କଙ୍ଗନା ରଣୌତଙ୍କର ଖୋଲାସା, କହିଲେ ଅକ୍ଷୟ କୁମାର୍ ମଧ୍ୟ କରିଛନ୍ତି ତାଙ୍କୁ ଗୋପନୀୟ ଫୋନ୍ କଲ୍ !

କଙ୍ଗନା ରଣୌତଙ୍କର ଖୋଲାସା, କହିଲେ ଅକ୍ଷୟ କୁମାର୍ ମଧ୍ୟ କରିଛନ୍ତି ତାଙ୍କୁ ଗୋପନୀୟ ଫୋନ୍ କଲ୍ !

ବଲିଉଡ ରାଣୀ କଙ୍ଗନା ରଣୌତଙ୍କର ଚଳଚ୍ଚିତ୍ର ‘ଥଲାଇଭି’ର ଟ୍ରେଲର୍ ରିଲିଜ୍ ହୋଇସାରିଛି । ଟ୍ରେଲର୍ ରିଲିଜ୍ ହେବା ସହ ବଲିଉଡରେ କଙ୍ଗନାଙ୍କ ଅଭିନୟର ପ୍ରଶଂସା ହେବାରେ ଲାଗିଛି । ଲୋକମାନଙ୍କୁ ଏହି ଟ୍ରେଲର୍ ଭଲ ଲାଗିବା ସହ ବଲିଉଡର କେତେକ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଏହି ଟ୍ରେଲରକୁ ବହୁମାତ୍ରାରେ ପସନ୍ଦ କରୁଛନ୍ତି । ଚଳଚ୍ଚିତ୍ରର ଟ୍ରେଲରର ପ୍ରଶଂସା ପ୍ରଶଂସକ ଏବଂ ସମାଲୋଚକ ବହୁମାତ୍ରାରେ କରୁଛନ୍ତି ।

ଏଭଳି ପରିସ୍ଥିତିରେ ନିକଟରେ କଙ୍ଗନା ରଣୌତ ଏକ ନୂତନ ଖୋଲାସା କରିଛନ୍ତି । କଙ୍ଗନା ରଣୌତ କହିଛନ୍ତି ଯେ, ବଲିଉଡ ଅଭିନେତା ଅକ୍ଷୟ କୁମାର୍ ମଧ୍ୟ ତାଙ୍କ ଚଳଚ୍ଚିତ୍ର ଟ୍ରେଲରର ପ୍ରଶଂସା କରିଛନ୍ତି, ତେବେ ସେ ମଧ୍ୟ ଖୋଲାଖୋଲି ଭାବରେ କିଛି କହିପାରିବେ ନାହିଁ କାରଣ ତାଙ୍କୁ ମଧ୍ୟ ଚଳଚ୍ଚିତ୍ର ମାଫିଆଙ୍କର ଭୟ ରହିଛି ।

ବାସ୍ତବରେ କଙ୍ଗନା ରଣୌତ ଏହି କଥାର ଖୋଲାସା ନିଜର ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଟ୍ୱିଟର୍ ମାଧ୍ୟମରେ କରିଛନ୍ତି । କଙ୍ଗନା ରଣୌତ ଟ୍ୱିଟ୍ କରି କହିଛନ୍ତି ଯେ, ବଲିଉଡ ଅତ୍ୟନ୍ତ ଶତ୍ରୁତାପୂର୍ଣ୍ଣ ସ୍ଥାନ ଅଟେ, ଯେଉଁଥିରେ ଯଦି ତାଙ୍କର କେହି ପ୍ରଶଂସା କରିଦିଅନ୍ତି ତେବେ ସେ ଅସୁବିଧାରେ ପଡିଯିବେ । ତାଙ୍କୁ ଅନେକ ବଡ଼ ଷ୍ଟାର୍ ଯେପରିକି ଅକ୍ଷୟ କୁମାରଙ୍କର ଫୋନ୍ ଏବଂ ମେସେଜ୍ ଆସିଛି । ସେ ତାଙ୍କ ଚଳଚ୍ଚିତ୍ର ‘ଥଲାଇଭି’ର ଟ୍ରେଲରର ପ୍ରଶଂସା କରିଛନ୍ତି । କିନ୍ତୁ ଆଲିଆ ଭଟ ଏବଂ ଦୀପିକା ପାଦୁକୋଣଙ୍କ ଚଳଚ୍ଚିତ୍ର ଭଳି ସେ ତାଙ୍କ ଚଳଚ୍ଚିତ୍ରକୁ ଖୋଲାଖୋଲି ଭାବରେ ସମର୍ଥନ କରିପାରିବେ ନାହିଁ କାରଣ ତାଙ୍କୁ ମଧ୍ୟ ଚଳଚ୍ଚିତ୍ର ମାଫିଆ ମାନଙ୍କର ଭୟ ରହିଛି ।

କଙ୍ଗନା ରଣୌତଙ୍କର ଏହି ଦାବି କେତେ ସତ ଅଟେ, ଏହା କେବଳ ଅକ୍ଷୟ କୁମାର୍ ଏବଂ କଙ୍ଗନା ରଣୌତ ଜାଣିଛନ୍ତି । କଣ ସତରେ ଅକ୍ଷୟ କୁମାର୍ ଚଳଚ୍ଚିତ୍ର ମାଫିଆ ମାନଙ୍କର ଭୟରେ କଙ୍ଗନା ରଣୌତଙ୍କୁ ଖୋଲା ହୃଦୟରେ ପ୍ରଶଂସା କରିନାହାଁନ୍ତି, ଏହାର ସତ ଏବଂ ସଠିକ୍ ଉତ୍ତର କେବଳ ଅକ୍ଷୟ କୁମାର୍ ଦେଇପାରିବେ ।

ଆପଣ ଜାଣିଥିବେ କି ନିକଟରେ ‘ଥଲାଇଭି’ ଚଳଚ୍ଚିତ୍ରର ନୂତନ ଗୀତ ‘ଚଲୀ ଚଲୀ’ ମଧ୍ୟ ରିଲିଜ୍ ହୋଇଯାଇଛି, ଯେଉଁଥିରେ ଜୟ ଲଳିତାଙ୍କର ସେହି ଦିନର ଝଲକ୍ ପ୍ରଦର୍ଶନ କରାଯାଇଛି, ଯେତେବେଳେ ସେ ହିନ୍ଦୀ ସିନେମା ଜଗତରେ ପାଦ ରଖିଥିଲେ । ‘ଚଲୀ ଚଲୀ’ ଗୀତରେ କଙ୍ଗନା ରଣୌତ ଅତ୍ୟନ୍ତ ବୋଲ୍ଡ ଶୈଳୀରେ ଦେଖା ଯାଇଛନ୍ତି । କଙ୍ଗନା ରଣୌତ ଝରଣାରେ ନାଚୁ ନାଚୁ ଅତ୍ୟନ୍ତ ବୋଲ୍ଡ ଅବତାରରେ ଦେଖା ଯାଇଛନ୍ତି ଏବଂ ରେଟ୍ରୋ ଲୁକରେ ସେ ଅତ୍ୟନ୍ତ ଭଲ ଦେଖା ଯାଉଛନ୍ତି ।

Leave a Reply

Your email address will not be published. Required fields are marked *