ମୁମ୍ବାଇର ଜୁହୁରେ ସ୍ୱାମୀ ଅଜୟ ଦେବଗନଙ୍କ ସହିତ ରୁହନ୍ତି କାଜଲ । ଦେଖନ୍ତୁ ତାଙ୍କ ବଙ୍ଗଳାର ଫଟୋ

ମୁମ୍ବାଇର ଜୁହୁରେ ସ୍ୱାମୀ ଅଜୟ ଦେବଗନଙ୍କ ସହିତ ରୁହନ୍ତି କାଜଲ । ଦେଖନ୍ତୁ ତାଙ୍କ ବଙ୍ଗଳାର ଫଟୋ

ବଲିଉଡ଼ ଅଭିନେତ୍ରୀ କାଜଲ ୯୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ । ସାଧାରଣ ଚେହେରା ଥିବା କାଜଲଙ୍କ ପ୍ରକୃତ ଯାଦୁ ୧୯୯୫ ମସିହାରେ “ଦିଲବାଲେ ଦୁଲହନିଆ ଲେ ଜାୟେଙ୍ଗେ” ଠାରୁ ଚାଲିଥିଲା । “ଦିଲବାଲେ ଦୁଲହନିଆ ଲେ ଜାୟେଙ୍ଗେ” ଠାରୁ କାଜଲ ବଲିଉଡ଼ର କଳାକାର ହୋଇଯାଇଛନ୍ତି ଦିଲ୍ଲଗୀ, କରନ୍ ଅର୍ଜୁନ, ଦୁଶମନ୍, ଗୁପ୍ତ, ଇସ୍କ, ପ୍ୟାର୍ କିଆ ତୋ ଡରନା କ୍ୟା ଭଳି ଚଳଚ୍ଚିତ୍ର କାଜଲଙ୍କୁ ଉଚ୍ଚ କୋଟିର ଅଭିନେତ୍ରୀ କରିଦେଇଛନ୍ତି । ବି ଟାଉନର ଡସ୍କି ବିୟୁଟି କାଜଲ ୪୬ ବର୍ଷର ହୋଇଯାଇଛନ୍ତି । ୧୯୯୯ ମସିହାରେ କାଜଲ ଅଜୟ ଦେବଗନ୍ ସହିତ ବିବାହ କରିଥିଲେ । ଅଜୟ ଓ କାଜଲ ବଲିଉଡ଼ର ପାୱର କପଲ୍ ଅଟନ୍ତି । ଅଜୟ ଦେବଗନଙ୍କ ଚଳଚ୍ଚିତ୍ର ସିଂଘମରେ ଏକ୍ସନ ଓ କ୍ରୋଧିତ ଅବତାର ଦେଖାଯାଏ । କିନ୍ତୁ ନିଜସ୍ଵ ଜୀବନରେ ସେ ଭୂମି ସହ ଜଡିତ ବ୍ୟକ୍ତି ଅଟନ୍ତି । ଅଜୟଙ୍କ ପାଇଁ ତାଙ୍କ ପରିବାର ହିଁ ପ୍ରଥମ ପ୍ରାଥମିକତା ଅଟେ । ଦୁହିଁଙ୍କ ମୁମ୍ବାଇର ଜୁହୁ ଠାରେ ଏକ ବଡ଼ ବଙ୍ଗଳା ରହିଛି । ତାଙ୍କ ଘରର ନାମ ଶିବଶକ୍ତି ଅଟେ ।

google

ଅଜୟ କାଜଲଙ୍କ ବଙ୍ଗଳା କୌଣସି ମହଲରୁ କମ୍ ନୁହେଁ । କାଜଲ ଏହି ଘରେ ରାଣୀ ଭଳି ରୁହନ୍ତି । ସେ ନିଜ ଘରକୁ ବହୁତ ସୁନ୍ଦର ଭାବେ ସଜାଇଛନ୍ତି । ଅଜୟଙ୍କ ଝିଅ ବର୍ତ୍ତମାନ ସିଙ୍ଗାପୁରରେ ପଢ଼ନ୍ତି । କରୋନା ଭାଇରସ୍ ଯୋଗୁଁ ତାଙ୍କ ଝିଅ ନ୍ୟାସା ବର୍ତ୍ତମାନ ଘରେ ଅଛନ୍ତି । ଅଜୟ କାଜଲ ଓ ପୁଅ ୟୁଗଙ୍କ ସହିତ ଘରେ ରୁହନ୍ତି । ଘରର ସାଜସଜ୍ଜା ବିଷୟରେ ଆଲୋଚନା କରିବା ତେବେ ତାଙ୍କ ଘରର କାନ୍ଥ ଧଳା ରଙ୍ଗର ଅଛି ଏବଂ କାନ୍ଥ ସାଜସଜ୍ଜା ବହୁତ ଭଲ ହୋଇଛି ।

google
google

କାଜଲ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ନିଜ ଘରର ଫଟୋ ସେୟାର କରନ୍ତି।

google

ଗ୍ରାଉଣ୍ଡ ଫ୍ଲୋର ଲିଭିଙ୍ଗ ରୁମ ଓ ଡାଇନିଂ ରୁମ୍ ରହିଛି । କାଜଲ ଅଜୟଙ୍କ ଶୋଇବା ଘର ଓ ଛୁଆ ମାନଙ୍କ କୋଠରୀ ଉପର ମହଲାରେ ଅଛି ।

google

ଘରର ଫ୍ଲୋରିଙ୍ଗ ମଧ୍ୟ ବହୁତ ଭିନ୍ନ ଭାବରେ କରାଯାଇଛି । ଫ୍ଲୋରିଂରେ ବୁଡ଼ ଓ ଟାଇଲ୍ସ ଉଭୟର ବ୍ୟବହାର କରାଯାଇଛି । ଘର ଭିତରେ ପାହାଚ ସଙ୍ଗେ ସଙ୍ଗେ ଲିଫ୍ଟ ମଧ୍ୟ ରହିଛି । କାଜଲ ଘରେ ବହୁତ ସୁନ୍ଦର କାଠର ପାହାଚ ରହିଛି । ଏହି ପାହାଚ ଘରକୁ ମହଲ ଭଳି ଦର୍ଶାଇଥାଏ ।

google

ପାହାଚ ପାଖର ସାଜସଜ୍ଜା ମଧ୍ୟ ଆପଣଙ୍କ ଧ୍ୟାନ କେନ୍ଦ୍ରିତ କରିଥାଏ । ତାଙ୍କ ଘରେ ତିନି ମହଲାର କାଠର ଗୋଲେଇ ପାହାଚ ରହିଛି ।

google

ବହୁତ ଭଲ ଭାବରେ ଏହି କାଠରେ ତିଆରି ପାହାଚ ନିକଟରେ କାଜଲ ଅଧିକାଂଶ ସମୟରେ ଫଟୋ ଉଠାନ୍ତି ।

google

କାଜଲ ନିଜ ଘରର ସାଜସଜ୍ଜାରେ ନିଜେ ମନ ଦିଅନ୍ତି । ଘରେ ସାଜସଜ୍ଜାର ଅନେକ ଗୁଡ଼ିଏ ଜିନିଷ ସେ ନିଜେ ବିଦେଶରୁ ନେଇ ଆସନ୍ତି । ସମୁଦ୍ର କୂଳରେ ଅବସ୍ଥିତ ତାଙ୍କର ଏହି ବଙ୍ଗଳା ଚତୁଃପାଶ୍ୱର୍ରେ ଖୁବ୍ ସବୁଜିମା ପୂର୍ଣ୍ଣ ଥାଏ ।

google
google

କାଜଲ ଘରେ ସୋଫାର ରଙ୍ଗ ଧଳା ଅଟେ । ଧଳା ରଙ୍ଗର ସୋଫା ଓ ଲାଇଟ୍ ରଙ୍ଗର ପରଦା ତାଙ୍କ ଘରକୁ ଲେଭିସ୍ ଲୁକ୍ ଦେଇଥାଏ ।

google

କାଜଲ ଓ ଅଜୟ ଘରେ ଏକ ବଡ଼ ପୂଜାଘର ମଧ୍ୟ ରହିଛି । କାଜଲଙ୍କ ପୂଜାଘରେ ଗଣପତିଙ୍କ ମୂର୍ତ୍ତି ରହିଛି । ଦୀପାବଳୀ ଅବସରରେ ଅଜୟ କାଜଲ ନିଜ ଘରକୁ ବହୁତ ସୁନ୍ଦର ଭାବରେ ସଜାଇଥାନ୍ତି ।

google

ପ୍ରତିବର୍ଷ ଦୀପାବଳୀରେ ଏମାନଙ୍କ ପରିବାର ଫଟୋ ମଧ୍ୟ ଆସିଥାଏ । ତାଙ୍କ ବଙ୍ଗଳା ଶିବଶକ୍ତିକୁ ଖୁବ୍ ସୁନ୍ଦର ଭାବରେ ସଜ୍ଜିତ କରାଯାଇଥାଏ ।

google
google

ଅଜୟ ଦେବଗନନ୍ ଏକ ପରିବାର ପ୍ରେମୀ ଲୋକ ଅଟନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ଚଳଚ୍ଚିତ୍ର ସଙ୍ଗେ ସଙ୍ଗେ ସେ ନିଜ ପରିବାର ଉପରେ ମଧ୍ୟ ଧ୍ୟାନ ଦିଅନ୍ତି କିନ୍ତୁ ଶିଶୁ ମାନଙ୍କ ଉପରେ ଧ୍ୟାନ ଦେବା ଦାୟିତ୍ବ କାଜଲଙ୍କ ଉପରେ ରହିଛି । ଏହି କାରଣରୁ କାଜଲ ନିଜ ଛୁଆ ମାନଙ୍କ ପାଇଁ ଚଳଚ୍ଚିତ୍ରରେ ଅଭିନୟ କରିବା ବନ୍ଦ କରି ଦେଲେ ।

google
google

କାଜଲ ବର୍ତ୍ତମାନ ଖୁବ୍ କମ୍ ଚଳଚ୍ଚିତ୍ରରେ ନଜର ଆସନ୍ତି । ଅଧିକାଂଶ ସମୟରେ ସେ ନିଜ ପରିବାରଙ୍କ ସହିତ ସମୟ ଅତିବାହିତ କରନ୍ତି । ସେ ଯେଭଳି ଭାବରେ ନିଜ ଘରକୁ ସଜାଇ ରଖିଛନ୍ତି ସେଥିରୁ ଜଣାପଡ଼େ ଯେ ସେ ନିଜ ଘରର କେତେ ଧ୍ୟାନ ରଖନ୍ତି ।

google
google
google
google

କାଜଲ ଯେତେବେଳେ ଏକ ଉଚ୍ଚକୋଟିର ଅଭିନେତ୍ରୀ ଥିଲେ ସେତେବେଳେ ଅଜୟଙ୍କୁ ବିବାହ କରିନେଲେ । ସେ ସବୁବେଳେ ନିଜ ପରିବାରକୁ ପ୍ରାଥମିକତା ଦିଅନ୍ତି ।

Leave a Reply

Your email address will not be published. Required fields are marked *