‘କଙ୍ଗନା ରନୌତ’ ଜନସଂଖ୍ୟା ବୃଦ୍ଧି ଉପରେ କଲେ ଟ୍ୱିଟ୍ ! କହିଲେ- ‘ତୃତୀୟ ଛୁଆ ହେଲେ ମାତାପିତାଙ୍କୁ ହେଊ ଜେଲ୍’…

‘କଙ୍ଗନା ରନୌତ’ ଜନସଂଖ୍ୟା ବୃଦ୍ଧି ଉପରେ କଲେ ଟ୍ୱିଟ୍ ! କହିଲେ- ‘ତୃତୀୟ ଛୁଆ ହେଲେ ମାତାପିତାଙ୍କୁ ହେଊ ଜେଲ୍’…

ବଲିଉଡ଼ କୁଇନ୍ କଙ୍ଗନା ରନୌତ ଓ କଣ୍ଟ୍ରୋଭର୍ସିର୍ ସମ୍ପର୍କ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । କଙ୍ଗନା ରନୌତ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ ଜରିଆରେ ସୋସିଆଲ୍ ମିଡିଆରେ ହଙ୍ଗାମା ସୃଷ୍ଟି କରୁଛନ୍ତି । ଏମିତିରେ ପୁଣିଥରେ କଙ୍ଗନା ରନୌତ ଆଉ ଏକ ଟ୍ୱିଟ୍ କରି ବିବାଦ ସୃଷ୍ଟି କରିଛନ୍ତି । କଙ୍ଗନା ରନୌତ ଏଥର ନିଜ ଟ୍ୱିଟରେ ଦେଶର ବୃଦ୍ଧି ଜନସଂଖ୍ୟାକୁ ରୋକିବା ପାଇଁ କଠୋର ଆଇନ୍ ପ୍ରସ୍ତୁତ କରିବା ପାଇଁ କହିଛନ୍ତି ।

କଙ୍ଗନା ରନୌତ ନିଜର ଏହି ଟ୍ୱିଟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ଆଲୋଚନା କରି ଏକ ଭିନ୍ନ ପ୍ରକାର ବୟାନ ଦେଇଛନ୍ତି । ସେ ଟ୍ୱିଟ୍ କଲେ- ଆମକୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କଠୋର ଆଇନ୍ ପ୍ରଣୟନର ଆବଶ୍ୟକତା ରହିଛି । ସେହି ସମୟରେ ଲୋକଙ୍କ ଜବରଦସ୍ତ ନସବନ୍ଦୀ କରିବା ଯୋଗୁଁ ଇନ୍ଦିରା ଗାନ୍ଧୀ ନିର୍ବାଚନ ହାରି ଯାଇଥିଲେ ଓ ପରେ ତାଙ୍କୁ ହତ୍ୟା କରିଦିଆଯାଇଥିଲା ।

ଏହାପରେ କଙ୍ଗନା ନିଜର ଆଗାମୀ ଟ୍ୱିଟରେ କହିଛନ୍ତି ଯେ- ଆଜିକାର ସମୟରେ ଭାରତର ଜନସଂଖ୍ୟା ବୃଦ୍ଧି ଏକ ପ୍ରମୁଖ ସମସ୍ୟା ଅଟେ । ଏହାକୁ ଧ୍ୟାନରେ ରଖି କିଛି କଠୋର ଆଇନ୍ ପ୍ରସ୍ତୁତ କରିବା ଜରୁରୀ ଅଟେ, ଯାହାର ଅନ୍ତର୍ଗତ କାହାର ଯଦି ତୃତୀୟ ଛୁଆ ଜନ୍ମ ହୁଏ ତେବେ ତାକୁ ଏଥିପାଇଁ ଜୋରିମାନା କିମ୍ବା ଜେଲ୍ ଦଣ୍ଡ ହେଉ ।

ଏହାବ୍ୟତୀତ ସେ ଆମେରିକା ଓ ଚୀନକୁ ନେଇ କିଛି ଟ୍ୱିଟ୍ କରିଛନ୍ତି । ଏମିତିରେ କଙ୍ଗନାଙ୍କ ଟ୍ୱିଟକୁ ନେଇ ସୋସିଆଲ୍ ମିଡିଆ ଦୁଇଟି ଦଳ ମଧ୍ୟରେ ପରସ୍ପର ମତଭେଦ ନଜର ଆସୁଅଛି, ଯେଉଁଠାରେ ଗୋଟିଏ ଦଳ କଙ୍ଗନାଙ୍କୁ ସମର୍ଥନ କରୁଛନ୍ତି ତ ଆଉ କିଛି ୟୁଜର୍ କଙ୍ଗନାଙ୍କ ଏହି ବୟାନ ଉପରେ ଦୁଃଖ ପ୍ରକାଶ କରି ତାଙ୍କୁ ଟ୍ରୋଲ୍ କରୁଛନ୍ତି । ସେପଟେ ଆଉ କିଛି ୟୁଜର୍ କଙ୍ଗନା ରନୌତଙ୍କୁ ନିଜ ଭାଇ ଭଉଣୀ କେତୋଟି ତାହା ଗଣନ୍ତୁ କହୁଛନ୍ତି ।

ସୁଚାଇଦେଉଛୁ ଯେ କଙ୍ଗନାଙ୍କ ଚଳଚ୍ଚିତ୍ର ‘ଥଲାଇବି’ ଖୁବଶୀଘ୍ର ମୁକ୍ତିଲାଭ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ କଙ୍ଗନା ଜୟଲଳିତାଙ୍କ ଚରିତ୍ରରେ ନଜର ଆସୁଛନ୍ତି । ଜଣାଇଦେଉଛୁ ଯେ ଚଳଚ୍ଚିତ୍ର ଚଳିତ ମାସରେ ମୁକ୍ତିଲାଭ ହେବାକୁ ଯାଉଛି, କିନ୍ତୁ କରୋନା ମାମଲା ବୃଦ୍ଧି ଯୋଗୁଁ ତାରିଖକୁ ଆଗକୁ ବଢ଼ାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *