Jio, Airtel, Vodafone ଏବଂ BSNLର ଜବରଦସ୍ତ ପ୍ଲାନ୍ । ୧ ବର୍ଷ ପର୍ଯ୍ୟନ୍ତ କରିବାକୁ ପଡ଼ିବ ନାହିଁ ରିଚାର୍ଜ !

Jio, Airtel, Vodafone ଏବଂ BSNLର ଜବରଦସ୍ତ ପ୍ଲାନ୍ । ୧ ବର୍ଷ ପର୍ଯ୍ୟନ୍ତ କରିବାକୁ ପଡ଼ିବ ନାହିଁ ରିଚାର୍ଜ !

ଆପଣ ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ, ​​ଏୟାରଟେଲ୍, ଭୋଡାଫୋନ ଆଇଡିଆ କିମ୍ବା ଦେଶର ସରକାରୀ ଟେଲିକମ୍ କମ୍ପାନୀ ବୀଏସଏନଏଲ କାହାର ହେଲେ ମଧ୍ୟ ଗ୍ରାହକ ହୁଅନ୍ତୁ, ଆପଣଙ୍କ ପାଇଁ ଏହା ବହୁତ ଲାଭଦାୟକ ଖବର ଅଟେ । ଏହି ସମୟରେ, ମୋବାଇଲ ଏବଂ ସର୍ବୋତ୍ତମ ପ୍ଲାନ୍ ସହିତ ରିଚାର୍ଜ କରିବାର ବିକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ବର୍ତ୍ତମାନ ଇଣ୍ଟରନେଟ୍ ଡାଟା ଏକ ଆବଶ୍ୟକୀୟ ଜିନିଷରେ ପରିଣତ ହୋଇଯାଇଛି । କିନ୍ତୁ ପ୍ରତି-ତିନି ମାସରେ ରିଚାର୍ଜ କରିବା ପକେଟ୍ ଉପରେ ଭାରି ପଡିଥାଏ । ରିଚାର୍ଜ ଜରୁରୀ ମଧ୍ୟ ଅଟେ ଏବଂ ଯଦି ପ୍ରତି ମାସରେ ଆପଣ ଯଦି ଏହି ଖର୍ଚ୍ଚରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଏହାର ଏକ ଉତ୍ତମ ପ୍ଲାନ୍ ଆମେ ଆପଣଙ୍କ ପାଇଁ ଆଣିଛୁ । ଜିଓ, ଏୟାରଟେଲ୍, ଭୋଡାଫୋନ ଏବଂ ବୀଏସଏନଏଲ ସମସ୍ତ ଚାରିଗୋଟି କମ୍ପାନୀ ଅତ୍ୟନ୍ତ ଉପଯୁକ୍ତ ମୂଲ୍ୟରେ ଏକ ବର୍ଷର ଯୋଜନା ପ୍ରଦାନ କରିଛନ୍ତି । ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣର ଡାଟା ସହିତ ଅସୀମିତ କଲିଂ ସୁବିଧା ମିଳିଥାଏ । ଆସନ୍ତୁ ଜାଣିବା ଏହି ସମସ୍ତ ଚାରିଗୋଟି କମ୍ପାନୀର ଏକ ବର୍ଷର ଉତ୍ତମ ପ୍ଲାନର ସବିଶେଷ ବିବରଣୀ ।

