ଲାଇମଲାଇଟରୁ ଦୂରେଇ ରୁହନ୍ତି ଜୁହୀଙ୍କ ସୁନ୍ଦରୀ ଝିଅ ଜାହ୍ନବୀ ! ଲୁଚେଇ ରଖିଛନ୍ତି ଏହି କଥା…

ଲାଇମଲାଇଟରୁ ଦୂରେଇ ରୁହନ୍ତି ଜୁହୀଙ୍କ ସୁନ୍ଦରୀ ଝିଅ ଜାହ୍ନବୀ ! ଲୁଚେଇ ରଖିଛନ୍ତି ଏହି କଥା…

ନିଜ ମନମୋହକ ହସରୁ ଲୋକଙ୍କୁ ଆହତ କରି ଦେଉଥିବା ଜୁହି ଚାୱଲା ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକଙ୍କ ହୃଦୟରେ ରାଜ୍ କରନ୍ତି । ତାଙ୍କର ଚୁଲବୁଲି ସ୍ୱଭାବ, ତାଙ୍କର ନମ୍ରତା, ତାଙ୍କ ଶୈଳୀ ଏବଂ ତାଙ୍କ ସରଳ ସ୍ଵଭାବ ଦର୍ଶକଙ୍କ ଉପରେ ଯାଦୁ କରି ଦେଉଥିଲା । ଆଜି ଜୁହି ପରଦାରୁ ଦୂରରେ ଅଛନ୍ତି, କିନ୍ତୁ ତାଙ୍କର ଗୋଟିଏ ଝଲକ୍ ଦେଖିବା ପାଇଁ ଲୋକମାନେ ଆଜି ମଧ୍ୟ ଦିୱାନା ହୋଇଯାନ୍ତି । ‘କାୟମତ୍ ସେ କୟାମତ୍ ତକ୍ ନିଜ ସୁନ୍ଦରତାର ଯଲବା ଦେଖାଉଥିବା ଜୁହି ଭଳି ତାଙ୍କ ଝିଅ ମଧ୍ୟ ବହୁତ ସୁନ୍ଦରୀ ଅଟନ୍ତି, କିନ୍ତୁ ସେ ମିଡ଼ିଆ ନଜରରୁ ବହୁତ ଦୂରେଇ ରୁହନ୍ତି ।

ଜୁହୀଙ୍କ ଝିଅ ଜାହ୍ନବୀ

ପରଦାରେ ନିଜ ଅଭିନୟ ଓ ସୁନ୍ଦରତାର ଯଲବା ଦେଖାଉଥିବା ଜୁହି ଚାୱଲା ୧୯୯୫ରେ ବ୍ୟବସାୟୀ ଜୟ ମେହତାଙ୍କୁ ବିବାହ କରି ନେଇଛନ୍ତି । ଜୁହୀଙ୍କ ଦୁଇଟି ଶିଶୁ ଅଛନ୍ତି ଯାହାଙ୍କ ନାମ ଜାହ୍ନବୀ ଓ ଅର୍ଜୁନ୍ ଅଟେ । ଯେଉଁଠାରେ ସମସ୍ତ କଳାକାର ମାନଙ୍କ ଶିଶୁମାନେ ଛୋଟ ବେଳରୁ ମିଡ଼ିଆ ଖବରରେ ଛାଇ ରୁହନ୍ତି ସେପଟେ ଜୁହିଙ୍କ ଝିଅ ଜାହ୍ନବୀ ମିଡ଼ିଆ ଓ ସୋସିଆଲ୍ ମିଡ଼ିଆ ଉଭୟରୁ ଦୂରେଇ ରୁହନ୍ତି । ସେପଟେ ଜୁହି ମଧ୍ୟ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କଥା ହେବାକୁ ପସନ୍ଦ କରନ୍ତି ନାହିଁ ଏବଂ ତାଙ୍କ ଝିଅକୁ ମଧ୍ୟ ସରଳ ଜୀବନ ପସନ୍ଦ ଆସେ ।

ଜୁହି ଏକ ସମୟରେ ପରଦାରେ ରାଜ୍ କରୁଥିଲେ, କିନ୍ତୁ ଯେତେବେଳେ ତାଙ୍କ ବିବାହ ହେଲା ସେତେବେଳେ ସେ ଏହି କଥାକୁ ଜାହିର୍ କଲେ ନାହିଁ କିମ୍ବା ମିଡ଼ିଆରେ ଜଣାଇଲେ ନାହିଁ । ଏତିକିନୁହେଁ ଜୁହି ନିଜ ସନ୍ତାନ ମାନଙ୍କୁ ଲାଇମ୍ ଲାଇଟ୍ ଠାରୁ ଦୂରେଇ ରଖନ୍ତି । ଜଣାଇଦେଉଛୁ ଯେ ଜୁହିଙ୍କ ଦୁଇଟି ଶିଶୁ ଧୀରୁଭାଇ ଅମ୍ବାନୀ ଇଣ୍ଟରନେସନଲ୍ ସ୍କୁଲରେ ଶିକ୍ଷାପ୍ରାପ୍ତ କରିଛନ୍ତି ଏବଂ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ସେ ଲଣ୍ଡନରେ ଅଛନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ଜାହ୍ନବୀଙ୍କ ଏକ ଫଟୋ ଜୁହି ସେୟାର୍ କରିଥିଲେ ଏବଂ ଯେତେବେଳେ ସେ ସ୍କୁଲରେ ଟପ୍ ୧୦ ଛାତ୍ରୀ ମଧ୍ୟରେ ସ୍ଥାନ ଅଧିକାର କରିଥିଲେ ।

ଜାହ୍ନବୀଙ୍କ ପ୍ରିୟ କଳାକାର

ଜୁହୀଙ୍କ ଝିଅ ଜାହ୍ନବୀ ସେମିତିରେ ତ ‘ଲାଇମ୍-ଲାଇଟ୍’ରୁ ଦୂରେଇ ରୁହନ୍ତି, କିନ୍ତୁ ହୋଇପାରେ ଯେ ସେ ଜୁହୀଙ୍କ ପ୍ରଡକ୍ସନ୍ ହାଉସରୁ ଚଳଚ୍ଚିତ୍ରରେ ଆଗମନ କରିନେବେ । ବାସ୍ତବରେ ଚଳଚ୍ଚିତ୍ରରୁ ଦୂରେଇ ରହିବା ପରେ ମଧ୍ୟ ଜାହ୍ନବୀ ଦୀପିକା ଓ ବରୁଣ ଧବନଙ୍କୁ ଖୁବ୍ ପସନ୍ଦ କରନ୍ତି । ଜୁହି ନିଜ ସ୍ୱାମୀଙ୍କ ସହିତ ଅନେକଗୁଡ଼ିଏ ଇଭେଣ୍ଟ ଗୁଡ଼ିକରେ ଏକାଠି ନଜର ଆସନ୍ତି, କିନ୍ତୁ ତାଙ୍କ ସନ୍ତାନମାନେ କେବେ ଏକାଠି ନଜର ଆସନ୍ତି ନାହିଁ । ଯଦିଓ ଆଶା କରାଯାଉଛି ଯେ ଜାହ୍ନବୀ ହଠାତ୍ ଆସି ସମସ୍ତଙ୍କୁ ଚକିତ କରିଦେବେ ।

ଜୁହି ଚାୱଲା ପରଦାରୁ ଦୂରରେ ଅଛନ୍ତି, କିନ୍ତୁ ତାଙ୍କ ବ୍ୟବସାୟୀ ମହିଳା ଥିବା ଚରିତ୍ର ହିଟ୍ ଅଟେ । ବାସ୍ତବରେ ଜୁହି ନିଜ ସ୍ୱାମୀ ଜୟଙ୍କ ସହିତ ମିଶି ତାଙ୍କ ବ୍ୟବସାୟରେ ସାହାଯ୍ୟ କରନ୍ତି । ଜୁହି ମୁମ୍ବାଇର କେମ୍ପସ୍ କର୍ଣ୍ଣରରେ ପିଜ୍ଜା ମେଟ୍ରୋ ପିଜ୍ଜା ନାମକ ଏକ ରେଷ୍ଟୁରେଣ୍ଟ ଚଳାନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତର ଚଳଚ୍ଚିତ୍ର ଯାତ୍ରା

ଜୁହି ଚାୱଲା ଆଜି ଏକ ସ୍ଥାପିତ କଳାକାର ଅଟନ୍ତି, କିନ୍ତୁ ତାଙ୍କ ଆରମ୍ଭ ମଧ୍ୟ ବହୁତ ଭଲ ହୋଇଥିଲା । ୧୯୮୪ରେ ଜୁହି ମିସ୍ ଇଣ୍ଡିଆ ପଦ ହାସଲ କରିଥିଲେ ଏବଂ ମିସ୍ ୟୁନିଭର୍ସ ପାଇଁ ମଧ୍ୟ ପାଦ ଆଗକୁ ବଢ଼ାଇଛନ୍ତି । ତାଙ୍କୁ ଏଥିରେ ସଫଳତା ମିଳିଲା ନାହିଁ, କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ବେଷ୍ଟ କସଟ୍ୟୁମ୍ ପୁରସ୍କାର ଲାଭ ହେଲା ।

