କଙ୍ଗନାଙ୍କ ବିବୃତ୍ତି : ସେ କୃଷକ ନୁହଁନ୍ତି, ସେ ଜଣେ ଆତଙ୍କବାଦୀ ଅଟନ୍ତି ଯିଏ ଭାରତକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି…

କଙ୍ଗନାଙ୍କ ବିବୃତ୍ତି : ସେ କୃଷକ ନୁହଁନ୍ତି, ସେ ଜଣେ ଆତଙ୍କବାଦୀ ଅଟନ୍ତି ଯିଏ ଭାରତକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି…

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ନୂତନ କୃଷି ଆଇନର ବିରୋଧରେ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର କୃଷକମାନେ ଦିଲ୍ଲୀ ସୀମାନ୍ତରେ ୨ ମାସରୁ ଅଧିକ ସମୟ ଧରି ଧାରଣାରେ ବସି ଆସିଛନ୍ତି । ତଥାପି ସେମାନଙ୍କ ଏହି ଆନ୍ଦୋଳନ ଶେଷ ହୋଇନାହିଁ । କୃଷକମାନେ ୨୬ ଜାନୁଆରୀରେ ମଧ୍ୟ ଦେଶକୁ ସାରା ବିଶ୍ୱ ସମ୍ମୁଖରେ ଲଜ୍ଜିତ କରିଥିଲେ । ଲାଲକିଲ୍ଲାରେ ଚଢ଼ି ତାହାର ପ୍ରାଚୀର ଉପରେ ନା କେବଳ ଧାର୍ମିକ ପତାକା ଉତ୍ତୋଳନ କରିଥିଲେ ବରଂ ପୋଲିସମାନଙ୍କ ସହ ମଧ୍ୟ ମାଡ଼ପିଟ କରିଥିଲେ । ବର୍ତ୍ତମାନ କୃଷକଙ୍କ ଏହି ମାମଲା ସମଗ୍ର ବିଶ୍ଵରେ ଚର୍ଚ୍ଚାର ବିଷୟ ପଲଟିଯାଇଛି ।

ଭାରତର କୃଷକ ଆନ୍ଦୋଳନକୁ ଭିତ୍ତି କରି ଅନ୍ତଃରାଷ୍ଟ୍ରୀୟ ସ୍ତରର ଯେତେକ ପପ୍ ଷ୍ଟାର୍ ରିହାନା ମଧ୍ୟ ସ୍ୱର ଉତ୍ତୋଳନ କରିଛନ୍ତି । ବାରବାଡୋସର ଅନ୍ତଃରାଷ୍ଟ୍ରୀୟ ପପ୍ ଷ୍ଟାର୍ ରିହାନା କୃଷକ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ୍ କରିଛନ୍ତି । ରିହାନା ଟ୍ୱିଟ୍ କରି କହିଛନ୍ତି ଯେ ଆମେ ଏହା ବିଷୟରେ କାହିଁକି ଆଲୋଚନା କରୁନାହୁଁ ? ପପ୍ ଷ୍ଟାର୍ ରିହାନା ଏଥିସହ ଫର୍ମର ପ୍ରୋଟେଷ୍ଟ ହେସ୍ ଟେକ୍ ମଧ୍ୟ ଉପଯୋଗ କରି ଟ୍ୱିଟ୍ କରିଛନ୍ତି । ରିହାନା ଯେତେବେଳେ ଏହି ଟ୍ୱିଟ୍ କଲେ ତାହାର ପରବର୍ତ୍ତୀ ସମୟରେ ସୋସିଆଲ ମିଡ଼ିଆରେ କୃଷକ ଆନ୍ଦୋଳନ ଖୁବ୍ ଚର୍ଚ୍ଚିତ ହେବାକୁ ଲାଗିଲା । ଏହି ସମୟରେ ଏହି ଆଲୋଚନା ପର୍ଯ୍ୟାଲୋଚନା ସମୟରେ ଭାରତୀୟ ଅଭିନେତ୍ରୀ କଙ୍ଗନା ରନୌୱତ ମଧ୍ୟ ଡେଇଁ ପଡ଼ିଲେ । କଙ୍ଗନାଙ୍କ ପ୍ରତିଉତ୍ତରରୁ ସମସ୍ତେ ଚୁପ ହୋଇଗଲେ ।