google

“JIO”ର ଏହି ତିନୋଟି ଜବରଦସ୍ତ ପ୍ଲାନ୍

ରିଲାଏନ୍ସ ଜିଓ ୧ ବର୍ଷର ଵୈଧତା ସମେତ ତିନୋଟି ପ୍ଲାନ୍ ପ୍ରଦାନ କରୁଛି । ଏଥିରୁ ସର୍ଵପ୍ରଥମ ପ୍ଲାନ୍ ହେଉଛି ୨୧୨୧ ଟଙ୍କାର, ଯେଉଁଥିରେ ଆପଣଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିଥାଏ । ପ୍ଲାନର ଵୈଧତା ହେଉଛି ୩୩୬ ଦିନ । ଅର୍ଥାତ, ଏହି ପ୍ଲାନରେ ଆପଣଙ୍କୁ ସମୁଦାୟ ୫୦୪ ଜିବି ଡାଟା ମିଳିବ । ଏହା ସହିତ ଆପଣଙ୍କୁ ଜିଓ-ଜିଓ ଅସୀମିତ କଲିଂ ସୁବିଧା ସମେତ ଜିଓ ଠାରୁ ନନ୍ ଜିଓ ନେଟୱାର୍କ ଉପରେ ୧୨୦୦୦ ମିନିଟ୍ କଲିଂ ପାଇଁ ମିଳିବ । ଜିଓର ଆଉ ଏକ ୩୩୬ ଦିନିକିଆ ପ୍ଲାନ୍ ଅଛି । ଯାହାର ମୂଲ୍ୟ ୧୨୯୯ ଟଙ୍କା ଅଟେ । ଏହି ପ୍ଲାନରେ ଆପଣଙ୍କୁ ସମୁଦାୟ ୨୪ ଜୀବୀ ଡାଟା ଏବଂ ୩୬୦୦ ଏସଏମଏସ୍ ମିଳିବ । ଏହା ବ୍ୟତୀତ, ଜିଓ-ଜିଓ ଅସୀମିତ କଲିଂ ଏବଂ ଜିଓ ବ୍ୟତିତ ଅନ୍ୟ ନେଟୱାର୍କ ପାଇଁ ସମୁଦାୟ ୧୨୦୦୦ ମାଗଣା କଲିଂ ମିନିଟ୍ ମିଳିଥାଏ ।

google

ଜିଓର ତୃତୀୟ ଯୋଜନା ଟିକେ ମହଙ୍ଗା ଅଟେ । ୩୬୦ ଦିନର ଵୈଧତା ବିଶିଷ୍ଟ ଏହି ପ୍ଲାନର ଦାମ ୪୯୯୯ ଟଙ୍କା ଅଟେ । ଯେଉଁଥିରେ ଆପଣ ୩୫୦ ଜୀବୀ ଡାଟା, ଜିଓ ଠାରୁ ଜିଓ ଅସୀମିତ କଲିଂ, ଜିଓ ଠାରୁ ନନ୍-ଜିଓ ନେଟୱାର୍କକୁ ୧୨୦୦୦ ମିନିଟ୍ ଏବଂ ଦୈନିକ ୧୦୦ ଏସଏମଏସ୍ ମିଳିବ ।

“AIRTEL” ନିକଟରେ ବର୍ଷିକିଆ ଦୁଇଟି ପ୍ଲାନ୍ ଅଛି

google

ଏୟାରଟେଲ ୩୬୫ ଦିନର ଵୈଧତା ବିଶିଷ୍ଟ ୨ଟି ପ୍ଲାନ୍ ପ୍ରଦାନ କରୁଅଛି । ଏଥିରେ ୧୪୯୮ ଟଙ୍କାର ପ୍ଲାନରେ ଆପଣଙ୍କୁ ଅସୀମିତ କଲିଂ, ମୋଟ ୨୪ ଜୀବୀ ଡାଟା ଏବଂ ୩୬୦୦ ଏସଏମଏସ୍ ମିଳିଥାଏ । ଏୟାରଟେଲ ନିଜର ନେଟୱାର୍କ ଠାରୁ ସମସ୍ତ ନେଟୱାର୍କକୁ ଅସୀମିତ କଲିଂ ଦେଇଥାଏ । ଏୟାରଟେଲର ଦ୍ୱିତୀୟ ବାର୍ଷିକ ପ୍ଲାନ୍ ହେଉଛି ୨୩୯୮ ଟଙ୍କା, ଯେଉଁଥିରେ ଆପଣଙ୍କୁ ପ୍ରତିଦିନ ୧.୫ ଜୀବୀ ଡାଟା ଏବଂ ଅସୀମିତ କଲିଂ ସହିତ ୧୦୦ ଏସଏମଏସ୍ ମିଳିଥାଏ ।

“VODAFONE IDEA “ର ସୁନ୍ଦର ୧ ବର୍ଷ ବିଶିଷ୍ଟ ପ୍ଲାନ୍

google

ଭୋଡାଫୋନ ଆଇଡିଆର ମଧ୍ୟ ୧ ବର୍ଷ ବିଶିଷ୍ଟ ଦୁଇଟି ପ୍ଲାନ୍ ରହିଛି । ଭୋଡାଫୋନର ଏହି ଦୁଇଟି ପ୍ଲାନ୍ ଉଭୟ ଏୟାରଟେଲ୍ ପ୍ଲାନ୍ ସହିତ ବହୁତ ସମତୁଲ୍ୟ ଅଟେ । ଭୋଡାଫୋନ ୧୪୯୯ ଟଙ୍କା ପ୍ଲାନରେ ଆପଣଙ୍କୁ ଅସୀମିତ କଲିଂ, ମୋଟ ୨୪ ଜୀବୀ ଡାଟା ଏବଂ ସର୍ଵମୋଟ ୩୬୦୦ ଦେୟମୁକ୍ତ ଏସଏମଏସ୍ ମିଳିବ । ଏହା ବ୍ୟତୀତ ଭୋଡାଫୋନ ଆଇଡିଆର ଦ୍ୱିତୀୟ ବାର୍ଷିକ ପ୍ଲାନ ୨୩୯୯ ଟଙ୍କାର ଅଟେ । ଯେଉଁଥିରେ ଆପଣ ଦୈନିକ ୧.୫ ଜୀବୀ ଡାଟା ଏବଂ ଅସୀମିତ କଲିଂ ସହିତ ପ୍ରତିଦିନ ୧୦୦ ଦେୟମୁକ୍ତ ଏସଏମଏସ୍ ମିଳିବ।

“BSNL”ର ଏକ ବର୍ଷ ପ୍ଲାନ୍

google

ବୀଏସଏନଏଲ ନିଜର ଗ୍ରାହକମାନଙ୍କୁ ସର୍ବାଧିକ ୯୯୯ ପ୍ଲାନରେ ୩୬୫ ଦିନର ଵୈଧତା ଦେଇଥାଏ । କିନ୍ତୁ ଏହି ପ୍ଲାନର ସୁବିଧା ଆପଣଙ୍କୁ ୨ଟି ଭାଗରେ ମିଳିଥାଏ । ଏହି ପ୍ଲାନ୍ ଅନୁଯାୟୀ ଆରମ୍ଭରେ ୧୮୧ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ପ୍ରତିଦିନ ୧ ଜୀବୀ ଡାଟା, ଅସୀମିତ କଲିଂ ଏବଂ ୧୦୦ ଦେୟମୁକ୍ତ ଏସଏମଏସ୍ ମିଳିବ । କିନ୍ତୁ ଦିଲ୍ଲୀ ଏବଂ ମୁମ୍ବାଇର ଗ୍ରାହକ ମାନଙ୍କୁ କଲ୍ ପାଇଁ ପ୍ରତି ମିନିଟକୁ ୬୦ ପଇସା ଆଦାୟ କରାଯିବ । ୧୮୧ ଦିନ ପରେ ଅବଶିଷ୍ଟ ଦିନଗୁଡିକରେ, ଆପଣଙ୍କୁ କେବଳ ହିଁ କେବଳ ଇନକମିଙ୍ଗ କଲର ସୁବିଧା ମିଳିବ ।

Leave a Reply

Your email address will not be published. Required fields are marked *