ଜୁହୀଙ୍କ ପ୍ରଥମ ଚଳଚ୍ଚିତ୍ର ‘ସଲତନତ୍’ ଅଟେ, କିନ୍ତୁ ତାଙ୍କୁ ସେପରି ନାମ ମିଳିଲା ନାହିଁ ଯାହାକି ତାଙ୍କ ଅଧିକାର ଥିଲା । ଏହାପରେ ୧୯୮୮ରେ ଆସିଥିବା ଚଳଚ୍ଚିତ୍ର ‘କୟାମତ୍ ସେ କୟାମତ୍’ ମୁକ୍ତିଲାଭ କଲେ । ଏହି ଚଳଚ୍ଚିତ୍ରରେ ଜୁହି ରାତାରାତି ସୁପରଷ୍ଟାର୍ ହୋଇଗଲେ । ଏହି ଚଳଚ୍ଚିତ୍ର ସହିତ ତାଙ୍କ ଯୋଡ଼ି ଆମୀର ଖାଁଙ୍କ ସହିତ ଚମକି ଉଠିଲା । ଏହି ଯୋଡ଼ି ‘ଲବ୍ ଲବ୍ ଲବ୍, ତୁମ ମେରେ ହୋ, ଦୌଲତ କି ଜଙ୍ଗ, ଆତଙ୍କ ହି ଆତଙ୍କ, ‘ହମ୍ ହେ ରାହୀ ପ୍ୟାର୍ କେ’ରେ ଏକାଠି କାମ କରିଥିଲେ ।

ଆମୀର୍ ବ୍ୟତୀତ ଜୁହୀଙ୍କ ଯୋଡି ଶାହରୁଖ ଖାଁଙ୍କ ସହିତ ମଧ୍ୟ ଖୁବ୍ ପସନ୍ଦ କରାଯାଉଥିଲା । ଶାହରୁଖ ଖାଁ ବୋ ଜୁହି ଏକାଠି ‘ରାଜୁ ବନ୍ ଗୟା ଜେଣ୍ଟଲମ୍ୟାନ୍’, ‘ଡୁପ୍ଲିକେଟ୍’, ‘ୟେସ୍ ବସ୍’ ଓ ‘ଡର୍’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଆଉଥରେ ଚାଲିବ ଜୁହୀଙ୍କ ଯାଦୁ

ଜୁହି ଚାୱଲା ଯେତେ ଚାହିଁଲେ ମଧ୍ୟ ନିଜକୁ ପରଦାରୁ ଅଧିକ ଦିନ ପର୍ଯ୍ୟନ୍ତ ଦୂରେଇ ରଖିପାରନ୍ତି ନାହିଁ । ଏମିତିରେ ଏହି ଖବର ମଧ୍ୟ ସାମନାକୁ ଆସୁଅଛି ଯେ ଜୁହି ନିଜ ପୁରୁଣା ସହ କଳାକାର ଋଷି କପୂରଙ୍କ ସହିତ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି । କୁହାଯାଉଛି ଯେ ଏହି ଚଳଚ୍ଚିତ୍ର ଏକ ପାରିବାରିକ ଡ୍ରାମା ହେବ ଯାହାର ନିର୍ଦ୍ଦେଶନା ଦେବେ ହିତେଶ୍ ଭାଟିୟା । ଏହାର ଶୁଟିଂ ଆରମ୍ଭ ହୋଇ ସାରିଛି, କିନ୍ତୁ ଚଳଚ୍ଚିତ୍ରର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ ।

ଜଣାଇଦେଉଛୁ ଯେ ଏହା ପୂର୍ବରୁ ଜୁହି ଓ ଋଷିଙ୍କ ଯୋଡ଼ିକୁ ‘ସାଜନ୍ କା ଘର୍’, ‘ଇନା ମୀନା ଡ଼ିକା’ ଓ ‘ବୋଲ୍ ରାଧା ବୋଲ୍’ ଭଳି ସୁପରହିଟ୍ ଚଳଚ୍ଚିତ୍ରରେ ଥିଲା । ଦୁହିଁଙ୍କ ଯୋଡ଼ିଙ୍କୁ ଖୁବ୍ ପସନ୍ଦ କରାଯାଉଥିଲା । ଯେଉଁଠାରେ ଋଷି ଏହା ପୂର୍ବରୁ ଚଳଚ୍ଚିତ୍ର ‘ମୁଲକ୍’ରେ ନଜର ଆସିଛନ୍ତି ସେପଟେ ଜୁହିଙ୍କ ଶେଷ ଚଳଚ୍ଚିତ୍ରର ନାମ ହେଉଛି ‘ଚକ୍ ଏଣ୍ଡ ଡ଼ଷ୍ଟର୍’ ।

Leave a Reply

Your email address will not be published. Required fields are marked *