ସୁଧୁରିବେ ନାହିଁ କରଣ ଜୋହର୍ ! ନିଜ ଶୟନ କକ୍ଷରେ ଲଗାଇ ରଖିଛନ୍ତି ଏହି ବିବାହିତା ମହିଳାଙ୍କ ଫୋଟ…

ସୁଧୁରିବେ ନାହିଁ କରଣ ଜୋହର୍ ! ନିଜ ଶୟନ କକ୍ଷରେ ଲଗାଇ ରଖିଛନ୍ତି ଏହି ବିବାହିତା ମହିଳାଙ୍କ ଫୋଟ…

ବଲିଉଡ ଏଭଳି ଏକ ଇଣ୍ଡଷ୍ଟ୍ରି ଅଟେ, ଯେଉଁଥିରେ ଲୋକମାନଙ୍କର ସବୁଠାରୁ ଅଧିକ ଆଗ୍ରହ ରହିଥାଏ । ସମସ୍ତେ ଏହି କଳାକାର ମାନଙ୍କର ଜୀବନ ସହ ଜଡିତ ପ୍ରତ୍ୟେକ ଛୋଟ ବଡ଼ କଥା ଜାଣିବାପାଇଁ ଇଚ୍ଛୁକ ରହିଥାନ୍ତି । ମିଡ଼ିଆ ମଧ୍ୟ ସବୁ ସମୟରେ ଏହି ଲୋକମାନଙ୍କ ବିଷୟରେ କୌଣସି ପ୍ରକାରର ଖବର ଜାଣିବାପାଇଁ ଏମାନଙ୍କ ପଛରେ ଲାଗି ରହିଥାଏ । ବର୍ତ୍ତମାନ ସମୟରେ ବଲିଉଡ ଗଲିୟାରରେ ବିବେକ ଓବେରାୟ ସଲମାନ୍ ଖାନଙ୍କ ସହ ନିଜ ଶତ୍ରୁତା ଏବଂ ବିବୃତ୍ତିକୁ ନେଇ ଚର୍ଚ୍ଚାରେ ରହିଥିବାବେଳେ ବଲିଉଡରେ ଏଭଳି ଅନେକ କଳାକାର ମଧ୍ୟ ଅଛନ୍ତି, ଯେଉଁମାନଙ୍କର ବନ୍ଧୁତାର ଉଦାହରଣ ଦିଆଯାଏ ।

ଆଜି ଆମେ ଆପଣଙ୍କୁ ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ବିଷୟରେ କହିବାକୁ ଯାଉଛୁ । କହିରଖୁଛୁ ଯେ, କରଣ ଜୋହର ବର୍ତ୍ତମାନ ସମୟରେ ଜଣେ ସଫଳ ବ୍ୟକ୍ତି ଅଟନ୍ତି ଏବଂ ତାଙ୍କ ସଫଳତା ପଛରେ ମଧ୍ୟ ଜଣେ ମହିଳାଙ୍କ ହାତ ରହିଛି । ବର୍ତ୍ତମାନ ଆପଣ ଭାବୁଥିବେ ଯେ, କରଣ ଜୋହର ତ ବିବାହ କରିନାହାଁନ୍ତି, ତାହାଲେ ସିଏ କିଏ ହୋଇପାରନ୍ତି । ବର୍ତ୍ତମାନ ଆପଣଙ୍କ ନଜର କରଣ ଜୋହରଙ୍କ ମାତା ହିରୁ ଜୋହରଙ୍କ ଆଡକୁ ଯାଉଥିବ, ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ଆପଣ ସମ୍ପୂର୍ଣ୍ଣ ଭୁଲ୍ ଅଟନ୍ତି ।

ତେବେ ବଲିଉଡରେ କରଣ ଜୋହରଙ୍କର ସମସ୍ତଙ୍କ ସହ ମିଳାମିଶା ରହିଛି । ନିଜ ପ୍ରକୃତି କାରଣରୁ କରଣ ଜୋହର ସମସ୍ତଙ୍କ ସହ ଭଲ ବନ୍ଧନ ସେୟାର୍ କରିଥାନ୍ତି । ତେବେ ବଲିଉଡର ସମସ୍ତ ଅଭିନେତ୍ରୀଙ୍କ ସହ କରଣ ଜୋହର ଭଲ ବନ୍ଧନ ସେୟାର୍ କରିଥାନ୍ତି । କିନ୍ତୁ ଏହି ଇଣ୍ଡଷ୍ଟ୍ରିରେ ଏଭଳି ଜଣେ ମହିଳା ମଧ୍ୟ ଅଛନ୍ତି, ଯିଏକି ନିଜେ ଅଭିନେତ୍ରୀ ନୁହଁନ୍ତି କିନ୍ତୁ ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କର ପତ୍ନୀ ଅଟନ୍ତି । ଏବଂ ତାଙ୍କର ଫୋଟକୁ କରଣ ଜୋହର ନିଜ ଶୟନକକ୍ଷରେ ଲଗାଇ ରଖିଛନ୍ତି ।

କହିରଖୁଛୁ ଯେ, କରଣଙ୍କୁ ଏହି ମହିଳା ଅତ୍ୟନ୍ତ ସମର୍ଥନ କରିଥାନ୍ତି ଏବଂ ଏହି କାରଣରୁ କରଣ ଜୋହର ତାଙ୍କୁ ବହୁତ ମାନିଥାନ୍ତି । କହିରଖୁଛୁ ଯେ, ଆମେ ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିଷୟରେ ଆଲୋଚନା କରୁଅଛୁ । ଗୋଟିଏ କାର୍ଯ୍ୟକ୍ରମରେ କରଣ ଜୋହର ଗୌରୀ ଏବଂ ଶାହାରୁଖ ଖାନଙ୍କ ସହ ନିଜ ବନ୍ଧୁତା ବିଷୟରେ କଥାବାର୍ତ୍ତା କରି କହିଥିଲେ ଯେ, ଗୌରୀ ଏବଂ ଶାହାରୁଖ ତାଙ୍କ ପରିବାରର ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି । ବିଶେଷକରି ଗୌରୀଙ୍କୁ ସେ ବହୁତ ଭଲ ପାଆନ୍ତି । ସେ ଯେଉଁଭଳି ଭାବରେ ନିଜ ପରିବାର ଏବଂ କାମକୁ ଚଳାନ୍ତି, ସେ ପ୍ରଶଂସାର ପାତ୍ର ଅଟନ୍ତି ।

କରଣ ଆହୁରିମଧ୍ୟ ଆଗକୁ କହିଥିଲେ ଯେ, ଶୟନକକ୍ଷରେ ନିଜ ପିତାମାତାଙ୍କ ଫୋଟ ବ୍ୟତୀତ ସେ ଶାହାରୁଖ ଏବଂ ଗୌରୀଙ୍କର ମଧ୍ୟ ଗୋଟିଏ ଫୋଟ ରଖିଛନ୍ତି ଏବଂ ସଦା ସର୍ବଦା ସେମାନଙ୍କ ଫୋଟକୁ ଅନାଇ ବସିଥାନ୍ତି କାରଣ ଏହାଦ୍ଵାରା ତାଙ୍କୁ ଶକ୍ତି ମିଳିଥାଏ । କହିରଖୁଛୁ ଯେ, କରଣଙ୍କର ଶାହାରୁଖ ଏବଂ ଗୌରୀଙ୍କ ସହ ବନ୍ଧୁତା କଲେଜ ସମୟରୁ ରହିଛି ଏବଂ ଏହି ତିନି ଜଣଙ୍କର ବନ୍ଧୁତାର ଉଦାହରଣ ବଲିଉଡ ଇଣ୍ଡଷ୍ଟ୍ରିରେ ଦିଆଯାଇଥାଏ ।

Leave a Reply

Your email address will not be published. Required fields are marked *