ସ୍ଵାମୀଙ୍କ ସହିତ ଛାଡ଼ପତ୍ର ପରେ ଅଲଗା ରହନ୍ତି କରିଶ୍ମା କପୂର । ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ନିଜ ପିଲାଙ୍କ ସହିତ ରହୁଛନ୍ତି ।

୪୫ ବର୍ଷୀୟ କରିଶ୍ମା କପୂର ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଥିଲେ । କରିଶ୍ମାଙ୍କ ପ୍ରଥମ ଡେବ୍ୟୁ ଫିଲ୍ମ ଥିଲା ‘ ପ୍ରେମ କୈଦୀ ‘। ଯେତେବେଳେ ଏହି ଫିଲ୍ମ ରିଲିଜ୍ ହୋଇଥିଲା ସେତେବେଳେ କେହି ଭାବିନଥିଲେ ଯେ ଆଗକୁ ଏହି ଝିଅ ଇଣ୍ଡଷ୍ଟ୍ରିରେ ରାଜତ୍ୱ କରିବ ।

newstrend

୯୦ ଦଶକ ସମୟକୁ ଯଦି କରିଶ୍ମାଙ୍କ ନାମ ସହିତ ଜଣାଯାଏ ତେବେ ଏହା କହିବା ଭୁଲ୍ ହେବନାହିଁ । ସେତେବେଳେ କରିଶ୍ମାଙ୍କ ଖୁବ୍ ନାମ ଥିଲା ଏବଂ ନିଜ ସମୟରେ ସେ ୧ ନମ୍ବର ଅଭିନେତ୍ରୀ ଥିଲେ । କରିଶ୍ମାଙ୍କ ଯୋଡ଼ି ଗୋବିନ୍ଦାଙ୍କ ସହିତ ସବୁଠାରୁ ଅଧିକ ପସନ୍ଦ କରାଯାଉଥିଲା । କରିଶ୍ମାଙ୍କ ନାମ ଅନେକ ହିଟ୍ ଫିଲ୍ମରେ ସାମିଲ ଅଛି । ସେ କମେଡ଼ି ଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନିଜର ପ୍ରତିଭା ପ୍ରଦର୍ଶନ କରି ପାରନ୍ତି ।

newstrend

ହୁଏତ ଆଜି କରିଶ୍ମା ଫିଲ୍ମ ଠାରୁ ଦୂରରେ ଅଛନ୍ତି, କିନ୍ତୁ ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନଙ୍କ ସହିତ ଆକ୍ଟିଭରେ ରହିଥାନ୍ତି । ସେ ପ୍ରାୟ ଦିନ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଗ୍ଲେମର୍ସ ଫୋଟ ପୋଷ୍ଟ କରିଥାନ୍ତି । କରିଶ୍ମା ଯେତିକି ନିଜର ଗ୍ଲେମର୍ସ ଫୋଟକୁ ନେଇ ଚର୍ଚ୍ଚାରେ ରହନ୍ତି, ତା,ଠାରୁ ଅଧିକ ନିଜର ବ୍ୟକ୍ତିଗତ ଲାଇଫକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି ।

newstrend

କରିଶ୍ମା ୨୦୦୩ରେ ଦିଲ୍ଲୀର ବିଜନେସମ୍ୟାନ ସଞ୍ଜୟ କପୂରଙ୍କୁ ନିଜର ଜୀବନସାଥୀ ଭାବରେ ବାଛିଥିଲେ, କିନ୍ତୁ ପ୍ରାୟ ତାଙ୍କର ଏହି ବିବାହ କିଛି ବର୍ଷ ମଧ୍ୟରେ ଭାଙ୍ଗି ଯାଇଥିଲା । କରିଶ୍ମା ସଞ୍ଜୟଙ୍କ ଉପରେ ଘରୋଇ ହିଂସାର ଆରୋପ ଲଗାଇଥିଲେ ଏବଂ ୨୦୧୨ରେ ଛାଡ଼ପତ୍ର ନେଇଥିଲେ ।

newstrend

ସଞ୍ଜୟଙ୍କୁ ଛାଡ଼ପତ୍ର ଦେବା ପରେ ଯେଉଁଠି ସଞ୍ଜୟ କପୂର ପ୍ରିୟା ସଚଦେବାଙ୍କୁ ବିବାହ କରିଥିଲେ, କିନ୍ତୁ କରିଶ୍ମା ବର୍ତ୍ତମାନ ମଧ୍ୟ ସିଙ୍ଗଲ ଅଛନ୍ତି । ଏସବୁ ମଧ୍ୟରେ କରିଶ୍ମାଙ୍କ ନାମ ସନ୍ଦୀପ ତୋଷନୀବାଲଙ୍କ ସହ ଯୋଡ଼ି ହୋଇଥିଲା । ଖବର ଅନୁସାରେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି, କିନ୍ତୁ କରିଶ୍ମା ଏହି ସମ୍ପର୍କକୁ ସିକ୍ରେଟ୍ ରଖିବାକୁ ଚାହାନ୍ତି । ସନ୍ଦୀପ କରିଶ୍ମାଙ୍କ ଘରେ ହେଉଥିବା ପାରିବାରିକ ଅନୁଷ୍ଠାନରେ ଉପସ୍ଥିତ ରହନ୍ତି ।

