ଏହି କାରଣରୁ ଅକ୍ଷୟଙ୍କ ସହିତ କାମ କରିବା ପାଇଁ ଚାହୁଁନଥିଲେ କରିସ୍ମା କପୂର ! ବହୁତ ବର୍ଷ ପରେ ଖୋଲିଲା ରହସ୍ୟ ।

ଏହି କାରଣରୁ ଅକ୍ଷୟଙ୍କ ସହିତ କାମ କରିବା ପାଇଁ ଚାହୁଁନଥିଲେ କରିସ୍ମା କପୂର ! ବହୁତ ବର୍ଷ ପରେ ଖୋଲିଲା ରହସ୍ୟ ।

ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ କରିସ୍ମା କପୂର ଓ ଖିଲାଡ଼ି ଅକ୍ଷୟ କୁମାର ବହୁ ଚଳଚ୍ଚିତ୍ର ମାନଙ୍କରେ ଏକାଠି ଅଭିନୟ କରିଛନ୍ତି । ଦୁହେଁ, ଚଳଚ୍ଚିତ୍ର ଜାନବର, ମେରେ ଜୀବନ ସାଥି, ହାଁ ମେନେ ଭି ପ୍ୟାର କିୟା ହେ ଭଳି ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି କିନ୍ତୁ ଏମାନଙ୍କ ଯୋଡ଼ିଙ୍କୁ ଦର୍ଶକ ମାନେ କିଛି ବିଶେଷ ପସନ୍ଦ କରିନାହାଁନ୍ତି । ବର୍ତ୍ତମାନ କରିସ୍ମା ଫିଲ୍ମ ଜଗତରୁ ଦୁରେଇ ଯାଇଛନ୍ତି ଏବଂ ଅକ୍ଷୟ କୁମାର ବର୍ତ୍ତମାନ ମଧ୍ୟ କିଛି ସୁପରହିଟ୍ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରୁଛନ୍ତି ।

google

ଅକ୍ଷୟଙ୍କ କ୍ୟାରିୟରର ମୁଖ୍ୟ ଅଭିନେତା ଭାବେ ପ୍ରଥମ ଚଳଚ୍ଚିତ୍ର ଦିଦାର ଥିଲା ଏବଂ ଏହି ଚଳଚ୍ଚିତ୍ରରେ କରିସ୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ କିନ୍ତୁ ଏହି ଚଳଚ୍ଚିତ୍ର ସମୟରେ ଦୁହିଁଙ୍କ ମଧ୍ୟରେ ଏପରି କିଛି ହେଲା ଯାହା ଫଳରେ ଲୋଲୋ ଅର୍ଥାତ କରିସ୍ମା ଅକ୍ଷୟଙ୍କୁ ଘୃଣା କରିବାକୁ ଲାଗିଲେ ।

ଏହି କାରଣରୁ କରୁଥିଲେ ଘୃଣା

google

ସମସ୍ତେ ଜାଣନ୍ତି ଯେ, ଇଣ୍ଡଷ୍ଟ୍ରିରେ କପୂର ପରିବାର ଏକ ବଡ଼ ନାମ ଅଟେ ଏବଂ କରିସ୍ମା ମଧ୍ୟ ସେହି ପରିବାରର ଝିଅ ଅଟନ୍ତି ଯାହାଙ୍କୁ ସମସ୍ତେ ସ୍ନେହରେ ଲୋଲୋ ବୋଲି ଡାକନ୍ତି । ଚଳଚ୍ଚିତ୍ର ଦିଦାର ରେ ଅକ୍ଷୟ-କରିସ୍ମାଙ୍କ ସହିତ ଅଭିନୟ କରିଥିଲେ । ଯେଉଁଠାରେ ଅକ୍ଷୟ ଏକ ବାହାରି ଲୋକ ଥିଲେ ଏବଂ କରିସ୍ମା ଇଣ୍ଡଷ୍ଟ୍ରିର ଅଂଶ ଥିଲେ କିନ୍ତୁ ଅକ୍ଷୟ ନିଜ ପରିଶ୍ରମ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେ । ଅକ୍ଷୟ ଜଣେ ପ୍ରତିଭାଶାଳୀ ଅଭିନେତା ଅଟନ୍ତି ତେଣୁ ଦିଦାର ଚଳଚ୍ଚିତ୍ରର ସେଟରେ କରିସ୍ମାଙ୍କ ଠାରୁ ଅଧିକ ମହତ୍ତ୍ୱ ଅକ୍ଷୟଙ୍କୁ ଦିଆଯାଉଥିଲା । ସୁଟିଂ ମଝିରେ ହିଁ ଅକ୍ଷୟଙ୍କ ବନ୍ଧୁତା ସ୍ଥାପନ ହୋଇଗଲା ନିର୍ଦେଶକ ପ୍ରମୋଦ ଚକ୍ରବର୍ତ୍ତୀଙ୍କ ସହିତ ଯାହା କରିସ୍ମାଙ୍କୁ ପସନ୍ଦ ଆସିଲା ନାହିଁ ଏବଂ ସେ ଖୋଲାଖୋଲି ଭାବେ କହିଦେଲେ ଯେ ଅକ୍ଷୟ ନିର୍ଦେଶକଙ୍କ ଚେଲା ଅଟନ୍ତି ।

