ଜନି ଲୀବରଙ୍କ ପୁଅ ଅଟନ୍ତି ବହୁତ ହ୍ୟାଣ୍ଡସମ୍ ଓ ଷ୍ଟାଇଲିସ୍ ! କର୍କଟ ରୋଗକୁ ମାତ୍ ଦେଇ ସାରିଛନ୍ତି ।

ଜନି ଲୀବରଙ୍କ ପୁଅ ଅଟନ୍ତି ବହୁତ ହ୍ୟାଣ୍ଡସମ୍ ଓ ଷ୍ଟାଇଲିସ୍ ! କର୍କଟ ରୋଗକୁ ମାତ୍ ଦେଇ ସାରିଛନ୍ତି ।

ଯେତେବେଳେ ବଲିଉଡର ଉତ୍ତମ ହାସ୍ୟ ଅଭିନେତା ମାନଙ୍କ କଥା ଆସେ ତେବେ ଜନି ଲୀବରଙ୍କ ନାମ ସବୁଠାରୁ ଶୀର୍ଷରେ ଆସିଥାଏ । ଆଜ୍ଞା ହଁ, ସେ ଜନି ଲୀବର ଯିଏ ନିଜ କମେଡିରେ ଆମ ସମସ୍ତଙ୍କୁ ବହୁତ ହସାଇଛନ୍ତି । ଆଜିକାର ସମୟରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ହାସ୍ୟ ଅଭିନେତାମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇପାରେ କିନ୍ତୁ ଜନି ଲୀବରଙ୍କ କମେଡିକୁ କେହି ହେଲେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ବଲିଉଡର ପୁରୁଣା ଚଳଚ୍ଚିତ୍ରର ସେହି ସମୟରେ, ଜନି ଲୀବର ନିଜର ଜବରଦସ୍ତ କମେଡି ହେତୁ କୋଟି କୋଟି ଲୋକ ମାନଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିଛନ୍ତି । ଜନି ଲୀବର ବର୍ତ୍ତମାନ ସୁଦ୍ଧା ବଲିଉଡରେ ସାଢ଼େ ତିନି ଶହରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି । ସେ ହିନ୍ଦୀ ସିନେମାର ପ୍ରାୟ ସମସ୍ତ ବଡ ଅଭିନେତା ମାନଙ୍କ ସହିତ ଚଳଚ୍ଚିତ୍ର କରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଜାନି ଲୀବରଙ୍କ ବିଷୟରେ ନୁହେଁ ବରଂ ତାଙ୍କ ପୁଅ ଜେସ୍ସୀ ଲୀବରଙ୍କ ବିଷୟରେ କହିବାକୁ ଯାଉଛୁ ।

ଜନି ଲୀବରଙ୍କ ପୁଅ ଜେସ୍ସୀ ଲୀବର ବହୁତ ସୌଖୀନ ଅଟନ୍ତି

newstrend

ଆପଣଙ୍କୁ କହିରଖୁଛୁ କି ଜନି ଲୀବରଙ୍କ ପୁଅ ଜେସ୍ସୀ ଲୀବର ମଧ୍ୟ ଜଣେ ଅଭିନେତା ଅଟନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କୌଣସି ବଡ଼ ଭୂମିକା ହାତରେ ଲାଗିନାହିଁ ଏଥିପାଇଁ ତାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି । ୨୮ ବର୍ଷୀୟ ଜେସ୍ସୀ ଦେଖିବାକୁ ବହୁତ ସୌଖୀନ ଏବଂ ସୋସିଆଲ ମିଡିଆରେ ନିଜର ଫୋଟୋ ପୋଷ୍ଟ କରିଥାନ୍ତି । ଆପଣଙ୍କୁ କହିରଖୁଛୁ କି ଜେସ୍ସୀ ତାଙ୍କ ପିତାଙ୍କ ପରି ଜଣେ ଉତ୍ତମ ମିମିକ୍ରି କଳାକାର ମଧ୍ୟ ଅଟନ୍ତି । ସେ ତାଙ୍କର ପ୍ରାରମ୍ଭ ସମୟରେ ଗୋଟିଏ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ଭାବରେ ମଧ୍ୟ କାମ କରିଥିଲେ କିନ୍ତୁ ଦର୍ଶକ ମାନଙ୍କୁ ଖୁସି କରିବାରେ ଅସଫଳ ରହିଥିଲେ ଯେଉଁଥି ପାଇଁ ତାଙ୍କ ଶୋ’କୁ ସଫଳ ମିଳି ପାରିନଥିଲା । ୨୦୧୩ ମସିହାରେ ପୁନିତ୍ ମଲ୍ହୋତ୍ରାଙ୍କ ଚଳଚ୍ଚିତ୍ର “ଗୋରୀ ତେରେ ପ୍ୟାର୍ ମେ” ରେ ସେ ସହକାରୀ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି ।

