ବଢ଼ିପାରେ କଙ୍ଗନା ରାନାୱତଙ୍କ ଅସୁବିଧା ! ପୋଲିସକୁ ମିଳିଲା ଏକ ଗୁରୁତର ମାମଲାର ଅଭିଯୋଗ…

ବଢ଼ିପାରେ କଙ୍ଗନା ରାନାୱତଙ୍କ ଅସୁବିଧା ! ପୋଲିସକୁ ମିଳିଲା ଏକ ଗୁରୁତର ମାମଲାର ଅଭିଯୋଗ…

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଏକ ଟ୍ୱିଟ ପାଇଁ ତାଙ୍କର ଅସୁବିଧା ବଢିପାରେ । କଙ୍ଗନା ଉପରେ ଦେଶଦ୍ରୋହ ଏବଂ SC/ST ଅଧିନିୟମ ଅନୁଯାୟୀ FIR ପଞ୍ଜିକରଣ ପାଇଁ ସିମଲା ପୋଲିସ ନିକଟରେ ଅଭିଯୋଗ ଆସିଛି ।

ଗତ କିଛି ଦିନ ହେବ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଚର୍ଚିତ ଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଏକ ଟ୍ୱିଟ୍ ତାଙ୍କର ଅସୁବିଧା ବଢ଼ାଇପାରେ । କଙ୍ଗନା ଉପରେ ଦେଶଦ୍ରୋହ ତଥା SC/ST ଅଧିନିୟମ ଅନୁଯାୟୀ ଶିମଲା ପୋଲିସ ଏକ ଏଫଆଇଆର ପଞ୍ଜିକରଣ ପାଇଁ ଅଭିଯୋଗ ଗ୍ରହଣ କରିଛି । ଶିମଲାର ଏସପି (SP) ଏହା ନିଶ୍ଚିତ କରି କହିଛନ୍ତି ଯେ, ଏହାର ଆଇନଗତ ଦିଗ ଏବଂ ପ୍ରାଥମିକ ଅନୁସନ୍ଧାନ ପରେ ହିଁ ମାମଲାକୁ ପଞ୍ଜିକୃତ କରାଯିବ । ବର୍ତ୍ତମାନ ଟ୍ୱିଟ୍ ସମ୍ବନ୍ଧରେ ଆଇନଗତ ମତାମତ ନିଆଯାଇଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ସାମାଜିକ ତଥା ଆରଟିଆଇ କାର୍ଯ୍ୟକର୍ତ୍ତା ରବି କୁମାର 27 ଅଗଷ୍ଟରେ ଶିମଲା ପୋଲିସକୁ ଏକ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ରବି କୁମାର କଙ୍ଗନାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଆଉଲ୍ଲେଖ କରିଛନ୍ତି ଯେ ସେ ଭାରତୀୟ ସମ୍ବିଧାନ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି ଏବଂ ମୂଷା ଲେଖି ଦଲିତ ସମାଜକୁ ଅପମାନିତ କରିଛନ୍ତି ।

Google

କଙ୍ଗନାଙ୍କ ଉପରେ FIR ବିଷୟରେ ଏସପି କଣ କହିଛନ୍ତି :-

ଏହି ଅଭିଯୋଗକୁ ଶିମଲା ଏସପି ମୋହିତ ଚାୱଲା ନିଶ୍ଚିତ କରିଛନ୍ତି । ଏସପି କହିଛନ୍ତି ଯେ ଏହି ଅଭିଯୋଗ “ଢଲି ପୋଲିସ ଷ୍ଟେସନ”କୁ ପଠାଯାଇଛି । ଏଡିସ୍ନାଲ ଏସପି ପ୍ରବୀଣ ଠାକୁର ଏହି ପ୍ରସଙ୍ଗରେ ଦୃଷ୍ଟି ଦେବେ । ସେ କହିଛନ୍ତି ଯେ ପ୍ରଥମେ ଦେଖାଯିବ ଟ୍ୱିଟରେ ଯାହା ଲେଖା ହୋଇଛି ତାହା ଦେଶଦ୍ରୋହ କିମ୍ବା SC / ST ଧାରା ଅଧୀନରେ ଆସୁଛି କି ନାହିଁ । ଏହାକୁ ନେଇ ପ୍ରଥମେ ଆଇନଗତ ମତାମତ ନିଆଯିବ ।

Google

କଙ୍ଗନାଙ୍କ ଉପରେ ଅଭିଯୋଗ :-

ଏସପିଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ରବି କୁମାର ଲେଖିଛନ୍ତି ଯେ 23 ଅଗଷ୍ଟ 2020ରେ ରାତି 8:10ରେ କଙ୍ଗନା ରାନାୱତ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଟୁଇଟ୍ କରି କହିଥିଲେ ଓ ଟୁଇଟ୍ ଲେଖିଥିଲେ ଭାରତୀୟ ସମ୍ବିଧାନ ହେତୁ ଦେଶରେ ଜାତିଭେଦ ରହିଛି । ଏହା ମଧ୍ୟ ଲେଖାଯାଇଛି ଯେ କଙ୍ଗନା ରାନାୱତ ଅଗଷ୍ଟ 24ରେ ପୁନର୍ବାର ନିଜ ଟ୍ୱିଟରେ ଏକ ମୂଷା ଲେଖି ଦଳିତଙ୍କୁ ଅପମାନିତ କରିଥିଲେ, ଯେଉଁଥି ପାଇଁ ସମସ୍ତ ଦଳିତ ସମାଜର ଲୋକମାନେ ଏହି ଟ୍ୱିଟକୁ ବିରୋଧ କରିଥିଲେ ।

Google

ରବି କୁମାର ଆହୁରି ଲେଖିଛନ୍ତି ଯେ, “ଭାରତୀୟ ସମ୍ବିଧାନର ଧାରା 13, 14 ଏବଂ 15 ଅନୁଯାୟୀ ଜାତିଭେଦକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରି ଦିଆଯାଇଛି । ଭାରତୀୟ ସମ୍ବିଧାନର ଧାରା 309ରେ ସମସ୍ତଙ୍କର ସମାନ ପ୍ରତିନିଧିତ୍ୱ କରିବାର ଅଧିକାର ରହିଛି । ଏହି ଧାରାଗୁଡିକ ଅନୁଯାୟୀ କଙ୍ଗନା ରାନାୱତଙ୍କ ଏହି ଟୁଇଟ୍ ସାମ୍ବିଧାନିକ ବିରୋଧୀ ଅଟେ ।

ଅଭିଯୋଗ ହୋଇଛି ଯେ କଙ୍ଗନା ନିଜ ଟ୍ୱିଟ୍ ମାଧ୍ୟମରେ ଜାଣିଶୁଣି ଭାରତୀୟ ସମ୍ବିଧାନ ତଥା ସାମ୍ବିଧାନିକ ବ୍ୟବସ୍ଥାକୁ ଅପମାନିତ କରିଛନ୍ତି ଏବଂ ଦଳିତ ସମାଜର ଲୋକମାନଙ୍କୁ ମଧ୍ୟ ଅପମାନିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଙ୍ଗନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ରବି କୁମାର କହିଛନ୍ତି ଯେ ଏହି ଅଭିଯୋଗ ଅଗଷ୍ଟ 27ରେ ଏସପିଙ୍କୁ ଦିଆଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *