ନେପୋଟିଜିମ୍ ଉପରେ ଅଙ୍ଗୁଳି ଉଠାଉଥିବା ଲୋକଙ୍କ ଉପରେ ରାଗିଲେ କରୀନା କପୁର ! କହିଲେ ସେହିମାନେ ଆଙ୍ଗୁଠି ଦେଖାଉଛନ୍ତି ଯଉଁମାନେ…

ନେପୋଟିଜିମ୍ ଉପରେ ଅଙ୍ଗୁଳି ଉଠାଉଥିବା ଲୋକଙ୍କ ଉପରେ ରାଗିଲେ କରୀନା କପୁର ! କହିଲେ ସେହିମାନେ ଆଙ୍ଗୁଠି ଦେଖାଉଛନ୍ତି ଯଉଁମାନେ…

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବା ପରେ ଇଣ୍ଡଷ୍ଟ୍ରିର ଭିତର ତଥା ବାହାର ଲୋକଙ୍କ ମଧ୍ୟରେ ଏକପ୍ରକର ଯୁଦ୍ଧକାଳୀନ ସ୍ଥିତି ସୃଷ୍ଟି ହୋଇଯାଇଛି । ଅଭିନେତ୍ରୀ କଙ୍ଗନା ରଣାବତଙ୍କ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସେମାନେ ବଲିଉଡରେ ଚାଲିଥିବା ନେପୋଟିଜିମ୍ ଉପରେ ମଧ୍ୟ ନିଜର ମତ ପ୍ରଦାନ କରିଛନ୍ତି । ଏହି ଲୋକମାନେ କହୁଛନ୍ତି ଯେ ଷ୍ଟାର୍ କିଡ୍ସଙ୍କ କାରଣରୁ ପ୍ରତିଭା ସମ୍ପର୍ଣ୍ଣ କଳାକାରମାନଙ୍କୁ ସୁଯୋଗ ମିଳି ପାରୁନାହିଁ । ଅଳ୍ପ କିଛି ନିର୍ଦ୍ଦେଶକଙ୍କୁ ଛାଡ଼ି ଦେଲ ଏଥିରେ ସମସ୍ତଙ୍କର ପ୍ରାଥମିକ ଷ୍ଟାରକିଡ୍ ଅଟନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ସମସ୍ତ ଷ୍ଟାରଙ୍କ ପିଲାମାନେ ଲାଇମଲାଇଟ୍ ସାମ୍ନାକୁ ଆସିଯାଇଥିଲେ । ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ବହୁତ ଭଲ ମନ୍ଦ ଶୁଣାଇଥିଲେ । ଷ୍ଟାରକିଡ଼ସ୍ ତାଲିକାରେ ବଲିଉଡର ବେବୋ ଯଥା କରୀନା କପୁରଙ୍କ ନାମ ମଧ୍ୟ ସ୍ଥାନ ପାଇଥିଲା ।

Google

ଏଭଳି ପରିସ୍ଥିତିରେ କରୀନା କପୁର ନିକଟରେ ନେପୋଟୀଜିମ୍ ଉପରେ ନୀରବତା ଭାଙ୍ଗିଛନ୍ତି । କରିନା ନିଜେ ନେପୋଟିଷ୍ଟିକ୍ ଷ୍ଟାରର ଆଖ୍ୟା ପାଇବା ପରେ କରୀନା ପ୍ରଥମ ଥର ପାଇଁ ସମ୍ନାକୁ ଆସିଛନ୍ତି । ନିକଟରେ ଏକ ସାକ୍ଷାତକାରରେ କରୀନା କହିଥିଲେ ଯେ, ଚଳଚିତ୍ର ଜଗତ ସହିତ ସମ୍ପର୍କ ସ୍ଥାପନ କରିବା ଦ୍ୱାର ତୁମର ଅସୁବିଧା ବହୁ ପରିମାଣରେ କମିଯାଇଥାଏ । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, କେବଳ ଷ୍ଟାର କିଡ଼ସ୍ ହେବା ଦ୍ୱାରା ବଲିଉଡରେ ରହିବା ସମ୍ଭବପର ନୁହେଁ ।

ଯଦି ନେପୋଟୀଜିମ୍ ହୋଇଥାନ୍ତା ତେବେ ୨୧ ବର୍ଷ ପର୍ଯ୍ୟନ୍ତ ବଲିଉଡ ଜଗତ ସହ ବଞ୍ଚି ପାରିନଥାନ୍ତେ :-

Google

ସାକ୍ଷାତକାରରେ ନେପୋଟିଜିମ୍ ସମ୍ପର୍କରେ କରିନା କହିଛନ୍ତି ଯେ, “ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୧ ବର୍ଷ ଧରି ମୁଁ ନେପୋଟୀଜିମ୍ ହେତୁ ଠିଆ ହୋଇପାରି ନଥାନ୍ତି । ଏହା ସମ୍ଭବ ନୁହେଁ, ମୁଁ ସୁପରଷ୍ଟାର ପିଲାମାନଙ୍କର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିପାରିବି, ଯେଉଁମାନେ ଏହା କେବେ କରିପାରିବେ ନାହିଁ” । କରୀନା କରିଛନ୍ତି ଯେ ଜଣେ ଡାକ୍ତରଙ୍କ ପିଲା ନିଶ୍ଚିତ ଭାବରେ ତାଙ୍କ ପିତାମାତାଙ୍କ ପରି ହେବାକୁ ଚାହିଁବ । କରୀନା କହିଛନ୍ତି ଯେ, ସେ କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ କାହାଉପରେ ନିର୍ଭରଶୀଳ ହୋଇ ରହିହେବ ନାହିଁ ।

