“ତାରକ୍ ମେହେତା କା ଉଲ୍ଟା ଚାଷମା” ଧାରାବାହିକରେ ଲୋକପ୍ରିୟ ହୋଇଥିବା ଜେଠା ଲାଲ୍ ଗୋଟିଏ ଏପିସଡ଼ ପାଇଁ ନିଅନ୍ତି ଏତେ ଟଙ୍କା !

“ତାରକ୍ ମେହେତା କା ଉଲ୍ଟା ଚାଷମା” ଧାରାବାହିକରେ ଲୋକପ୍ରିୟ ହୋଇଥିବା ଜେଠା ଲାଲ୍ ଗୋଟିଏ ଏପିସଡ଼ ପାଇଁ ନିଅନ୍ତି ଏତେ ଟଙ୍କା !

ଏହି ଲୋକପ୍ରିୟ ଧାରାବାହିକ ପ୍ରସାରଣ ହୋଇ ୧୧ ବର୍ଷ ପୂରଣ ହୋଇଗଲା । ୨୮ ଜୁଲାଇ ୨୦୦୮କୁ ଏହି ଧାରାବାହିକର ପ୍ରଥମ ଶୋ ପ୍ରସାରଣ ହୋଇଥିଲା । ଆଜି ଆମେ ଏହି ଧାରାବାହିକରେ ପ୍ରସିଦ୍ଧ ହୋଇଥିବା ଜେଠା ଲାଲଙ୍କ ବିଷୟରେ କହିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ କହିବୁ କି ଜେଠା ଲାଲ୍ ଗୋଟିଏ ଏପିସଡ଼ ପାଇଁ କେତେ ଟଙ୍କା ନିଅନ୍ତି ।

google

ଅଭିନୟ ଦୁନିଆରେ ଜେଠା ଲାଲ୍ ରୂପେ ପ୍ରସିଦ୍ଧ ହୋଇଥିବା ଦିଲୀପ ଯୋଶୀଙ୍କ ଜନ୍ମ ୨୬ ମେ ୧୯୫୯ରେ ଗୁଜୁରାଟର ପରବନ୍ଦରରେ ହୋଇଥିଲା । ଏହି ଟାଲେଣ୍ଟେଡ଼ ଅଭିନେତାଙ୍କ କ୍ୟାରିଅର ବିଷୟରେ କହିବାକୁଗଲେ ଗୁଜୁରାତି ଚଳଚିତ୍ର ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ କ୍ୟାରିଅରକୁ ଆରମ୍ଭ କରିଥିଲେ । ସେ ଅନେକ ଜାଗାରେ ଭଲ ଅଭିନୟ କରିବା ଯୋଗୁଁ ତାଙ୍କୁ ବଲିଉଡ଼ରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଯାହାପରେ ଗୋଟିଏ ପରେ ଗୋଟିଏ ଚଳଚିତ୍ରରେ ଦିଲୀପ ଯୋଶୀ କାମ କରିବାକୁ ଲାଗିଲେ ।

google

ସେ ପ୍ରଥମ ଥର କରି “ମେନେ ପ୍ୟାର କିୟା” ବଲିଉଡ଼ ଚଳଚିତ୍ରରୁ ଏଣ୍ଟ୍ରି କରିଥିଲେ । ଏହି ଚଳଚିତ୍ରରେ ତାଙ୍କ ଅଭିନୟକୁ ଲୋକମାନେ ଖୁବ୍ ପ୍ରଶଂସା କରିଥିଲେ । ଏହାପରେ କିଛି ଚଳଚିତ୍ରରେ କାମ କରିବା ପରେ ସେ ଟିଭି ଜଗତ ଆଡ଼କୁ ଆସିଗଲେ । ୨୦୦୮ରେ ପ୍ରସାରିତ ହୋଇଥିବା “ତାରକ୍ ମେହେତା କା ଉଲ୍ଟା ଚାଷମା”ରେ ଜେଠା ଲାଲ୍, ଚମ୍ପକ୍ ଲାଲ୍ ଗାଡ଼ ଚରିତ୍ରରେ ଅଭିନୟ କରି ଖୁବ୍ ନାମ ଅର୍ଜନ କରିଥିଲେ । ସେ ଆଜି ମଧ୍ୟ ନିଜ ଜବରଦସ୍ତ କମେଡ଼ି ଦ୍ୱାରା ଲୋକମାନଙ୍କୁ ହସାଉଛନ୍ତି । ସେ ତାରକ୍ ମେହେତା କା ଉଲ୍ଟା ଚାଷମା ଛଡ଼ା ସି.ଆଇ.ଡ଼ି, ହମ୍ ସାବ୍ ବାରାତ ଧାରାବାହିକରେ ମଧ୍ୟ କାମ କରିଥିଲେ ।

google

ତାଙ୍କ ପରିବାର ବିଷୟରେ କହିବାକୁ ଗଲେ ତାଙ୍କ ସ୍ତ୍ରୀ ଜୟମାଲା ଯୋଶୀ ଅଟନ୍ତି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି । ରିତବିକ୍ ଯୋଶୀ ଓ ନିୟତି ଯୋଶୀ ଅଟେ । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, ରିତବିକ୍ ଯୋଶୀ ବର୍ତ୍ତମାନ ପାଠପଢ଼ାରେ ଧ୍ୟାନ ଦେଉଛନ୍ତି । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, ଜେଠା ଲାଲ୍ ମାନେ ଦିଲୀପ ଯୋଶୀ ତାରକ୍ ମେହେତା କା ଉଲ୍ଟା ଚାଷମା ଧାରାବାହିକରେ ଗୋଟିଏ ଏପିସଡ଼ ପାଇଁ ସବୁଠାରୁ ଅଧିକ ଫିଜ୍ ୧ ଲକ୍ଷ ଠାରୁ ଦେଢ଼ଲକ୍ଷ ଟଙ୍କା ନିଅନ୍ତି ।

Leave a Reply

Your email address will not be published. Required fields are marked *