ଏହି ୩ଟି ରାଶିର ବ୍ୟକ୍ତିମାନେ ଭୁଲରେ ମଧ୍ୟ ରୁପା ନିର୍ମିତ ଧାତୁ ବ୍ୟବହାର କରନ୍ତୁ ନାହିଁ ! ନଚେତ୍…

ଏହି ୩ଟି ରାଶିର ବ୍ୟକ୍ତିମାନେ ଭୁଲରେ ମଧ୍ୟ ରୁପା ନିର୍ମିତ ଧାତୁ ବ୍ୟବହାର କରନ୍ତୁ ନାହିଁ ! ନଚେତ୍…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୂପା ଧାତୁ ବହୁତ ପବିତ୍ର ଅଟେ ଏବଂ ଏହି ଧାତୁ ଚନ୍ଦ୍ରମା ସହ ଜଡ଼ିତ ହୋଇଥାଏ । ପୂଜା ସମୟରେ ରୂପା ନିର୍ମିତ ଧାତୁର ପ୍ରୟୋଗ କରିବା ବହୁତ ଶୁଭ ଅଟେ । ଶାସ୍ତ୍ରରେ ରୂପା ନିର୍ମିତ ମୁଦିକୁ ବହୁତ ଶୁଭ ବୋଲି କୁହାଯାଏ । ଏହି ମୁଦିକୁ ଧାରଣ କରିବା ଫଳରେ ଜୀବନର ଅନେକଗୁଡ଼ିଏ ଅସୁବିଧା ଓ ସମସ୍ୟା ଦୂର ହୋଇଥାଏ ।

ଏହି ଧାତୁର ଉଲ୍ଲେଖ କରି ଶାସ୍ତ୍ରରେ କୁହାଯାଇଛି ଯେ ରୂପାରେ ଶୁକ୍ର ଓ ଚନ୍ଦ୍ର ଦୁହିଁଙ୍କ ବ୍ୟକ୍ତିତ୍ୱ ରହିଥାଏ ଏବଂ ଏହା ଶୀତଳ ଅଟେ । ଏମିତିରେ ଯେଉଁ ଲୋକଙ୍କୁ ଅଧିକ କ୍ରୋଧ ଆସେ ଓ ଚିନ୍ତା ରହେ ସେମାନେ ଏହି ଧାତୁ ଧାରଣ କରିବା ଉଚିତ୍ ନୁହେଁ । ଏହି ଧାତୁକୁ ଧାରଣ କରିବା ଫଳରେ କ୍ରୋଧ ଶାନ୍ତ ହେବା ସଙ୍ଗେ ସଙ୍ଗେ ଚିନ୍ତା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଏ ।

ଏହାବ୍ୟତୀତ ଯେଉଁ ଲୋକଙ୍କ କୁଣ୍ଡଳୀରେ ଚନ୍ଦ୍ରମା ବା ଶୁକ୍ର ଗ୍ରହ ଦୁର୍ବଳ ହୋଇଥାଏ । ତାଙ୍କୁ ମଧ୍ୟ ରୂପା ଧାତୁରେ ନିର୍ମିତ ମୁଦି ଧାରଣ କରିବା ପାଇଁ କୁହାଯାଇଛି । ଏହି ଲୋକମାନେ ସୋମବାର ଦିନ ରୂପାରେ ନିର୍ମିତ ଧାତୁକୁ ଧାରଣ କରିବା ଉଚିତ୍ । ଏ ଦିନ ଏକ ପାତ୍ରରେ ଗାଈ କ୍ଷୀର ପକାନ୍ତୁ ଓ ଏହା ଭିତରେ ଏହି ମୁଦି ରଖିଦିଅନ୍ତୁ । ଏହାପରେ ଚନ୍ଦ୍ରମାଙ୍କୁ ପୂଜାର୍ଚ୍ଚନା କରନ୍ତୁ ଏବଂ ଏହାକୁ ଧାରଣ କରିନିଅନ୍ତୁ । ଥରେ ଏହି ମୁଦି ଧାରଣ କରିବା ପରେ ଏହାକୁ ଖୋଲନ୍ତୁ ନାହିଁ ।

ଶାସ୍ତ୍ରରେ ତିନୋଟି ରାଶିର ଜାତକଙ୍କ ପାଇଁ ଏହି ଧାତୁ ଶୁଭ ନୁହେଁ । ଏଥିପାଇଁ ଯଦି ଆପଣ ଏହି ରାଶି ମଧ୍ୟରୁ କେଉଁ ରାଶି ସହିତ ଜଡ଼ିତ ତେବେ ରୂପା ନିର୍ମିତ ଧାତୁ ବ୍ୟବହାର କରନ୍ତୁ ନାହିଁ ।

ଏହି ତିନୋଟି ରାଶିର ଲୋକମାନେ ରୂପା ନିର୍ମିତ ଧାତୁ ଧାରଣ କରନ୍ତୁ ନାହିଁ

ନିମ୍ନରେ ବର୍ଣ୍ଣିତ ରାଶିର ଲୋକମାନଙ୍କୁ ରୂପା ନିର୍ମିତ ଧାତୁର ବ୍ୟବହାର କରିବା ସଠିକ୍ ହେବ ନାହିଁ । ଏପରି କୁହାଯାଏ ଯେ ଯଦି ଏହି ରାଶିର ବ୍ୟକ୍ତି ବିଶେଷ ରୂପା ନିର୍ମିତ ଧାତୁ ଧାରଣ କରନ୍ତି ତେବେ ତାଙ୍କୁ ଅନୁକୂଳ ଫଳ ମିଳିବ ।

