ହୋଲି ପୂର୍ବରୁ ଜିଓ ଏବଂ ବିଏସଏନଲ ନିଜ ଗ୍ରାହକଙ୍କୁ ହୋଲି ଉପହାର ସ୍ୱରୂପ ଆଣିଛି ହୋଲି ଅଫର୍ ।

ଜିଓ ନିଜର ସେହି ଗ୍ରାହକଙ୍କ ନିମନ୍ତେ ଏହି ପ୍ଲାନର ଘୋଷଣା କରିଛି, ଯେଉଁମାନେ ଜିଓ ଫୋନ ବ୍ୟବହାର କରନ୍ତି । ଅନ୍ୟପକ୍ଷରେ ବିଏସଏନଲ ଏକ ସ୍ପେସିଆଲ ପ୍ଲାନ ଜରିଆରେ ଭେଲିଡିଟି ବଢ଼ାଇ ଦେଇଛି ।

ଜିଓ ଏବଂ ବିଏସଏନଲ ନିଜ ଗ୍ରାହକଙ୍କୁ ଉପହାର ସ୍ୱରୂପ କିଛି ଅଫର ମଧ୍ୟ ଯୋଗାଇ ଦେଇଛନ୍ତି । ଏହି ଦୁଇ କମ୍ପାନୀ ନିଜ ନିଜ ଗ୍ରାହକଙ୍କୁ ଖୁସି କରାଇବା ପାଇଁ ଉପହାର ସ୍ୱରୂପ ହୋଲି ପୂର୍ବରୁ ଏହି ଘୋଷଣା କରିଛନ୍ତି । ଜିଓ ନିଜର ସେହି ଗ୍ରାହକଙ୍କ ନିମନ୍ତେ ଅଫର ପ୍ରଦାନ କରିଛି, ଯେଉଁମାନେ ଜିଓ ଫୋନ ବ୍ୟବହାର କରନ୍ତି । ବିଏସଏନଲ ନିଜର ଏକ ସ୍ପେସିଆଲ ପ୍ଲାନ ଅନୁସାରେ ନିଜ ଗ୍ରାହକଙ୍କ ଭେଲିଡିଟି ବୃଦ୍ଧି ନିମନ୍ତେ ଘୋଷଣା କରିଛି ।

ଅନଲିମିଟେଡ଼ କଲିଂ ସୁବିଧା :

ଜିଓ ନିଜର ଜିଓ ଫୋନ ଉପଭୋକ୍ତାଙ୍କ ନିମନ୍ତେ ୪୯ ଟଙ୍କିଆ ପ୍ଲାନରେ ସାମାନ୍ୟ ପରିବର୍ତ୍ତନ କରିଛି । ଏହି ପ୍ଲାନ ଅନୁସାରେ ଉପଭୋକ୍ତାଙ୍କୁ ୧୪ ଦିନର ଭେଲିଡିଟି ମିଳିବା ସହ ୧୪ ଜିବି ଡାଟା ମଧ୍ୟ ପ୍ରଦାନ କରାଯିବ । ଗ୍ରାହକଙ୍କ ଭେଲିଡିଟି ଅନ୍ତର୍ଗତ ଜିଓରୁ ଜିଓ ଅନଲିମିଟେଡ଼ କଲିଂ ସୁବିଧା ମିଳିବା ସହ ଅନ୍ୟ ନେଟୱର୍କକୁ କଥା ହେବା ପାଇଁ ୨୫୦ ମିନିଟ୍ ମିଳିବ ।

୬୯ ଟଙ୍କାରେ ୭ ଜିବି ଡାଟା ମିଳିବ :

ଜିଓର ୬୯ ଟଙ୍କାର ପ୍ଲାନରେ ପରିବର୍ତ୍ତନ କରାଯାଇଛି । ଏହାର ଭେଲିଡିଟି ୧୪ ଦିନ ପାଇଁ ରହିବ । ଏହାସହ ୭ ଜିବି ଡାଟା ପ୍ରଦାନ କରାଯିବ । ଏହାସହ ଜିଓରୁ ଜିଓ ଅନଲିମିଟେଡ଼ କଲିଂ ସୁବିଧା ମିଳିବା ସହ ଅନ୍ୟ ନେଟୱର୍କକୁ କଥା ହେବା ପାଇଁ ୨୫୦ ମିନିଟ୍ ମିଳିବ ଏବଂ ଗ୍ରାହକ ୨୫ଟି ଏସଏମଏସ ମାଗଣା ପଠାଇ ପାରିବେ ।

୭୫ ଟଙ୍କାରେ ୨୮ ଦିନର ବୈଧତା :

ଯେଉଁ ଜିଓ ଫୋନ ୟୁଜର୍ସମାନେ ୨୮ ଦିନିଆ ବୈଧତା ପ୍ଲାନ ନେବା ପାଇଁ ଚାହୁଁଛନ୍ତି; ତେବେ ସେମାନଙ୍କ ନିମନ୍ତେ ୭୫ ଟଙ୍କିଆ ପ୍ଲାନ ଉଚିତ ହେବ । ଏହି ପ୍ଲାନ ଅନୁସାରେ ଜିଓରୁ ଜିଓ ଅନଲିମିଟେଡ଼ କଲିଂ ସୁବିଧା ମିଳିବା ସହ ଅନ୍ୟ ନେଟୱର୍କକୁ କଥା ହେବା ପାଇଁ ୫୦୦ ମିନିଟ୍ ମିଳିବ ।

ବିଏସଏନଲ ପ୍ଲାନ :

୭୧ ଦିନର ଅତିରିକ୍ତ ବୈଧତା :

ବିଏସଏନଲ ନିଜର ୧୯୯୯ ଟଙ୍କା ପ୍ଲାନର ବୈଧତାରେ ବୃଦ୍ଧି କରିଛି । ନୂତନ ଅଫର୍ ଅନୁସାରେ ଗ୍ରାହକଙ୍କୁ ୭୧ ଦିନର ଅତିରିକ୍ତ ବୈଧତା ମିଳିବ । ପୂର୍ବରୁ ବିଏସଏନଲର ଏହି ପ୍ଲାନ ୧୫ ଫେବୃଆରୀରେ ଶେଷ ହୋଇଯାଇଥାନ୍ତା କିନ୍ତୁ ଏଥିରେ ପରିବର୍ତ୍ତନ ହୋଇ ୨୯ ଫେବୃଆରୀ ହୋଇଯାଇଛି ।

୬୦ ଦିନର ଅତିରିକ୍ତ ବୈଧତା :

ବିଏସଏନଲ ଅନ୍ୟ ଗୋଟିଏ ନୂତନ ପ୍ଲାନର ଘୋଷଣା କରିଛି, ଯାହା କି ୧୯୯୯ ଟଙ୍କାର ପ୍ଲାନର ବୈଧତାରେ ୬୦ ଦିନ ଅତିରିକ୍ତ ଭେଲିଡିଟି ବଢ଼ାଇ ଦେଇଛି । ଏହି ଅଫର୍ ୧ ମର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ କିନ୍ତୁ ଧ୍ୟାନ ଦିଅନ୍ତୁ ବିଏସଏନଲର ଏହି ପ୍ଲାନ କେବଳ କେରଳରେ ସୀମିତ ରହିବ ।

Be the first to comment

Leave a Reply

Your email address will not be published.


*