ସଫଳତାରୁ ଇର୍ଷା କରୁଥିଲେ କରିସ୍ମା

google

ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ପୃଷ୍ଠଭୂମି ନଥିଲା ଅର୍ଥାତ ସେ ବଲିଉଡ଼ ସହ ଜଡ଼ିତ ନଥିଲେ । ଏହି କାରଣରୁ ସେ ପରିଶ୍ରମ ବଳରେ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବା ପାଇଁ ଚେଷ୍ଟା କରୁଥିଲେ । ନିଜ ପରିଶ୍ରମ ବଳରେ ସେ ସଫଳତାର ପାହାଚ ଅତିକ୍ରମ କରିବାକୁ ଲାଗିଲେ କିନ୍ତୁ କରିସ୍ମାଙ୍କୁ ଅକ୍ଷୟଙ୍କ ସଫଳତାରୁ ଇର୍ଷା ହେବାକୁ ଲାଗିଲା । କିନ୍ତୁ ଅକ୍ଷୟଙ୍କ ମନରେ କରିସ୍ମାଙ୍କ ପ୍ରତି ଏପରି କିଛି ଭାବନା ନଥିଲା । ସେହି ସମୟରେ କରିସ୍ମାଙ୍କ ନିକଟରେ କୌଣସି ବଡ଼ ପ୍ରୋଜେକ୍ଟ ନଥିଲା । ଏହି କାରଣରୁ ସେ ଅକ୍ଷୟଙ୍କ ସହିତ କାମ କରୁଥିଲେ । ଦୁହେଁ ମେଦାନ ଏ ଜଙ୍ଗ, ଲହୁ କେ ଦୋ ରଙ୍ଗ, ସପୁତ୍ ବକ୍ସ ଅଫିସରେ ହିଟ୍ ହେଲାନାହିଁ ।

କ୍ରୋଧରେ ନେଇଥିଲେ ଏହି ନିଷ୍ପତ୍ତି

କରିସ୍ମା ଅକ୍ଷୟଙ୍କ ସଫଳତାରୁ ଏପରି ଇର୍ଷା କରିବାକୁ ଲାଗିଲେ ଯେ ସେ କ୍ରୋଧରେ ଆସି ଅଭିନେତାଙ୍କ ସହିତ କୌଣସି ଚଳଚ୍ଚିତ୍ରରେ ଅଭିନୟ ନକରିବାକୁ ନିଷ୍ପତ୍ତି ନେଲେ । ଏହି ସମୟରେ କରିସ୍ମାଙ୍କୁ “ଦିଲ ତୋ ପାଗଳ ହେ” ଚଳଚ୍ଚିତ୍ରରେ ଅଭିନୟ କରିବା ସୁଯୋଗ ମିଳିଲା ଯେଉଁଥିରେ ଅକ୍ଷୟଙ୍କ ଭୂମିକା ମଧ୍ୟ ରହିଥିଲା କିନ୍ତୁ କରିସ୍ମା ଅକ୍ଷୟଙ୍କ ସହିତ କାମ କଲେ ଏବଂ ଫିଲ୍ମଟି ଜବରଦସ୍ତ ହିଟ୍ ହେଲା । ଏହା ପରେ ଅଭିନେତ୍ରୀ ଅକ୍ଷୟଙ୍କ ପାଇଁ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ମନା କରିଦେଲେ ।

ପରେ ଏହା ଅନୁଭବ

google

ଗୋଟିଏ ପଟେ କରିସ୍ମା ଫିଲ୍ମ କରିବା ପାଇଁ ମନା କରୁଥିଲେ ଅନ୍ୟପଟେ ଅକ୍ଷୟ ଚଳଚ୍ଚିତ୍ର “ହେରା ଫେରି” ପରେ ଏକ ସିନେ ତାରକା ହୋଇଯାଇଥିଲେ । ଏଥି ମଧ୍ୟରେ କରିସ୍ମାଙ୍କୁ କାମ ମିଳୁଥିଲା କିନ୍ତୁ ତାଙ୍କ ମନ କୌଣସି ଭଲ ଅଭିନେତା ସହ ଅଭିନୟ କରିବାର ଥିଲା । ସେତେବେଳେ ତାଙ୍କୁ ଏକ ରିଷତା ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଲା ଯେଉଁଥିରେ ଅକ୍ଷୟ ମୁଖ୍ୟ ଭୂମିକାରେ ଥିଲେ । କରିସ୍ମାଙ୍କୁ ଯେପରି ଏହା ଜଣାପଡ଼ିଲା ସେ ତତକ୍ଷଣାତ ରାଜି ହୋଇଗଲେ । ଯେତେବେଳେ ଅକ୍ଷୟଙ୍କୁ ଏହା ବିଷୟରେ ପ୍ରଶ୍ନ କରାଗଲା ସେତେବେଳେ ସେ କହିଥିଲେ, ଯେତେବେଳେ ମୁଁ ଫିଲ୍ମୀ କ୍ୟାରିୟରର ଆରମ୍ଭ କରିଥିଲି ସେହି ସମୟରେ ମୋ ସହିତ ଏପରି ବ୍ୟବହାର କରାଯାଇଥିଲା କିନ୍ତୁ ମୁଁ ଏପରି କିଛି କରିବି ନାହିଁ । ଯେତେବେଳେ ଚଳଚ୍ଚିତ୍ରଟି ହିଟ୍ ହେଲା ସେତେବେଳେ କରିସ୍ମା ଜାଣିପାରିଲେ ଯେ ସେ କେତେ ବଡ଼ ଭୁଲ କରିଛନ୍ତି ଏବଂ ଅକ୍ଷୟ ଜଣେ ପରିଶ୍ରମୀ ବ୍ୟକ୍ତି ଅଟନ୍ତି ଏବଂ ପରିଶ୍ରମ ଉପରେ ବିଶ୍ୱାସ କରନ୍ତି ।

Leave a Reply

Your email address will not be published. Required fields are marked *