ବଲିଉଡର ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ କପିଲ୍ ଦେବ ! କିନ୍ତୁ ଦୁଃର୍ଭାଗ୍ୟ ବଶତଃ ଦୁହେଁ ପରସ୍ପର ଠାରୁ ବିଚ୍ଛେଦ ହେବାକୁ ପଡିଥିଲା…

ବଲିଉଡର ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ କପିଲ୍ ଦେବ ! କିନ୍ତୁ ଦୁଃର୍ଭାଗ୍ୟ ବଶତଃ ଦୁହେଁ ପରସ୍ପର ଠାରୁ ବିଚ୍ଛେଦ ହେବାକୁ ପଡିଥିଲା…

କ୍ରିକେଟ୍ ଇତିହାସର ସର୍ବୋତ୍ତମ ଅଲରାଉଣ୍ଡର୍ ତଥା ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କପିଲ୍ ଦେବ ବର୍ତ୍ତମାନ ୬୨ ବର୍ଷ ବୟସହୋଇଛି । ତାଙ୍କ ଜନ୍ମ ଚଣ୍ଡିଗଡ଼ ଠାରେ ହୋଇଥିଲା । କପିଲ୍ ଦେବ ସେହି ଖେଳାଳି ମାନଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି ଯିଏକି ଭାରତୀୟ କ୍ରିକେଟ୍ କୁ ଏକ ଭିନ୍ନ ସ୍ତରରେ ନେଇ ପହଞ୍ଚାଇ ଥିଲେ ଏବଂ ୧୯୮୩ ମସିହାରେ ପ୍ରଥମଥର ପାଇଁ ବିଶ୍ୱକପ୍ ହାସଲ୍ କରି ସମସ୍ତ ଭାରତୀୟ ମାନଙ୍କ ସ୍ୱପ୍ନକୁ ପୂରଣ କରିଥିଲେ ।

ନିଜ ଖେଳ ଦ୍ୱାରା କପିଲ୍ ଦେବ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି, କିନ୍ତୁ ଏହା ବ୍ୟତୀତ ତାଙ୍କ ପ୍ରେମ ଜୀବନ ମଧ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ । ଯଦିଓ ୧୯୮୦ ମସିହାରେ କପିଲ୍ ତାଙ୍କର ଦୀର୍ଘ ସମୟର ବାନ୍ଧବୀ ରୋମୀ ଭାଟିୟାଙ୍କ ସହିତ ବିବାହ କରିଥିଲେ, କିନ୍ତୁ କପିଲଙ୍କ ଜୀବନର ଏହିପରି ଏକ ଅଜଣା କାହାଣୀ ରହିଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଏହି ଲେଖାରେ କପିଲ୍ ଦେବଙ୍କ ଜୀବନର ସେହି ଅଧ୍ୟାୟ ବିଷୟରେ କହିବାକୁ ଯାଉଛୁ ।

ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡି ଯାଇଥିଲେ କପିଲ୍ । କପିଲ୍ ଦେବ ଏହିପରି ଜଣେ ବ୍ୟକ୍ତି ଅଟନ୍ତି, ଯିଏ କ୍ରିକେଟକୁ ସମଗ୍ର ଦେଶର ପ୍ରିୟର ପାତ୍ର କରିପାରିଛନ୍ତି । କପିଲ୍ ଦେବଙ୍କ ବୃତ୍ତିଗତ ଜୀବନ ବହୁତ ଚମତ୍କାର ଥିଲା, କିନ୍ତୁ ଆପଣ ଜାଣିଥିବେ କି ବଲିଉଡ ଅଭିନେତ୍ରୀ ସାରିକାଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ।

ପ୍ରଥମ ଦେଖାରେ ଦୁହିଁଙ୍କୁ ପରସ୍ପର ପ୍ରତି ପ୍ରେମ ହୋଇଯାଇଥିଲା । ପ୍ରଥମ ସାକ୍ଷାତ ପରେ ଦୁହେଁ ପ୍ରଥମେ ବନ୍ଧୁତ୍ୱ ସ୍ଥାପନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଦୁହିଙ୍କ ହୃଦୟ ପରସ୍ପରଙ୍କ ପ୍ରତି ଆକର୍ଷିତ ହୋଇଥିଲା ।

