ବଲିଉଡ଼ ଅଭିନେତ୍ରୀ ଜୁହି ଚାୱଲା ଏକ ସମୟରେ ଜଣେ ବହୁତ ବଡ଼ ଅଭିନେତ୍ରୀ ଭାବେ ପରିଚିତ ଥିଲେ ଯଦିଓ ଆଜି ମଧ୍ୟ ବଲିଉଡ଼ରେ ତାଙ୍କ ନାମ ଜଣାଶୁଣା କିନ୍ତୁ ୯୦ ଦଶକରେ ଜୁହି ଚାୱଲା ବଲିଉଡ଼ର ବହୁ ଉଚ୍ଚରେ ପହଞ୍ଚି ଯାଇଥିଲେ ଏବଂ ସେହି ସମୟରେ ନିଜ ସଫଳତାର ଖୁସିରେ ପୁରାପୁରି ବିଭୋର ହୋଇଯାଇଥିଲେ ଏବଂ ଥରେ ସେ ସଲମାନଙ୍କ ସହିତ ଝଗଡା କରି ବସିଥିଲେ ଯଦିଓ ସଲମାନ ମଧ୍ୟ ଏହାର ଉତ୍ତର ଦେଇଥିଲେ ଓ ପ୍ରତିଶୋଧ ନେଇଥିଲେ ।

ଆପଣଙ୍କୁ ସୂଚନା ପାଇଁ ଜଣାଇଦେଉଛୁ ଯେ ଜୁହି ଚାୱଲା ନିଜ କ୍ୟାରିୟର ଆରମ୍ଭରେ ୧୯୮୩ରେ ଆସିଥିବା ଚଳଚ୍ଚିତ୍ର ‘ସଲତନତ’ରୁ କରିଥିଲେ । ଯଦିଓ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଫ୍ଲପ୍ ହୋଇଥିଲା ଏହା ପରେ ସେ ଚଳଚ୍ଚିତ୍ର ‘କୟାମତ୍ ସେ କୟାମତ୍ ତକ୍’ରେ କାମ କରିଥିଲେ ଯାହା ବକ୍ସ ଅଫିସରେ ବହୁତ ବଡ଼ ହିଟ୍ ହୋଇଥିଲା ଏବଂ ଏହି ଚଳଚ୍ଚିତ୍ର ପରେ ତାଙ୍କୁ ବହୁତଗୁଡିଏ ପୁରସ୍କାର ମଧ୍ୟ ମିଳିଥିଲା । ଏହି ଚଳଚ୍ଚିତ୍ର ହିଟ୍ ହେବା ପରେ ଜୁହି କେବେମଧ୍ୟ ପଛକୁ ଚାହିଁ ଦେଖିଲେ ନାହିଁ ଏବଂ ଏହା ପରେ ତାଙ୍କର ଗୋଟିଏରୁ ବଡ଼ ଗୋଟିଏ ହିଟ୍ ଚଳଚ୍ଚିତ୍ର ଆସିବାକୁ ଲାଗିଲା । ସୁଚାଇଦେବୁ ଯେ ଜୁହି ଓ ସଲମାନ ବଲିଉଡ଼ର କିଛି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ଏକ ସମୟରେ ଦୁହିଁଙ୍କ ଅଫେୟାରର ଚର୍ଚ୍ଚା ଶୁଣିବାକୁ ମିଳୁଥିଲା ।
ଖବର ଅନୁଯାୟୀ ସଲମାନ ଖାନ୍ ଜୁହି ଚାୱଲାଙ୍କ ସହିତ ବାହା ହେବା ପାଇଁ ଚାହୁଁଥିଲେ ଏବଂ ଏକ ଇଣ୍ଟରଭ୍ୟୁ ସମୟରେ ସଲମାନ ଖାନ୍ ଏହା କହିଥିଲେ ଯେ ତାଙ୍କୁ ଜୁହି ବହୁତ ପସନ୍ଦ ଓ ସେ ବହୁତ ଭଲ ଝିଅ ଅଟନ୍ତି । ସୂତ୍ରରୁ ଜଣାପଡ଼ିଛି ଯେ ଏହା ମଧ୍ୟ କୁହାଯାଏ ଯେ ସଲମାନ ଖାଁନ୍ ଜୁହୀଙ୍କ ପିତାଙ୍କ ଠାରୁ ତାଙ୍କ ହାତ ମାଗିବା ପାଇଁ ଯାଇଥିଲେ କିନ୍ତୁ ଜୁହୀଙ୍କ ପିତା ସ୍ପଷ୍ଟ ମନା କରିଦେଇଥିଲେ ।

