ମାତ୍ର ୫୫ଟଙ୍କା ବିନିଯୋଗ କରି ପାଆନ୍ତୁ ୩୬୦୦୦ଟଙ୍କା ! ଆସନ୍ତୁ ଜାଣିବା ଏହି ସରକାରୀ ଯୋଜନା କ’ଣ ଏବଂ କିପରି କରିବେ ଏଥିରେ ପଞ୍ଜୀକରଣ…

ମାତ୍ର ୫୫ଟଙ୍କା ବିନିଯୋଗ କରି ପାଆନ୍ତୁ ୩୬୦୦୦ଟଙ୍କା ! ଆସନ୍ତୁ ଜାଣିବା ଏହି ସରକାରୀ ଯୋଜନା କ’ଣ ଏବଂ କିପରି କରିବେ ଏଥିରେ ପଞ୍ଜୀକରଣ…

ଯଦି ଆପଣ ଭବିଷ୍ୟତରେ ଆର୍ଥିକ ସମସ୍ୟାଠୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଆଜିର ଏହି ଆର୍ଟିକିଲଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଜି ଆମେ ଆପଣଙ୍କୁ ଏପରି ଏକ ସରକାରୀ ଯୋଜନା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ମାତ୍ର ୫୫ଟଙ୍କା ବିନିଯୋଗ କରି ପାଇପାରିବେ ୩୬୦୦୦ଟଙ୍କା ।

ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ସମସ୍ତେ ନିଶ୍ଚିତ ଭାବରେ କୌଣସି ନା କୌଣସି ଯୋଜନାରେ ବିନିଯୋଗ କରୁଛନ୍ତି । ଭବିଷ୍ୟତରେ ଯଦି ଆପଣ ଆର୍ଥିକ ସମସ୍ୟାରୁ ଦୂରେଇ ରହିବାକୁ ଚାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ସରକାରୀ ଯୋଜନା ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଅଳ୍ପ ବିନିଯୋଗରେ ଏକ ବଡ଼ ଆକାରର ପେନସନ୍ ପାଇବେ । ଏହି ଯୋଜନା ଅଧୀନରେ ସରକାର ଆପଣଙ୍କୁ ପେନସନ୍ ଗ୍ୟାରେଣ୍ଟି ଦେବେ । ବାସ୍ତବରେ ସରକାର ଅସଂଗଠିତ କ୍ଷେତ୍ର ସହିତ ଜଡିତ କାର୍ଯ୍ୟକର୍ତା, ମଜଦୂର, ଶ୍ରମିକ ଇତ୍ୟାଦିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଛୋଟ ଛୋଟ ଦୋକାନୀ, ରିକ୍ସା ଟଣାଳୀ, ମିସ୍ତ୍ରୀ ଏବଂ ଏହିପରି କାର୍ଯ୍ୟରେ ନିୟୋଜିତ ରହିଥିବା ବ୍ୟକ୍ତିଙ୍କ ପାଇଁ ଅଟେ । ସେମାନଙ୍କୁ ବୃଦ୍ଧାବସ୍ଥାରେ ସାହାଯ୍ୟ କରିବା ଏହି ଯୋଜନାର ଲକ୍ଷ୍ୟ ।

୫୫ ଟଙ୍କା ଜମା କରି କିପରି ପାଇବେ ୩୬୦୦୦ ଟଙ୍କା ?

ଯଦି ଜଣେ ବ୍ୟକ୍ତି ୧୮ବର୍ଷ ବୟସରୁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଆରମ୍ଭ କରନ୍ତି ତେବେ ତାଙ୍କୁ ପ୍ରତି ମାସରେ ୫୫ଟଙ୍କା ଜମା କରିବାକୁ ପଡିବ । ସେହିପରି ୪୦ବର୍ଷ ବୟସରୁ ଏହି ଯୋଜନା ଆରମ୍ଭ କରୁଥିବା ବ୍ୟକ୍ତିଙ୍କୁ ପ୍ରତି ମାସରେ ୨୦୦ଟଙ୍କା ଜମା କରିବାକୁ ପଡିବ । ୬୦ବର୍ଷ ବୟସ ପରେ ଆପଣ ପେନସନ୍ ପାଇବା ଆରମ୍ଭ କରିବେ । ୬୦ବର୍ଷ ପରେ ଆପଣ ମାସକୁ ୩୦୦୦ଟଙ୍କା ଅର୍ଥାତ ବର୍ଷକୁ ୩୬୦୦୦ ଟଙ୍କା ପେନସନ୍ ପାଇବେ ମିଳିବ ।

କେଉଁମାନେ ପାଇପାରିବେ ଏହି ଯୋଜନାର ଲାଭ ?

ଯଦି ଆପଣ ଏହି ଯୋଜନାରେ ଆବେଦନ କରିବାକୁ ଚାହାଁନ୍ତି ତେବେ ଆପଣଙ୍କ ପାଖରେ ଏକ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ ଥିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ପେନସନ ଯୋଜନା ଅଧୀନରେ ଯେକୌଣସି ଶ୍ରମିକ ଯାହାଙ୍କର ବୟସ ୪୦ବର୍ଷରୁ କମ ଏବଂ ତାଙ୍କୁ କୌଣସି ସରକାରୀ ଯୋଜନାର ଫାଇଦା ମିଳୁନାହିଁ ସେମାନେ ଏହାର ଫାଇଦା ଉଠାଇ ପାରିବେ । ଏହି ଯୋଜନା ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ମାସିକ ଆୟ ୧୫ହଜାର ଟଙ୍କାରୁ କମ ହେବା ଆବଶ୍ୟକ ।

କିପରି କରିବେ ପଞ୍ଜିକରଣ ?

ଆବେଦନକାରୀ କମନ୍ ସର୍ଭିସ୍ ସେଣ୍ଟର୍ ଯାଇ ଏହି ଯୋଜନା ଅଧୀନରେ ନିଜକୁ ପଞ୍ଜୀକୃତ କରାଇପାରିବେ । ଏହି ଯୋଜନା ପାଇଁ ଭାରତ ସରକାର ଏକ ୱେବ ପୋର୍ଟାଲ୍ ତିଆରି କରିଛନ୍ତି । ଆବେଦନକାରୀ କମନ୍ ସର୍ଭିସ୍ ସେଣ୍ଟରକୁ ଯାଇ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିପାରିବେ । ଏହି କେନ୍ଦ୍ରଗୁଡିକ ମାଧ୍ୟମରେ ଅନଲାଇନରେ ସମସ୍ତ ତଥ୍ୟ ଭାରତ ସରକାରଙ୍କ ନିକଟକୁ ଯିବ । ପଞ୍ଜୀକରଣ ପାଇଁ ବ୍ୟକ୍ତିଙ୍କର ଆଧାର କାର୍ଡ, ସେଭିଙ୍ଗ କିମ୍ବା ଜନଧନ ବ୍ୟାଙ୍କ ଆକାଉଣ୍ଟ ପାସବୁକ୍, ମୋବାଇଲ୍ ନମ୍ବର୍ ଆବଶ୍ୟକ ଅଟେ । ଏହା ବ୍ୟତୀତ ଆବେଦନକାରୀଙ୍କର ଯେଉଁ ଆକାଉଣ୍ଟ ଥିବ ତାଙ୍କୁ ସେହି ବ୍ୟାଙ୍କରେ ଏକ ସମ୍ମତି ପତ୍ର ଦେବାକୁ ହେବ ଏହାପରେ ପେନସନ୍ ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯିବ ।

Leave a Reply

Your email address will not be published. Required fields are marked *