କଙ୍ଗନାଙ୍କ ଟ୍ଵିଟ ହଲ୍ ଚଲ୍ ସୃଷ୍ଟି କରିଛି, ଲେଖିଛନ୍ତି – ଘରେ ଫାସୀରେ ଝୁଲୁଥିବାର ମିଳିଲେ ଭାବିବେ ନାହିଁ ଯେ ତାହା ଆତ୍ମହତ୍ୟା ବୋଲି…

କଙ୍ଗନାଙ୍କ ଟ୍ଵିଟ ହଲ୍ ଚଲ୍ ସୃଷ୍ଟି କରିଛି, ଲେଖିଛନ୍ତି – ଘରେ ଫାସୀରେ ଝୁଲୁଥିବାର ମିଳିଲେ ଭାବିବେ ନାହିଁ ଯେ ତାହା ଆତ୍ମହତ୍ୟା ବୋଲି…

ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନୌତ ନିଜର ଫିଲ୍ମ ପାଇଁ ନୁହେଁ ବରଂ ନିଜର ବିନ୍ଦାସ୍ ମନୋଭାବ ପାଇଁ ମଧ୍ୟ ଖୁବ୍ ପ୍ରସିଦ୍ଧ ଅଟନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ କଂଗନା ଖୁଲାସା କରିବାରେ ଏବଂ ନିଜର କଥା ରଖିବାରେ ସବୁଠାରୁ ଆଗୁଆ ଅଛନ୍ତି । ବର୍ତ୍ତମାନ ସେ ଏକ ଚ୍ୟାନେଲରେ ଧମାକା ପୂର୍ଣ୍ଣ ଇଣ୍ଟରଭ୍ୟୁ ଦେଇଥିଲେ ଯେଉଁଥିରେ ସେ ଖୋଲାଖୋଲି ଭାବରେ ବଲିଉଡ଼ର ମହାରଥୀଙ୍କ ଉପରେ ଅନେକ ପ୍ରକାରର ଅଭିଯୋଗ ଲଗାଇଥିଲେ । କଂଗନା କହିଥିଲେ ଯେ କରନ୍ ଜୌହାର ଏବଂ ଆଦିତ୍ୟ ଚୋପଡ଼ା ସୁଶାନ୍ତଙ୍କ କ୍ୟାରିଅର ଶେଷ କରିବାକୁ ଚାହୁଁଥିଲେ । ତା’ସହିତ ଏହା ମଧ୍ୟ କହିଥିଲେ ଯେ ବଲିଉଡ଼ରେ ଲୋକମାନେ କେଉଁ ଭଳି ଭାବରେ କାମ କରନ୍ତି । ବର୍ତ୍ତମାନ କଂଗନା ଏକ ଆଶ୍ଚର୍ଯ୍ୟଜନକ ଟ୍ଵିଟ୍ କରିଛନ୍ତି ଯାହାକୁ ପଢ଼ି ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।

newstrend

କଂଗନାଙ୍କ ଟୀମ୍ କରିଛି ଟ୍ଵିଟ୍ :-

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅନେକ ଦିନ ହେବ ଆଶ୍ଚର୍ଯ୍ୟ ଜନକ ରହସ୍ୟର ପର୍ଦାଫାସ ହେଉଛି । ଏହି ମାମଲାରେ ଚାଲୁଥିବା ଯାଞ୍ଚରେ ଏହି କଥାର ମଧ୍ୟ ଖୁଲାସା ହୋଇଛି ଯେ ସୁଶାନ୍ତଙ୍କ ଆତ୍ମହତ୍ୟାର ଗୋଟିଏ ଦିନ ପୂର୍ବରୁ ପାର୍ଟି ରଖାଯାଇଥିଲା ଯେଉଁଥିରେ ଜଣେ ରାଜନେତାଙ୍କ ପୁଅ ମଧ୍ୟ ସାମିଲ ହୋଇଥିଲା । ଯେଉଁଠି ନ୍ୟୁଜ୍ ଚ୍ୟାନେଲ ମାନେ ଏହି ଖାସ୍ ବ୍ୟକ୍ତିଙ୍କର ନାମ ନେବାକୁ ମନା କରି ଦେଇଥିଲେ ଏବଂ ପରେ କଂଗନା ପୁଣିଥରେ ସେହି ବ୍ୟକ୍ତିଙ୍କ ନାମ ନେଇଥିଲେ । କଂଗନା କହିଛନ୍ତି ଯେ , ‘ ହୋଇପାରେ ସମସ୍ତଙ୍କୁ ନାମ ଜଣାଥିବ, କିନ୍ତୁ କାହାରି ମଧ୍ୟରେ ଏହି ବିଷୟରେ କହିବାକୁ ସାହସ ନଥିବ ।

ଏହି ମାମଲାରେ କଂଗନା ରାନୌତଙ୍କ ଟିମ୍ ଏକ ଟ୍ଵିଟ୍ ମଧ୍ୟ କରିଛନ୍ତି । ଟ୍ଵିଟରେ ଏହା ଲେଖା ଯାଇଛି ଯେ , ‘ ସମସ୍ତଙ୍କୁ ତାଙ୍କ ନାମ ଜଣା ଅଛି କିନ୍ତୁ କେହି ମଧ୍ୟ ତାଙ୍କ ନାମ ନେଇପାରିବେ ନାହିଁ । କରନ୍ ଜୌହାରଙ୍କର ସବୁଠାରୁ ଭଲ ସାଙ୍ଗ ଏବଂ ଦୁନିଆର ସବୁଠାରୁ ଭଲ ସୀଏମଙ୍କର ସବୁଠାରୁ ଭଲ ପୁଅ, ଯାହାଙ୍କୁ ସ୍ନେହରେ ବେବୀ ପୋଂଗ୍ବିନ କୁହାଯାଏ । କଂଗନା କହୁଛନ୍ତି ଯେ ଯଦି ମୁଁ ନିଜ ଘରେ ଫାସୀ ଦଉଡ଼ି ଲଗାଇ ଝୁଲିଥିବାର ମିଳୁଛି, ତେବେ କୃପା କରି ଏହା ଜାଣନ୍ତୁ ଯେ ମୁଁ ଆତ୍ମହତ୍ୟା କରିନାହିଁ ‘ ।

ବିହାରରେ ରିୟାଙ୍କ ଉପରେ ଦାଖଲ ହେଲା ମକଦ୍ଦମା :-

newstrend

କଂଗନାଙ୍କର ଏହି ଟ୍ଵିଟ୍ ଖୁବ୍ ଧମାକା ସୃଷ୍ଟି କରିଛି । କଂଗନା ପ୍ରଥମରୁ ହିଁ ବଲିଉଡ଼ରେ ବଂଶଗତ ପରମ୍ପରା ଏବଂ ବାହାରଲୋକ ବିଷୟରେ ପ୍ରଥମରୁ ହିଁ କହି ଆସିଛନ୍ତି । ଯେତେବେଳେ ସୁଶାନ୍ତଙ୍କ ନିଧନର ଖବର ସମ୍ନାକୁ ଆସିଲା ସେତେବେଳେ କଂଗନା ବିଶିଷ୍ଠ ବ୍ୟକ୍ତିଙ୍କ ନାମ ନେବା ଆରମ୍ଭ କରି ଦେଇଥିଲେ । ଏକ ଇଣ୍ଟରଭ୍ୟୁରେ କଂଗନା ଖୋଲା ଖୋଲି ଭାବରେ କରନ୍ ଜୌହାର, ମହେଶ ଭଟ୍ଟ, ଆଦିତ୍ୟ ଚୋପଡ଼ା ଏବଂ ଜାଭେଦ ଅଖ୍ତରଙ୍କ ଉପରେ ଲକ୍ଷ ରଖି ସେମାନଙ୍କୁ ସୁଇସାଇଡ଼ ଗ୍ୟାଙ୍ଗ ବୋଲି କହିଥିଲେ । ବର୍ତ୍ତମାନ କଂଗନାଙ୍କୁ ଅନେକ ଫ୍ୟାନ୍ ମାନଙ୍କ ସପୋର୍ଟ ମଧ୍ୟ ମିଳିଛି ଏବଂ ଏଥିରେ ବଲିଉଡ଼ର ଅନେକ ଷ୍ଟାର ଏହାକୁ ଠିକ୍ ବୋଲି କହିଛନ୍ତି ।

newstrend

ଅନ୍ୟ ପକ୍ଷରେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ମଧ୍ୟ ବର୍ତ୍ତମାନ ଲକ୍ଷ ରଖାଯାଇଛି । ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ଯାଞ୍ଚ ମଧ୍ୟରେ ସୁଶାନ୍ତଙ୍କ ବାପା କେକେ ସିଂହ ପାଟଣାର ରାଜୀବ ନଗର ପୋଲିସ୍ ଷ୍ଟେସନରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମକଦ୍ଦମା ଦାଖଲ କରିବାକୁ କହିଛନ୍ତି । କେକେ ସିଂହ ଆଇପୀସୀ ଧାରା ୩୦୬, ୩୪୧, ୩୪୨, ୩୮୦, ୪୦୬ ଏବଂ ୪୨୦ ଅନୁଯାୟୀ FIR ଦାଖଲ କରିଛନ୍ତି । ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ସମେତ ୬ ଜଣ ଲୋକଙ୍କ ବିରୋଧରେ ଜୁଲାଇ ୨୫ରେ FIR ଦେଇଥିଲେ ।

ବର୍ତ୍ତମାନ କିଛି ସମୟ ପୂର୍ବ ପର୍ଯ୍ୟନ୍ତ ସୁଶାନ୍ତଙ୍କର ଏହି ମାମଲା କେବଳ ଏକ ଆତ୍ମହତ୍ୟା ବୋଲି ଲାଗୁଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ନେଇ ହେଉଥିବା ଖୁଲାସା ଅନ୍ୟ ଦିଗର ଇଶାରା କରୁଛି । ରିୟା ଚକ୍ରବର୍ତ୍ତୀଙ୍କ ବ୍ୟତୀତ ବଲିଉଡ଼ର ଅନେକ ବିଶିଷ୍ଠ ଲୋକଙ୍କ ସହିତ ରାଜନୀତି ସହିତ ଜଡ଼ିତ ଅନେକ ବଡ଼ ବଡ଼ ଲୋକଙ୍କ ନାମ ମଧ୍ୟ ସମ୍ନାକୁ ଆସୁଛି । ଏହିପରି ଏହି ମାମଲା ଆହୁରି ଅଧିକ ରହସ୍ୟ ହେବାରେ ଲାଗିଛି । ବାର୍ତ୍ତାମାନ ଏହା ଦେଖିବାର ଅଛି ଯେ ମୁମ୍ବାଇ ପୋଲିସ୍ ଏବଂ ପାଟଣା ପୋଲିସ୍ କେବେ ସୁଦ୍ଧା ଏହି ମାମଲାକୁ ସମାଧାନ କରିପାରୁଛି ଏବଂ ଏହାର କଣ ଫଳାଫଳ ସମ୍ନାକୁ ଆସୁଛି ।

Leave a Reply

Your email address will not be published. Required fields are marked *