ଚତୁର୍ଥଥର ପାଇଁ ଜାତୀୟ ପୁରସ୍କାର ଲାଭ କଲେ କଙ୍ଗନା ! ବର୍ତ୍ତମାନ ପର୍ଯ୍ୟନ୍ତ ଏହିସବୁ ଚଳଚ୍ଚିତ୍ର ପାଇଁ ମିଳିଛି ସମ୍ମାନ…

ଚତୁର୍ଥଥର ପାଇଁ ଜାତୀୟ ପୁରସ୍କାର ଲାଭ କଲେ କଙ୍ଗନା ! ବର୍ତ୍ତମାନ ପର୍ଯ୍ୟନ୍ତ ଏହିସବୁ ଚଳଚ୍ଚିତ୍ର ପାଇଁ ମିଳିଛି ସମ୍ମାନ…

ଅଭିନେତ୍ରୀ କଙ୍ଗନା ରନୌତଙ୍କ ଆଜି ହେଉଛି ଜନ୍ମଦିନ । ଆଜି ସେ ଖୁବ୍ ଧୁମଧାମରେ ଓ ଖୁସିରେ ନିଜ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନର ଠିକ୍ ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏକ ସୁନ୍ଦର ଉପହାର ମିଳିଛି । କଙ୍ଗନାଙ୍କୁ ଚତୁର୍ଥଥର ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜନ କରାଯାଇଥିଲା ।

ଏହା ୬୭ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଏଥର ମଧ୍ୟ ଗୋଟିଏ ବର୍ଷ ପଛକୁ ଚାଲୁଅଛି । ଏହି ପୁରସ୍କାରର ଘୋଷଣା ୨୦୨୦ରେ ହେବାକୁ ଥିଲା, କିନ୍ତୁ କରୋନା ଯୋଗୁଁ ଏହାକୁ ଚଳିତ ବର୍ଷ ଅର୍ଗାନାଇଜ୍ କରାଯାଇଥିଲା । ଏଥିପାଇଁ ଏଥର ୨୦୧୯ରେ ନିର୍ମିତ ଚଳଚ୍ଚିତ୍ର ପାଇଁ ପୁରସ୍କାର ପ୍ରଦାନ କରାଗଲା ।

ଏହି ପୁରସ୍କାର ବିତରଣ ସମାରୋହରେ ସ୍ଵର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଚଳଚ୍ଚିତ୍ର ‘ଛିଛୋରେ’କୁ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଗଲା । ଏହାବ୍ୟତୀତ ବଲିଉଡ଼ର ବିବାଦ କୁଇନ୍ ଅଭିନେତ୍ରୀ କଙ୍ଗନା ରନୌତଙ୍କୁ ‘ମଣି କର୍ଣ୍ଣିକା’ ଓ ‘ପଙ୍ଗା’ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଲାଭ ହେଲା । ଆପଣଙ୍କୁ ସୁଚାଇଦେଉଛୁ ଯେ କଙ୍ଗନା ରନୌତଙ୍କ ଏହା ୪ର୍ଥ ପୁରସ୍କାର ଅଟେ । ବୋଧହୁଏ କଙ୍ଗନାଙ୍କ ପାଇଁ ଜନ୍ମଦିନର ଏଠାରୁ ଭଲ ଉପହାର ମିଳିନଥାନ୍ତା ।

