କେତେ ଦିନ ପର୍ଯ୍ୟନ୍ତ ଶରୀରରେ ରହେ କରୋନା ଭାଇରସ୍ ! ଏହି ୮ଟି ତଥ୍ୟ ନିଶ୍ଚୟ ଜାଣନ୍ତୁ ।

କେତେ ଦିନ ପର୍ଯ୍ୟନ୍ତ ଶରୀରରେ ରହେ କରୋନା ଭାଇରସ୍ ! ଏହି ୮ଟି ତଥ୍ୟ ନିଶ୍ଚୟ ଜାଣନ୍ତୁ ।

କରୋନା ଭାଇରସ୍ ସମ୍ପୂର୍ଣ୍ଣ ଦୁନିଆରେ ଭୟର ବାତାବରଣ ସୃଷ୍ଟି କରିଛି । ଏହି ଭୂତାଣୁକୁ ସଂକ୍ରମଣ ହେବାରୁ ଅଟକାଇବା ପାଇଁ ଦେଶରେ ଲକ୍ ଡାଉନ୍ କରାଯାଇଛି । ଭାରତ ମଧ୍ୟ ଗତ ୨୨ ତାରିଖ ଠାରୁ ୨୧ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯାଇଛି । ସମୟ ଯେଉଁ ଭଳିଭାବରେ ଅତିବାହିତ ହେଉଛି କରୋନାକୁ ନେଇ ଲୋକଙ୍କ ମନରେ ଭୟ ଆଶଙ୍କା ବଢିବାକୁ ଲାଗିଛି । ଏମିତିରେ ଆଜି ଆମେ ଏହି କରୋନା ଭାଇରସ୍ ସହ ଜଡ଼ିତ ୮ଟି କଥା ବିଷୟରେ ଆପଣମାନଙ୍କୁ ଅବଗତ କରାଇବୁ । ଏହାକୁ ଜାଣିବା ପରେ ଆହୁରି ଟିକିଏ ସତର୍କତା ଅବଲମ୍ବନ କରି ଆପଣ ନିଜକୁ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରି ପାରିବେ ।

୧) କରୋନା ଭାଇରସ୍ ବିଷୟରେ ଏହି କଥା ଭଲଭାବରେ ଜାଣି ନିଅନ୍ତୁ ଯେ, ଏହା ହାଇଲି କଣ୍ଟେଜିୟସ ବା ଅତ୍ୟଧିକ ସଂକ୍ରାମକ ହୋଇଥାଏ । ଅର୍ଥାତ ଏହା କୌଣସି ସଂକ୍ରମିତ ବ୍ୟକ୍ତି ସଂସ୍ପର୍ଶରେ ଆସିବା ଫଳରେ ବହୁତ ଦ୍ରୁତ ଗତିରେ ସଂକ୍ରମଣ ହୋଇଥାଏ । ଯେକୌଣସି ପରିସ୍ଥିତିରେ ମଧ୍ୟ ଯଦି କୌଣସି ବ୍ୟକ୍ତି ମଧ୍ୟରେ ଏହାର ଲକ୍ଷଣ ଦେଖାଯାଏ ନାହିଁ, ତଥାପି ଏହି ଭାଇରସ୍ ପୀଡ଼ିତ ବ୍ୟକ୍ତିଙ୍କ ଠାରୁ ସୁସ୍ଥ ବ୍ୟକ୍ତିକୁ ମଧ୍ୟ ପ୍ରସାରିତ ହୋଇଥାଏ । ତେଣୁ ଆପଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

୨) Covid-19 ନାମକ ଏହି ଭାଇରସ୍ ଯେତେବେଳେ ଶରୀରରେ ପ୍ରବେଶ କରିଥାଏ, ତେବେ ୨ ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ପରିଲକ୍ଷିତ ହୋଇଥାଏ । କେତେକ ମାମଲାରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ବ୍ୟକ୍ତିଙ୍କୁ ଆରମ୍ଭରେ ୮ ରୁ ୧୦ ଦିନ ମଧ୍ୟରେ ତାଙ୍କ ଶରୀରରେ ଭୂତାଣୁ ରହିଥିବା ଜଣାପଡିନଥାଏ । ଏହି ଭୂତାଣୁ ଆରମ୍ଭର ୮ ରୁ ୧୦ ଦିନ ପର୍ଯ୍ୟନ୍ତ ସଂକ୍ରାମକ ବା କଣ୍ଟେଜିୟସ୍ ଭାବରେ ରହିଥାଏ । ଏହାପରେ ପୀଡ଼ିତ ବ୍ୟକ୍ତି ଦ୍ୱାରା ସଂକ୍ରମଣ ହେବା ପାଖାପାଖି ଶେଷ ହୋଇଯାଏ ।

୩) କରୋନା ଭାଇରସରେ ପୀଡ଼ିତ ବ୍ୟକ୍ତି ୨୨ ରୁ ୨୪ ଦିନ ପର୍ଯ୍ୟନ୍ତ ଏହା ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଏହାପରେ ତାଙ୍କ ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା କମିଯାଏ ।

