ଶୀତ ଋତୁରେ ଏହି ଆଠଟି କାମ କଲେ ମୂଳରୁ ଆଣ୍ଠୁଗଣ୍ଠି ପୀଡା ରହିବ ନାହିଁ ଏବଂ ହାଡ଼ ମଜଭୁତ ରହିବ ।

ଶୀତ ଋତୁରେ ତାପମାତ୍ରା କମିବା ଫଳରେ ଶରୀରରେ ରକ୍ତ ପ୍ରଭାବ ମନ୍ଥର ହୋଇଯାଇଥାଏ, ଯାହାଫଳରେ ଆଣ୍ଠୁଗଣ୍ଠିରେ ପୀଡା ହୋଇଥାଏ ।

ଶୀତ ଋତୁ ଲାଗିରହିଛି ଏବଂ ଧୀରେ ଧୀରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି । ଶୀତ ଋତୁରେ ବୟସ୍କ ଏବଂ ଆଣ୍ଠୁଗଣ୍ଠି ପୀଡା ଭୋଗୁଥିବା ବ୍ୟକ୍ତିଙ୍କ ନିମନ୍ତେ ବହୁତ ପୀଡାଦାୟକ ଅଟେ । ଶୀତ ଋତୁରେ ତାପମାତ୍ରା କମିବା ଫଳରେ ଶରୀରରେ ରକ୍ତ ପ୍ରଭାବ ମନ୍ଥର ହୋଇଯାଇଥାଏ, ଯାହାଫଳରେ ଆଣ୍ଠୁଗଣ୍ଠିରେ ଅସହନୀୟ ପୀଡା ହୋଇଥାଏ ।

ଏହି ସମୟରେ ଆଣ୍ଠୁଗଣ୍ଠି ପୀଡା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ସମସ୍ୟା ଲାଗିରହିଥାଏ ଏବଂ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଔଷଧର ଆବଶ୍ୟକତା ରହିଥାଏ । ବିଶେଷଜ୍ଞଙ୍କ ଅନୁସାରେ ସଠିକ ଖାଦ୍ୟପେୟ ଏବଂ କିଛି ଉପାୟ ମାଧ୍ୟମରେ ଏହି ସମସ୍ୟାରୁ ଆପଣମାନେ ମୁକ୍ତି ପାଇପାରିବେ । ଆସନ୍ତୁ ବିସ୍ତାରରେ ଏହି ବିଷୟରେ ଜାଣିବେ :

Google

୧) ସତେଜ ରୁହନ୍ତୁ :

ଏକ ରିପୋର୍ଟ ଅନୁସାରେ ଆଣ୍ଠୁଗଣ୍ଠି ଫୁଲା ଏବଂ ପୀଡ଼ାରୁ ମୁକ୍ତି ପାଇବା ପାଇଁ ଅତ୍ୟଧିକ ପାଣି ପିଅନ୍ତୁ । ଶୋଧରୁ ଜଣାପଡିଛି ଶୀତ ସମୟରେ ପ୍ରଯ୍ୟାପ୍ତ ପାଣି ନପିଇବା ଫଳରେ ଆଣ୍ଠୁଗଣ୍ଠି ପୀଡା ସହ ଅନ୍ୟାନ୍ୟ ଶାରିରୀକ ସମସ୍ୟା ଦେଖାଯାଇଥାଏ ।

୨) ଭିଟାମିନ ଡି’ ଆବଶ୍ୟକ :

ଭିଟାମିନ ଡି’ର ଅଭାବରେ ଆଣ୍ଠୁଗଣ୍ଠି ପୀଡା ହୋଇଥାଏ । ଏହି କାରଣରୁ ଭିଟାମିନ ଡି’ର ସ୍ତରର ଅଭାବରୁ ବଞ୍ଚିବା ପାଇଁ ସୂର୍ଯ୍ୟ କିରଣ ଉଚିତ ଉପାୟ ଅଟେ । ଏହା ବ୍ୟତୀତ ଭରପୁର ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଖାଦ୍ୟରେ ଛତୁ ସାମିଲ କରନ୍ତୁ ।

Google

୩) ନିଜକୁ ସକ୍ରିୟ ରୁହନ୍ତୁ :

ଶୀତ ସମୟରେ ପ୍ରାୟ ଲୋକେ ଘରେ ରହିବା ପାଇଁ ପସନ୍ଦ କରନ୍ତି ଯାହାଦ୍ୱାରା ଆପଣଙ୍କ ସମସ୍ୟା ବଢି ଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ବ୍ୟାୟାମ କରନ୍ତୁ, ଯାହାଫଳରେ ଆପଣ ସକ୍ରିୟ ରହିବା ସହ ଆପଣଙ୍କ ଆଣ୍ଠୁଗଣ୍ଠି ନମନୀୟ ରହିବ ଏବଂ ଶୀତ ସମୟରେ ଆଣ୍ଠୁଗଣ୍ଠି ପୀଡ଼ାରୁ ଆପଣଙ୍କୁ ମୁକ୍ତି ମିଳିପାରିବ ।

