ଏହି ‘ସୁପରଷ୍ଟାର୍’ଙ୍କ ପତ୍ନୀଙ୍କୁ ଭଲ ପାଇବସିଥିଲେ କରଣ ଜୋହର୍ ! ଚେତାବନୀ ପାଇବା ପରେ କରନଙ୍କର ହୋଇଥିଲା ଭୟଙ୍କର ଅବସ୍ଥା…

ଏହି ‘ସୁପରଷ୍ଟାର୍’ଙ୍କ ପତ୍ନୀଙ୍କୁ ଭଲ ପାଇବସିଥିଲେ କରଣ ଜୋହର୍ ! ଚେତାବନୀ ପାଇବା ପରେ କରନଙ୍କର ହୋଇଥିଲା ଭୟଙ୍କର ଅବସ୍ଥା…

ବଲିଉଡ ସିନେମା ନିର୍ଦେଶକ କରଣ ଜୋହରଙ୍କର ହିନ୍ଦୀ ସିନେମାରେ ପ୍ରାୟ ସମସ୍ତ ଟପ୍ ସେଲିବ୍ରିଟିଙ୍କ ସହ ଭଲ ସମ୍ପର୍କ ରହିଛି । କରଣ ଜୋହର୍ ପ୍ରତ୍ୟେକ ସେଲିବ୍ରିଟିଙ୍କ ସହ ଏକ ସ୍ୱତନ୍ତ୍ର ବନ୍ଧନ ରହିଛି । ଅଭିନେତ୍ରୀ ଟ୍ୱିଙ୍କଲ୍ ଖାନ୍ନାଙ୍କ ସହ ମଧ୍ୟ ତାଙ୍କର ବହୁତ ଭଲ ବନ୍ଧୁତା ଅଛି । ଉଭୟ ପିଲାଦିନର ବନ୍ଧୁ ଅଟନ୍ତି ଏବଂ ଏପରି ଏକ ସମୟ ମଧ୍ୟ ଥିଲା ଯେତେବେଳେ କରଣ ଜୋହର୍ ଟ୍ୱିଙ୍କଲ୍ ଖାନ୍ନାଙ୍କୁ ହୃଦୟ ଦେଇବସିଥିଲେ ।

ଟ୍ୱିଙ୍କଲ୍ ଖାନ୍ନା ଦୀର୍ଘ ସମୟ ଧରି ଫିଲ୍ମ ଦୁନିଆଠୁ ଦୂରରେ ଅଛନ୍ତି । ସେ ବର୍ତ୍ତମାନ ଜଣେ ଲେଖିକା ଭାବରେ ନିଜର ଏକ ପରିଚୟ ସୃଷ୍ଟି କରିସାରିଛନ୍ତି । ଯେତେବେଳେ ତାଙ୍କର ପ୍ରଥମ ପୁସ୍ତକ ‘ମିସେସ୍ ଫନିବୋନସ୍’ ଉନ୍ମୋଚିତ ହୋଇଥିଲା ସେତେବେଳେ ଟ୍ୱିଙ୍କଲ୍ ଏବଂ କରଣ ନିଜେ ସେମାନଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ । ଟ୍ଵିଙ୍କିଲ୍ ନିଜେ କହିଥିଲେ ଯେ ସେ କରଣଙ୍କୁ ଯାହାବି କହୁଥିଲେ ସେତେବେଳେ କରଣ ସବୁ ମାନିନେଉଥିଲେ । ସୂଚନାଯୋଗ୍ୟ ଯେ କରଣ ଏବଂ ଟ୍ୱିଙ୍କଲ୍ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ । ଥରେ ଟ୍ୱିଙ୍କଲ୍ କରଣଙ୍କୁ ଏପରି କିଛି ପରାମର୍ଶ ଦେଲେ ଯାହା ଦ୍ୱାରା କରଣଙ୍କ ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ଥିଲା ।

ନିଜର ପୁସ୍ତକ ଉନ୍ମୋଚନ ସମୟରେ ଟ୍ୱିଙ୍କଲ୍ ଖାନ୍ନା କହିଥିଲେ ଯେ କରଣ ଜୋହର୍ ମୋତେ ଭଲ ପାଉଥିଲେ । କରଣ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି । କରଣଙ୍କ ଅନୁଯାୟୀ ସେ ତାଙ୍କ ଜୀବନରେ କେବଳ ଜଣଙ୍କୁ ଭଲ ପାଇଛନ୍ତି ଏବଂ ସେ ହେଉଛନ୍ତି ଟ୍ୱିଙ୍କଲ୍ ଖାନ୍ନା । ପିଲାଦିନରୁ ଦୁହିଁଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସମ୍ପର୍କ ଥିଲା କିନ୍ତୁ ଏବେ ସେମାନଙ୍କ ମଧ୍ୟରେ କେବଳ ଗଭୀର ବନ୍ଧୁତା ଅଛି ।