୪) ଗୋଟିଏ ଅଧ୍ୟୟନ ଅନୁସାରେ କରୋନା ଭାଇରସ ଗୋଟିଏ ମନୁଷ୍ୟ ଶରୀରରେ କେବଳ ୨୨ ଦିନ ପର୍ଯ୍ୟନ୍ତ ଜୀବିତ ରହେ । ଯଦିଓ କିଛି ଦୁର୍ଲଭ ମାମଲାରେ ଏହି ଅବଧି ୩୭ ଦିନ ପର୍ଯ୍ୟନ୍ତ ଜୀବିତ ରହିଥିବାର ଡାକ୍ତରମାନେ କହିଛନ୍ତି ।

୫) ଆପଣ ଲକ୍ଷ୍ୟ କରିଥିବେ ଯେ, କରୋନା ଭାଇରସରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ୧୪ ଦିନ ପାଇଁ ଏକାନ୍ତବାସର ପରାମର୍ଶ ଦିଆଯାଉଛି । ଏହାର କାରଣ ଏହିକି ଯେ, ଏହାର ଲକ୍ଷଣ ପରିଲକ୍ଷିତ ହେବା ପାଇଁ ୬ ଦିନ ସମୟ ନିଏ । ଯେତେବେଳେ କି ଆଗାମୀ ୮ ଦିନରେ ବ୍ୟକ୍ତିର ଶରୀରରେ ଥିବା ଏହି ଭାଇରସ ଭୟଙ୍କର ଭାବେ ସଂକ୍ରମିତ ହୋଇଥାଏ । ଏହା କାରଣ ଯୋଗୁଁ ୧୪ (୬+୮= ୧୪) ଦିନ ପର୍ଯ୍ୟନ୍ତ ଏକୁଟିଆ ରହିବା ପାଇଁ ପରାମର୍ଶ ଦିଆଯାଉଛି ।

୬) ଯେବେ ମଧ୍ୟ କୌଣସି ଭୂତାଣୁ ଆମ ଶରୀର ମଧ୍ୟକୁ ପ୍ରବେଶ କରେ ସେତେବେଳେ ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବା ଇମ୍ୟୁନ ସିଷ୍ଟମ ନିଜ ସ୍ତରରେ ଏହାକୁ ମୂଳରୁ ସମାପ୍ତ କରିବା ପାଇଁ ଚେଷ୍ଟା କରିଥାଏ । ଯଦିଓ ଏପରି କରିବା ପାଇଁ ଶରୀରକୁ ୬ ରୁ ୧୨ ଦିନର ସମୟ ଆବଶ୍ୟକ ହୋଇଥାଏ। ଏହି ସମୟରେ ସେ ଏହି ଭୂତାଣୁ ବିରୁଦ୍ଧରେ ଏଣ୍ଟିବଡ଼ିଜ ବା ପ୍ରତିରୋଧକ ପ୍ରସ୍ତୁତ କରିବା ଆରମ୍ଭ କରିଥାଏ । ଏହି ଏଣ୍ଟିବଡ଼ିଜ କାରଣରୁ ସଂକ୍ରମିତ ବ୍ୟକ୍ତି ଠାରୁ ଅନ୍ୟ ଲୋକଙ୍କ ଠାରେ ସଂକ୍ରମଣ ହୋଇନଥାଏ ।

୭) ଯେଉଁ ବ୍ୟକ୍ତିଙ୍କୁ ଏହି ଭାଇରସରେ ସଂକ୍ରମଣ ହେଉଛନ୍ତି, ସେ ଯଦି ଥରେ ଭଲ ହୋଇଯିବେ; ତେବେ ପୁଣିଥରେ ସଂକ୍ରମଣ ହେବାର ଆଶଙ୍କା କମ ଥାଏ । ଚୀନରେ ଏଥିସହ ସମ୍ବନ୍ଧୀୟ ଅଳ୍ପ କେତେକ ମାମଲା ସମ୍ମୁଖକୁ ଆସିଅଛି । ଏହିପରି ଭାବରେ ପୁଣିଥରେ ସଂକ୍ରମଣ ହେବାର ମାମଲା ମୋଟାମୋଟି ୦.୨ ପ୍ରତିଶତ ଅଟେ ।

୮) ୯୫ ପ୍ରତିଶତ ପଜିଟିଭ ମାମଲାରେ ଏହା ଦେଖାଯାଇଛି ଯେ, ସଂକ୍ରମିତ ୨ ଡ଼ିଗ୍ରୀରୁ ୧୦ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ମଧ୍ୟରେ ବହୁତ ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ । ଏଥିପାଇଁ ଥଣ୍ଡା ସ୍ଥାନମାନଙ୍କରେ ଏହାର ସଂକ୍ରମଣ ଆହୁରି ବଢ଼ିଯାଏ । ଏଥିପାଇଁ ଆଶା କରାଯାଉଛି ଯେ ଗ୍ରୀଷ୍ମ ଋତୁରେ ଅଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ଏହି ଭାଇରସ ସଂକ୍ରମିତ ହେବାର ଗତି ହ୍ରାସ ପାଇବାରେ ଲାଗିବ ।

ସୌଜନ୍ୟ : newstrend

Leave a Reply

Your email address will not be published. Required fields are marked *