ବର୍ତ୍ତମାନ ଯଦି ଆଲୋଚନା କରିବା ସେହି ଘଟଣା ବିଷୟରେ ତେବେ ଏକ ସମୟ ଥିଲା ଯେତେବେଳେ ଜୁହି ଚାୱଲାଙ୍କ ସହ ବଲିଉଡ଼ର ସମସ୍ତ ଅଭିନେତା କାମ କରିବା ପାଇଁ ଚାହୁଁଥିଲେ ଏବଂ ଅନ୍ୟପଟେ ସଲମାନ ଖାନ୍ ବଲିଉଡ଼ରେ ବେଶୀ କିଛି ସଫଳ ନଥିଲେ, କିନ୍ତୁ ତା’ପରେ ମଧ୍ୟ ସେ ଏକ ବଡ଼ କଳାକାର ଥିଲେ । ଯେତେବେଳେ ଚଳଚ୍ଚିତ୍ର ନିର୍ମାତା ଜୁହୀଙ୍କୁ କହିଲେ ଯେ ସଲମାନ ଖାନ୍ ଓ ତାଙ୍କ ସହିତ ଏକ ଚଳଚ୍ଚିତ୍ର କରିବା ପାଇଁ ଚାହଁନ୍ତି ସେତେବେଳେ ଜୁହି କାମ କରିବା ପାଇଁ ମନା କରିଦେଇଥିଲେ ଓ ଜୁହିଙ୍କୁ ଏହା ମଧ୍ୟ କହିଥିଲେ ଯେ ସେ ଚଳଚ୍ଚିତ୍ରରେ ସଲମାନ ଖାନ୍ ବଦଳରେ ଆମୀର ଖାନଙ୍କୁ ନିଅନ୍ତୁ ଯେତେବେଳେ ସଲମାନ ଏକଥା ଜାଣିଲେ ତାଙ୍କୁ ବହୁତ ଖରାପ ଲାଗିଥିଲା ।

ଜୁହି ଚାୱଲାଙ୍କ ଏହି କଥାଟି ସଲମାନଙ୍କୁ ବହୁତ ଖରାପ ଲାଗିଥିଲା, ପରେ ଧୀରେ ଧୀରେ ଏପରି ସମୟ ମଧ୍ୟ ଆସିଲା ଯେତେବେଳେ ବଲିଉଡ଼ରେ ଜୁହୀଙ୍କ ନାମ ଫିକା ପଡ଼ିଗଲା ଏବଂ ଅନ୍ୟପଟେ ସଲମାନ ଖାନଙ୍କ ଷ୍ଟାରଡମ୍ ବଢ଼ିବାକୁ ଲାଗିଲା । ଆଜି ମଧ୍ୟ ସଲମାନ ଖାନଙ୍କୁ ଏହା ଖରାପ ଲାଗେ ଓ ଜୁହୀଙ୍କୁ ନେଇ ସଲମାନ ଆଜି ମଧ୍ୟ କ୍ରୋଧିତ ହୁଅନ୍ତି । ଜୁହି ଅନେକଥର ସଲମାନଙ୍କୁ ତାଙ୍କ ସହିତ କାମ କରିବା ପାଇଁ କହିଥିଲେ କିନ୍ତୁ ସଲମାନ ତାଙ୍କ କଥା ଶୁଣିନଥିଲେ । କଥାଟି ସେତେବେଳେ ବେଶି ବଢିଗଲା ଯେତେବେଳେ ଜୁହୀଙ୍କୁ ସଲମାନ ତାଙ୍କ ମାଁ’ର ଅଭିନୟ କରିବା ପାଇଁ ଅଫର କରିଦେଇଥିଲେ । ସ୍ୱାଭାବିକ ଜୁହୀଙ୍କୁ ଏହି କଥାରୁ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା ।