କରିନା କପୂରଙ୍କ ନଣନ୍ଦ ଅଟନ୍ତି ଖୁବ ସୁନ୍ଦରୀ, ୪୫ ବର୍ଷ ବୟସରେ ମଧ୍ୟ ଅଟନ୍ତି ଅବିବାହିତା ! ଜାଣନ୍ତୁ କାହିଁକି ରୁହନ୍ତି ସିଙ୍ଗଲ୍ ?

କରିନା କପୂରଙ୍କ ନଣନ୍ଦ ଅଟନ୍ତି ଖୁବ ସୁନ୍ଦରୀ, ୪୫ ବର୍ଷ ବୟସରେ ମଧ୍ୟ ଅଟନ୍ତି ଅବିବାହିତା ! ଜାଣନ୍ତୁ କାହିଁକି ରୁହନ୍ତି ସିଙ୍ଗଲ୍ ?

ବଲିଉଡ଼ରେ ଏପରି ଅନେକଗୁଡ଼ିଏ ପରିବାର ଅଛନ୍ତି ଯେଉଁମାନଙ୍କ ଏକ ଭଲ ଫ୍ୟାନ୍ ଫୋଲୋଇଂ ରହିଛି । ଏପରି ଏକ ପରିବାର ଅଟେ ପତୌଦି ପରିବାର ଯାହାକି ନବାବଙ୍କ ପରିବାର ସହ ସମ୍ପର୍କ ରଖେ । ପତୌଦି ପରିବାରର ସମସ୍ତ ସଦସ୍ୟ କୌଣସି କଳାକାର ଠାରୁ କମ୍ ନୁହଁନ୍ତି । ଅଧିକାଂଶ ପରିବାର ଲୋକ ବଲିଉଡ଼ ସହ ଜଡ଼ିତ ଅଛନ୍ତି । ମିଡିଆରେ ସମସ୍ତ ପରିଜନକୁ ନେଇ ଚର୍ଚ୍ଚା ହୁଏ ସେ ଶର୍ମିଳା ଟେଗୋର୍ ହୋଇଥାନ୍ତୁ କିମ୍ବା ସାରା ଅଲି ଖାଁ ଏତିକିନୁହେଁ ଇନାୟା ଓ ତୈମୁରଙ୍କ ମଧ୍ୟ ଫ୍ୟାନ୍ ଫୋଲୋଇଂ ରହିଛି । ବିଶେଷ କଥାଟି ଏହିକିଯେ ଏହି ପରିବାରରେ ଏପରି ଏକ ବ୍ୟକ୍ତି ମଧ୍ୟ ଅଛନ୍ତି ଯିଏ ମିଡ଼ିଆ ଓ ଲାଇମଲାଇଟରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି ।

ବାସ୍ତବରେ ଆମେ ଆଲୋଚନା କରୁଛୁ ସବା ଅଲି ଖାଁଙ୍କ ବିଷୟରେ । ସେ ପତୌଦି ପରିବାରର ସବୁଠାରୁ ବଡ଼ ଝିଅ ଅଟନ୍ତି । ସବା ସୈଫ ଅଲି ଖାଁଙ୍କ ଠାରୁ ୫ ବର୍ଷ ଛୋଟ ଅଟନ୍ତି । ସେପଟେ ସୋହା ଅଲି ଖାଁ ୩ ବର୍ଷ ବଡ଼ ଅଟନ୍ତି । ସେପଟେ ବଲିଉଡ଼ର ମାୟାମୋହରୁ ଦୂରେଇ ରୁହନ୍ତି ଏବଂ ଖୁବ୍ କଷ୍ଟରେ କୌଣସି ଇଭେଣ୍ଟରେ ନଜର ଆସନ୍ତି । ଯଦିଓ ପତୌଦି ପରିବାରର ସମସ୍ତ ସଦସ୍ୟଙ୍କୁ ଆମେ ଖବରରେ ଦେଖୁ କିନ୍ତୁ ସବା କେବେ ନିଜ ପରିବାରର ଉତ୍ସବ ମାନଙ୍କରେ ନଜର ଆସନ୍ତି । କିନ୍ତୁ ସବା ସୋସିଆଲ୍ ମିଡ଼ିଆରେ ଖୁବ୍ ସକ୍ରିୟ ଅଟନ୍ତି ।

