ଚମକି ଉଠିବ ଆପଣଙ୍କ ଭାଗ୍ୟ, କେବଳ ଶୋଇବା ପୂର୍ବରୁ ପ୍ରତିଦିନ କରନ୍ତୁ ଏହି ଜରୁରୀ କାମ !

ଚମକି ଉଠିବ ଆପଣଙ୍କ ଭାଗ୍ୟ, କେବଳ ଶୋଇବା ପୂର୍ବରୁ ପ୍ରତିଦିନ କରନ୍ତୁ ଏହି ଜରୁରୀ କାମ !

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନିମ୍ନରେ ବର୍ଣ୍ଣିତ କାର୍ଯ୍ୟକୁ ଯଦି କରାଯାଏ, ତେବେ ଭାଗ୍ୟ ଖୋଲିଯିବ ଏବଂ ଜୀବନରେ କେବଳ ଉନ୍ନତି ହେବ । ଏତିକିନୁହେଁ ମସ୍ତିଷ୍କ ପୁରାପୁରି ସତେଜ ରହିବ ଏବଂ ଭାଗ୍ୟ ସର୍ବଦା ଆପଣଙ୍କ ସାଥ୍ ଦେବ ।

ଶୋଇବା ପୂର୍ବରୁ ଏହି କାମ ନିଶ୍ଚିତ ଭାବେ କରନ୍ତୁ

ଯେଉଁ ବିଛଣାରେ ଆମେ ଶୋଉ, ତାକୁ ସର୍ବଦା ସଫା ରଖନ୍ତୁ । ସମୟ ସମୟରେ ବିଛଣାର ଚାଦରକୁ ବଦଳି ଦିଅନ୍ତୁ । କେବେହେଲେ ମଇଳା ବିଛଣାରେ ଶୁଅନ୍ତୁ ନାହିଁ । କୁହାଯାଏ ଯେ ଯେଉଁ ଲୋକମାନେ ମଇଳା ବିଛଣାରେ ଶୁଅନ୍ତି ତାଙ୍କ ଭାଗ୍ୟ ତାଙ୍କ ଠାରେ ରୁଷି ଯାଏ । ଏଥିସହିତ ଆର୍ଥିକ ଅଭାବ ମଧ୍ୟ ଦେଖାଦିଏ । ଏହାବ୍ୟତୀତ ବିଛଣା ସୁନ୍ଦର, ନରମ ଏବଂ ଆରାମ ଦାୟକ ହେବା ଦରକାର । ଏପରି ହେଲେ ଆମ ଆଖି ଓ ମନକୁ ଆରାମ ମିଳେ ।

ଶୋଇବା ପୂର୍ବରୁ ପ୍ରତିଦିନ ନିଜ ବିଛଣା ନିକଟରେ ଏକ କର୍ପୂର ନିଶ୍ଚିତ ଭାବରେ ଜାଳନ୍ତୁ । କର୍ପୂରକୁ ଜାଳି ଶୋଇବା ଫଳରେ ଭଲ ନିଦ ଆସେ ଏବଂ ନକରାତ୍ମକ ଉର୍ଜା ଦୂର ହୋଇଥାଏ । କର୍ପୂର ଜାଳି ଶୋଇବା ଫଳରେ ସମସ୍ତ ପ୍ରକାର ଚିନ୍ତା ଶେଷ ହୋଇଥାଏ ।

ଯେବେମଧ୍ୟ ଆପଣ ଶୋଇବା ପାଇଁ ଯାଉଛନ୍ତି କେବଳ ଭଲ କଥା ଭାବନ୍ତୁ । କେବେମଧ୍ୟ ଶୋଇବା ପୂର୍ବରୁ ଖରାପ କଥା ଭାବନ୍ତୁ ନାହିଁ । ଖରାପ ଭାବନା କିମ୍ବା ନକରାତ୍ମକ କଥାଗୁଡିକୁ ଯଦି ଶୋଇବା ସମୟରେ ଭାବିବା ତେବେ ଭଲ ନିଦ ଆସେ ନାହିଁ । ଏହା ମଧ୍ୟ କୁହାଯାଏ ଯେ ଶୋଇବା ୧୦ ମିନିଟ୍ ପର୍ଯ୍ୟନ୍ତ ସମୟ ବହୁତ ସମ୍ବେଦନଶୀଳ ହୋଇଥାଏ । ଏହି ସମୟରେ ଅବଚେତନ ମନ ଜାଗ୍ରତ ହେବାକୁ ଲାଗେ ଏବଂ ଉଠିବା ପରେ ୧୫ ମିନିଟ୍ ସମୟ ମଧ୍ୟ ବହୁତ ସମ୍ବେଦନଶୀଳ ଅଟେ । ଏହି ସମୟରେ ଯାହା ଚିନ୍ତା କରାଯାଏ । ତାହା ଘଟିତ ହେବାକୁ ଲାଗେ ।

ଶୋଇବା ସମୟରେ କେବେହେଲେ ଦକ୍ଷିଣ ଓ ପୂର୍ବ ଆଡ଼କୁ ପାଦ ରଖନ୍ତୁନାହିଁ । ଏହି ଦିଗରେ ପାଦ କରିବା ଫଳରେ ସ୍ୱାସ୍ଥ୍ୟ ଓ ସମୃଦ୍ଧିରେ ହାନି ହୋଇଥାଏ । ଯେବେକି ପୂର୍ବ ଦିଗରେ ମୁଣ୍ଡ ରଖି ଶୋଇବା ଫଳରେ ଜ୍ଞାନ ବୃଦ୍ଧି ହୋଇଥାଏ । ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇଲେ ସ୍ୱାସ୍ଥ୍ୟ ଓ ସମୃଦ୍ଧି ମିଳେ ।

ଶୋଇବା ୨ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଉଚିତ୍ । ତୁରନ୍ତ ଖାଦ୍ୟ ଖାଇ ଶୋଇବା ଫଳରେ ପେଟ ସହ ଜଡ଼ିତ ରୋଗ ହୋଇଥାଏ ଏବଂ ଖାଦ୍ୟ ପାଚନ ହୁଏନାହିଁ । ଏଥିପାଇଁ ସର୍ବଦା ଶୋଇବାର ୨ ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରିନିଅନ୍ତୁ । ସର୍ବଦା ଶୋଇବା ପୂର୍ବରୁ ନିଜ ମୁହଁକୁ ସଫା କରିନିଅନ୍ତୁ ଏବଂ କେବେହେଲେ ଅଇଁଠା ମୁହଁରେ ଶୁଅନ୍ତୁ ନାହିଁ । ଏପରି ଭାବରେ ନିଜ ପାଦକୁ ମଧ୍ୟ ସଫା କରି ଶୁଅନ୍ତୁ । ମଇଳା ପାଦରେ ଶୋଇବା ଫଳରେ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପରିଲକ୍ଷିତ ହୁଏ ।

ଶୋଇବା ପୂର୍ବରୁ ସର୍ବଦା ନିଜ ଇଷ୍ଟଦେବକୁ ସ୍ମରଣ କରନ୍ତୁ ଏବଂ ନିଜର ଯେକୌଣସି ଭୁଲ୍ ପାଇଁ ମଧ୍ୟ କ୍ଷମା ପ୍ରାର୍ଥନା କରନ୍ତୁ ।

Leave a Reply

Your email address will not be published. Required fields are marked *