ଦୀର୍ଘ ଅନେକ ରାତି କାନ୍ଦୁଥିଲେ କରିନାଙ୍କ ମାଁ ଓ କରିଷ୍ମା ! କରିନା ଖୋଲିଥିଲେ ଘରର ଏକ ବଡ଼ ରହସ୍ୟ…

ଦୀର୍ଘ ଅନେକ ରାତି କାନ୍ଦୁଥିଲେ କରିନାଙ୍କ ମାଁ ଓ କରିଷ୍ମା ! କରିନା ଖୋଲିଥିଲେ ଘରର ଏକ ବଡ଼ ରହସ୍ୟ…

ହିନ୍ଦୀ ସିନେମାରେ କପୂର୍ ପରିବାର ସବୁଠାରୁ ପ୍ରତିଷ୍ଠିତ ପରିବାର ଅଟନ୍ତି । ବଲିଉଡ଼ ଆରମ୍ଭ ପରଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କପୂର୍ ପରିବାରର ସମ୍ପର୍କ ହିନ୍ଦୀ ସିନେମା ସହ ଜଡ଼ିତ । କପୂର୍ ପରିବାର ବଲିଉଡ଼କୁ ଅନେକଗୁଡ଼ିଏ ଉଚ୍ଚ କୋଟିର କଳାକାର ଦେଇଛନ୍ତି । ପୁରୁଷ କଳାକାର ସଙ୍ଗେ ସଙ୍ଗେ କପୂର୍ ପରିବାରର ମହିଳା ମାନଙ୍କ ମଧ୍ୟ ଚଳଚ୍ଚିତ୍ର ଜଗତରେ ବଡ଼ ନାମ ରହିଛି ।

ଏକ ସମୟର ୯୦ ଦଶକର ଜଣାଶୁଣା ଅଭିନେତ୍ରୀ କରିଷ୍ମା କପୂରଙ୍କ ରାଜ୍ ଚାଲୁଥିଲା । କରିଷ୍ମା କପୂର୍ ଏହି ସମୟରେ ବହୁତ ଭଲ ଭଲ ହିଟ୍ ଚଳଚ୍ଚିତ୍ର ଗୁଡ଼ିକରେ କାମ କରୁଥିଲେ । ଛୋଟ ବୟସରୁ କ୍ୟାରିୟରର ଆରମ୍ଭ କରିଥିବା କରିଷ୍ମା ବହୁତ ସଫଳତା ହାସଲ କଲେ, ଯେବେକି ତାଙ୍କ ଛୋଟ ଭଉଣୀ କରିନା କପୂର୍ ଖାଁ ଏହାକୁ ବଜାୟ ରଖିଲେ ।

କରିନା କପୂର୍ ଖାଁ ଗତ ପାଖାପାଖି ୨୦ ବର୍ଷରୁ ଏକ ଅଭିନେତ୍ରୀ ରୂପେ ହିନ୍ଦୀ ସିନେମା ସହ ଜଡ଼ିତ । କରିନା ଆଜି ବଲିଉଡ଼ର ଏକ ଉଚ୍ଚସ୍ତରୀୟ ଅଭିନେତ୍ରୀ ରୂପେ ଜଣାଶୁଣା । ବର୍ତ୍ତମାନ ସେ ଚଳଚ୍ଚିତ୍ର ଜଗତରୁ ଦୂରେଇ ଯାଇଛନ୍ତି । ଜଣାଇଦେଉଛୁ ଯେ ନିକଟରେ କରିନା କପୂର୍ ଖାଁ ଓ ସୈଫ ଅଲି ଖାଁଙ୍କ ଘରକୁ ଏକ ନବାଗତ ଅତିଥି ଆସିଛି । କରିନା ଫେବୃୟାରୀ ମାସରେ ଦ୍ୱିତୀୟ ପୁତ୍ରକୁ ଜନ୍ମ ଗ୍ରହଣ କରିଛନ୍ତି । କରିନା କପୂର୍ ସର୍ବଦା ନିଜ ଶିଶୁ ଓ ପରିବାର ଲୋକଙ୍କ ପ୍ରତି ଭାବୁକ ରୁହନ୍ତି । ସେ ସବୁବେଳେ ନିଜ ପରିବାରକୁ ପ୍ରାଥମିକତା ପ୍ରଦାନ କରନ୍ତି ।

କରିନାଙ୍କ ଜୀବନରେ ଏପରି ଏକ ସମୟ ମଧ୍ୟ ଆସିଥିଲା ଯେତେବେଳେ ସେମାନେ ତାଙ୍କ ମାଁ’ ବବିତା କପୂର୍ ଓ ଭଉଣୀ କରିଷ୍ମା କପୂରଙ୍କ ଆଖିରେ ଲୁହ ଦେଖି ଚିନ୍ତିତ ହୋଇ ପଡୁଥିଲେ । କିନ୍ତୁ ଏହା ପଛର କାରଣ କଣ ଥିଲା ଏହା ବିଷୟରେ କରିନା ଥରେ ଖୋଲାଖୋଲି ଭାବେ ନିଜ ସାକ୍ଷାତକାରରେ କହିଥିଲେ । ଆସନ୍ତୁ ଜାଣିବା କରିନା କପୂର୍ ନିଜ ସାକ୍ଷାତକାରରେ କଣ ସବୁ କହିଥିଲେ ।

