କରିସ୍ମା କପୁରଙ୍କ ପ୍ରେମ ଜୀବନ ବହୁତ ବିବାଦୀୟ ଥିଲା, ଅଜୟଙ୍କ ସହ ବ୍ରେକଓପ ପରେ ଅଭିଷେକଙ୍କ ସହ ନିର୍ବନ୍ଧ ଭାଙ୍ଗିଗଲା, ଆସନ୍ତୁ ଜାଣିବା ଏହାର କାରଣ ।

କରିସ୍ମା କପୁରଙ୍କ ପ୍ରେମ ଜୀବନ ବହୁତ ବିବାଦୀୟ ଥିଲା, ଅଜୟଙ୍କ ସହ ବ୍ରେକଓପ ପରେ ଅଭିଷେକଙ୍କ ସହ ନିର୍ବନ୍ଧ ଭାଙ୍ଗିଗଲା, ଆସନ୍ତୁ ଜାଣିବା ଏହାର କାରଣ ।

ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଆଜି ତାଙ୍କର ୪୬ ତମ ଜନ୍ମ ଦିନ ପାଳନ କରୁଛନ୍ତି । ଅଭିନେତ୍ରୀ କରିସ୍ମା କପୁର ୧୯୭୪ ମସିହା ଜୁନ ୨୫ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । କରିସ୍ମା କପୁର ୯୦ ଦଶକରେ ବଲିଉଡର ହିଟ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ବୋଲିଉଡକୁ ସେ ଅନେକ ହିଟ ଚଳଚ୍ଚିତ୍ର ଦେଇଛନ୍ତି । ଯାହା ମଧ୍ୟରେ ରାଜା ହିନ୍ଦୁସ୍ତାନୀ, ରାଜା ବାବୁ, ଦିଲ ତୋ ପାଗଲ ହେ, ଵିବି ନମ୍ବର ୱାନ୍ ଇତ୍ୟାଦି ଅନ୍ତର୍ଭୁକ୍ତ କିନ୍ତୁ ଆଜି ଆମେ କରିସ୍ମା କପୁରଙ୍କ ବୃତ୍ତିଗତ ଜୀବନ ବିଷୟରେ ଆଲୋଚନା କରିବୁ ନାହିଁ ବରଂ ଆଜି କରିସ୍ମା କପୁରଙ୍କ ପ୍ରେମ ଜୀବନ ସହ ଜଡିତ କିଛି ଘଟଣା ବିଷୟରେ କହିବୁ । କାରଣ କରିସ୍ମା କପୁର ନିଜ ଚଳଚ୍ଚିତ୍ର ପାଇଁ ଯେତିକି ଲାଇମଲାଇଟରେ ରହୁଥିଲେ ତାହାଠାରୁ ମଧ୍ୟ ଅଧିକ ସେ ନିଜ ପ୍ରେମଜୀବନରେ ମଧ୍ୟ ଚର୍ଚ୍ଚାରେ ଥିଲେ ।

ଅଜୟ ଦେବଗନ :

ବଲିଉଡରେ ଥିବା ସମୟରେ କରିସ୍ମା କପୁରଙ୍କ ନାମ ସର୍ବପ୍ରଥମେ ଅଜୟ ଦେବଗନଙ୍କ ସହ ଜଡିତ ଥିଲା । କରିସ୍ମା ଚଳଚ୍ଚିତ୍ର ‘ପ୍ରେମ କଏଦୀ”ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଏହି ଚଳଚ୍ଚିତ୍ରରେ କରିସ୍ମା କପୁରଙ୍କ ସହ ଅଜୟ ଦେବଗନକୁ ଦେଖିବାକୁ ମିଳିଥିଲା । ଏହି ସମୟରେ ଦୁହେଁ ନିକଟତ୍ତର ହୋଇଥିଲେ ।

google

ଚଳଚ୍ଚିତ୍ର ସୁଟିଂ ସମୟରେ କରିସ୍ମା କପୁର ଏବଂ ଅଜୟ ଦେବଗନଙ୍କ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ଚାଲିଲା ନାହିଁ । କିଛିଦିନ ପରେ କରିସ୍ମା କପୁର ଏବଂ ଅଜୟ ଦେବଗନ ଅଲଗା ହୋଇଗଲେ ।

ଅକ୍ଷୟ ଖାନା:

କରିସ୍ମା କପୁରଙ୍କ ନାମ ବଲିଉଡ ଅଭିନେତା ଅକ୍ଷୟ ଖାନାଙ୍କ ସହ ମଧ୍ୟ ଜଡିତ ହୋଇଥିଲା । ବାସ୍ତବରେ କରିସ୍ମା ଏବଂ ଅକ୍ଷୟ ଏକାଠି ମ୍ୟାଗଜିନର କଭର ପୃଷ୍ଠା ପାଇଁ ଏକ ଫୋଟ ସୁଟ କରିଥିଲେ । ଏହି ସମୟରେ ଦୁଇଜଣଙ୍କ ସମ୍ପର୍କର ଖବର ପ୍ରକାଶ ପାଇଥିଲା । ଖବର ଅନୁଯାୟୀ, କରିସ୍ମା ଏବଂ ଅକ୍ଷୟ ବିବାହ କରିବାକୁ ଚାହୁଁଥିଲେ ।

google

ସେଥିପାଇଁ କରିସ୍ମା କପୁରଙ୍କ ବାପା ରଣଧୀର କପୁର ତାଙ୍କ ଝିଅର ସମ୍ବନ୍ଧ ଅକ୍ଷୟ ଖାନାଙ୍କ ନିକଟକୁ ପଠାଇଥିଲେ କିନ୍ତୁ କରିସ୍ମାଙ୍କ ମା ଏହି ସମ୍ପର୍କରେ ଖୁସି ନଥିଲେ କାରଣ ସେ ଚାହୁଁନଥିଲେ ଯେ କରିସ୍ମା ତାଙ୍କ କ୍ୟାରିୟର କରିବା ସମୟରେ ବିବାହ କରନ୍ତୁ । ଏହି କାରଣରୁ ଦୁଇଜଣଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

ଅଭିଷେକ ବଚ୍ଚନ :

କରିସ୍ମା କପୁର ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି । ଉଭୟଙ୍କ ପ୍ରେମକାହାଣୀ ବହୁତ ଚର୍ଚ୍ଚାରେ ରହିଥିଲା ।

google

ଦୁଇଜଣଙ୍କର ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା ଏବଂ ବିବାହର ପ୍ରସ୍ତୁତି ଚାଲିଥିଲା କିନ୍ତୁ କିଛି ସମୟ ପରେ କରିସ୍ମା କପୁର ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କ ଭାଙ୍ଗିଗଲା ।

ସଞ୍ଜୟ କପୁର:

୨୦୦୩ ମସିହାରେ କରିସ୍ମା କପୁର ବିଜନେସମେନ ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ । କିନ୍ତୁ ଏହି ସମ୍ପର୍କ ମଧ୍ୟ ଅଧିକ ଦିନ ଚାଲିଲା ନାହିଁ ।

google

୨୦୧୬ ମସିହାରେ କରିସ୍ମା କପୁର ଏବଂ ସଞ୍ଜୟ କପୁର ଦୁହେଁ ଛାଡପତ୍ର ନେଇଥିଲେ ।

Leave a Reply

Your email address will not be published. Required fields are marked *