ରାଜୀବ କପୁରଙ୍କ ମୃତ୍ୟୁ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କରିନା ! କରିସ୍ମା ଏବଂ ମାତା ବବିତାଙ୍କ ସହ ପହଞ୍ଚିଥିଲେ ଦାଦାଙ୍କ ଘରେ…

ରାଜୀବ କପୁରଙ୍କ ମୃତ୍ୟୁ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କରିନା ! କରିସ୍ମା ଏବଂ ମାତା ବବିତାଙ୍କ ସହ ପହଞ୍ଚିଥିଲେ ଦାଦାଙ୍କ ଘରେ…

ରାଜୀବ କପୁରଙ୍କ ଆକସ୍ମିକ ମୃତ୍ୟୁ କପୁର ପରିବାରକୁ ଏକ ବଡ଼ ଝଟକା ଦେଇଛି । ୫୮ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇ ରାଜୀବ କପୁର ପ୍ରଶଂସକଙ୍କ ସମେତ ସମଗ୍ର ପରିବାରକୁ ଚକିତ କରି ଦେଇଛନ୍ତି । ରାଜୀବ କପୁରଙ୍କ ମୃତ୍ୟୁ ଖବର ଶୁଣି କପୁର ପରିବାରର ସମସ୍ତ ସଦସ୍ୟ ଗୋଟିଏ ପରେ ଗୋଟିଏ ତାଙ୍କ ଘରେ ପହଞ୍ଚୁଛନ୍ତି । ଯାହାର ଫୋଟ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।

ଜଣାଶୁଣା ସେଲିବ୍ରିଟି ଫୋଟଗ୍ରାଫର୍ ବିରଲ୍ ଭୟାନୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କରୀନା କପୁରଙ୍କ କିଛି ଫୋଟ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଦାଦାଙ୍କ ମୃତ୍ୟୁର ଦୁଃଖଦ ଖବର ଶୁଣି ତାଙ୍କ ଘରକୁ ଯାଉଥିବାର ନଜର ଆସିଛନ୍ତି ।

କରୀନା କପୁରଙ୍କ ମୁହଁରୁ ଏହି ଯନ୍ତ୍ରଣା ସ୍ପଷ୍ଟ ଜଣାପଡୁଛି ଏବଂ ସେ ମଧ୍ୟ ବହୁତ ଚକିତ ଏବଂ ବିବ୍ରତ ଥିବା ଜଣାପଡୁଛନ୍ତି । ଦାଦାଙ୍କ ମୃତ୍ୟୁରେ ବେବୋଙ୍କୁ ଏକ ବଡ଼ ଝଟକା ଲାଗିଛି । ଏହା ସହିତ ବିରଲ୍, ରନ୍ଧୀର କପୁରଙ୍କ ଫୋଟ ମଧ୍ୟ ପୋଷ୍ଟ କରିଛନ୍ତି । ଯାହା ହସ୍ପିଟାଲ ବାହାରେ, ଯେଉଁଠାରେ ରାଜୀବ କପୁର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

କରିସ୍ମା କପୁର ଏବଂ ତାଙ୍କ ମା’ ବବିତା କପୁରଙ୍କ ଫୋଟ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଉଭୟ ରାଜୀବ କପୁରଙ୍କ ଘରେ ପହଞ୍ଚିଥିବାର ନଜର ଆସିଛନ୍ତି । ଏହି ଫୋଟ ମାନବ ମଙ୍ଗଲାନି ପୋଷ୍ଟ କରିଛନ୍ତି । ରାଜୀବ କପୁର ତିନି ଭାଇ ରନ୍ଧୀର ଏବଂ ଋଷିଙ୍କଠାରୁ ସାନ ଥିଲେ । ଅଭିନେତା ହଠାତ୍ ହୃଦଘାତରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ।

ରାଜୀବ କପୁର ୧୯୮୩ର ଚଳଚ୍ଚିତ୍ର ‘ଏକ ଜାନ୍ ହେ ହମ୍’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କୁ ୧୯୮୫ର ଚଳଚ୍ଚିତ୍ର ‘ରାମ ତେରୀ ଗଙ୍ଗା ମେଲି’ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ଏଥିସହିତ ଅଭିନେତା ଆସମାନ (୧୯୮୪), ଲଭର ବୟେ (୧୯୮୫), ଜବରଦସ୍ତ (୧୯୮୫) ଏବଂ ହମ୍ ତୋ ଚଲେ ପରଦେଶ୍ (୧୯୮୮)ରେ ନିଜର ଦୃଢ଼ ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଥିଲେ ।

Leave a Reply

Your email address will not be published. Required fields are marked *