ଦ୍ଵିତୀୟ ଥର ମାଆ ହେବାକୁ ଯାଉଛନ୍ତି କରିନା କପୂର ! ସୈଫ-କରିନା ସେୟାର କରି ଜଣାଇଲେ ସୁଖୀ ଖବର ।

ପଦୌଦି ରାଜବଂଶ ପରିବାର ପୁଣିଥରେ ଶିଶୁର ସ୍ୱର ଶୁଣିବାକୁ ଯାଉଛି । କପୂର ପରିବାରରୁ ଏକ ଶୁଭ ଖବର ଶୁଣିବାକୁ ମିଳୁଛି । ଖୁସିର ଖବର ଆଗରୁ ଜଣାଇଦେଉଛୁ ଯେ, ଆଜି ସୈଫ ଅଲି ଖାଁଙ୍କ ଝିଅ ସାରା ଅଲି ଖାଁଙ୍କ ୨୫ତମ ଜନ୍ମଦିନ ଅଟେ ଏବଂ ଏହି ଜନ୍ମ ଦିନର ଅବସରରେ କରିନା କପୂର ଖାଁ ବହୁତ ଖୁସିର ସହିତ ଏହି ଖବର ନିଜ ଫ୍ୟାନ୍ସ ମାନଙ୍କୁ ଦେଇଛନ୍ତି । କରିନା କପୂରଙ୍କ କହିବ ଅନୁଯାୟୀ, ସେ ଓ ସୈଫ ଦୁହେଁ ଦ୍ୱିତୀୟ ଥର ମାଆ ବାପା ହେବାକୁ ଯାଉଛନ୍ତି । ପୂର୍ବରୁ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ତୈମୁର କିନ୍ତୁ ଦ୍ୱିତୀୟ ଥର ମାତାପିତା ହେବା କଥା ଏହି ଦମ୍ପତି ନିଜେ ଘୋଷଣା କରିଛନ୍ତି ଏବଂ ଫ୍ୟାନସ୍ ମାନଙ୍କ ସହ ଏହି ଖୁସିର ଖବର ସେୟାର କରିଛନ୍ତି । ଏହା ପରଠାରୁ ବଲିଉଡ଼ କଳାକାର ଓ ତାଙ୍କ ଫ୍ୟାନ୍ସ ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସାରାଙ୍କ ଜନ୍ମଦିନରେ ଆସିଲା ଘରକୁ ଖୁସି :

Google

ସାରା ଅଲି ଖାଁ କରିନାଙ୍କ ପ୍ରକୃତ ଝିଅ ନୁହଁନ୍ତି କିନ୍ତୁ କରିନାଙ୍କ ସହିତ ସାରାଙ୍କ ଭଲ ସମ୍ପର୍କ ରହିଛି ଏବଂ ସାରାଙ୍କ ଜନ୍ମଦିନରେ ତାଙ୍କ ଘରକୁ ଖୁସି ଆସିଛି । କରିନା ଓ ସୈଫ ଖୁସି ଖବରର ଘୋଷଣା କରି କହିଛନ୍ତି ଯେ, “ଆମକୁ ଏହା କହି ବହୁତ ଖୁସି ଅନୁଭବ ହେଉଛି ଯେ ଖୁବଶୀଘ୍ର ଆମ ପରିବାରରେ ଆଉ ଏକ ନୂତନ ସଦସ୍ୟ ସାମିଲ ହେବାକୁ ଯାଉଛି । ଆମର ସମସ୍ତ ଶୁଭ ଚିନ୍ତକମାନଙ୍କୁ ତାଙ୍କ ପ୍ରେମ ଓ ସହଯୋଗ ପାଇଁ ଧନ୍ୟବାଦ ।”

କରିନା କପୂର ହେଲେ ଗର୍ଭବତୀ :

Google

ସୈଫ ଓ କରିନା ଯେପରି ହିଁ ଏହି ଖୁସିର ଖବର ବିଷୟରେ ଘୋଷଣା କଲେ ସେତେବେଳେ କମେଣ୍ଟ ବକ୍ସ କିଛି ମିନିଟ ମଧ୍ୟରେ ଅଭିନନ୍ଦନ ସନ୍ଦେଶରେ ଭରିଗଲା । ସମସ୍ତେ ତାଙ୍କୁ ଓ ଆସିବାକୁ ଥିବା ସଦସ୍ୟକୁ ଶୁଭକାମନା ଜଣାଇଲେ । କରିନା କପୂର ପୁଣିଥରେ ଗର୍ଭବତୀ ହେବାରୁ ତାଙ୍କ ପିତା ରଣଧୀର କପୂର ଯିଏକି ଦ୍ୱିତୀୟ ଥର ପାଇଁ ଅଜା ହେବାକୁ ଯାଉଛନ୍ତି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, “ଭଗବାନ କରନ୍ତୁ ଏହା ସତ ହେଉ, ଦୁଇଟି ଛୁଆ ହେବା ଭଲ କଥା ।”

ଭଉଣୀ ଜଣାଇଲେ ଭାଇ ଭାଉଜଙ୍କୁ ଅଭିନନ୍ଦନ

Google

ପଦୌଦି ପରିବାରରେ ବର୍ତ୍ତମାନ ଏକ ପ୍ରକାର ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସୈଫଙ୍କ ଭଉଣୀ ଓ କରିନାଙ୍କ ନଣନ୍ଦ ଅଭିନେତ୍ରୀ ସୋହା ଅଲି ଖାଁ ଇଂଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସୈଫ ଓ କରିନାଙ୍କୁ ପୁଣିଥରେ ମାତାପିତା ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ କେପ୍ସନରେ ଲେଖିଛନ୍ତି, “ନିଜକୁ ଅଟକାଇ ପାରିଲି ନାହିଁ, ଅଭିନନ୍ଦନ କରିନା କପୂର ଖାଁ । ସୁରକ୍ଷିତ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ । ସର୍ବଦା ଭଳି ଏପରି ଖୁସିରେ ରୁହନ୍ତୁ ।”

୨୦୧୬ ମସିହାରେ ଦେଇଥିଲେ ତୈମୁରଙ୍କୁ ଜନ୍ମ :

Google

ବଲିଉଡ଼ର ପ୍ରସିଦ୍ଧ ଦମ୍ପତି ସୈଫ ଓ କରିନା ୨୦୧୨ରେ ବିବାହ କରିଥିଲେ । ଏହାପରେ ୨୦୧୬ରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ମାଆ ହୋଇଥିଲେ ଓ ତୈମୁରଙ୍କୁ ଜନ୍ମ ଦେଇଥିଲେ । ତୈମୁର ମଧ୍ୟ ନିଜ ମାତାପିତାଙ୍କ ପରି ବହୁତ ପ୍ରସିଦ୍ଧ ହୋଇଗଲେଣି ଏବଂ ପ୍ରସିଦ୍ଧ ଷ୍ଟାର କିଡ୍ସ ମଧ୍ୟରେ ସାମିଲ ଅଛନ୍ତି । ଏମିତିରେ ଯେତେବେଳେ କରିନା ପୁଣିଥରେ ମାଁ ହେବାକୁ ଯାଉଛନ୍ତି, ସେତେବେଳେ ତୈମୁରଙ୍କୁ ମଧ୍ୟ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି । କାରଣ ତାଙ୍କୁ ମଧ୍ୟ ଏକ ଛୋଟ ଭାଇ କିମ୍ବା ଭଉଣୀ ମିଳିବାକୁ ଯାଉଛି ।

Be the first to comment

Leave a Reply

Your email address will not be published.


*