କୁହାଯାଏ ଯେ, କରିନା କପୂର୍ ନିଜ ବଡ଼ ଭଉଣୀ କରିଷ୍ମା କପୂରଙ୍କୁ ଦେଖି ବଲିଉଡ଼ରେ କ୍ୟାରିୟର୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ । କରିନା, କରିଷ୍ମାଙ୍କୁ ନିଜ ଆଦର୍ଶ ମାନୁଥିଲେ । କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ନିଜ ରୋଲ୍ ମଡେଲଙ୍କ ଆଖିର ଲୁହ ଦେଖି ସେ ସହ୍ୟ କରିପାରୁନଥିଲେ । ସେ ଏହା ଦେଖୀ ଚିନ୍ତିତ ହୋଇ ପଡୁଥିଲେ ।

ଥରେ କରିନା କପୂର୍ ଖାଁ ଟକ୍ ଶୋ “ରୌବେନ୍ଦୁ ବିଥ୍ ସିମି ଗ୍ରେବାଲ୍”ରେ ପହଞ୍ଚିଥିଲେ । ଏଠାରେ ସେ ଏହି କଥାର ଖୁଲାସା କରି କହିଥିଲେ ଯେ, ସେ ତାଙ୍କ ବଡ଼ ଭଉଣୀ କରିଷ୍ମାଙ୍କ ଚଳଚ୍ଚିତ୍ର ଜଗତରେ ପାଦ ରଖିବା ପୂର୍ବରୁ କରିଥିବା ସଂଘର୍ଷରୁ ବେଶ ପରିଚିତ । କରିନା ଆଗକୁ କୁହନ୍ତି ଯେ, ଆଜି ମଧ୍ୟ ତାଙ୍କ ମସ୍ତିଷ୍କରେ ସେହିସବୁ କଥା ମନେ ରହିଛି ।

କରିନା କହିଥିଲେ ଯେ, ଆମ ଦାଦା ରାଜ୍ କପୂରଙ୍କ ନିଧନ ପରେ ବଡ଼ ଭଉଣୀ କରିଷ୍ମା କପୂର୍ ହିନ୍ଦୀ ସିନେମାରେ ନିଜ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ଆଗକୁ ନିଜ ବେଦନା ଶୁଣାଇ କରିନା କହିଥିଲେ ଯେ, ସେହି ସମୟରେ ମାଁ’ ବବିତା ଓ କରିଷ୍ମାଙ୍କୁ କିଏ ମଧ୍ୟ ସହଯୋଗ କରୁନଥିଲେ । ଏହି ସମୟରେ ମାଁ’ ଓ କରିଷ୍ମା ରାତି ସାରା କାନ୍ଦୁଥିଲେ । ସେ ଏହି ସମୟରେ ମୋତେ ତାଙ୍କ ସମ୍ମୁଖକୁ ଆସିବାକୁ ମଧ୍ୟ ଦେଉନଥିଲେ । ଯଦିଓ ମୁଁ ଲୁଚି ଲୁଚି ଏସବୁ ଦେଖୁଥିଲି ଏବଂ କିଛି ନକହି ରାତିରେ ଶୋଇ ଯାଉଥିଲି ।

କରିନା ଆଗକୁ କୁହନ୍ତି ଯେ, ଏ ସବୁ କିଛି ଆଜି ମଧ୍ୟ ତାଙ୍କ ପାଇଁ ଚିନ୍ତାର ବିଷୟ ରହେ । ଆଜି ମଧ୍ୟ ତାଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । କରିନା ସାକ୍ଷାତକାରରେ କହିଥିଲେ ଯେ, ମାଁ’ ବବିତା ଓ ଭଉଣୀ କରିଷମାଙ୍କ ଜୀବନର ଦୁଃଖକୁ ମୁଁ ଅନୁଭବ କରି ପାରୁଥିଲି ।

ତାଙ୍କ ବର୍ତ୍ତମାନ କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ କରିଷ୍ମା କପୂର୍ ଦୀର୍ଘ ସମୟରୁ ଚଳଚ୍ଚିତ୍ର ଜଗତରୁ ଦୂରେଇ ଅଛନ୍ତି । ସେ ବର୍ତ୍ତମାନ ନିଜ ଦୁଇଟି ସନ୍ତାନଙ୍କ ସହିତ ଖୁସିରେ ଜୀବନଯାପନ କରୁଛନ୍ତି । ସେପଟେ ମାତୃତ୍ୱକୁ ଦ୍ୱିତୀୟଥର ପାଇଁ ଅନୁଭବ କରୁଥିବା କରିନାଙ୍କ ଆଗାମୀ ଫିଲ୍ମ ‘ଲାଲ୍ ସିଂହ ଚଢା’ ଅଟେ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ବଡ଼ଦିନ ଅବସରରେ ପ୍ରେକ୍ଷାଳୟ ଗୁଡ଼ିକରେ ମୁକ୍ତିଲାଭ କରିବ । ସୂଚନାଥାଉକି ଏହି ଚଳଚ୍ଚିତ୍ରରେ କରିନାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନେତା ଆମୀର ଖାଁ ନଜର ଆସିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *