‘କହୋ ନା ପ୍ୟାର୍ ହେ’ରେ ପ୍ରଥମେ କରିନା କପୁର ଥିଲେ ହିରୋଇନ, ଏହି କାରଣରୁ ରାକେଶ ରୋସନ କରିନାଙ୍କ ପ୍ରତିବଦଳରେ ଆମିଶା ପଟେଲଙ୍କୁ ସୁଯୋଗ ଦେଇଥିଲେ ।

୨୦୦୦ରେ ରିଲିଜ୍ ହୋଇଥିବା ଫିଲ୍ମ କହୋ ନା ପ୍ୟାର୍ ହେ ଆପଣ ମାନେ ଦେଖିଥିବେ ନିଶ୍ଚୟ । ଆଜି ଏହି ଫିଲ୍ମକୁ ୨୦ ବର୍ଷ ପୂର୍ତ୍ତି ହୋଇଯାଇଛି । ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ଏହି ଫିଲ୍ମ ହ୍ରୀତିକ୍ ରୋଶନଙ୍କ ଡେବ୍ୟୁ ଫିଲ୍ମ ଥିଲା । ଫିଲ୍ମରେ ହ୍ରୀତିକ୍ ରୋସନଙ୍କ ବିପରୀତରେ ଆମିଶା ପଟେଲ ଥିଲେ । ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ରାକେଶ ରୋସନ ଏହି ଫିଲ୍ମରେ ହ୍ରୀତିକଙ୍କ ବିପରୀତରେ କରିନା କପୁରଙ୍କୁ କାଷ୍ଟ କରିଥିଲେ ଏବଂ କରିନା ଏହି ଫିଲ୍ମରେ କିଛି ଭାଗ ସୁଟିଙ୍ଗ ମଧ୍ୟ କରିଥିଲେ ପରେ କିଛି ଏହିପରି ଘଟିଥିଲା ଯାହାଫଳରେ ନିର୍ଦେଶକ ରାକେଶ ରୋସନ କରିନାଙ୍କୁ ଏହି ଫିଲ୍ମରୁ ହଟାଇ ଦେଇଥିଲେ ଏବଂ କରିନାଙ୍କ ପ୍ରତିବଦଳରେ ଅମିଶା ପଟେଲଙ୍କୁ ସୁଯୋଗ ଦେଇଥିଲେ । ସେହି ସମୟରେ କଣ ଏହିପରି ହୋଇଥିଲା ଯାହାଫଳରେ କରିନାଙ୍କୁ ଫିଲ୍ମରୁ ହଟାଇବା ପାଇଁ ବାଧ୍ୟ ହୋଇଥିଲେ ନିର୍ଦେଶକ ଆସନ୍ତୁ ବିସ୍ତାରରେ ଜାଣିବେ ଆପଣ ।

newstrend

ଏହା ବିଷୟରେ ସଠିକ୍ ବର୍ତ୍ତମାନ ପର୍ଯ୍ୟନ୍ତ କାହାରିକୁ ଜଣା ନାହିଁ । କେବଳ ଏହି ଖବର ଶୁଣିବା ପାଇଁ ମିଳିଥିଲା ଫିଲ୍ମ ସୁଟିଙ୍ଗ ସମୟରେ ରାକେଶ ରୋସନ ଏବଂ କରିନାଙ୍କ ମାଆ ବବିତା କପୁରଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ତର୍କ ବିତର୍କ ହୋଇ ଯାଇଥିଲା । ଏହା ବିଷୟରେ ନିକଟରେ ଏକ ଇଣ୍ଟରଭ୍ୟୁରେ ରାକେଶ ରୋସନ କହିଥିଲେ । ମିଡ଼ିଆ ରିପୋର୍ଟ ଅନୁସାରେ ରାକେଶ କହିଥିଲେ କରିନାଙ୍କ ମାଆ ଚାହୁଁ ନଥିଲେ କରିନା ଫିଲ୍ମଟିର ପ୍ରାରମ୍ଭିକ ଗୀତରେ ଅଭିନୟ କରନ୍ତୁ ବରଂ କରିନା କୌଣସି ଏକ ସଂଳାପ ମାଧ୍ୟମରେ ଅଭିନୟ ପ୍ରାରମ୍ଭ କରନ୍ତୁ ।

କିନ୍ତୁ ରାକେଶଙ୍କ ତର୍କ ଥିଲା କରିନା ଫିଲ୍ମର ପ୍ରାରମ୍ଭରେ କରିନା ସଂଳାପ କହିବା ପରିବର୍ତ୍ତେ ଗୀତର ତାଳେ ତାଳେ ଓଠର ଉଚ୍ଚାରଣ କରିବା ସହଜ ହୋଇଥାନ୍ତା । କେବଳ ଏହି ବିଷୟକୁ ନେଇ କରିନାଙ୍କ ମାଆ ଏବଂ ରାକେଶ ରୋସନଙ୍କ ମଧ୍ୟରେ ତର୍କ ବିତର୍କ ହୋଇ ଯାଇଥିଲା । ଏହାପରେ ଦୁହେଁ ନିଜ ନିଜ ରାସ୍ତାରେ ଚାଲି ଯାଇଥିଲେ । ଏହିପରି ରାକେଶ ରୋସନ ଫିଲ୍ମରେ ଅମିଶାଙ୍କୁ ସୁଯୋଗ ଦେଇଥିଲେ ଏବଂ ଫିଲ୍ମ ରିଲିଜ୍ ହେବା ପରେ ଅମିଶା ଷ୍ଟାର ପାଲଟି ଯାଇଥିଲେ । ଅନ୍ୟପକ୍ଷରେ କରିନା ଅଭିଷେକ ବଚ୍ଚନଙ୍କ ସହ ରେଫ୍ୟୁଜି ଫିଲ୍ମରେ ଡେବ୍ୟୁ କରିଥିଲେ ଯାହା ସମ୍ପୂର୍ଣ୍ଣ ରୂପରେ ଫ୍ଲପ ହୋଇ ଯାଇଥିଲା ।

newstrend

କହିବା ପାଇଁ ଚାହୁଁଛୁ ହ୍ରୀତିକ୍ ଏବଂ କରିନାଙ୍କ କର୍ମଜୀବନ ଉଥାନପତ୍ତନ ଦେଇ ଗତି କରିଛି । କହୋ ନା ପ୍ୟାର୍ ହେ ପରେ ହ୍ରୀତିକଙ୍କ ଅନେକ ଫିଲ୍ମ ଫ୍ଲପ ହୋଇଥିଲା ଅନ୍ୟପକ୍ଷରେ କରିନା ଧୀରେ ଧୀରେ ବଲିଉଡରେ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ଏହି ଘଟଣା ପରେ ମଧ୍ୟ ହ୍ରୀତିକ୍ ଏବଂ କରିନା ଏକତ୍ର ଅଭିନୟ କରିବା ପାଇଁ ମନା କରି ନଥିଲେ । ଦୁହେଁ କଭି ଖୁସି କଭି ଗମ୍ ଏବଂ ମେ ପ୍ରେମ୍ କି ଦିୱାନି ହୁଁ ଫିଲ୍ମରେ ଏକତ୍ର ଅଭିନୟ କରିଥିଲେ । ଆଜିର ସମୟରେ ହ୍ରୀତିକ ଏବଂ କରିନା ବଲିଉଡର ସୁପରଷ୍ଟାର ଅଟନ୍ତି । ଅନ୍ୟପକ୍ଷରେ ଅମିଶା କିଛି ସଫଳ ଫିଲ୍ମର ଭେଟି ଦର୍ଶକଙ୍କୁ ଦେବା ପରେ ଫ୍ଲପ ହୋଇ ଯାଇଥିଲେ । କହୋ ନା ପ୍ୟାର୍ ହେ ପରେ ଗଦର ଏକ ପ୍ରେମ କଥା ଏବଂ ମହରାଜ ଭଳି ହିଟ୍ ଫିଲ୍ମ ପରେ ଅନ୍ୟ କୌଣସି ହିଟ୍ ଫିଲ୍ମ ଦେବାରେ ସଫଳ ହୋଇ ନଥିଲେ ଅମିଶା ପଟେଲ ।

Be the first to comment

Leave a Reply

Your email address will not be published.


*