିଙ୍କର ଅନାମିକା ଆଙ୍ଗୁଠି ତଳେ ସୂର୍ଯ୍ୟ ପର୍ବତ ଉପରେ କଳାଜାଇ ଥାଏ; ତେବେ ଏହା ବ୍ୟକ୍ତି ପାଇଁ ଶୁଭଙ୍କର ହୋଇନଥାଏ । ସେହି ବ୍ୟକ୍ତିଙ୍କୁ ସରକାରୀ କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କେବଳ ଏତିକି ନୁହେଁ ପ୍ରଶାସନିକ ଲୋକଙ୍କ ଦ୍ୱାରା ତାଙ୍କ ଜୀବନରେ ଅନେକ ସମସ୍ୟା ଉପୁଜେ । ସେହି ବ୍ୟକ୍ତିଙ୍କ ମାନସମ୍ମାନରେ ମଧ୍ୟ ହାନି ଘଟିଥାଏ ।

କାଣୀ ଆଙ୍ଗୁଠିର କଳାଜାଇ

ସାମୁଦ୍ର ଶାସ୍ତ୍ର ଅନୁଯାୟୀ ଯଦି ଜଣେ ବ୍ୟକ୍ତିଙ୍କ କାଣୀ ଆଙ୍ଗୁଠିରେ କଳାଜାଇ ଥାଏ; ତେବେ ଏପରି ବ୍ୟକ୍ତି ଧନବାନ୍ ହୋଇଥାନ୍ତି । ଏହିପରି ଲୋକମାନଙ୍କ ଜୀବନରେ କେବେ ଟଙ୍କା ପଇସାର ଅଭାବ ହୁଏ ନାହିଁ କିନ୍ତୁ ଏମାନଙ୍କ ଜୀବନରେ ସବୁବେଳେ ଅନେକ ପ୍ରକାରର ସମସ୍ୟା ଲାଗି ରହିଥାଏ ।

ବୁଢା ଆଙ୍ଗୁଠିର କଳାଜାଇ

ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯେଉଁମାନଙ୍କର ବୁଢ଼ା ଆଙ୍ଗୁଠିରେ କଳାଯାଇ ଥାଏ, ସେମାନେ ବହୁତ ପରିଶ୍ରମୀ ଏବଂ ନ୍ୟାୟପ୍ରିୟ ହୋଇଥାନ୍ତି । ଟଙ୍କା ଖର୍ଚ୍ଚ କରିବା ମାମଲାରେ ଏହି ବ୍ୟକ୍ତିମାନେ ସର୍ବଦା ଆଗରେ ରହିଥା’ନ୍ତି । ଏହି ବ୍ୟକ୍ତିମାନଙ୍କ ଜୀବନରେ କେବେ ଅର୍ଥର ଅଭାବ ହୁଏ ନାହିଁ । ଯଦି ଜଣେ ବ୍ୟକ୍ତିଙ୍କ ବୁଢା ଆଙ୍ଗୁଠି ତଳେ କଳାଜାଇ ଥାଏ, ତେବେ ସେହି ବ୍ୟକ୍ତିଙ୍କର ଅନେକ ପ୍ରେମ ସମ୍ବନ୍ଧ ରହିଥାଏ, ଯାହା ସେମାନଙ୍କ ଅସୁବିଧାର କାରଣ ହୋଇଥାଏ ।

ଚନ୍ଦ୍ର ପର୍ବତ ଉପରେ କଳାଜାଇ

ଯଦି କୌଣସି ବ୍ୟକ୍ତିର ପାପୁଲିରେ ଚନ୍ଦ୍ର ପର୍ବତ ଉପରେ କଳାଜାଇ ଥାଏ, ତାହା ଅଶୁଭ ବୋଲି ବିବେଚନା କରାଯାଏ । ସମୁଦ୍ର ଶାସ୍ତ୍ର ଅନୁଯାୟୀ ଏହି ବ୍ୟକ୍ତିମାନେ ପ୍ରେମ ସମ୍ବନ୍ଧରେ ପ୍ରତାରିତ ହେବାର ସମ୍ଭାବନା ଅଧିକ ଥାଏ । କେବଳ ଏତିକି ନୁହେଁ ଏହି ବ୍ୟକ୍ତି ମାନଙ୍କ ମନ ସର୍ବଦା କୌଣସି ନା କୌଣସି କାରଣରୁ ବିଚଳିତ ରହିଥାଏ ।

ପାପୁଲି ଉପରେ ଥିବା କଳାଜାଇ

ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କର ବାମ ପାପୁଲିରେ କଳାଜାଇ ଥାଏ, ତେବେ ଏହିପରି ଲୋକମାନେ ବହୁତ ଟଙ୍କା ରୋଜଗାର କରନ୍ତି କିନ୍ତୁ ଏହାକୁ ସଞ୍ଚୟ କରିପାରନ୍ତି ନାହିଁ । ଯଦି ଜଣେ ବ୍ୟକ୍ତିଙ୍କର ଡାହାଣ ହାତର ପାପୁଲିର ଉପର ଭାଗରେ କଳାଜାଇ ଥାଏ, ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହିପରି ଲୋକଙ୍କ ପାଖରେ ଅର୍ଥର ଅଭାବ ହୁଏ ନାହିଁ ।

ମଝି ଆଙ୍ଗୁଠିରେ ଥିବା କଳାଜାଇ

ବ୍ୟକ୍ତିଙ୍କର ମଝି ଆଙ୍ଗୁଠିରେ କଳାଜାଇ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ମଝି ଆଙ୍ଗୁଠିରେ କଳାଜାଇ ଥିବା ବ୍ୟକ୍ତିମାନେ ଜୀବନରେ ବହୁତ ସଫଳତା ପ୍ରାପ୍ତ କରନ୍ତି । ଯଦି କୌଣସି ବ୍ୟକ୍ତିଙ୍କର ମଧ୍ୟମ ଆଙ୍ଗୁଠି ତଳେ କଳାଜାଇ ଥାଏ, ତେବେ ସେହି ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡେ ଏବଂ ଏମାନଙ୍କ ଭାଗ୍ୟ କେବେ ଏମାନଙ୍କୁ ସହଯୋଗ କରେ ନାହିଁ ।

Leave a Reply

Your email address will not be published. Required fields are marked *