ଜୁହି ଚାୱଲାଙ୍କ ଝିଅ ବଲିଉଡରେ କରିବେ ଡେବ୍ୟୁ ! IPL ନିଲାମ ସମୟରେ ‘ଶାହାରୁଖ୍ ଖାନ୍’ଙ୍କ ପୁଅ ସହିତ ନଜର ଆସିଥିଲେ…

ଜୁହି ଚାୱଲାଙ୍କ ଝିଅ ବଲିଉଡରେ କରିବେ ଡେବ୍ୟୁ ! IPL ନିଲାମ ସମୟରେ ‘ଶାହାରୁଖ୍ ଖାନ୍’ଙ୍କ ପୁଅ ସହିତ ନଜର ଆସିଥିଲେ…

ଜୁହି ଚାୱଲା ୯୦ ଦଶକର ସୁପରହିଟ୍ ବଲିଉଡ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଆସିଛନ୍ତି । ବିୟୁଟି ପିଜାଣ୍ଟ ମିସ୍ ଇଣ୍ଡିଆର ଟାଇଟଲ୍ ଜିତିବା ପରେ ସେ ଚଳଚ୍ଚିତ୍ରରେ ନିଜର କ୍ୟାରିଅର୍ କରିବା ଆରମ୍ଭ କରିଥିଲେ । ଜୁହି ସର୍ବଦା ତାଙ୍କ ପ୍ରଫେସନାଲ୍ ଲାଇଫ୍ କୁ ନେଇ ବେଶ୍ ଚର୍ଚ୍ଚାରେ ଥାନ୍ତି କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଲୋକମାନେ ଖୁବ୍ କମ୍ ଜାଣିଥାନ୍ତି । ଜୁହିଙ୍କର ୨ଟି ସନ୍ତାନ ଅଛି, ସେଥି ମଧ୍ୟରୁ ଝିଅ ଜାହ୍ନବୀ ମେହତା ।

ଜାହ୍ନବୀ ମେହତା କ୍ୟାମେରା ଓ ସୋସିଆଲ୍ ମିଡ଼ିଆରୁ ସର୍ବଦା ବହୁତ ଦୂରରେ ଥାନ୍ତି । ସେଥିପାଇଁ ଲୋକମାନେ ତାଙ୍କ ବିଷୟରେ ଖୁବ୍ କମ୍ ଜାଣିଥାନ୍ତି । କିଛି ଦିନ ପୂର୍ବରୁ ଜୁହି ଏକ ସାକ୍ଷାତକରରେ ଝିଅ ଜାହ୍ନବୀର ଭବିଷ୍ୟତ କହିଥିଲେ । ସେବେଠୁ ଜାହ୍ନବୀ ବହୁତ ଚର୍ଚ୍ଚାରେ ଅଛନ୍ତି ।

ଜୁହି ‘IANS’ କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ଝିଅ ଜାହ୍ନବୀ ପଢ଼ିବାକୁ ବହୁତ ପସନ୍ଦ କରନ୍ତି । ଏହା ପୂର୍ବରୁ ଜାହ୍ନବୀ ଜଣେ ଲେଖକ ହେବାକୁ ଚାହୁଁଥିଲେ । କିନ୍ତୁ କିଛି ଦିନ ପରେ ସେ ମଡେଲ୍ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ସେତେବେଳେ ଜୁହି କହିଥିଲେ ଯେ ଜାହ୍ନବୀ ଆଗାମୀ ଦିନର ଅଭିନେତ୍ରୀ ହେବାକୁ ମଧ୍ୟ ଭାବି ପାରନ୍ତି । ଏହା ମାଧ୍ୟମରେ ସେ କହିଥିଲେ ଯେ ଜାହ୍ନବୀ ବର୍ତ୍ତମାନ ତାଙ୍କ କ୍ୟାରିୟର୍ ପ୍ରତି ଗମ୍ଭୀର ନୁହଁନ୍ତି ।

ସୂଚନାଯୋଗ୍ୟ ଯେ ଜାହ୍ନବୀ, ଜୁହି ଏବଂ ଜୟ ମେହତାଙ୍କର ବଡ ଝିଅ । ସେ ଇଣ୍ଟରନ୍ୟାସନାଲ୍ ସ୍କୁଲରୁ ତାଙ୍କ ପଢା ପୁରା କରିଛନ୍ତି । ଜୁନ୍ ୨୦୧୯ରେ ଜୁହି, ଜାହ୍ନବୀଙ୍କ ‘ସ୍କୁଲ୍ ଫେୟାରୱେଲ୍’ର ଫୋଟ କୁ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଛନ୍ତି । ଏହାପରେ ଲୋକମାନେ ପ୍ରଥମଥର ପାଇଁ ଜାହ୍ନବୀ କୁ ଦେଖିଲେ । ତେବେ ଏହା ପୂର୍ବରୁ ଜୁହି ତାଙ୍କ ଝିଅର ପିଲା ବେଳର ଫୋଟ ସେୟାର୍ କରିଛନ୍ତି ।

ନିକଟରେ ଜାହ୍ନବୀଙ୍କୁ IPL ମ୍ୟାଚ୍ ନିଲାମ ସମୟରେ ଦେଖିବାକୁ ମିଳିଥିଲା । ତାଙ୍କୁ ‘ଶାହରୁଖ୍ ଖାନ୍’ଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ସହ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଫୋଟ ଗୁଡ଼ିକ ବହୁତ ଭାଇରାଲ୍ ହୋଇଛି ।

ଶାହାରୁଖ୍ ଖାନ୍, ଜୁହି ଚାୱଲା ଏବଂ ତାଙ୍କ ସ୍ୱାମୀ ଜୟ ମେହେଟ୍ଟା କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଦଳର ମାଲିକ ଅଟନ୍ତି । IPL ଦଳରେ ନିଲାମ ସମୟରେ ଜାହ୍ନବୀ ମେହେଟ୍ଟା ତାଙ୍କ ପିତା ଜୟ ମେହେଟାଙ୍କ ସହିତ ନିଲାମରେ ଯୋଗ ଦେଇଥିଲେ ।

ଜାହ୍ନବୀ ମେହେଟ୍ଟା ବର୍ତ୍ତମାନ ସୋସିଆଲ୍ ମିଡିଆରେ ନାହାନ୍ତି । କିନ୍ତୁ ତାଙ୍କ ମା’ ଜୁହି ଚାୱଲା ଝିଅ ଏବଂ ପୁଅଙ୍କ ସହ ଫୋଟ ସେୟାର୍ କରନ୍ତି । ଜୁହିଙ୍କ ଇନଷ୍ଟାଗ୍ରାମରେ ଥିବା ତାଙ୍କ ପରିବାରର ଫୋଟ ତାଙ୍କ ସୁଖଦ ପରିବାର କୁ ଦର୍ଶାଇ ଥାଏ ।

Leave a Reply

Your email address will not be published. Required fields are marked *