ଆସନ୍ତୁ ଜାଣିବା ଏହି ଛଅଟି ହିନ୍ଦୁ ପରମ୍ପରାର ବୈଜ୍ଞାନିକ କାରଣ ! କଣ ପାଇଁ କରନ୍ତି ନମସ୍କାର ଏବଂ କଣ ପାଇଁ ଲଗାନ୍ତି ମଥାରେ ସିନ୍ଦୂର…

ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାରର ପରମ୍ପରା ରହିଛି, ଯାହାକୁ ଆମର ବୟୋଜ୍ୟଷ୍ଠ ଅନୁସରଣ କରନ୍ତି । ଏହି ସବୁ ପରମ୍ପରାକୁ ଭଗବାନଙ୍କ ସହ ଜଡିତ କରି ବହୁ ପୁରାତନ କାଳରୁ ଆମ ପୂର୍ବଜମାନେ ଅନୁସରଣ କରି ଆସୁଛନ୍ତି । ଆମକୁ ମଧ୍ୟ ଏହି ପରମ୍ପରା ଗୁଡ଼ିକୁ ଅନୁସରଣ ପାଇଁ କୁହାଯାଇଥାଏ କିନ୍ତୁ ଯେତେବେଳେ ଆମେ ଏହି ପରମ୍ପରା ଗୁଡିକ ପଛରେ ନିହିତ ଥିବା କାରଣ ପଚାରିଥାଉ, ତେବେ ଆମକୁ କୌଣସି ଉତ୍ତର ମିଳିନଥାଏ । ବାସ୍ତବରେ ଏହି ପାରମ୍ପାରିକ ପ୍ରଥାର ପଛରେ କିଛି ବୈଜ୍ଞାନିକ କାରଣ ମଧ୍ୟ ଲୁଚି ରହିଛି; ଯାହା ଜାଣିବା ଜରୁରୀ ଅଟେ । ଆପଣଙ୍କୁ ଏମିତି କିଛି ପରମ୍ପରା ବିଷୟରେ କହିବୁ, ଯାହାର ବୈଜ୍ଞାନିକ ଆଧାର ମଧ୍ୟ ଅଛି ।

ହାତ ଯୋଡ଼ିକରି ନମସ୍କାର କରିବା :

ବୟୋଜ୍ୟଷ୍ଠଙ୍କୁ ପ୍ରଣାମ କରିବା ପାଇଁ ଆମ ଧର୍ମରେ କୁହାଯାଇଛି କି ହାତ ଯୋଡି କରି ଆମେ ସେମାନଙ୍କୁ ସମ୍ମାନ କରିବା ଦରକାର । ଆମକୁ ଯେତେବଳେ ବି ପ୍ରଣାମ କରିବା ପାଇଁ କୁହାଯାଏ, ତା’ସହିତ ଆମକୁ କୁହାଯାଇଥାଏ ଯେ, ପ୍ରଣାମ କରିବା ଦ୍ୱାରା ଆମେ ଆମ ସମ୍ମୁଖରେ ଥିବା ବ୍ୟକ୍ତିକୁ ସମ୍ମାନ ପ୍ରଦର୍ଶନ କରୁଛୁ । ବାସ୍ତବରେ ଏହାର ବୈଜ୍ଞାନିକ ମହତ୍ୱ ମଧ୍ୟ ରହିଛି । ଯେତେବଳେ ଆମେ ଆମର ଦୁଇ ହାତକୁ ଯୋଡିଥାଉ ତ ହାତ ପାପୁଲି ଏବଂ ଆଙ୍ଗୁଳିର ସେହି ବିନ୍ଦୁ ଉପରେ ପ୍ରଭାବ ପଡ଼ିଥାଏ ଯାହାର ସମ୍ବନ୍ଧ ସିଧା ଆଖି, ନାକ, କାନ ଏବଂ ହୃଦୟ ଉପରେ ପଡ଼ିଥାଏ । ତା’ସହିତ ସମ୍ମୁଖ ଲୋକ କେତେ ସଫା ଆମକୁ ଜଣାନଥାଏ, ତେଣୁ ଦୂରରୁ ପ୍ରଣାମ କରି ଆମେ ସେହି ବ୍ୟକ୍ତିଙ୍କ ସଂକ୍ରମଣରୁ ମଧ୍ୟ ବଞ୍ଚିଥାଉ ।