ଜିମରେ ବହୁତ ଝାଳ ବୁହାନ୍ତି ଜସ୍ସୀ

newstrend

ଜସ୍ସୀଙ୍କୁ ବଡି ବିଲଡିଂର ବହୁତ ସୌକ୍ ଅଛି ଏବଂ ସେ ତାଙ୍କ ଫିଟନେସର ବହୁତ ଧ୍ୟାନ ରଖିଥାନ୍ତି । ଏଥିପାଇଁ ସେ ଘଣ୍ଟା ଘଣ୍ଟା ଧରି ଜିମରେ ଝାଳ ବୁହାନ୍ତି ଏବଂ ଜିମ୍ କରିବା ସମୟର ଫୋଟୋ ଇନଷ୍ଟାଗ୍ରାମରେ ସେୟାର କରିଥାନ୍ତି । ଜସ୍ସୀ ସୋସିଆଲ ମିଡିଆରେ ତାଙ୍କର ୬ ପ୍ୟାକ୍ ଐଵ୍ସ ବିଶିଷ୍ଟ ଫୋଟୋ ସେୟାର କରିଥିଲେ ଯାହାର ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା ।

newstrend

ଜସ୍ସୀ ଜଣେ ଅଭିନେତା ସହିତ ସଙ୍ଗୀତଜ୍ଞ ମଧ୍ୟ ଅଟନ୍ତି । ତାଙ୍କୁ ଡ୍ରମ୍ ବଜାଇବାରେ ବହୁତ ସୌକ୍ ଅଛି ଏବଂ ଏଥିରେ ସେ ଜଣେ ପେସାଦାର ମଧ୍ୟ ଅଟନ୍ତି । ଏହା ବ୍ୟତୀତ ଜସ୍ସୀଙ୍କର ମ୍ୟୁଜିକ୍ ଗ୍ରୁପ୍ ମଧ୍ୟ ଅଛି ନିଜ ଗ୍ରୁପ ସହିତ ସେ ଦେଶ-ବିଦେଶରେ ଅନେକ ଶୋ’ ମଧ୍ୟ କରିଛନ୍ତି ।

କର୍କଟ ରୋଗ ଦେଇ ଗତି କରି ସାରିଛନ୍ତି ଜାନି ଲୀବରଙ୍କ ପୁଅ :

newstrend

ଆପଣଙ୍କୁ କହିରଖୁଛୁ କି ଜସ୍ସୀ ପିଲାଦିନେ ଏକ ବିପଦଜନକ ରୋଗ ଦେଇ ଗତି କରିସାରିଛନ୍ତି । ବାସ୍ତବରେ ଯେତେବେଳେ ସେ ୧୨ ବର୍ଷ ବୟସର ଥିଲେ ତାଙ୍କ ଗଳାରେ ଏକ ଟ୍ୟୁମର ହୋଇଯାଇଥିଲା । ଧୀରେ ଧୀରେ ଟ୍ୟୁମର ଏତେ ବଢି ଯାଇଥିଲା କି ତାହା କର୍କଟ ରୋଗର ରୂପ ଧାରଣ କରିଦେଇଥିଲା । ତାଙ୍କ ପିତା ଜନି ଲୀବରଙ୍କ ପାଇଁ ଏହା ବହୁତ କଠିନ ସମୟ ଥିଲା ଏବଂ ସେ ବହୁତ ଚିନ୍ତିତ ରହୁଥିଲେ । ଏହି କଥା ଜନି ଲୀବର ନିଜେ ଏକ ସାକ୍ଷାତକାରରେ କହିଥିଲେ ।

newstrend

ଡାକ୍ତର ଯେତେବେଳେ ଜନି ଲୀବରଙ୍କୁ ଜସ୍ସୀଙ୍କ କର୍କଟ ବିଷୟରେ କହିଥିଲେ ସେତେବେଳେ ଜନି ଲୀବରଙ୍କ ହୋଶ୍ ଉଡ଼ିଗଲା କିନ୍ତୁ କିଛି ଦିନ ପରେ ଯେତେବେଳେ ଜନି ଲୀବର ତାଙ୍କ ପୁଅ ଜସ୍ସୀଙ୍କୁ ପୁନର୍ବାର ପରୀକ୍ଷା ପାଇଁ ଡାକ୍ତରଖାନାକୁ ନେଇଥିଲେ ସେତେବେଳେ ତାଙ୍କର ରିପୋର୍ଟ ସ୍ୱାଭାବିକ ଥିଲା ଏହାକୁ ଦେଖି ଡାକ୍ତର ମଧ୍ୟ ନିଜେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ଏହିପରି ହେବା ପରେ ଜନି ଲୀବରଙ୍କୁ ଈଶ୍ବରଙ୍କ ପ୍ରତି ବିଶ୍ୱାସ ଆହୁରି ମଧ୍ୟ ଗଭୀର ହୋଇଗଲା । ବର୍ତ୍ତମାନ ଜସ୍ସୀ ଅଭିନୟ ଏବଂ ସଙ୍ଗୀତ ଉପରେ ଧ୍ୟାନ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *