ପ୍ରଥମଦେଖାରେ ଶାହାରୁଖଙ୍କ ଉପରେ ଭୀଷଣ ରାଗିଥିଲେ ଜୁହି ଚାୱାଲା ! ସେୟାର୍ କରିଛନ୍ତି ‘ଶୁଟିଂ ସେଟ୍’ର ଅଭିଜ୍ଞତା…

ପ୍ରଥମଦେଖାରେ ଶାହାରୁଖଙ୍କ ଉପରେ ଭୀଷଣ ରାଗିଥିଲେ ଜୁହି ଚାୱାଲା ! ସେୟାର୍ କରିଛନ୍ତି ‘ଶୁଟିଂ ସେଟ୍’ର ଅଭିଜ୍ଞତା…

ଅଭିନେତା ଶାହାରୁଖ୍ ଖାନଙ୍କୁ ବଲିଉଡର କିଙ୍ଗ ବୋଲି କୁହାଯାଏ । ଶାହାରୁଖ୍ ଖାନ୍ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ପ୍ରାୟ ସମସ୍ତ ପ୍ରକାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଶାହରୁଖଙ୍କ ସହ ପ୍ରାୟ ସମସ୍ତ ଅଭିନେତ୍ରୀଙ୍କ ଯୋଡିକୁ ଦର୍ଶକ ବହୁତ ଭଲପାଇବା ଦେଇଛନ୍ତି । କିନ୍ତୁ ଏପରି କିଛି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯାହାଙ୍କ ସହ ଶାହରୁଖଙ୍କ ଯୋଡି ପୁରା ‘ମେଡ୍ ଫର୍ ଇଚ୍ ଅଦର୍’ ପରି ଲାଗେ । ଶାହରୁଖଙ୍କ ସହ କାଜୋଲଙ୍କ ଯୋଡି ଦର୍ଶକମାନେ ସବୁଠାରୁ ଅଧିକା ପସନ୍ଦ କରନ୍ତି । ଶାହରୁଖ୍ ଏବଂ କାଜୋଲ୍ ଅନେକ ହିଟ୍ ଫିଲ୍ମରେ ଏକାଠି କାମ କରିଛନ୍ତି ।

ଶାହାରୁଖଙ୍କ ସହ ପ୍ରଥମ ସାକ୍ଷାତ ଥିଲା ଅତ୍ୟନ୍ତ ମଜାଦାର୍

କାଜୋଲଙ୍କ ବ୍ୟତୀତ ଶାହରୁଖ୍ ଏବଂ ଅଭିନେତ୍ରୀ ଜୁହି ଚାୱାଲାଙ୍କ ଯୋଡି ମଧ୍ୟ ଏକ ସୁପରହିଟ୍ ଯୋଡି ଅଟେ । ଜୁହି ଚାୱଲା ଏବଂ ଶାହରୁଖ୍ ‘ଡ଼ର୍’, ‘ୟେସ୍ ବସ୍’, ‘ଫିରଭି ଦିଲ୍ ହୈ ହିନ୍ଦୁସ୍ତାନୀ’, ‘ୱାନ୍ ଟୁ କା ଫୋର୍’, ‘ରାମ୍ ଜାନେ’ ଭଳି ଅନେକ ହିଟ୍ ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଦୁହିଁଙ୍କର ପ୍ରଥମ ସାକ୍ଷାତ ଅତ୍ୟନ୍ତ ମଜାଦାର୍ ଥିଲା । ଜୁହି ଚାୱଲା ଏକ ସାକ୍ଷାତକାରରେ ଏହା ସେୟାର୍ କରିଛନ୍ତି ।

ଶାହାରୁଖଙ୍କୁ ଏହିପରି ଭାବେ ମିଳିଥିଲା ଫିଲ୍ମ

ଏକ ସାକ୍ଷାତକାର ସମୟରେ ଜୁହି ଚାୱଲା କହିଛନ୍ତି ଯେ ଶାହରୁଖଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବହୁତ ମଜାଦାର୍ ଥିଲା । ବାସ୍ତବରେ ଜୁହି ଚାୱଲା ଏବଂ ଆମୀର୍ ଖାନଙ୍କ ଫିଲ୍ମ ‘କୟାମତ୍ ସେ କୟାମାତ୍ ତକ୍’ରେ ନଜର ଆସିଥିଲେ ଏବଂ ଏହି ଯୋଡିକୁ ଦର୍ଶକଙ୍କ ଠାରୁ ଖୁବ୍ ଭଲପାଇବା ସାଉଁଟିଥିଲା । ଯାହା ପରେ ନିର୍ମାତାମାନେ ଆମୀର୍ ଖାନ୍ ଏବଂ ଜୁହି ଚାୱଲାଙ୍କୁ ନେଇ ଆଉ ଏକ ଫିଲ୍ମରେ କାଷ୍ଟ କରିବାପାଇଁ ଚିନ୍ତା କରିଥିଲେ ଯାହାର ନାମ ଥିଲା ‘ରାଜୁ ବନ୍ ଗୟା ଜେଣ୍ଟିଲମ୍ୟାନ୍’ । କିନ୍ତୁ କୌଣସି କାରଣରୁ ଆମୀର୍ ଏହି ଫିଲ୍ମ ପାଇଁ ସାଇନ୍ କରିପାରିଲେ ନାହିଁ ତେଣୁ ଏହି ଫିଲ୍ମରେ ଆମୀରଙ୍କ ଜାଗାରେ ଶାହରୁଖ୍ ଖାନଙ୍କୁ ରିପ୍ଲେସ୍ କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ଜୁହି ଚାୱଲା ଏବଂ ଶାହାରୁଖ୍ ଖାନଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଏବଂ ଏହି ଯୋଡ଼ିକୁ ଦର୍ଶକଙ୍କଠୁ ବହୁତ ପ୍ରଶଂସା ମିଳିଥିଲା ।