ଗୋଡ଼ରେ ଝୁଣ୍ଟିଆ ବା ଗୋଡ ମୁଦି :

ଗୋଡ଼ରେ ଝୁଣ୍ଟିଆ ପିନ୍ଧିବା (ସଧବା) ସୁହାଗିନୀଙ୍କ ସବୁଠାରୁ ବଡ଼ ପ୍ରତୀକ ବୋଲି ମାନ୍ୟତା ରହିଛି । କେବଳ ସଧବା ଏବଂ ବିବାହର ଦୃଷ୍ଟି କୋଣରୁ ହିଁ ଝୁଣ୍ଟିଆ ବା ଗୋଡ ମୁଦି ପିନ୍ଧାଥାନ୍ତି । କିନ୍ତୁ ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି । ସାଧାରଣତଃ ଯେଉଁ ଆଙ୍ଗୁଠିରେ ମୁଦି ପିନ୍ଧିବେ ସେହି ଆଙ୍ଗୁଠିର ପାଖାପାଖି ଆଙ୍ଗୁଠିର ଶିରା ମହିଳାମାନଙ୍କ ଗର୍ଭାଶୟ ଏବଂ ହୃଦୟକୁ ମଜବୁତ କରିଥାଏ । ଏହାଦ୍ଵାରା ଭବିଷ୍ୟତରେ ମାଆ ହେବା ସମୟରେ କୌଣସି ଅସୁବିଧା ହୋଇନଥାଏ । ରୂପାର ଝୁଣ୍ଟିଆ ସ୍ୱାସ୍ଥ୍ୟ ପ୍ରତି ଅନୁକୂଳ ପ୍ରଭାବ ପକାଇଥାଏ, ଯାହା ଭଲ ହୋଇଥାଏ ।

ଏଥିପାଇଁ ଲଗାଇଥନ୍ତି ମଥାରେ ତିଳକ :

ହିନ୍ଦୁ ପରମ୍ପରାରେ ପୂଜା ସମୟରେ କିମ୍ବା ଅତିଥିମାନଙ୍କ ସ୍ଵାଗତ କରିବା ସମୟରେ ମଥାର ମଝିରେ ତିଳକ ଲଗାଇ ଯାଇଥାଏ । ଦୁଇ ଭୁଲତା ମଝିରେ ମଥାରେ ତିଳକ ଲଗାଇବା ଦ୍ଵାରା ତାହା ଭୁଲତା ଉପରେ ଉପରେ ପ୍ରଭାବ ପଡ଼ିଥାଏ ଯାହା ଆମର ସ୍ନାୟୁର ଏକ ବିଶେଷ ଅଂଶ ରୂପେ ମାନ୍ୟତା କରାଯାଇଥାଏ । ତିଳକ ଲଗାଇବା ଦ୍ଵାରା ସେହି ବିଶେଷ ଅଂଶ ଉପରେ ପ୍ରଭାବ ପଡ଼ିଥାଏ, ଯାହାଦ୍ଵାରା ଏହା ସକ୍ରିୟ ହୋଇଯାଇଥାଏ ଏବଂ ଶରୀରରେ ନୂତନ ଉର୍ଜାର ସଞ୍ଚାର ହୋଇଥାଏ । ଏହା ସହ ତିଳକ ଲଗାଇବା ଦ୍ଵାରା ଏକାଗ୍ରତା ବଢ଼ିଥାଏ ।

ଭୋଜନ ପରେ ମିଠା ଭକ୍ଷଣ :