ମେଷ ରାଶି

ମେଷ ରାଶିର ଲୋକମାନେ ଜୀବନରେ କେବେହେଲେ ରୂପାରେ ନିର୍ମିତ ଧାତୁ ବ୍ୟବହାର କରିବା ଉଚିତ୍ ନୁହେଁ । ଏହି ରାଶିର ବ୍ୟକ୍ତି ବିଶେଷ ଅଧିକାଂଶ ସମୟରେ ରୂପାରେ ନିର୍ମିତ ଧାତୁର ପ୍ରୟୋଗ କରନ୍ତି ତେବେ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଶେଷ ହୋଇଯାଏ । ଏଥିପାଇଁ ମେଷ ରାଶି ସହ ଜଡ଼ିତ ବ୍ୟକ୍ତି ବିଶେଷ ରୂପା ଧାତୁକୁ ଭୁଲରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ଏବଂ କେବେହେଲେ ରୂପାର ମୁଦି କିମ୍ବା ଗ୍ଲାସ୍ ଉପଯୋଗ କରନ୍ତୁ ନାହିଁ ।

ସିଂହ ରାଶି

ସିଂହ ରାଶିର ଲୋକମାନେ ମଧ୍ୟ ରୂପା ଧାତୁର ବ୍ୟବହାର କରିବା ଉଚିତ୍ ନୁହେଁ ଏବଂ ଯେତିକି ପାରୁଛନ୍ତି ଏହି ଧାତୁରୁ ଦୂରେଇ ରୁହନ୍ତୁ । ବାସ୍ତବରେ ସିଂହ ରାଶି ଉପରେ ସବୁଠାରୁ ଅଧିକ ଭଗବାନ ସୂର୍ଯ୍ୟଙ୍କ ପ୍ରଭାବ ରହିଥାଏ । ସୂର୍ଯ୍ୟକୁ ଉଷ୍ମ ଗ୍ରହ ବୋଲି କୁହାଯାଏ । ଯେବେକି ରୂପା ଶୀତଳ ଅଟେ । ଏମିତିରେ ରୂପାରେ ନିର୍ମିତ ଧାତୁ ଗୁଡ଼ିକୁ ପ୍ରୟୋଗ କରିବା ଫଳରେ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ କ୍ଷତି ପହଞ୍ଚି ପାରେ ଓ ଯେକୌଣସି କାର୍ଯ୍ୟରେ ଏମାନଙ୍କୁ ସଫଳତା ମିଳିପାରେ ନାହିଁ ।

ଏତିକିନୁହେଁ ଏହି ଧାତୁ ଧାରଣ କରିବା ଫଳରେ ସିଂହ ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ ଏବଂ ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାକୁ ଲାଗେ । ଧନ ହାନି ହେବାକୁ ଲାଗେ ।

ଧନୁ ରାଶି

ଧନୁ ରାଶିର ବ୍ୟକ୍ତିମାନେ ରୂପା ନିର୍ମିତ ଧାତୁ ବ୍ୟବହାର କରନ୍ତୁ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନୁ ରାଶିର ଲୋକଙ୍କ ପାଇଁ ରୂପା ଶୁଭଫଳ ପ୍ରଦାନ କରେ ନାହିଁ । ଯଦି ଏହି ରାଶିର ବ୍ୟକ୍ତି ବିଶେଷ ରୂପା ମୁଦି ହାତରେ ଧାରଣ କରନ୍ତି ତେବେ ତାଙ୍କ ସହିତ ବହୁତ ବଡ଼ ଦୁର୍ଘଟଣା ଘଟିପାରେ । ଏହାବ୍ୟତୀତ ବ୍ୟକ୍ତିଗତ ଜୀବନ ମଧ୍ୟ ଦୁଃଖରେ ପରିପୂର୍ଣ୍ଣ ହୋଇଯାଏ । ସମସ୍ତ କାର୍ଯ୍ୟରେ କେବଳ ନିରାଶା ମିଳେ ।

ତେବେ ଏହା ଥିଲା ସେହି ତିନୋଟି ରାଶି ଯାହାଙ୍କୁ ଭୁଲରେ ମଧ୍ୟ ରୂପା ଧାତୁର ବ୍ୟବହାର କରିବା ଉଚିତ ନୁହେଁ । ଯଦିଓ ଏହା ସତ୍ତ୍ୱେ ଆପଣ ଏହି ଧାତୁର ବ୍ୟବହାର କରିବା ପାଇଁ ଚାହଁନ୍ତି ତେବେ ଥରେ କୌଣସି ପଣ୍ଡିତଙ୍କ ପରାମର୍ଶ ନିଅନ୍ତୁ ଏବଂ ତାଙ୍କର ଅନୁମତି ପରେ ଧାରଣ କରନ୍ତୁ ।

Leave a Reply

Your email address will not be published. Required fields are marked *