୪) ସୁଷମ ଖାଦ୍ୟ ଗ୍ରହଣ କରନ୍ତୁ :

ନିଜ ଖାଦ୍ୟ ସୂଚୀରେ ପାଳଙ୍ଗ, ବିଲାତି ବାଇଗଣ, ପତ୍ରକୋବି ଏବଂ ସବୁଜ ପନିପରିବା ସାମିଲ କରନ୍ତୁ । ଏହି ସବୁ ପନିପରିବା ଗ୍ରହଣ କରିବା ଫଳରେ ଆପଣଙ୍କୁ ଆଣ୍ଟିଅକ୍ସିଡେଣ୍ଟ ମିଳିବ ଏବଂ ଆପଣଙ୍କୁ ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ଉପଶମ ମିଳିପାରିବ । ଏହା ବ୍ୟତୀତ ଥଣ୍ଡା ଖାଦ୍ୟପେୟରୁ ନିଜକୁ ଦୁରେଇ ରଖନ୍ତୁ ।

Google

୫) ଗରମ ପାଣିରେ ସେକ ଦିଅନ୍ତୁ :

ଆଣ୍ଠୁଗଣ୍ଠି ପୀଡ଼ାରୁ ମୁକ୍ତି ପାଇବା ନିମନ୍ତେ ଗରମ ପାଣିରେ ସେକ ଦେବା ସବୁଠୁ ଭଲ ପ୍ରାକୃତିକ ଉପାୟ ଅଟେ । ଗରମ ପାଣି ସେକ ଦେବା ଫଳରେ ଆପଣଙ୍କ ଆଣ୍ଠୁଗଣ୍ଠିରେ ଘର୍ଷଣ କମ ହୋଇଥାଏ ଏବଂ ଆପଣଙ୍କୁ ଅସହ୍ୟ ପୀଡ଼ାରୁ ମୁକ୍ତି ମିଳିଥାଏ ।

୬) ଗରମ ପୋଷାକ ପରିଧାନ କରନ୍ତୁ :

ତାପମାତ୍ରା ହ୍ରାସ ହେବା ପରେ ଆପଣ ଗରମ ପୋଷକ ପରିଧାନ କରନ୍ତୁ । ନିଜ ହାତରେ ଗ୍ଲୋବସ୍ ପିନ୍ଧନ୍ତୁ ଏବଂ ନିଜ ଆଣ୍ଠୁଗଣ୍ଠିକୁ ଅତ୍ୟଧିକ ଘୋଡାଇ ରଖନ୍ତୁ । ଅଧିକ ଓଜନିୟା ପୋଷକ ପରିଧାନରୁ ନିଜକୁ ନିବୃତ ରଖନ୍ତୁ । ସର୍ଵ ପ୍ରଥମେ କପା ନିର୍ମିତ ପୋଷକ ପରିଧାନ କରନ୍ତୁ ଏବଂ ସେହି ପୋଷକ ଉପରେ ଗରମ ପୋଷାକ ପରିଧାନ କରନ୍ତୁ ।

Google

୭) ମତ୍ସ୍ୟ ତୈଳର ଉପଯୋଗ କରନ୍ତୁ :

ଓମେଗା ୩-ଫ୍ୟାଟି ଏସିଡ୍ ଶରୀର ନିମନ୍ତେ ଲାଭଦାୟକ ଅଟେ । ଏହାର ଆବଶ୍ୟକତା ପୂର୍ତ୍ତି ନିମନ୍ତେ ଆପଣ ନିଜ ଖାଦ୍ୟ ସୂଚୀରେ ମାଛ, ବାଦାମ ଏବଂ ଶୁଷ୍କଫଳ ସାମିଲ କରନ୍ତୁ । ଆପଣ ଓମେଗା-୩ ଫ୍ୟାଟି ବଟିକା ମଧ୍ୟ ଗ୍ରହଣ କରିପାରିବେ କିନ୍ତୁ ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ ।

୮) ସୁରକ୍ଷିତ ରୁହନ୍ତୁ :

ଆଣ୍ଠୁଗଣ୍ଠି ପୀଡାରେ ପୀଡିତ ବ୍ୟକ୍ତିମାନେ ଶୀତ ଋତୁରେ ନିଜର ଅତ୍ୟଧିକ ଯତ୍ନ ନେବା ଉଚିତ । କୌଣସି କାର୍ଯ୍ୟ ପାଇଁ ବାହାରକୁ ଯିବା ପାଇଁ ପଡିଲେ ଗରମ ପୋଷାକ ପରିଧାନ କରନ୍ତୁ । ଏହା ବ୍ୟତୀତ ପାଦରେ ଚାଲି ଯିବା ପାଇଁ ଚେଷ୍ଟା କରନ୍ତୁ ।

ଏହିସବୁ କାର୍ଯ୍ୟ କରିବା ପରେ ମଧ୍ୟ ଆପଣଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ଦେଖାନଗଲେ ଆପଣ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Be the first to comment

Leave a Reply

Your email address will not be published.


*