‘Jio’ ପୁନର୍ବାର ଆରମ୍ଭ କଲା ଏହାର ୯୮ଟଙ୍କାର ପ୍ଲାନ ! କିନ୍ତୁ ‘ପ୍ଲାନ୍’ର ଫାଇଦାରେ କରିଦେଲା ବଡ଼ ଗୋଳମାଳ…

‘Jio’ ପୁନର୍ବାର ଆରମ୍ଭ କଲା ଏହାର ୯୮ଟଙ୍କାର ପ୍ଲାନ ! କିନ୍ତୁ ‘ପ୍ଲାନ୍’ର ଫାଇଦାରେ କରିଦେଲା ବଡ଼ ଗୋଳମାଳ…

ପ୍ରାୟ ଏକ ବର୍ଷରୁ ଅଧିକ ସମୟ ବନ୍ଦ ରହିବା ପରେ ରିଲାଏନ୍ସ ‘Jio’ ପୁନର୍ବାର ଏହାର ୯୮ ଟଙ୍କିଆ ଯୋଜନାକୁ ଆରମ୍ଭ କରିଛି । କିନ୍ତୁ ସୂଚନାଯୋଗ୍ୟ ଯେ ଏହି ଯୋଜନାରେ କୌଣସି ଅତିରିକ୍ତ ଲାଭ ମିଳିବ ନାହିଁ ଏବଂ ବର୍ତ୍ତମାନ ଏହାର ବୈଧତା ୨୮ଦିନ ପରିବର୍ତ୍ତେ ମାତ୍ର ୧୪ଦିନକୁ ହ୍ରାସ କରାଯାଇଛି । ଏହା ବ୍ୟତୀତ ଏହି ପ୍ଲାନରେ ଆପଣଙ୍କୁ ଅସୀମିତ କଲିଂ, ହାଇ ସ୍ପିଡ୍ ଡାଟା ଏବଂ ଜିଓ ଟିଭି, ଜିଓ ସିନେମା, ଜିଓ ନିଉଜ୍, ଜିଓ ସୁଟ୍ ପରି ଆପ୍ସର ମାଗଣା ଆକ୍ସେସ୍ ମିଳିବ । ଏହି ପ୍ଲାନ୍ ଆସିବା ଦ୍ୱାରା ଜିଓ ରିଚାର୍ଜ ପ୍ଲାନ୍ ପୋର୍ଟଫୋଲିଓର ପ୍ରାରମ୍ଭିକ ମୂଲ୍ୟ ୧୨୯ ଟଙ୍କାରୁ ୯୮ ଟଙ୍କାକୁ ହ୍ରାସ ପାଇଛି ।

ଓନଲିଟେକ୍ ଦ୍ୱାରା ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ଜିଓ ପ୍ରିପେଡ୍ ରିଚାର୍ଜ ଯୋଜନା ଟେଲକୋ ଦ୍ୱାରା ଚୁପଚାପ୍ ଲଞ୍ଚ କରିଦିଆଯାଇଛି । ଏହି ଯୋଜନାରେ ଦୈନିକ ଆପଣଙ୍କୁ ‘୧.୫ GB’ ହାଇ ସ୍ପିଡ୍ ଡାଟା ଏବଂ ୧୪ଦିନ ପାଇଁ ଅସୀମିତ ଭଏସ୍ କଲ୍ ଏବଂ ଜିଓ ଆପ୍ସକୁ ଫ୍ରି ଆକ୍ସେସମେଣ୍ଟ ମିଳିବ ।

ଏହି ଯୋଜନାଟିକୁ ଆପଣ ‘jio.com’ ୱେବସାଇଟ୍ କିମ୍ବା ମାଇଁ ଜିଓ ଆପ୍ ମାଧ୍ୟମରେ କ୍ରୟ କରିପାରିବେ । ଗୁଗୁଲ୍ ପେ ଏବଂ ପେଟିଏମ୍ ଭଳି ଆପ୍ ଦ୍ୱାରା ମଧ୍ୟ ଆପଣ ଏହି ପ୍ଲାନ୍ ରିଚାର୍ଜ କରିପାରିବେ ।

ପୂର୍ବ ଯୋଜନାରେ ଅପେକ୍ଷା ଏହି ଯୋଜନାରେ କଣ କଣ ବେନିଫିଟ୍ ଉପଲବ୍ଧ

ଗତବର୍ଷ ମେ ମାସରେ ଜିଓ ୯୮ଟଙ୍କାର ପ୍ଲାନ୍ ବନ୍ଦ କରି ୧୨୯ ଟଙ୍କାର ପ୍ଲାନକୁ ଜିଓ ଗ୍ରାହକଙ୍କ ପାଇଁ ସବୁଠାରୁ ଶସ୍ତା ଯୋଜନା ରୂପେ କାର୍ଯ୍ୟକାରୀ କରିଥିଲା । ସୁଚନାଯୋଗ୍ୟ ଯେ ବନ୍ଦ ହେବାର କିଛି ମାସ ପୂର୍ବରୁ କମ୍ପାନୀ ୯୮ଟଙ୍କାର ଯୋଜନାରେ ପରିବର୍ତ୍ତନ ଆଣିଥିଲା ​​। ଏହି ଯୋଜନା ୨୮ ଦିନର ବୈଧତା ଯୁକ୍ତ ଥିଲା ଏବଂ ଏହା ଦୈନିକ ‘2GB’ ହାଇସ୍ପିଡ୍ ଡାଟା, ମାଗଣା ଜିଓ ଟୁ, ଜିଓ କଲ୍ ଓ ଦୈନିକ ୩୦୦ ମାଗଣା ମେସେଜ୍ ସୁବିଧା ଦେଉଥିଲା ।

ଜିଓ ଫୋନ୍ ବ୍ୟବହାରକାରୀଙ୍କ ପାଇଁ କଣ ରହିବ ପ୍ଲାନ୍

ଏହି ମାସ ଆରମ୍ଭରେ ରିଲାଏନ୍ସ ଜିଓ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ରିଚାର୍ଜ ପ୍ଲାନ୍ ଗୁଡିକରେ ପରିବର୍ତ୍ତନ କରି ୩୯ ଟଙ୍କା ଏବଂ ୬୯ ଟଙ୍କାର ନୂତନ ଯୋଜନା ସାମିଲ୍ କରିଛି । ଏହି ଦୁଇଟି ଯାକ ପ୍ଲାନର ବୈଧତା ୧୪ଦିନ ରଖାଯାଇଛି ଏବଂ ଏଥିରେ ଅସୀମିତ ଭଏସ୍ କଲିଂ ଅନ୍ତର୍ଭୁକ୍ତ । କିନ୍ତୁ ୩୯ଟଙ୍କାର ପ୍ଲାନରେ ପ୍ରତିଦିନ ‘୧୦୦ MB’ ଡାଟା ପ୍ରଦାନ କରାଯାଉଥିବାବେଳେ ୬୯ଟଙ୍କାର ପ୍ଲାନରେ ପ୍ରତିଦିନ ‘୦.୫ GB’ ଡାଟା ମିଳୁଛି । ଜିଓ ନିକଟରେ ଜିଓ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ‘୩୦୦ ମିନିଟ୍’ର ମାଗଣା କଲିଂ ଏବଂ ଗୋଟିଏ ସହିତ ଗୋଟିଏ ଫ୍ରି ରିଚାର୍ଜ ପରି ଅଫର୍ ଲଞ୍ଚ କରିଛି ।

Leave a Reply

Your email address will not be published. Required fields are marked *