ସେହି ଦିନ ମାନଙ୍କରେ କପିଲ୍ ଏବଂ ସାରିକାଙ୍କ ପ୍ରେମ କାହାଣୀ ଗଣମାଧ୍ୟମର ‘ହେଡ୍-ଲାଇନ୍’ରେ ରହୁଥିଲା । କୁହାଯାଏ କି ଦୁହେଁ ବିବାହ କରିବାକୁ ମଧ୍ୟ ଯୋଜନା କରିଥିଲେ । ଏଥି ନିମନ୍ତେ କପିଲ୍ ଦେବ ସାରିକାଙ୍କୁ ତାଙ୍କ ପିତାମାତାଙ୍କୁ ଭେଟିବା ପାଇଁ ନେଇଥିଲେ ।

ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା କିନ୍ତୁ ଦିନେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖା ଦେଇଥିଲା ଏବଂ ସେମାନଙ୍କ ପ୍ରେମ ବିଚ୍ଛେଦ ହୋଇଯାଇଥିଲା । ଏହାପରେ ଦୁହେଁ ପରସ୍ପରକୁ କେବେ ମଧ୍ୟ ସାକ୍ଷାତ କରିନାହାଁନ୍ତି କିମ୍ବା ଦୁହେଁ କେବେ ମଧ୍ୟ ଗଣମାଧ୍ୟମ ସାମ୍ନାରେ ବିଚ୍ଛେଦ ବିଷୟରେ କୌଣସି ସ୍ପଷ୍ଟୀକରଣ ଦେଇନାହାଁନ୍ତି । ଖବର ଅନୁଯାୟୀ, ସାରିକାଙ୍କ ସହ ସମ୍ପର୍କ ଥିବାବେଳେ କପିଲଙ୍କୁ ଅନ୍ୟ ଜଣେ ଝିଅ ସହିତ ପ୍ରେମ ହୋଇ ଯାଇଥିଲା । ଏହି ଝିଅ ପାଇଁ କପିଲ୍ ସାରିକାଙ୍କୁ ବିଶ୍ୱାସ ଘାତକତା କରିଥିଲେ…

କପିଲ୍ ଦେବ ଅନ୍ୟ କାହା ପାଇଁ ନୁହେଁ ବରଂ ରୋମୀ ଭାଟିୟାଙ୍କ ନିମନ୍ତେ ସାରିକାଙ୍କୁ ବିଶ୍ୱାସ ଘାତକତା କରିଥିଲେ । ରୋମୀ ଭାଟିୟା ବର୍ତ୍ତମାନ କପିଲ୍ ଦେବଙ୍କ ପତ୍ନୀ ଅଟନ୍ତି । କୁହାଯାଏ କି ରୋମୀଙ୍କ ସୌନ୍ଦର୍ଯ୍ୟତା ଦେଖି କପିଲ୍ ଦେବ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ ।

ରୋମୀଙ୍କୁ ସେ ଏତେ ଭଲ ପାଉଥିଲେ କି ସାରିକାଙ୍କୁ ଛାଡି ରୋମୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଗୋଟିଏ ପଟେ ଯେଉଁଠାରେ କପିଲ୍ ରୋମୀଙ୍କୁ ବିବାହ କରିଥିଲେ ଅପରପକ୍ଷରେ ସାରିକା ସାଉଥ୍ ସିନେ ୱାର୍ଲ୍ଡର୍ ପ୍ରସିଦ୍ଧ ଅଭିନେତା କମଲ୍ ହାସନଙ୍କ ସହିତ ସମ୍ପର୍କରେ ଆସି ଯାଇଥିଲେ ।

ଆପଣଙ୍କ ଜ୍ଞାତସାର ପାଇଁ କହିରଖୁଛୁ କି, କପିଲ୍ ଦେବଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର “୮୩” ବହୁତ ଶୀଘ୍ର ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ କପିଲ୍ ଦେବଙ୍କ ଭୂମିକାରେ ରଣବୀର୍ ସିଂ ଏବଂ ରୋମୀ ଭଟିୟାଙ୍କ ଚରିତ୍ରରେ ଦୀପିକା ପାଦୁକୋଣ ନଜର ଆସିବେ ।

‘କବୀର୍ ଖାନ୍’ଙ୍କ ଦ୍ୱାରା ନିର୍ଦ୍ଧେଶିତ ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇସାରିଛି, କିନ୍ତୁ କରୋନା ମହାମାରୀ ହେତୁ ମୁକ୍ତିଲାଭ ହୋଇପାରୁ ନାହିଁ । ପ୍ରଶଂସକମାନେ ବହୁତ ଉତକଣ୍ଠାର ସହିତ ଅପେକ୍ଷା କରିଛନ୍ତି, ବର୍ତ୍ତମାନ କେବଳ ଦେଖିବାକୁ ହେବ କି ଚଳଚ୍ଚିତ୍ର “୮୩” କେବେ ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *