ଶୋଏବ ଅଖତରଙ୍କ ପରେ ଚୀନ ଦେଶ ଉପରେ କ୍ରୋଧିତ ହେଲେ କେବିନ୍ ପିଟରସନ୍ ! କହିଲେ- ଜୀବନ୍ତ କୁକୁରଙ୍କୁ ମଧ୍ୟ ରାନ୍ଧି ଖାଆନ୍ତି ଚୀନବାସିନ୍ଦା…

ଶୋଏବ ଅଖତରଙ୍କ ପରେ ଚୀନ ଦେଶ ଉପରେ କ୍ରୋଧିତ ହେଲେ କେବିନ୍ ପିଟରସନ୍ ! କହିଲେ- ଜୀବନ୍ତ କୁକୁରଙ୍କୁ ମଧ୍ୟ ରାନ୍ଧି ଖାଆନ୍ତି ଚୀନବାସିନ୍ଦା…

କରୋନା ଭାଇରସ୍ ପାଇଁ ଚୀନ ଦେଶକୁ ଦାୟୀ ବୋଲି କୁହାଯାଉଛି ଏବଂ ସମସ୍ତେ ଚୀନ ଉପରେ କ୍ରୋଧିତ ଅଛନ୍ତି । ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଖେଳାଳି କେବିନ୍ ପିଟରସନ୍ ମଧ୍ୟ ଚୀନ ଉପରେ କ୍ରୋଧ ପ୍ରକାଶ କରି ଟ୍ୱିଟ କରିଛନ୍ତି ଏବଂ ଚୀନ ଦେଶ ବିଷୟରେ ବହୁତ କିଛି କହିଛନ୍ତି । ଟ୍ୱିଟରେ କେବିନ୍ ପିଟରସନ୍ ଗୋଟିଏ ଭିଡ଼ିଓ ସେୟାର କରି କହିଛନ୍ତି ଯେ, ଚୀନର ବାସିନ୍ଦାମାନେ ଜୀବନ୍ତ କୁକୁରମାନଙ୍କୁ ମଧ୍ୟ ଖାଇଥାନ୍ତି ।

ନିଜ ଟ୍ୱିଟରେ ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ଲେଖିଛନ୍ତି ଯେ- କରୋନା ଭାଇରସ୍ ଚୀନର “ଅପରିଷ୍କାର ବଜାର” ବୁହାନରୁ ଆରମ୍ଭ ହୋଇଛି । ଯେଉଁଠାରେ ମୃତ ଓ ଜୀବନ୍ତ ଉଭୟ ଜୀବଜନ୍ତୁ ମାନଙ୍କୁ ବିକ୍ରି କରାଯାଏ ।

Goolge

ଦ୍ୱିତୀୟ ଟ୍ୱିଟରେ ସେ ଲେଖିଛନ୍ତି ଯେ- ମୁଁ ଚୀନ ବଜାରରୁ ଗୋଟିଏ ଭିଡ଼ିଓ ସଂଗ୍ରହ କରିଥିଲି । ଏହି ଭିଡ଼ିଓରେ କୁକୁରକୁ ରନ୍ଧା ଯାଉଛି, ଜିଅନ୍ତା କୁକୁରକୁ ଗରମ ପାଣିରେ ସିଝାଉଛନ୍ତି । ଭିଡିଓର ଏହି ଦୃଶ୍ୟ ଦେଖିବା ପରେ ସେ ଗାଳି କରି ଚୀନକୁ ବହୁତ କିଛି କହିଛନ୍ତି । ଆଉ ଗୋଟିଏ ଟ୍ୱିଟ କରି କେବିନ୍ ପିଟରସନ୍ ଲୋକମାନଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ ଅନୁରୋଧ କରିଛନ୍ତି ।

ଚୀନ ଉପରେ ରାଗିଗଲେ ଶୋଏବ ଅଖତର :

କେବିନ୍ ପିଟରସନଙ୍କ ପୂର୍ବରୁ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ମଧ୍ୟ ଚୀନ ଦେଶ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି । ଶୋଏବ ଅଖତର ନିଜର ୟୁଟ୍ୟୁବ ଚେନାଲରେ ଗୋଟିଏ ଭିଡ଼ିଓ ପଠାଇ କହିଛନ୍ତି ଯେ, “ଆପଣଙ୍କୁ ବାଦୁଡ଼ି ଖାଇବା କିମ୍ବା ତା’ରକ୍ତ ଅଥବା ପରିସ୍ରା ପିଇବାର କଣ ଦରକାର ଅଛି ? ଏଥିପାଇଁ ସମ୍ପୂର୍ଣ୍ଣ ଦୁନିଆରେ ଏହି ଭାଇରସ୍ ସଂକ୍ରମିତ ହେବାରେ ଲାଗିଛି । ମୁଁ ଚୀନର ଲୋକଙ୍କ ବିଷୟରେ କହୁଛି । ଏମାନେ ସମ୍ପୂର୍ଣ୍ଣ ଦୁନିଆକୁ ଅସୁବିଧାରେ ପକାଇ ଦେଇଛନ୍ତି । ମୁଁ ବୁଝିପାରୁ ନାହିଁ ଯେ, ଏମାନେ ବାଦୁଡ଼ି, କୁକୁର ଓ ବିଲେଇକୁ କିପରି ଖାଇ ପାରନ୍ତି ? ମୋତେ ସତରେ ଚୀନବାସୀଙ୍କ ଉପରେ ବହୁତ କ୍ରୋଧ ଆସୁଛି ।” ଏହି ଭିଡ଼ିଓ ପଠାଇବାର କିଛି ସମୟ ପରେ ଶୋଏବ ଚୀନ ସହ ଜଡ଼ିତ ଅଂଶକୁ ବାହାର କରି ନେଲେ ।

ଚୀନରୁ ସଂକ୍ରମିତ ହେଉଥିବା ଏହି ଭୁତାଣୁ ବା କରୋନା ଭାଇରସ ବର୍ତ୍ତମାନ ସମ୍ପୂର୍ଣ୍ଣ ଦୁନିଆରେ ପହଞ୍ଚି ସାରିଛି । କରୋନା ଭାଇରସ କାରଣରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି । ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ଶୁଦ୍ଧା ତିନି ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି । କରୋନା ଭାଇରସ୍ କାରଣରୁ ଅଧିକାଂଶ ଦେଶ ଲକ୍ ଡାଉନ୍ ହୋଇଯାଇଛି । ଲୋକଙ୍କ ସ୍ୱାସ୍ଥ୍ୟ ସଙ୍ଗେ ସଙ୍ଗେ ଦେଶର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ କରୋନା ଭାଇରସ୍ ଗଭୀର ଭାବରେ ପ୍ରଭାବ ପକାଇଛି । ସମ୍ପୂର୍ଣ୍ଣ ଦୁନିଆର ସେୟାର ମାର୍କେଟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଶତ ଚେଷ୍ଟା କରି ମଧ୍ୟ ଏହି ଭାଇରସ୍ ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶକୁ ଉଚିତ ପ୍ରତିଷେଧକ ମିଳିପାରୁ ନାହିଁ । ସମ୍ପୂର୍ଣ୍ଣ ଦୁନିଆରେ ଏହା ଦିନକୁ ଦିନ ପ୍ରସାରିତ ହେବାକୁ ଲାଗିଛି । ଲୋକେ ଘରୁ ବାହାରକୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ସାଧାରଣ ଜନତା ଠାରୁ ଆରମ୍ଭ କରି ଦେଶର ଶକ୍ତିଶାଳୀ ବ୍ୟକ୍ତିମାନେ ମଧ୍ୟ ଏଥିପାଇଁ ଗଭୀର ଭାବରେ ପ୍ରଭାବିତ ହେଉଛନ୍ତି ।

ଏହି ଭାଇରସ୍ ଇଟାଲୀ ଦେଶକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିବାକୁ ବସିଛି ଏବଂ ଏହି ଦେଶର ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଭାଇରସ୍ ଦ୍ଵାରା ଇଟାଲୀର ବହୁତ ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି କିନ୍ତୁ ଏହାକୁ ନିୟନ୍ତ୍ରିତ କରାଯାଇ ପାରୁନାହିଁ । ଦୁନିଆରେ କରୋନା ପାଇଁ ସବୁଠାରୁ ଅଧିକାଂଶ ମୃତ୍ୟୁ ଇଟାଲୀର ହୋଇଛି । ୟୁରୋପର ଅଧିବାସୀମାନେ ଏହି ଭାଇରସ୍ ଦ୍ଵାରା ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ।

ଭାରତରେ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ଏହି ମାମଲା :

କରୋନା ଜନିତ ମାମଲା ଭାରତରେ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ଓ ଭାରତରେ ଏହି ଭାଇରସରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୫୦୦ ପର୍ଯ୍ୟନ୍ତ ପହଞ୍ଚିଛି । କରୋନା ଭାଇରସ୍ କାରଣରୁ ଭାରତରେ ଅଧିକାଂଶ ରାଜ୍ୟକୁ ଲକ୍ ଡାଉନ୍ କରି ଦିଆଯାଇଛି । ମହାରାଷ୍ଟ୍ରରେ କରୋନା ଭାଇରସର ସବୁଠାରୁ ଅଧିକ ମାମଲା ଦେଖିବାକୁ ମିଳୁଛି ଓ ଏହି ରାଜ୍ୟରେ ୧୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଭାରତରେ କରୋନା ଜନିତ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୦ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଲୋକମାନଙ୍କୁ ସାବଧାନ ରହିବା ପାଇଁ ବାରମ୍ବାର କୁହାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ମହାମାରୀ ବୋଲି ଘୋଷଣା କରିଦେଇଛି । ଏଥିରୁ ମୁକ୍ତି ପାଇବା ପାଇଁ ବହୁତ କିଛି ପରାମର୍ଶ ଦିଆଯାଉଛି ଯାହାକୁ ପାଳନ କରିବା ଉଚିତ ।

Leave a Reply

Your email address will not be published. Required fields are marked *