ଜୂହୀ ଚାୱଲା ସଲମାନଙ୍କ ସହିତ ଫିଲ୍ମ କରିବାକୁ ମନା କରିଥିଲେ । ସଲମାନ ଏହିପରି ନେଇଥିଲେ ପ୍ରତିଶୋଧ !

ଜୂହୀ ଚାୱଲା ସଲମାନଙ୍କ ସହିତ ଫିଲ୍ମ କରିବାକୁ ମନା କରିଥିଲେ । ସଲମାନ ଏହିପରି ନେଇଥିଲେ ପ୍ରତିଶୋଧ !

ବଲିଉଡ଼ର ପ୍ରାୟ ଷ୍ଟାର ମାନଙ୍କ ମଧ୍ୟରେ ଶତ୍ରୁତା ରହିଥାଏ ଏବଂ ତାହା ବେଳେବେଳେ ଏତେ ବଢ଼ିଯାଇଥାଏ ସେମାନେ ବର୍ଷ ବର୍ଷ ଧରି ଦୂରେଇ ରହିଥାନ୍ତି କିନ୍ତୁ କେବେ କେବେ କିଛି ଏପରି ବିଷୟ ସମ୍ନାକୁ ଆସିଥାଏ ଯାହାକୁ ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । କିଛି ଏହିଭଳି ହିଁ ହୋଇଥିଲା ସଲମାନ ଖାନ୍ ଏବଂ ଜୂହି ଚାୱଲାଙ୍କ ମଧ୍ୟରେ । ଯେତେବେଳେ ଜୂହି ଚାୱଲାଙ୍କର ଏପରି ବ୍ୟବହାର ଦ୍ଵାରା ସଲମାନ ରାଗି ଯାଇଥିଲେ । ତା’ପରେ କଣ ହୋଇଥିଲା ସେ ବିଷୟରେ ଆପଣ ଜାଣିବା ଉଚିତ ।

ଜୂହି ଚାୱଲାଙ୍କର ଏପରି କାମ ଦ୍ଵାରା ବିରକ୍ତ ହୋଇଥିଲେ ସଲମାନ :-

newstrend

ନଭେମ୍ବର ୧୩କୁ ନିଜର ଜନ୍ମଦିନ ପାଳନ କରୁଥିବା ଜୂହି ଚାୱଲା ୯୦ ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ସେ ପ୍ରାୟ ଅନେକ ଫିଲ୍ମରେ ଆସୁଥିଲେ ଏପରିକି ତାଙ୍କ ନାମ ସେତେବେଳେ ବଡ଼ ବଡ଼ ଅଭିନେତାଙ୍କ ନାମ ସହିତ ଯୋଡ଼ା ଯାଉଥିଲା । ସେଥିମଧ୍ୟରୁ ଜଣେ ଅଭିନେତା ସଲମାନ ଖାନ୍ ମଧ୍ୟ ଅଟନ୍ତି । ସେ ବାସ୍ତବ ଜୀବନରେ ସଲମାନଙ୍କର ଜଣେ ଭଲ ସାଙ୍ଗ ମଧ୍ୟ ଅଟନ୍ତି । ସେତେବେଳେ ଅନେକ ବଡ଼ ବଡ଼ ଫିଲ୍ମ ନିର୍ମାତା ଏହି ଦୁଇଜଣଙ୍କ ଦ୍ଵାରା ଫିଲ୍ମ ବନାଇବାକୁ ଚାହୁଁଥିଲେ ଏବଂ ତାଙ୍କ ପାଖରେ ଫିଲ୍ମ ଅଫର ମଧ୍ୟ ଥିଲା । ଜୂହି ପ୍ରଥମେ ସେହି ଫିଲ୍ମକୁ ଦୀର୍ଘସମୟ ଅପେକ୍ଷା କରାଇଥିଲେ ଏବଂ ପରେ ମନା କରିଦେଇଥିଲେ । ଏହାସହିତ ଜୂହି ଏହା ମଧ୍ୟ ପରାମର୍ଶ ଦେଇଥିଲେ ଯେ ଫିଲ୍ମରେ ତାଙ୍କ ହିରୋ ଅମୀର ଖାନ୍ ରହିଲେ ଭଲ ହେବ । ଜୂହିଙ୍କର ଏପରି ଅସମ୍ମାନ ସଲମାନ ଖାନଙ୍କୁ ଆଦୋୖ ଭଲ ଲାଗିନଥିଲା ଏବଂ ସେ ଏହାକୁ ଭୁଲାଇ ପାରି ନଥିଲେ । ପୁଣି ସେହି ସମୟ ମଧ୍ୟ ଆସିଗଲା ଯେତେବେଳେ ଜୁହୀଙ୍କର ଷ୍ଟାଣ୍ଡର୍ଡ ମଧ୍ୟ କମିଗଲା ଏବଂ ତାଙ୍କୁ ଫିଲ୍ମର ସାଇଡ଼ ରୋଲ ମିଳିବାରେ ଲାଗିଲା । ଏପଟେ ସଲମାନ ଖାନ୍ ବଡ଼ ଷ୍ଟାର ହେବାରେ ଲାଗିଲେ ଏବଂ ଏପରି କୁହାଯାଏ ଯେ ଏସବୁ ପଛରେ ସଲମାନ ଖାନଙ୍କର ହାତ ଥିଲା ।

newstrend

ସଲମାନ ଖାନଙ୍କ ମନରେ ଜୂହିଙ୍କୁ ନେଇ ଯେଉଁ ମନୋଭାବ ଥିଲା ତାହା ଆଜି ମଧ୍ୟ ପରିବର୍ତ୍ତିତ ହୋଇନାହିଁ ଏବଂ ଆଜି ମଧ୍ୟ ସଲମାନ ଖାନ୍ ଜୂହିଙ୍କୁ ଖାସ୍ ମହତ୍ୱ ଦିଅନ୍ତି ନାହିଁ । ଜୂହି ଅନେକ ଥର ଇଚ୍ଛା କରିଛନ୍ତି କିନ୍ତୁ ତା’ପରଠାରୁ ସଲମାନ ଖାନ୍ ତାଙ୍କ ସହିତ କେବେ କାମ କରିନାହାନ୍ତି । ଅନେକ ଥର ଜୂହି ଏପରି ମଧ୍ୟ କହିଛନ୍ତି ଯେ ସେ ଅନେକ ବଡ଼ ଷ୍ଟାରଙ୍କ ସହିତ କାମ କରିଛନ୍ତି କିନ୍ତୁ ସଲମାନ ଖାନଙ୍କ ସହିତ ନୁହେଁ । ଥରେ ସଲମାନ ତାଙ୍କୁ ନିଜର ମାଆ ହେବାର ଅଫର ଦେଇଥିଲେ ଏବଂ ଜୁହୀଙ୍କୁ ଏକ ବଡ଼ ଝଟକା ଲାଗିଥିଲା । ତାଙ୍କ ବୟସ ସେତେବେଳେ ଏତେ ନଥିଲା ଯେ ତାଙ୍କୁ ତାଙ୍କ ମାଆ ଭାବରେ ଅଭିନୟ କରିବାକୁ ପଡ଼ିବ ଏବଂ ସେ ସଲମାନ ଖାନଙ୍କ ଠାରୁ ଯେହେତୁ ସାନ ତେଣୁ ତାଙ୍କୁ ଅସମ୍ମାନ ମଧ୍ୟ ଲାଗିଥିଲା ।

ଏହି ଫିଲ୍ମ ଗୁଡ଼ିକରେ କରି ସାରିଛନ୍ତି କାମ :-

newstrend

ଜୂହି ଚାୱଲା ବଲିଉଡ଼ର ସମସ୍ତ ବଡ଼ ବଡ଼ ଅଭିନେତାଙ୍କ ସହିତ କାମ କରି ସାରିଛନ୍ତି । ବଲିଉଡ଼ରେ ଜୂହି ‘ ଡର୍ ‘, ‘ ଆଇନା ‘, ‘ କୟାମତ୍ ସେ କୟାମତ୍ ତକ୍ ‘, ‘ ଫିର୍ ଭି ଦିଲ୍ ହେ ହିନ୍ଦୁସ୍ତାନୀ ‘, ‘ ୟସ୍ ବୋସ୍ ‘, ‘ ଇସ୍କ ‘, ‘ ସାଜନ କା ଘର ‘, ‘ ହମ୍ ହେ ରାହୀ ପ୍ୟାର କା ‘, ‘ ବୋଲ୍ ରାଧା ବୋଲ୍ ‘, ‘ ସ୍ଵର୍ଗ ‘, ‘ ଦରାର୍ ‘, ‘ ଭୁତନାଥ ‘, ‘ ଲୁଟେରେ ‘, ‘ ମିଷ୍ଟର ଏଣ୍ଡ ମିସେସ୍ ଖିଲାଡ଼ି ‘, ‘ ବେନାମ୍ ବାଦଶାହ ‘, ‘ ଡ୍ୟୁପ୍ଲିକେଟ୍ ‘, ‘ ଅର୍ଜୁନ ପଣ୍ଡିତ ‘, ‘ ଅନ୍ଦାଜ ‘, ‘ ଗୁଲାବ ଗ୍ୟାଙ୍ଗ ‘, ‘ କାଜୂ ବନ୍ ଗୟା ଜେଣ୍ଟଲମ୍ୟାନ୍ ‘, ‘ ଦିୱାନା ମସ୍ତାନା ‘, ‘ ସନ୍ ଅଫ ସର୍ଦାର ‘, ‘ ଲୋଫର ‘, ‘ ଝୁଠ ବୋଲେ କୌୱା କାଟେ ‘, ‘ ଝଙ୍କାର ବିଟ୍ସ ‘, ‘ ଅନ୍ଦାଜ ଅପନା ଅପନା ‘ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *