କଙ୍ଗନା କହିଛନ୍ତି:- ମହେଶ ଭଟ୍ଟ, ଜାବେଦ ଅଖ୍ତର ଏବଂ କରନ୍ ଜୌହାରଙ୍କୁ ସୁଇସାଇଡ଼ ଗ୍ୟାଙ୍ଗ । କହିଲେ ମୋତେ ଆତ୍ମହତ୍ୟା କରିବାକୁ…..

କଙ୍ଗନା କହିଛନ୍ତି:- ମହେଶ ଭଟ୍ଟ, ଜାବେଦ ଅଖ୍ତର ଏବଂ କରନ୍ ଜୌହାରଙ୍କୁ ସୁଇସାଇଡ଼ ଗ୍ୟାଙ୍ଗ । କହିଲେ ମୋତେ ଆତ୍ମହତ୍ୟା କରିବାକୁ…..

ବଲିଉଡ଼ର କ୍ୱିନ କଙ୍ଗନା ରନୌତ ନିଜର ସ୍ପଷ୍ଟ ମତ ଏବଂ ବିନ୍ଦାସ୍ ଗୁଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ କଙ୍ଗନା ଅନେକ ବଡ଼ ବଡ଼ କଳାକାରଙ୍କୁ ନଜରରେ ରଖି ଅନେକ କଥାର ପର୍ଦାଫାସ କରିଛନ୍ତି ଏବଂ ଚର୍ଚ୍ଚାକୁ ଆସିଛନ୍ତି । କଙ୍ଗନା କେତେଜଣ ପ୍ରସିଦ୍ଧ ଲୋକଙ୍କୁ ଲକ୍ଷ କରି ସେମାନଙ୍କୁ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି । ଏକ ଚ୍ୟାନେଲରେ ଦେଇଥିବା ଇଣ୍ଟରଭ୍ୟୁରେ କଙ୍ଗନା ନିଜର ଏକ୍ସପେରିମେଣ୍ଟ ମଧ୍ୟ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ ଲୋକଙ୍କ ବିରୋଧରେ କହିବା କାରଣରୁ ତାଙ୍କୁ ଅନେକ କିଛି ସହ୍ୟ କରିବାକୁ ପଡିଛି ।

newstrend

ହ୍ରୀତିକଙ୍କ ସହିତ ବିବାଦର ଖୁବ୍ ଖରାପ ପ୍ରଭାବ ପଡ଼ିଥିଲା :-

କଙ୍ଗନା ଏକ ଚ୍ୟାନେଲରେ ଦେଇଥିବା ଇଣ୍ଟରଭ୍ୟୁରେ ଅନେକ କଥା ସମ୍ନାକୁ ଆଣିଛନ୍ତି । କଙ୍ଗନା କହିଛନ୍ତି ଯେ, ‘ ହ୍ରୀତିକଙ୍କ ସହିତ ବିବାଦ କାରଣରୁ ମୋତେ ୨ ମାସରେ ୧୮ଟି ବ୍ରେଣ୍ଡରୁ ହଟାଇ ଦିଆଯାଇଥିଲା । ମୋତେ ଡାହାଣୀ, ନିମ୍ଫୋମେନିଏକ , ମଣିଷ ଖାଉଥିବା ମହିଳା ବୋଲି କୁହାଯାଇଥିଲା । ମୋ ବିଷୟରେ ଏପରି କଥା କୁହାଯାଉଥିଲା ଯେ ମୋର ବିବାହ କରିବା ଏବଂ ପରିବାର ବନାଇବା ଭଳି ସୁଯୋଗ ମଧ୍ୟ ରହିନଥିଲା ।

newstrend

ପୁଣି କଙ୍ଗନା କହିଛନ୍ତି ଯେ, ‘ କରନ୍ ଜୌହାର ଲଣ୍ଡନ ସ୍କୁଲ ଅଫ ଇକୋନୋମୀକ୍ଷର ଇଭେଣ୍ଟରେ ଏହା ମଧ୍ୟ କହିଦେଇଥିଲେ ଯେ ମୋ ଭଳି ଝିଅକୁ ଇଣ୍ଡଷ୍ଟ୍ରି ଛାଡ଼ି ଦେବା ଉଚିତ । ମୁଁ ଆତ୍ମହତ୍ୟା ବିଷୟରେ ଭାବିନଥିଲି କିନ୍ତୁ ମୋ ମନରେ ସେତେବେଳେ ଏପରି ଭାବନା ଆସିବାରେ ଲାଗିଥିଲା ଯେ ମୁଁ ନିଜେ ଲଣ୍ଡା ହୋଇଯିବି ଏବଂ ଅଦୃଶ୍ୟ ହୋଇଯିବି । ‘ ଅଭିନେତ୍ରୀ କହିଛନ୍ତି ଯେ, ‘ ଏତେ ସବୁ ହେବା ପରେ ଯଦି ମୁଁ ଗାଁକୁ ଯାଏ ତେବେ ମୋର କଣ ଇଜ୍ଜତ ରହିଯିବ । ମୋ ସମ୍ପର୍କୀୟ ମାନେ ତାଙ୍କ ପିଲା ମାନଙ୍କୁ ମୋ ସହିତ ଦେଖା କରିବାକୁ ଅନୁମତି ମଧ୍ୟ ଦେଇ ନଥାନ୍ତେ କାରଣ ଗାଁରେ ଇଜ୍ଜତ ହିଁ ସବୁକିଛି ହୋଇଥାଏ ।

ଜାବେଦ ଅଖ୍ତରଙ୍କ ଉପରେ କଙ୍ଗନା ଲଗାଇଲେ ସଙ୍ଗୀନ ଆରୋପ :-

କଙ୍ଗନା କହିଛନ୍ତି ଯେ, ‘ ଏହି ଲୋକମାନେ ସୁଶାନ୍ତଙ୍କୁ ବଳାତ୍କାରୀ ସୁଦ୍ଧା ମଧ୍ୟ କହିବାକୁ ଚାହିଁଥିଲେ । ଏହାପରେ କରନ୍ ଜୌହାରଙ୍କ ଉପରେ ଲକ୍ଷ କରି କଙ୍ଗନା କହିଛନ୍ତି ଯେ, ‘ କରନ୍ ଜୌହାର ଠିକ୍ କରନ୍ତି ଯେ କେଉଁ ଫିଲ୍ମ ଚାଲିବ ଏବଂ କେଉଁ ଫିଲ୍ମ ନୁହେଁ । ମୋ ଫିଲ୍ମ ବିଷୟରେ ମଧ୍ୟ କଣ କରନ୍ ଜୌହାର କହିବେ ? ସେ ସମ୍ପୂର୍ଣ୍ଣ ଭାବରେ ଲଜ୍ୟାହୀନ ବ୍ୟକ୍ତି ଅଟନ୍ତି । ‘କଳଙ୍କ’ ଚଳଚିତ୍ରକୁ ଆୱାର୍ଡ ମିଳିଲା କିନ୍ତୁ ‘ଛିଛୋରେ’ ଚଳଚିତ୍ରକୁ ଆୱାର୍ଡ ମିଳିଲା ନାହିଁ । ‘

newstrend

ଏହାପରେ କଙ୍ଗନା ଏହି ଖୁଲାସା କରି କହିଛନ୍ତି ଯେ, ‘ ମହେଶ ଭଟ୍ଟଙ୍କୁ ପୋଲିସ୍ କାହିଁକି ପ୍ରଶ୍ନ କରିନାହିଁ । ମହେଶ ଭଟ୍ଟ ସୁଶାନ୍ତ ଏବଂ ରିୟାଙ୍କ ରିଲେସନସିପ୍ ମଧ୍ୟରେ କଣ କରୁଥିଲେ ? ମୁଁ ଜାଣିଛି ଯେ ତାଙ୍କୁ କିଛି ପ୍ରଶ୍ନ କରାଯିବ ନାହିଁ କାରଣ ସେ ଜାବେଦ ଅଖ୍ତରଙ୍କ ସାଙ୍ଗ । ମୁଁ ଏହି ଗ୍ୟାଙ୍ଗକୁ ସୁଇସାଇଡ଼ ଗ୍ୟାଙ୍ଗ କହୁଛି । ‘ କଙ୍ଗନା କହିଛନ୍ତି ଯେ ଥରେ ଜାବେଦ ଅଖ୍ତର ମୋତେ ଘରକୁ ଡକେଇ ଥିଲେ ଏବଂ କହିଥିଲେ ଯେ ‘ ଯଦି ତୁମେ ହ୍ରୀତିକଙ୍କୁ କ୍ଷମା ନମାଗ ତେବେ ତୁମକୁ ଆତ୍ମହତ୍ୟା କରିବାକୁ ପଡ଼ିବ । ସେମାନେ ତୁମକୁ ଜେଲରେ ଦେବେ । ‘