ପୁସ୍ତକରେ ଲେଖାଯାଇଛି କରଣ ଟ୍ୱିଙ୍କଲଙ୍କ ସମ୍ପର୍କ ବିଷୟରେ

ଟ୍ୱିଙ୍କଲ ଖାନ୍ନା ତାଙ୍କ ପୁସ୍ତକ ‘ମିସେସ୍ ଫନିବୋନସ୍’ରେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ପୁସ୍ତକରେ ଟ୍ୱିଙ୍କଲ୍ ଲେଖିଛନ୍ତି ଯେ ସେତେବେଳେ କରଣଙ୍କର ମୋ ଉପରେ ଜୋରଦାର୍ କ୍ରସ୍ ଥିଲା । କରଣ ନିଜର ପ୍ରେମ ବ୍ୟକ୍ତ କରିଥିଲେ ଏବଂ ଟ୍ୱିଙ୍କଲଙ୍କୁ ସେ ବହୁତ ଭଲପାଆନ୍ତି ବୋଲି କହିଥିଲେ ।

ଟ୍ୱିଙ୍କଲଙ୍କ କଳାଜାଇ ଦେଖି ପାଗଳ ହୋଇଯାଇଥିଲେ କରଣ

ଟ୍ଵିଙ୍କିଲଙ୍କ ଓଠ ଉପରେ ଥିବା ହାଲକା କଳାଜାଇ ଦେଖି କରଣ ଟ୍ଵିଙ୍କିଲଙ୍କୁ ଭଲପାଇବସିଥିଲେ । ଟ୍ୱିଙ୍କଲଙ୍କ ଅପର୍ ଲିପ୍ସରେ ଥିବା କଳାଜାଇ କରଣଙ୍କୁ ବହୁତ ହଟ୍ ଲାଗୁଥିଲା ।

ଟ୍ୱିଙ୍କଲ୍ ତାଙ୍କର ଏବଂ କରଣଙ୍କ ସ୍କୁଲ ଦିନରେ ଘଟିଥିବା ଏକ ଘଟଣା ସେୟାର୍ କରିଥିଲେ ଯାହାକି ବହୁତ ମଜାଦାର୍ ଅଟେ । ବୋର୍ଡିଂ ସ୍କୁଲରେ ପଢୁଥିବା ସମୟରେ ଦିନେ କରଣ ଟ୍ୱିଙ୍କଲଙ୍କୁ ଭେଟିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ସେ ସ୍କୁଲରୁ ଲୁଚି ପଳାଇ ଯାଇଥିଲେ । କିନ୍ତୁ ସ୍କୁଲ୍ ଫାଟକପାଖରେ କରଣ ଧରାପଡିଯାଇଥିଲେ ଯେଉଁଥିପାଇଁ ଏହା ପରେ କରଣ ଟ୍ୱିଙ୍କଲଙ୍କଠାରୁ ପରାମର୍ଶ ଲୋଡିଥିଲେ ।

ଟ୍ୱିଙ୍କଲ୍ ତାଙ୍କୁ ପର୍ବତ ଉପରକୁ ଓହଳିବାକୁ କହିଥିଲେ । ଟ୍ୱିଙ୍କଲ୍ କହିଥିଲେ ଯେ, “ଆମେ ପର୍ବତର ଶୀର୍ଷରେ ଥିଲୁ ତେଣୁ ମୁଁ କରଣଙ୍କୁ କହିଥିଲି ଯେ ପର୍ବତରୁ ଓହଳି ତଳକୁ ଆସ ଏବଂ ଡଙ୍ଗାରେ ଲୁଚି ପଳାଇଯାଅ । କରଣ ଠିକ୍ ସେହିପରି କରିଥିଲେ କିନ୍ତୁ ପୁଣି ଥରେ ଧରା ପଡିଯାଇଥିଲେ ଏବଂ ତାଙ୍କୁ ପୁନର୍ବାର ପର୍ବତ ଉପରକୁ ଚଢ଼ିବାକୁ ପଡିଲା । ଟ୍ୱିଙ୍କଲଙ୍କ ଅନୁଯାୟୀ ସେହି ପର୍ବତ ଆରୋହଣ କରିବାକୁ ପ୍ରାୟ ଦୁଇ ଘଣ୍ଟା ଲାଗୁଥିଲା ।

Leave a Reply

Your email address will not be published. Required fields are marked *