ଏହି ଉପହାରରୁ ଅଭିନେତ୍ରୀ ନିଜ ଖୁସି ଜାହିର୍ କରିଛନ୍ତି । ଅଭିନେତ୍ରୀ ନିଜ ଖୁସିକୁ ଏକ ଭିଡ଼ିଓ ତିଆରି କରି ସେୟାର୍ କରିଛନ୍ତି । ସେ ଏହି ଭିଡ଼ିଓରେ ସେହି ଲୋକମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି, ଯାହାକୁ ସେ ଏହି ସଫଳତାର ଶ୍ରେୟ ଦେବାକୁ ଚାହଁନ୍ତି । ସେ ଚଳଚ୍ଚିତ୍ର ପାଇଁ କାମ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଆପଣଙ୍କୁ ଜଣାଇଦେଇଛୁ ଯେ ଏହା ପୂର୍ବରୁ କଙ୍ଗନା ରନୌତ ସର୍ବଶ୍ରେଷ୍ଠ ଅଭିନେତ୍ରୀ କେଟେଗରୀରେ ତିନିଥର ଜାତୀୟ ପୁରସ୍କାର ଲାଭ କରିଛନ୍ତି । କଙ୍ଗନା ସର୍ବପ୍ରଥମେ ୨୦୦୮ରେ ଆସିଥିବା ଚଳଚ୍ଚିତ୍ର ‘ଫ୍ୟାଶନ୍’ ପାଇଁ ସର୍ବଶ୍ରେଷ୍ଠ ସହ କଳାକାର ଭାବେ ପୁରସ୍କାର ନିଜ ନାମରେ କରିଥିଲେ । ତାପରେ ସେ ୨୦୧୪ରେ ଆସିଥିବା ଚଳଚ୍ଚିତ୍ର ‘କୁଇନ୍’ରେ ଦମଦାର୍ ଅଭିନୟ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ଦ୍ୱିତୀୟଥର ପାଇଁ ଲାଭ କରିଥିଲେ । ଏହାର ଠିକ୍ ଏକ ବର୍ଷ ପରେ ସେ ୨୦୧୫ରେ ‘ତନୁ ୱେଡ୍ସ ମନୁ’ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଲାଭ କରିଥିଲେ । ଏହାପରେ ବର୍ତ୍ତମାନ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା ଦ କୁଇନ୍ ଅଫ୍ ଝାସି’ ଓ ଚଳଚ୍ଚିତ୍ର ‘ପଙ୍ଗା’ ପାଇଁ ଜାତୀୟ ପୁରସ୍କାର ମିଳିଛି ।

ଜଣାଇଦେଉଛୁ ଯେ ୨୦୦୬ରେ ଚଳଚ୍ଚିତ୍ର ଗ୍ୟାଙ୍ଗଷ୍ଟରରୁ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ । ଏହାପରେ ତାଙ୍କୁ ଚଳଚ୍ଚିତ୍ର ଫ୍ୟାଶନ୍ ପାଇଁ ଜାତୀୟ ପୁରସ୍କାର ୨୦୦୮ ମସିହାରେ ମିଳିଥିଲା । ମାତ୍ର ଦୁଇବର୍ଷ ମଧ୍ୟରେ ସେ ନିଜ ପ୍ରତିଭା ଦର୍ଶାଇ ଦେଇଥିଲେ । ସେହି ସମୟରେ ସେ ମାତ୍ର ୨୨ ବର୍ଷର ଥିଲେ । କଙ୍ଗନା ସେହି ସମୟରେ ସବୁଠାରୁ ଯୁବ ଅଭିନେତ୍ରୀ ଥିଲେ ଯିଏକି ଏତେ ଅଳ୍ପ ବୟସରେ ପୁରସ୍କାର ଲାଭ କରିଥିଲେ ।

ଏମାନଙ୍କୁ ମିଳିଲା ପୁରସ୍କାର

ବେଷ୍ଟ ନେରେଶନ୍ ୱାଇଲଟ୍ କର୍ଣ୍ଣାଟକା, ବେଷ୍ଟ ମ୍ୟୁଜିକ ଡ଼ାଇରେକ୍ଟର-ବିଷାଖ ଜ୍ୟୋତି, ସବିତା ସିଂହଙ୍କୁ ଚଳଚ୍ଚିତ୍ର ସୌସି ପାଇଁ ବେଷ୍ଟ ସିନେମେଟୋଗ୍ରାଫର୍, ନକ୍ ନକ୍ ନକ୍ ପାଇଁ ବେଷ୍ଟ ଡ଼ାଇରେକ୍ଟର୍ ସୁଧାଂଶୁ ସାରିୟା, ବେଷ୍ଟ ଅମିନେଶନାଲ୍ ଫିଲ୍ମ-ରାଧା, ବେଷ୍ଟ ନନ୍ ଫିଚର୍ ଫିଲ୍ମ- ଏନ୍ ଇଜିନିୟର୍ଡ ଡ୍ରିମ୍, ହେମନ୍ତ ଗାବା ଦ୍ୱାରା ପ୍ରଯୋଜିତ ହୋଇଥିଲା ।

ଫିଚର୍ ଫିଲ୍ମ ପାଇଁ ପୁରସ୍କାରର ଘୋଷଣା

ସ୍ପେଶାଲ୍ ମେନଶନ୍- ବିରିୟାନି (ମାଲାୟଲମ), ଜୋନାକୀ ପୋରବା (ଅସମୀୟା), ଲତା ଭଗବାନକରେ (ମରାଠୀ), ପିକାସୋ (ମରାଠୀ), ସର୍ବଶ୍ରେଷ୍ଠ ହରିୟାଣବୀ ଚଳଚ୍ଚିତ୍ର – ଛୋରିୟା ଛୋରୋ ସେ କମ୍ ନହିଁ, ସର୍ବଶ୍ରେଷ୍ଠ ଛତିଶଗଡି ଫିଲ୍ମ- ଭୁଲନ୍ ଦି ମେଜ୍, ସର୍ବଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର- ଜର୍ସି, ସର୍ବଶ୍ରେଷ୍ଠ ତାମିଲ୍ ଚଳଚ୍ଚିତ୍ର-ଅସୁରାନ୍, ସର୍ବଶ୍ରେଷ୍ଠ ପଞ୍ଜାବୀ ଚଳଚ୍ଚିତ୍ର- ରବ୍ ଦା ରେଡ଼ିଓ ୨, ସର୍ବଶ୍ରେଷ୍ଠ ମାଲିୟାଲୀ ଚଳଚ୍ଚିତ୍ର- କଳା ନୋତ୍ତମ୍, ସର୍ବଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର- ବାରଡୋ, ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର-ଛିଛୋରେ ।

ସର୍ବଶ୍ରେଷ୍ଠ ଫିମେଲ୍ ପ୍ଲେବେକ୍- ସାବନୀ ରବୀନ୍ଦ୍ରଙ୍କୁ ଚଳଚ୍ଚିତ୍ର ବାରଦୋର୍ ଗୀତ ରାନ୍ ବେଟଲ୍, ସର୍ବଶ୍ରେଷ୍ଠ ମେଲ୍ ପ୍ଲେବେକ୍- ପି ପ୍ରାକକୁ ଚଳଚ୍ଚିତ୍ର କେଶରୀର ଗୀତ ତେରୀ ମିଟ୍ଟୀ, ସର୍ବଶ୍ରେଷ୍ଠ ଅଭିନେତ୍ରୀ- କଙ୍ଗନା ରନୌତଙ୍କୁ ଚଳଚ୍ଚିତ୍ର ପଙ୍ଗା ଓ ମଣିକର୍ଣ୍ଣିକା ପାଇଁ, ସର୍ବଶ୍ରେଷ୍ଠ ଅଭିନେତ୍ରୀ- ମନୋଜ୍ ବାଜପେୟୀଙ୍କୁ ଚଳଚ୍ଚିତ୍ର ଭୋସଲେ ପାଇଁ, ଚଳଚ୍ଚିତ୍ର ଅସୁରାନ୍ ପାଇଁ ଅଭିନେତା ଧନୁଷ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ- ସଞ୍ଜୟ ପୁରେ ସିଂହ ଚୌହାନଙ୍କୁ ଭଟ୍ଟର୍ ହୁରେନ୍ ।

Leave a Reply

Your email address will not be published. Required fields are marked *