newstrend
newstrend
newstrend
newstrend
newstrend

ସଞ୍ଜୟଙ୍କୁ ଛାଡ଼ପତ୍ର ପରେ କରିଶ୍ମା ଏକୁଟିଆ ଅଛନ୍ତି ଏବଂ ନିଜର ଦୁଇ ପିଲାଙ୍କ ପ୍ରତିପାଳନ କରୁଛନ୍ତି । କରିଶ୍ମା ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଫ୍ଲାଟରେ ରହନ୍ତି । ସେ ପ୍ରାୟ ନିଜ ଘରର ଫୋଟ ସୋସିଆଲ ମିଡିଆରେ ଅପଲୋଡ଼ କରିଥାନ୍ତି । କରିଶ୍ମା ନିଜ ଘରକୁ ଖୁବ୍ ଭଲପାଆନ୍ତି ଏବଂ ଘରର ପ୍ରତି କୋଣାଅନୁକୋଣକୁ ସୁନ୍ଦର ଭାବରେ ସଜାଇ ରଖିଛନ୍ତି ।

newstrend
newstrend
newstrend
newstrend
newstrend

ଖାସକରି, ତାଙ୍କୁ ନିଜ ଘରର ବାଲକନୀ ଅଧିକ ପସନ୍ଦ ଅଟେ । କରିଶ୍ମାଙ୍କ ଘରେ ଅଲଗା ଅଲଗା ରଙ୍ଗର ସୋଫା ରହିଛି । କାରଣ ତାଙ୍କୁ ରଙ୍ଗ ବହୁତ ପସନ୍ଦ ଅଟେ । ଏହାବ୍ୟତୀତ ତାଙ୍କ ଘରେ କିଛି ଖାସ୍ ପ୍ରକାରର ପେଣ୍ଟିଙ୍ଗ ମଧ୍ୟ ଲାଗିଛି, ଯାହା ଘରର ସୌନ୍ଦର୍ଜ୍ୟକୁ ଆହୁରି ଅଧିକ ବଢ଼ାଇ ଦେଇଥାଏ ।

newstrend
newstrend
newstrend

ଯଦି ଆମେ ତାଙ୍କ ୱର୍କ ଫ୍ରଣ୍ଟ କଥା କହିବୁ ତେବେ ଅନେକ ସମୟରୁ କରିଶ୍ମା ବଡ଼ ପରଦାରେ ନଜର ଆସି ନାହାନ୍ତି । କିନ୍ତୁ ବର୍ତ୍ତମାନ ସେ Zee 5ର ୱେବ୍ ସିରିଜ୍ ‘ ମେଣ୍ଟାଲହୁଡ଼ ‘ରେ ଛୋଟ ପରଦାକୁ ଫେରିଛନ୍ତି । କରିଶ୍ମା କପୂରଙ୍କର ଏହି କମବ୍ୟାକ ଫ୍ୟାନ୍ ମାନଙ୍କୁ ବହୁତ ପସନ୍ଦ ଆସୁଛି ଏବଂ ଲୋକ ତାଙ୍କ ଅଭିନୟକୁ ପ୍ରଶଂସା ମଧ୍ୟ କରୁଛନ୍ତି ।

newstrend
newstrend
newstrend

କରିଶ୍ମାଙ୍କ ନାମ ହିରୋ ନମ୍ବର ୧, ଜୁବୈଦା, ଫିଜା, ଦିଲ୍ ତୋ ପାଗଲ୍ ହେ, ରାଜା ହିନ୍ଦୁସ୍ତାନୀ, ହସୀନା ମାନ ଯାଏଗୀ, କୁଲୀ ନମ୍ବର ୱାନ୍, ଅନ୍ଦାଜ ଅପନା ଅପନା, ଜିତ୍, ଯୁଡ଼ୱା, ଗୋପୀ କିଶନ୍, ରାଜା ବାବୁ, ହମ୍ ସାଥ୍ ସାଥ୍ ହେ ସମେତ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ।

Be the first to comment

Leave a Reply

Your email address will not be published.


*