ମାଁ ହେବାପରେ ଟିଭି ଜଗତରୁ ଦୂରେଇ ଯାଇଥିଲେ ଛୋଟ ପରଦାର “ଜୋଧା ବାଇ” ! ଆଜି ଏହି ପରିସ୍ଥିତିରେ ଅଛନ୍ତି ପରିଧି ଶର୍ମା…

ମାଁ ହେବାପରେ ଟିଭି ଜଗତରୁ ଦୂରେଇ ଯାଇଥିଲେ ଛୋଟ ପରଦାର “ଜୋଧା ବାଇ” ! ଆଜି ଏହି ପରିସ୍ଥିତିରେ ଅଛନ୍ତି ପରିଧି ଶର୍ମା…

ଟିଭି ଜଗତରେ ଅନେକଗୁଡ଼ିଏ ଶୋ’ ଆସେ ତନ୍ମଧ୍ୟରୁ ଏପରି କିଛି ଅଭିନେତ୍ରୀ ଅଛନ୍ତି, ଯାହାଙ୍କୁ ତାଙ୍କ ଅନସ୍କ୍ରିନ୍ ଚରିତ୍ର ଯୋଗୁଁ ଲୋକେ ଖୁବ୍ ବର୍ଷ ପର୍ଯ୍ୟନ୍ତ ମନେ ପକାନ୍ତି । ଏଥିସହିତ ସେ ନିଜ ଅଭିନୟରୁ ଶୋ’କୁ ମଧ୍ୟ ବିଶେଷ କରିଦିଅନ୍ତି । ଏଥି ମଧ୍ୟରୁ ଏକ ଶୋ ଥିଲା ‘ଯୋଧ୍ୟା ଆକବର୍’ । ‘ଯୋଧ୍ୟା-ଆକବର୍’ରେ ଅଭିନେତ୍ରୀ ପରିଧି ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ପରିଧି ଶର୍ମାଙ୍କୁ ତାଙ୍କ ଫ୍ୟାନ୍ସମାନେ ଆଜି ମଧ୍ୟ ‘ଯୋଧାବାଇ’ ନାମରେ ଜାଣନ୍ତି । ତାଙ୍କର ଏହି ଶୋ’ ୨୦୧୩ରେ ଆସିଥିଲା । ଯାହାକୁ ଏକତା କପୂର୍ ନିର୍ମାଣ କରିଥିଲେ ।

ପରିଧି ଶର୍ମା ଏହି ଶୋ ଜରିଆରେ ଖୁବ୍ ନାମ ଅର୍ଜନ କଲେ । ପରିଧି ଶର୍ମାଙ୍କ ଜନ୍ମ ୧୫ ମେ ୧୯୮୭ କୁ ମଧ୍ୟପ୍ରଦେଶର ଇନ୍ଦୋରରେ ହୋଇଥିଲା । ପରିଧି ଇନ୍ଦୋରରେ ଲାଳିତପାଳିତ ହୋଇଥିଲେ । ପରିଧି ଏମବିଏ ପଢ଼ିଛନ୍ତି । କିନ୍ତୁ ବ୍ୟବସାୟ କ୍ଷେତ୍ରକୁ ଯିବା କିମ୍ବା ପ୍ରତିଦିନ ୯ ରୁ ୫ ଚାକିରୀ କରିବା ପରିବର୍ତ୍ତେ ସେ ଅଭିନୟ ଜଗତକୁ ଆସିବା ଠିକ୍ ବୋଲି ଚିନ୍ତା କଲେ ।

ସୂଚନାଥାଉକି ୨୦୧୦ରେ ପରିଧି ଷ୍ଟାର୍ ପ୍ଲସର ଧାରାବାହିକ ‘ତେରେ ମେରେ ସପନେ’ରେ ପ୍ରଥମଥର ପାଇଁ ନଜର ଆସିଥିଲେ । କିନ୍ତୁ ପରିଧିଙ୍କୁ ସାରା ଦେଶରେ ପରିଚୟ ମିଳିଲା ୩ ବର୍ଷ ପରେ ଆସିଥିବା ଧାରାବାହିକ ‘ଯୋଧା ଆକବର’ରୁ । ଏହା ଏକ ଐତିହାସିକ ଧାରାବାହିକ ଥିଲା । ଏହା ଏତେ ପ୍ରସିଦ୍ଧ ଥିଲା ଯେ ଅନେକ ଦିନ ପର୍ଯ୍ୟନ୍ତ ଟିଭିରେ ଟିଆର୍ପିରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