Google

ବଲିଉଡରେ କରିନା ତାଙ୍କର ସଂଘର୍ଷ ବିଷୟରେ କହିଛନ୍ତି, “ଆପଣଙ୍କୁ ଶୁଣିବାକୁ ଟିକେ ଅଜବ ଲାଗିପାରେ କିନ୍ତୁ କିନ୍ତୁ ବୋଧହୁଏ ମୋର ସଂଘର୍ଷ ଏହା ପଛରେ ଅଛି । ମୋର ସଂଘର୍ଷ ଥିଲା, ହଁ ଏହା ନୁହେଁ ଯେ ପକେଟରେ ୧୦ ଟଙ୍କା ନେଇ କେହି ଟ୍ରେନରେ ଆସନ୍ତି । ଏହା ସେପରି ସଂଘର୍ଷ ନଥିଲା ଏବଂ ମୁଁ ଏଥିପାଇଁ ଲଜ୍ଜିତ ହୋଇପାରିବି ନାହିଁ” ।

Google

କରୀନା ତାଙ୍କ ବାର୍ତ୍ତାଳାପରେ ଆହୁରି ମଧ୍ୟ କହିଛନ୍ତି ଯେ, ଦର୍ଶକ ଆମକୁ ତିଆରି କରିଛନ୍ତି ଏବଂ ଆମକୁ ତାଙ୍କ ଛଡା କେହି ତିଆରି କରିନାହାଁନ୍ତି । ଏମାନେ ସେହି ବ୍ୟକ୍ତି ଯେଉଁମାନେ ଆମକୁ ଆଙ୍ଗୁଠି ଦେଖାଉଛନ୍ତି, ଯେଉଁମାନେ ଆମକୁ ଏକ ଷ୍ଟାର୍ କରିଛନ୍ତି । ଆପଣ କଣ ପାଇଁ ଆମ ଚଳଚ୍ଚିତ୍ର ଦେଖିବାକୁ ଯାଉଛନ୍ତି ? ଯାଅନ୍ତୁ ନାହିଁ, କେହି ଅପଣଙ୍କୁ ବାଧ୍ୟ କରୁ ନାହାଁନ୍ତି । ତେଣୁ, ମୁଁ ଏହା ବୁଝିପାରୁ ନାହିଁ । ତେଣୁ ଏହି ପୁରା ଆଲୋଚନା ମୋତେ ଅଜବ ମନେ ହେଉଛି” ।

କଠିନ ପରିଶ୍ରମ କରି ନିଜର ସ୍ଥାନ ସୃଷ୍ଟି କରିଛି :-

Google

କରୀନା କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ ଅନେକ ସଫଳ ହୋଇଥିବା ବାହାର ବ୍ୟକ୍ତି ମଧ୍ୟ ଅଛନ୍ତି । ସେ ଅକ୍ଷୟ କୁମାର, ଶାହରୁଖ ଖାନ, ରାଜକୁମାର ରାଓ, ଆୟୁଷ୍ମାନ ଖୁରାନାଙ୍କ ପରି କଳାକାରଙ୍କୁ ମଧ୍ୟ ତାଲିକାଭୁକ୍ତ କରିଥିଲେ, ଯେଉଁମାନେ ଫିଲ୍ମ ଏଣ୍ଡଷ୍ଟ୍ରିର ବାହାରେ ଏବଂ ଯେଉଁମାନେ କି ବହୁତ ସଫଳତା ପାଇଛନ୍ତି । କରୀନାଙ୍କ ଅନୁଯାୟୀ ଏହି ଲୋକମାନେ ସଫଳ ହୋଇଛନ୍ତି । କାରଣ ସେମାନେ ଏଥିପାଇଁ ବହୁତ କଠିନ ପରିଶ୍ରମ କରିଛନ୍ତି ।

କରୀନା କହିଛନ୍ତି ଯେ ଆଲିଆ କିମ୍ବା କରୀନା କପୁର, ଆମେ ଏହି ଇଣ୍ଡଷ୍ଟ୍ରିରେ ସ୍ଥାନ ପାଇବା ପାଇଁ କଠିନ ପରିଶ୍ରମ କରିଛୁ । ଯଦି ତୁମେ ଆମର ଚଳଚ୍ଚିତ୍ର ଦେଖିବା ପାଇଁ ଯାଅ ଏବଂ ଏହାକୁ ଉପଭୋଗ କରୁଛ, ତେବେ ଏଥିରେ ଆମର କୌଣସି ଭୂଲ ନାହିଁ । ଏହି ଦର୍ଶକମାନେ କାହାକୁ ତିଆରି କରନ୍ତି ଏବଂ ଭାଙ୍ଗନ୍ତି ! ଏଥିପାଇଁ ନେପୋଟୀଜିମ୍ କିମ୍ବା ଷ୍ଟାର କିଡ଼ସ୍ ଙ୍କୁ ଦାୟୀ କରିବା ଠିକ୍ ହେବନାହିଁ ।

Leave a Reply

Your email address will not be published. Required fields are marked *