ଜଣାଇଦେଇଛୁ ଯେ ସବା ୪୫ ବର୍ଷର ହୋଇ ଯାଇଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତା ଅଛନ୍ତି । ବନ୍ଧୁଗଣ ‘ସବା ଅଲି ଖାଁ’ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ହୋଇ ନାହାନ୍ତି । ଯେବେକି ତାଙ୍କ ଛୋଟ ଭଉଣୀ ବିବାହ କରି ସାରିଛନ୍ତି । ଶର୍ମିଳା ଟେଗୋରଙ୍କ ଦୁଇଟି ଶିଶୁ ସୋହା ଓ ସୈଫ ଅଲି ଖାଁ ନିଜ ନିଜର ବୈବାହିକ ଜୀବନରେ ବହୁତ ଖୁସି ଅଛନ୍ତି ଓ ବର୍ତ୍ତମାନ ମାତାପିତା ମଧ୍ୟ ହୋଇ ଗଲେଣି । ସେପଟେ ସବା ନିଜ ସିଙ୍ଗଲ୍ ଲାଇଫରେ ଖୁସି ଅଛନ୍ତି । ଅଧିକାଂଶ ସମୟରେ ସବାଙ୍କୁ ଲୋକଙ୍କ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼େ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେ କାହିଁକି ବିବାହ କରି ନାହାଁନ୍ତି ।

ଯଦିଓ ସବା ଏହି ପ୍ରଶ୍ନରୁ ଦୂରେଇ ରୁହନ୍ତି କିନ୍ତୁ ୨୦୧୧ର ଏକ ଇଣ୍ଟରଭିୟୁରେ ନିଜ ବିବାହ ଯୋଜନା ବିଷୟରେ ଖୋଲାଖୋଲି ଭାବେ ସବୁକଥା କହିଥିଲେ । ସବା ନିଜ ସୋସିଆଲ୍ ମିଡ଼ିଆ ହେଣ୍ଡେଲ୍ ଷ୍ଟୋରିରେ ନିଜର ଏକ ପୁରୁଣା ଇଣ୍ଟରଭିୟୁ କଟିଂ ସେୟାର୍ କରିଥିଲେ । ଇଣ୍ଟରଭିୟୁ ସେହି ସମୟର ଅଟେ ଯେତେବେଳେ ତାଙ୍କୁ ଭୋପାଳର ବିବାହ ଚେରୀଟେବଲ ଟ୍ରଷ୍ଟ ଓକାଫ-ଏ-ଶାହିର୍ ମୁତବଲ୍ଲୀ ଭାବେ ନିଯୁକ୍ତ କରାଯାଇଥିଲା ।

ସବା ଇଣ୍ଟରଭିୟୁରେ କହିଥିଲେ ଯେ “ମୁଁ ଆଲ୍ଲାଙ୍କ ପାଇଁ ସଠିକ୍ ସମୟରେ ଦୃଢ଼ ବିଶ୍ୱାସ ରଖେ । ମୋ ଜୀବନରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ନାହାଁନ୍ତି କିନ୍ତୁ ମୁଁ ଏକ ବ୍ୟବସ୍ଥିତ ଜୀବନ ଜୀଇଁବା ପାଇଁ ଚାହେଁ । ମୁଁ ଏହି ନିଷ୍ପତ୍ତିକୁ ଆଲ୍ଲାଙ୍କ ଉପରେ ଛାଡ଼ି ଦେଇଛି । “ସବା ଆଜି ମଧ୍ୟ ନିଜ ମିଷ୍ଟର୍ ରାଇଟଙ୍କ ଖୋଜରେ ଅଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ସବା ଜୀବିକାରେ ଜଣେ ଗହଣା ଡିଜାଇନର୍ ଅଟନ୍ତି ଏବଂ ନିଜର ବ୍ୟବସାୟ କରନ୍ତି । ଏପରି ଅନୁମାନ କରାଯାଉଛି ଯେ ‘ସବା ଅଲି ଖାଁ’ଙ୍କ ପାଖରେ ପାଖାପାଖି ୨୭୦୦କୋଟି ସମ୍ପତ୍ତି ରହିଛି ।

Leave a Reply

Your email address will not be published. Required fields are marked *