ଖାଇବା ପରେ ମିଠା ଖାଇବା ଅଥବା କୌଣସି ପୂଜା ବିଶେଷ ପରେ ମିଠା ଖାଇବା ମଧ୍ୟ କେବଳ ଶୁଭ ହୋଇନଥାଏ ବରଂ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଭାରତୀୟ ରୋଷେଇ ବ୍ୟଞ୍ଜନରେ ବହୁଳ ମାତ୍ରାରେ ମସାଲାଯୁକ୍ତ ପଦାର୍ଥ ବ୍ୟବହାର କରାଯାଇଥାଏ । ମାସଲଯୁକ୍ତ ଖାଦ୍ୟ ଖାଇବା ପରେ ପାଚନତନ୍ତ୍ରକୁ ଠିକ୍ ରୂପରେ କାମ କରିବା ଆବଶ୍ୟକ, ସେଥିପାଇଁ ମିଠା ଖାଇଥାନ୍ତି । ଯାହାଦ୍ଵାରା ପାଚକରସ ଏବଂ ଅମ୍ଳ ସକ୍ରିୟ ହୋଇଥାଏ ଏବଂ ପାଚକ କ୍ରିୟା ନିୟନ୍ତ୍ରିତ ହୋଇଥାଏ ।

ଉପବାସ ରହିବା :

ହିନ୍ଦୁ ଧର୍ମରେ ପୂଜାପର୍ବରେ ଉପବାସ ରହିବା ମଧ୍ୟ ବହୁତ ମହତ୍ତ୍ଵପୂର୍ଣ୍ଣ ଅଟେ ବୋଲି ମାନ୍ୟତା ରହିଛି । ଏହା କୁହାଯାଏ କି ଉପବାସ କରିବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ଆମ ଉପରେ ଭଗବାନଙ୍କ କୃପା ଦୃଷ୍ଟି ରହିଥାଏ କିନ୍ତୁ ଏହାର ବୈଜ୍ଞାନିକ ମହତ୍ୱ ମଧ୍ୟ ରହିଛି । ସାଧାରଣତଃ ଆମକୁ ନିଜର ଶରୀରକୁ ସୁସ୍ଥ ସବଳ କରି ରଖିବା ପାଇଁ ପ୍ରତିଦିନ ଭୋଜନର ଆବଶ୍ୟକ ହୋଇଥାଏ ଏବଂ ପେଟକୁ ଲଗାତାର କାମ କରିବାକୁ ପଡ଼ିଥାଏ । ଏହା ସହ ଯେତେବେଳେ ଆମେ ଫଳ ଆହାର କରୁ ଅଥବା ନିର୍ଜଳା ବ୍ରତ କରିଥାନ୍ତି; ତେବେ ଶରୀରକୁ କିଛି ସମୟର ଆରାମ ମିଳିଥାଏ ଏବଂ ବିପଦପୂର୍ଣ୍ଣ ଟୋକ୍ସିନ୍ ଆମ ଶରୀରରୁ ଦୂର ଦେବାରେ ସାହାର୍ଯ୍ୟ କରିଥାଏ ।

ସିନ୍ଦୂରର ମହତ୍ତ୍ଵ :

ହିନ୍ଦୁ ଧର୍ମରେ ସଧବା ମାନଙ୍କ ଏକମାତ୍ର ପରିଚୟ ହେଉଛି ସେମାନଙ୍କ ସିନ୍ଥିରେ ସିନ୍ଦୂର । ହଳଦୀ, ଚୁନା ଏବଂ ଧାତୁ ପାରାରେ ତିଆରି ସିନ୍ଦୂର ମହିଳାମାନଙ୍କ ଶରୀରରେ ରକ୍ତର ଶ୍ରାବକୁ ନିୟନ୍ତ୍ରିତ ରଖିଥାଏ, ଏହା ସହ କମବାସନାକୁ ତୀବ୍ର କରିଥାଏ । ସେଥିପାଇଁ ବିବାହିତ ମହିଳାମାନଙ୍କୁ ସିନ୍ଦୂର ଲଗାଇବା ଅନିର୍ବାଯ୍ୟ । ଏହା ସ୍ଵଭାବକୁ ମଧ୍ୟ ଶାନ୍ତି ରଖିଥାଏ ।

Be the first to comment

Leave a Reply

Your email address will not be published.


*