କମଳ ହାସନ ମୋଦିଙ୍କୁ ମାଗିଲେ ସହାୟତା ! କହିଲେ “ମୋ ଘରକୁ ଡାକ୍ତରଖାନାରେ ପରିବର୍ତ୍ତିତ କରିବା ପାଇଁ ଚାହେଁ ।”

କମଳ ହାସନ ମୋଦିଙ୍କୁ ମାଗିଲେ ସହାୟତା ! କହିଲେ “ମୋ ଘରକୁ ଡାକ୍ତରଖାନାରେ ପରିବର୍ତ୍ତିତ କରିବା ପାଇଁ ଚାହେଁ ।”

● କରୋନା ଭାଇରସର ବିପଦଶଙ୍କୁଳ ଅବସ୍ଥାରେ କମଲ ହାସନଙ୍କର ବଡ ମନ୍ତବ୍ୟ !

● ଜନତା ଓ ଡାକ୍ତରମାନଙ୍କୁ ସାହାଯ୍ୟ କରିବା ପାଇଁ, ନିଜ ଘରକୁ ଏକ ଡାକ୍ତରଖାନା କରିବା ପାଇଁ କହିଲେ ।

● କିଛି ଦିନ ପୂର୍ବେ ପିଏମ ମୋଦୀଙ୍କୁ ଏକ ଚିଠି ଲେଖି ସାହାଯ୍ୟ ମାଗିଥିଲି ।

ଦିନକୁ ଦିନ କାରୋନା ସଂକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଛି । ସମଗ୍ର ଦୁନିଆରେ କରୋନାର ପ୍ରକୋପ ହ୍ରାସ ପାଇବାର କୌଣସି ନଜର ଆସୁନାହିଁ । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନ ସଂକ୍ରାନ୍ତରେ ୭୦୦ରୁ ଉର୍ଦ୍ଧ୍ଵ ମାମଲା ସମ୍ମୁଖକୁ ଆସିଲାଣି । ଅନ୍ୟପଟେ ଏହି ଭାଇରସ୍ କାରଣରୁ ଭାରତରେ ୧୪ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନକୁ ଦୃଷ୍ଟିରେ ରଖି ଅନୁମାନ ଲଗାଯାଇ ପାରୁଛି ଯେ, ଆଗାମୀ ସମୟ ଭାରତ ଅତ୍ୟନ୍ତ ବିପଦପୂର୍ଣ୍ଣ ହେବ । ଯଦି କରୋନା ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବ, ତେବେ ଏହି ସ୍ଥିତି ଆହୁରି ଅଧିକ ଭୟାବହ ହୋଇଯିବ । ଇଟାଲୀ ଓ ଆମେରିକା ଭଳି ବିକଶିତ ଦେଶ ମଧ୍ୟ କରୋନା ସମ୍ମୁଖରେ ଅସହାୟ ନଜର ଆସୁଛନ୍ତି । ଯେତେବଳେ କି ସେହି ଦେଶମାନଙ୍କର ସ୍ୱାସ୍ଥ୍ୟସୁବିଧା ଗୁଡ଼ିକ ଦୁନିଆରେ ସବୁଠାରୁ ଅଧିକ ଉତ୍ତମ ଧରଣର ଅଟେ । ଯଦି କରୋନା ସଂକ୍ରମିତ ମାମଲା ବଢିବାରେ ଲାଗିବ, ତେବେ ଏହାର ସିଧାସଳଖ ପ୍ରଭାବ ଭାରତୀୟ ସ୍ୱାସ୍ଥ୍ୟ ବିଭାଗ ଉପରେ ପଡ଼ିବ । କିଛି ବିଶେଷଜ୍ଞମାନେ ଏହା ମଧ୍ୟ ଅନୁମାନ କରୁଛନ୍ତି ଯେ, ଭାରତରେ ଯଦି କରୋନା ମହାମାରୀର ରୂପ ନିଏ; ତେବେ ହସ୍ପିଟାଲ ମାନଙ୍କରେ ରୋଗୀମାନଙ୍କ ପାଇଁ ବେଡ଼ (Bed) ମଧ୍ୟ କମ୍ ପଡ଼ିଯିବ ।