ରିହାନାଙ୍କ ଟ୍ୱିଟକୁ ଟେଗ୍ କରି କଙ୍ଗନା କହିଲେ ଯେ, କେହି ମଧ୍ୟ ଏହା ବିଷୟରେ କଥାବାର୍ତ୍ତା କରେ ନାହିଁ । କାରଣ ସେମାନେ କୃଷକ ନୁହଁନ୍ତି ବରଂ ସେମାନେ ଆତଙ୍କବାଦୀ ଅଟନ୍ତି ଏବଂ ସେମାନେ ଭାରତକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି, କାରଣ ଚୀନ ଆମର ଦୁର୍ବଳ ରାଷ୍ଟ୍ର ଉପରେ ଆକ୍ରମଣ କରିପାରିବ ଏବଂ ଚୀନ ଭାରତକୁ ନିଜର ଏକ ଉପନିବେଶରେ ପରିଣତ କରିପାରିବ…, ତେଣୁ ନୀରବତା ରକ୍ଷା କରନ୍ତୁ, ଚୁପଚାପ ଶାନ୍ତି ବଜାୟ ରଖନ୍ତୁ । ଆମେ ତୁମମାନଙ୍କ ଭଳି ମୂର୍ଖ ନାହୁଁ ଯେ, ନିଜ ଦେଶକୁ ବିକ୍ରି କରିଦେବୁ….!

ଆପଣଙ୍କୁ ସୁଚାଇଦେଉଛୁ ଯେ ପପ୍ ଷ୍ଟାର୍ ରିହାନା (୩୨) ବିଶ୍ୱ ସ୍ତରୀୟ ପ୍ରଥମ ଷ୍ଟାର ଅଟନ୍ତି ଯିଏ କୃଷକ ଆନ୍ଦୋଳନର ସମର୍ଥନରେ ଟ୍ୱିଟ କରିଛନ୍ତି । ସେ ଏକ ଲେଖା ସହିତ ଟ୍ୱିଟ କରି ଲେଖିଛନ୍ତି ଯେ, ‘ଆମେ ଏହା ବିଷୟରେ କାହିଁକି କଥା ହୋଇ ପାରିବା ନାହିଁ ? ହେସ ଟେଗ କୃଷକ ଆନ୍ଦୋଳନ । ସୂଚନା ଥାଉକି ରିହାନାଙ୍କୁ ଟ୍ୱିଟରେ ଦଶ କୋଟି ଲୋକ ଫୋଲୋ କରନ୍ତି ଏବଂ ତାଙ୍କ ଟ୍ୱିଟକୁ ଏକ ଘଣ୍ଟା ଭିତରେ ହଜାର ହଜାର ଲୋକ ରୀଟ୍ୱିଟ କରିଦେଲେ ।

କେବଳ ଏତିକି ନୁହେଁ ରିହାନାଙ୍କୁ ଭାରତର ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝାଙ୍କୁ ଟେଗ୍ କରି ଉତ୍ତର ଦେଇଛନ୍ତି ଯେ…, “ଆମର ଦେଶ, ଆମ କୃଷକମାନଙ୍କ ନେଇ ଗର୍ବିତ ଏବଂ ସେମାନେ କେତେ ମହତ୍ତ୍ୱପୂର୍ଣ୍ଣ…, ଆମ୍ଭେମାନେ ଏହି ବିଶ୍ୱାସରେ ଅଛୁ, ଏହିର ସମସ୍ୟାର ନିବାରଣ ଯଥାଶୀଘ୍ର ବାହାରିଯିବ । ଆମକୁ ନିଜ ଆନ୍ତରିକ ମାମଲାରେ ଅନ୍ୟ କୌଣସି ବାହାର ବ୍ୟକ୍ତିର ହସ୍ତକ୍ଷେପ କରିବା ଆବଶ୍ୟକ ନାହିଁ !” ଜଣାଇଦେଉଛୁ ଯେ ପ୍ରଜ୍ଞାନ ଓଝା ଭାରତ ପକ୍ଷରୁ ଅନେକଗୁଡ଼ିଏ ମ୍ୟାଚ୍ ଖେଳିଛନ୍ତି । ସେ ୨୦୨୦ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ।

Leave a Reply

Your email address will not be published. Required fields are marked *