ପାଞ୍ଚବର୍ଷ ବୟସରୁ ଏହି ରୋଗରେ ଗ୍ରସ୍ତ ଅଛନ୍ତି କାଜଲ ଅଗ୍ରୱାଲ ! ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି ଏହି ସମ୍ବନ୍ଧରେ…

ପାଞ୍ଚବର୍ଷ ବୟସରୁ ଏହି ରୋଗରେ ଗ୍ରସ୍ତ ଅଛନ୍ତି କାଜଲ ଅଗ୍ରୱାଲ ! ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି ଏହି ସମ୍ବନ୍ଧରେ…

ଅଭିନେତ୍ରୀ କାଜଲ୍ ଅଗ୍ରୱାଲ୍ ଇନଷ୍ଟାଗ୍ରାମରେ ଏକ ଭାବୁକ ପୋଷ୍ଟ ସେୟାର୍ କରିଛନ୍ତି ଏବଂ ଲୋକଙ୍କୁ ନିଜର ରୋଗ ବିଷୟରେ ଜଣାଇଛନ୍ତି । ‘ସିଂହମ୍’ ଅଭିନେତ୍ରୀ କାଜଲ୍ ଅଗ୍ରୱାଲ୍ ଇନଷ୍ଟାଗ୍ରାମରେ ଏକ ଫୋଟ ସେୟାର୍ କରି ନିଜେ ଆସ୍ଥମା ରୋଗୀ ହୋଇଥିବା ବିଷୟରେ ଲୋକଙ୍କୁ କହିଛନ୍ତି ଯେ ସେ ୫ ବର୍ଷ ବୟସରୁ ଏହି ରୋଗ ଦ୍ୱାରା ପୀଡ଼ିତ ଅଛନ୍ତି । କାଜଲ ଇନଷ୍ଟାଗ୍ରାମ୍ ପୋଷ୍ଟରେ ଆସ୍ଥମା କାରଣରୁ ଆରାମ ଦେଉଥିବା ଇନହେଲର୍ ବିଷୟରେ ମଧ୍ୟ କହିଛନ୍ତି ଏବଂ ତାହାର ଗୁରୁତ୍ୱ ବିଷୟରେ କହିଛନ୍ତି ।

ସେ ପୋଷ୍ଟରେ ଲେଖିଛନ୍ତି ଯେ ଇନହେଲର୍ସ ଖୁବ୍ ମହତ୍ୱପୂର୍ଣ୍ଣ ଅଟେ । କାଜଲ୍ କହିଛନ୍ତି ‘ଯେତେବେଳେ ମୁଁ ନିଜେ ବ୍ରନ୍କିୟଲ୍ ଅସ୍ଥମା ବିଷୟରେ ଜାଣି ପାରିଲି । ସେତେବେଳେ ମୋର ଭଲ ଭାବରେ ମନେ ଅଛି ଯେ ମୋତେ ମୋ ପସନ୍ଦର ଜିନିଷ ଖାଇବାକୁ ବାରଣ କରାଯାଇଥିଲା । ଭାବନ୍ତୁ ଗୋଟିଏ ଛୋଟ ପିଲା ପାଇଁ ଡେୟରି ଜିନିଷ ଏବଂ ଚକଲେଟ୍ ଠାରୁ ଦୂରେଇ ରହିବା କେତେ କଷ୍ଟକର ହୋଇଥିବ । ଏସବୁ ମୋ ପାଇଁ ଏତେ ସହଜ ନଥିଲା । ମୁଁ ଯେତେ ବଡ଼ ହେଲି ଏହି ସମ୍ବନ୍ଧରେ ସବୁକିଛି ବୁଝିବାରେ ଲାଗିଲି ।

ଅଭିନେତ୍ରୀ ଜଣକ ଆହୁରି ମଧ୍ୟ ଲେଖିଛନ୍ତି ଯେ ଅସ୍ଥମା ଲକ୍ଷଣ ଆହୁରି ଅତ୍ୟଧିକ ହେବାରେ ଲାଗିଥିଲା କିମ୍ବା ସହଜ ଭାଷାରେ କହିବାକୁ ଗଲେ ଏହି ସବୁ ଜିନିଷ ସାମ୍ନାକୁ ଆସିବା କାରଣରୁ ଭୟ ଲାଗୁଥିଲା । ମୁଁ ଦୂର ସ୍ଥାନକୁ ଯାତ୍ରା ସମୟରେ ଧୂଳି ଧୂଆଁ ଏବଂ ଥଣ୍ଡା ଠାରୁ ବଞ୍ଚିବା ପାଇଁ ସାଥିରେ ଇନହେଲର୍ସ ମଧ୍ୟ ରଖିବା ଆରମ୍ଭ କରି ଦେଇଥିଲି । ଯେତେବେଳେ ମୋର ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେଉଥିଲା ଇନହେଲର୍ସର ପ୍ରୟୋଗ କରୁଥିଲି । ଏହାପରେ ମୁଁ ମୋ ନିଜ ମଧ୍ୟରେ ପରିବର୍ତ୍ତନ ଦେଖିଲି । ଯେଉଁମାନେ ଏହି ସମସ୍ୟାରେ ପୀଡ଼ିତ ସେମାନେ ଏହାର ପ୍ରୟୋଗ କରିବାରେ ଲାଜ କରିବା ଆଦୌ ଉଚିତ୍ ନୁହେଁ । ସେମାନଙ୍କୁ ଏହାର ବ୍ୟବହାର କରିବା ଦିଗରେ ଜାଗୃତ କରିବା ଉଚିତ୍ । ସେ ଏହି ସମ୍ବନ୍ଧରେ ଲେଖିଛନ୍ତି #SayYes Tolnhalers, ଏବଂ ମୁଁ ମୋ ସାଙ୍ଗ ସାଥି ଏବଂ ପ୍ରଶଂସକ ମାନଙ୍କୁ ଏହି ଅନୁରୋଧ କରୁଛି ଯେ ଆପଣ ସମସ୍ତେ ଲୋକଙ୍କୁ ଇନହେଲର୍ସ ସମ୍ବନ୍ଧରେ ଜଣାନ୍ତୁ ।

ଅଭିନେତ୍ରୀ କାଜଲ୍ ଅଗ୍ରୱାଲ୍ ଅନେକ ସାଉଥ୍ ଫିଲ୍ମରେ କାମ କରିଛନ୍ତି । ଏହି କିଛି ଦିନ ପୂର୍ବରୁ ତାଙ୍କର ବିବାହ ହୋଇଛି । ଦୀର୍ଘ ସମୟ ପର୍ଯ୍ୟନ୍ତ କାଜଲ୍ ନିଜର ଏହି ରୋଗ ବିଷୟରେ କାହାକୁବି କିଛି କହି ନଥିଲେ । କିନ୍ତୁ ବର୍ତ୍ତମାନ ସେ ଖୋଲାଖୋଲି ଭାବରେ ସମସ୍ତଙ୍କୁ ଏହି ସମ୍ବନ୍ଧରେ କହିଛନ୍ତି ।

Leave a Reply

Your email address will not be published. Required fields are marked *