newstrend

ଏହି କଥା ବୋଧହୁଏ ଦେଶର ସମସ୍ତ ଲୋକେ ବୁଝି ପାରୁଛନ୍ତି । ବିପଦର ଏହି ଘଡିସନ୍ଧି ମୁହୂର୍ତ୍ତରେ ଦକ୍ଷିଣ ଭାରତର ସୁପରଷ୍ଟାର ଅଭିନେତା ଓ ରାଜନେତା କମଳ ହାସନ ଭାରତ ସରକାରଙ୍କ ପକ୍ଷରୁ ସାହାଯ୍ୟ ଭିକ୍ଷା ମାଗିଛନ୍ତି । ପ୍ରକୃତରେ କିଛି ଦିନ ତଳେ କମଳ ହାସନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଏହା ଅନୁମତି ମାଗିଛନ୍ତି ଯେ, ସେ ବିପଦର ଏହି ମୂହୂର୍ତ୍ତରେ ଭାରତବାସୀଙ୍କୁ ସାହାଯ୍ୟ କରିବା ପାଇଁ ଚାହଁନ୍ତି । ସେ ନିଜର ଆବାସ ସ୍ଥଳରେ ଗରିବ ଏବଂ ଅସହାୟ ଲୋକମାନଙ୍କ ପାଇଁ ଗୋଟିଏ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିବା ପାଇଁ ଚାହଁନ୍ତି । ଏପରି କଲେ ଅସହାୟ ଲୋକମାନଙ୍କୁ ସାହାଯ୍ୟ ମିଳିପାରିବ । ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପାର୍ଟିର ଡାକ୍ତରମାନେ ଏହି କାର୍ଯ୍ୟରେ ସାହାଯ୍ୟ କରିବେ ।

କମଳ ହାସନଙ୍କ ଏହି କାର୍ଯ୍ୟକ୍ରମ ଦେଖି ଲୋକମାନେ ସୋସିଆଲ ମିଡ଼ିଆରେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ସେ ଜଣେ ବଡ଼ ଓ ଧନୀ କଳାକାର ଅଟନ୍ତି । ଏମିତିରେ ସେ ଦେଶର ଏହି ବିପଦଶଙ୍କୁଳ ପରିସ୍ଥିତିରେ କେବଳ ବାର୍ତ୍ତା ଦେଉନାହାଁନ୍ତି ବରଂ ଅସହାୟ ଓ ନିର୍ଧନ ଲୋକମାନଙ୍କ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ତାଙ୍କର ନିଜ ଆବାସ ସ୍ଥଳକୁ ଅସ୍ଥାୟୀ ହସ୍ପିଟାଲରେ ପରିବର୍ତ୍ତିତ କରିବା, ତାଙ୍କ ମନରେ ଯେଉଁ ଯୋଜନାଟି ଆସିଛି ତାହା ବାସ୍ତବରେ ପ୍ରଶଂସନୀୟ ଅଟେ । ଆଗାମୀ ଦିନରେ କରୋନା ରୋଗରେ ବୃଦ୍ଧି ଲୋକଙ୍କ ପାଇଁ ଆହୁରି ଅନେକ ସ୍ଥାନ ଓ ବିଛଣା (ବେଡ଼)ର ଆବଶ୍ୟକତା ପଡିପାରେ ।

newstrend

ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, ଏହା ପୂର୍ବରୁ ମଧ୍ୟ କମଳ ହାସନ ମୋଦିଙ୍କ ପାଖକୁ ଖୋଲାଖୋଲି ଭାବେ ପତ୍ର ଲେଖିଥିଲେ । ସେଥିରେ ସେ କୃଷକ, କେଉଟ ଓ ମଜୁରିଆଙ୍କ ପାଇଁ ଅନୁରୋଧ କରିଥିଲେ; ଯେଉଁମାନେ କି ୱାର୍କଫାର୍ମ, ହୋମ ବା ଘରେ କାର୍ଯ୍ୟ କରିପାରିବେ ନାହିଁ । ୨୪ ମାର୍ଚ୍ଚରେ ମଧ୍ୟ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍ଡ଼ାଉନ୍ ଘୋଷଣା କରିଥିଲେ, ସେତେବେଳେ କମଳ ହାସନ ଏହା କହିଥିଲେ ଯେ; ଦେଶର ଗରିବ ଲୋକମାନଙ୍କୁ ସାହାଯ୍ୟ କରାଯାଉ ।

୨ ବର୍ଷ ପୂର୍ବରୁ ହିଁ କମଳ ହାସନ ନିଜର ରାଜନୈତିକ ପାର୍ଟି ଗଠନ କରି ରାଜନୀତିକୁ ଆସିଥିଲେ । କମଳ ହାସନଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା, ତେବେ ସେ ବହୁତ ଶୀଘ୍ର “ଇଣ୍ଡିଆନ ୨”ରେ ନଜର ଆସିବେ । ତାଙ୍କ ଫ୍ୟାନମାନେ ଏହି ଚଳଚ୍ଚିତ୍ରକୁ ବହୁତ ସମୟରୁ ଅପେକ୍ଷା କରିଛନ୍ତି । କମଳ ହାସନ ଅଧିକାଂଶ ସମୟରେ ସାମାଜିକ ବିଷୟ ଉପରେ ଚର୍ଚ୍ଚା କରନ୍ତି । ଯଦି କମଳ ହାସନଙ୍କ ଅତୀତକୁ ଲକ୍ଷ୍ୟ କରିବା, ତେବେ ସେ ସବୁବେଳେ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି ।

ସୌଜନ୍ୟ : newstrend

Leave a Reply

Your email address will not be published. Required fields are marked *