ପରିଧି ଏହି ଶୋ’ରେ ନିଜ ଅଭିନୟ ଓ ସୁନ୍ଦରତାରୁ ସମସ୍ତଙ୍କୁ ନିଜ ଦିୱାନା କରି ନେଇଥିଲେ । ପରିଧିଙ୍କ ଉପରେ ସବୁବେଳେ ଏକ ଅଭିଯୋଗ ଲାଗେ ଯେ ସେ ଇଣ୍ଡଷ୍ଟ୍ରିରୁ ନିଜ ବିବାହିତ ଥିବା କଥା ଲୁଚାଇଥିଲେ ।

ପରିଧି ଯେତେବେଳେ ଛୋଟ ପରଦାରେ ଡେବ୍ୟୁ କରିଥିଲେ, ସେହି ସମୟରେ ସେ ଆଗରୁ ବିବାହିତ ଥିଲେ । ୨୦୦୯ରେ ପରିଧି ଅହମଦାବାଦର ବ୍ୟବସାୟୀ ତନ୍ମୟ ସକ୍ସେନାଙ୍କ ସହିତ ବିବାହ କରିଥିଲେ । ନିଜ ବିବାହ କଥାକୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲେ । ଯେତେବେଳେ ସେ ଛୋଟ ପରଦାରେ ପ୍ରଥମଥର ପାଇଁ ଯୋଧ୍ୟା ହୋଇ ସମସ୍ତଙ୍କ ସମ୍ମୁଖରେ ଆସିଥିଲେ, ସେତେବେଳେ ତାଙ୍କ ବିବାହର ରହସ୍ୟ ମଧ୍ୟ ଖୋଲିଗଲା । ତାଙ୍କର ଏହି ଖୁଲାସା ପରେ ତାଙ୍କର ସଫଳତାର ଶ୍ରେୟ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକଙ୍କୁ ଦିଆଯାଉଥିଲା ।

ପରିଧି ଶର୍ମା ୩ ବର୍ଷ ପର୍ଯ୍ୟନ୍ତ ଯୋଧ୍ୟାବାଇ ହୋଇ ପରଦାରେ ରାଜ୍ କଲେ । କିନ୍ତୁ ଏହି ସଫଳତା ପରେ ସେ ମେଟରନୀଟି ବ୍ରେକ୍ ନେଇଗଲେ ଓ ଛୋଟ ପରଦାରୁ ଦୂରେଇ ଗଲେ । ଏହାପରେ କିଛି ବର୍ଷ ପରଦାରୁ ଦୂରେଇ ରହିବା ପରେ ଅଭିନେତ୍ରୀ ସୋନି ଟିଭିର ଶୋ ‘ପଟିୟାଲା ବେବସ୍’ରୁ ପୁଣିଥରେ ଛୋଟ ପରଦାକୁ ଫେରିଲେ । ଏହି ଶୋ’ରେ ପରିଧି ଏକ କିଶୋରୀ ଝିଅର ମାଁ ବବିତାଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହି ଶୋ’ ପରେ ସେମାନେ ଧାରାବାହିକ ‘ଜଗ୍ ଜନନୀ ମାଁ ବୈଷ୍ଣ ଦେବୀ-କହାନୀ ମାତା ରାନୀ କି’ରେ ମାଁ ବୈଷ୍ଣଙ୍କ ଚରିତ୍ରରେ ନଜର ଆସିଥିଲେ । ତାଙ୍କର ଏହି ଧାରାବାହିକ ମଧ୍ୟ ବନ୍ଦ ହୋଇସାରିଛି ।

ପରିଧି ଶର୍ମା ତେରେ ମେରେ ସପନେ, ରୁକ ଜାନା ନହି, ଯୋଧ୍ୟା ଆକବର୍, କୋଡ୍ ରେଡ୍, ୟେ କହା ଆ ଗଏ ହମ୍, ପଟିୟାଲା ବେବସ୍ ଓ ଜଗ୍ ଜନନୀ ମାଁ ବୈଷ୍ଣ ଦେବୀ ଭଳି ଶୋ’ରେ କାମ କରିଛନ୍ତି । ପରିଧିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ତେବେ ପରିଧି ଓ ତନ୍ମୟଙ୍କ ବିବାହକୁ ୧୧ ବର୍ଷରୁ ଅଧିକ ସମୟ ବିତିସାରିଛି । ତାଙ୍କର ଏକ ଚାରି ବର୍ଷର ପୁଅ ଅଛି ଯାହାର ନାମ ରିଧର୍ବ ଅଟେ ।

Leave a Reply

Your email address will not be published. Required fields are marked *