ଶାହାରୁଖଙ୍କୁ ଦେଖି ଜୁହି ହେଲେ କ୍ରୋଧିତ

ସାକ୍ଷାତକାର ସମୟରେ ଜୁହି ଚାୱଲା କହିଛନ୍ତି ଯେ ଯେତେବେଳେ ମୁଁ ଶାହାରୁଖଙ୍କୁ ପ୍ରଥମେ ଫିଲ୍ମ ସେଟରେ ଦେଖିଲି ସେତେବେଳେ ମୋତେ ବହୁତ ରାଗ ଲାଗିଥିଲା । ସେ କହିଥିଲେ ଯେ ଯେତେବେଳେ ଫିଲ୍ମର ନିର୍ମାତା ବିବେକ ୱାସୱାନୀ ଫିଲ୍ମ ‘ରାଜୁ ବନ୍ ଗୟା ଜେଣ୍ଟିଲମ୍ୟାନ୍’ ପାଇଁ ଜୁହିଙ୍କୁ ସାଇନ୍ କରିଥିଲେ ସେତେବେଳେ ଜୁହି ତାଙ୍କୁ ହିରୋଙ୍କ ବିଷୟରେ ପଚାରିଥିଲେ । ସେତେବେଳେ ବିବେକ ଜୁହି ଚାୱଲାଙ୍କୁ କହିଥିଲେ ଯେ ହିରୋ ନୂଆ ଅଟନ୍ତି ଏବଂ ଜଣେ ଟିଭି ତାରକା ଯିଏ ଆମୀର୍ ଖାନଙ୍କ ପରି ଦେଖାଯାଉଛନ୍ତି । ଏହାପରେ ଯେତେବେଳେ ଜୁହି ଫିଲ୍ମ ସେଟରେ ପହଞ୍ଚି ଶାହାରୁଖ୍ ଖାନଙ୍କୁ ଦେଖିଲେ କ୍ରୋଧିତ ହୋଇ ଫିଲ୍ମ ନିର୍ମାତାଙ୍କୁ ପଚାରିଥିଲେ ଯେ ଆପଣଙ୍କୁ ଇୟେ କେମିତି ଆମୀର୍ ଖାନଙ୍କ ପରି ଦେଖାଗଲେ ? ଆପଣମାନେ ମୋ ସହ ଧୋକା କରିଛନ୍ତି ।

ଶୁଟିଂ ପରେ ଉଭୟ ହେଲେ ଭଲ ବନ୍ଧୁ

ସାକ୍ଷାତକାରରେ ଅଭିନେତ୍ରୀ କହିଥିଲେ ଯେ ସେତେବେଳେ ଶାହରୁଖ୍ ଖାନ୍ ବହୁତ ପତଳା ଏବଂ ଶ୍ୟାମଳ ରଙ୍ଗର ଥିଲେ । ଶାହାରୁଖଙ୍କ କେଶ କପାଳ ପର୍ଯ୍ୟନ୍ତ ଲମ୍ବା ଥିଲା । ଜୁହି ନିର୍ମାତାମାନଙ୍କ ଉପରେ ଦୀର୍ଘ ସମୟ ଧରି ରାଗିଥିଲେ କିନ୍ତୁ ସେ ଫିଲ୍ମଟି ସାଇନ୍ କରିଥିବାରୁ କିଛି ସମୟପରେ ସୁଟିଂ କରିବାକୁ ରାଜି ହେଲେ । ଜୁହି କହିଛନ୍ତି ଯେ ସୁଟିଂ ସମୟରେ ଶାହାରୁଖଙ୍କ ସହ କାମ କରିବାକୁ ତାଙ୍କୁ ବହୁତ ମଜା ଲାଗିଥିଲା ଏବଂ କିଙ୍ଗ ଖାନଙ୍କ ‘ସେନ୍ସ ଅଫ୍ ହ୍ୟୁମର୍’ ଦ୍ୱାରା ସେ ଇମ୍ପ୍ରେସ୍ ହୋଇଯାଇଥିଲେ । ଏହି ଚଳଚ୍ଚିତ୍ର ପରେ ଦୁହେଁ ଭଲ ବନ୍ଧୁ ହୋଇଯାଇଥିଲେ ଏବଂ ଦୁହିଙ୍କ ମଧ୍ୟରେ ଆଜିବି ଭଲ ବନ୍ଧୁତା ରହିଛି ।

Leave a Reply

Your email address will not be published. Required fields are marked *