ଇଣ୍ଡଷ୍ଟ୍ରିକୁ ନେଇ ପର୍ଦାଫାସ କରିଲେ ଏକ ରହସ୍ୟ :-

କଙ୍ଗନା କହିଛନ୍ତି ଯେ , ‘ ମୁଁ ଏପରି କିଛି ମଧ୍ୟ କରିନଥିଲି ଯେଉଁ କାରଣରୁ ମୁଁ ଆତ୍ମହତ୍ୟା କରିବି କିମ୍ବା ଡରିଯିବି । ‘ କଙ୍ଗନା କହିଛନ୍ତି ଯେ, ‘ ଏହି ସୁଇସାଇଡ଼ ଗ୍ୟାଙ୍ଗ ସବୁ ପ୍ରକାରର କୂଟନୀତି ଜାଣିଛନ୍ତି ଯେ କିପରି କେସରୁ ବଂଚି ହେବ । ଯେତେବେଳେ କଙ୍ଗନାଙ୍କୁ କୁହାଯାଇଥିଲା ଯେ ଯଦି ଜାବେଦ ଅଖ୍ତର ଏହି କଥାକୁ ମାନିବାକୁ ଅସ୍ବୀକାର କରନ୍ତି ତେବେ ? ଏହି ପ୍ରଶ୍ନରେ କଙ୍ଗନା କହିଥିଲେ ଯେ ଆମର ଜଣେ କୋମନ୍ ଡକ୍ଟର ଅଛନ୍ତି ଯିଏ ମୋତେ ତାଙ୍କ ଘରକୁ ନେଇଯାଇଥିଲେ । ଯଦି ମୁଁ ତାଙ୍କୁ କହିବି ତେବେ ସେ ସବୁ କଥା କହିବେ, କିନ୍ତୁ ମୁଁ ତାଙ୍କ ଉପରେ କୌଣସି ପ୍ରକାରର ଚାପ ଦେବାକୁ ଚାହୁଁନାହିଁ । ‘

newstrend

କଙ୍ଗନା କହିଛନ୍ତି ଯେ, ‘ ମୁଁ ଏହା କହୁନାହିଁ ଯେ ଆଦିତ୍ୟ ଚୋପଡ଼ା କିମ୍ବା କରନ୍ ଜୌହର ସୁଶାନ୍ତ ସିଂହ ରାଜପୁତଙ୍କୁ ମାରିବାକୁ ଚାହୁଁଥିଲେ । ସେମାନେ ତାଙ୍କ ଇମେଜକୁ ଖରାପ କରିବାକୁ ଚାହୁଁଥିଲେ ଯାହାଦ୍ଵାରା ସେ ସମ୍ପୂର୍ଣ୍ଣ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରି ହିଁ ଛାଡ଼ିଦେବେ । ‘ ଏହାବ୍ୟତୀତ କଙ୍ଗନା ମହେଶ ଭଟ୍ଟ, ଜାବେଦ ଅଖ୍ତର ଏବଂ କରନ୍ ଜୌହାରଙ୍କ ଉପରେ ଅନେକ ଆରୋପ ଲଗାଇଛନ୍ତି । କଙ୍ଗନା ଏହି ବିଷୟରେ ସବୁବେଳେ ସିଧାସଳଖ କଥା କହିଥାନ୍ତି କିନ୍ତୁ ଏହି ସେଲିବ୍ରିଟିଙ୍କ ତରଫରୁ କେବେ ମଧ୍ୟ କୌଣସି ପ୍ରତିକ୍ରିୟା ଆସିନାହିଁ । ବର୍ତ୍ତମାନ ଦେଖିବାର ଅଛି ଯେ ଏହି ବଡ଼ ଲୋକମାନେ ବଲିଉଡ଼ର କ୍ୱିନ କଙ୍ଗନା ରନୌତଙ୍କ ଆରୋପର କଣ ଉତ୍ତର ଦେଉଛନ୍ତି ।

Leave a Reply

Your email address will not be published. Required fields are marked *