ବର୍ତ୍ତମାନ ସମୟରେ କୋରୋନା ଭାଇରସ୍ ବିଶ୍ୱ ସାରା ବ୍ୟାପିବାରେ ଲାଗୁଛି । ଏହି ଭାଇରସକୁ ସମାପ୍ତ କରିବା ପାଇଁ ବିଶ୍ୱ ସମସ୍ତ ଦେଶ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ବୈଜ୍ଞାନିକମାନେ ଏହାକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିବା ପାଇଁ ଔଷଧ ଖୋଜୁଛନ୍ତି । ଏହା ସହିତ ମୁକାବିଲା କରିବା ପାଇଁ ଆଜି ଆମେ ଆପଣଙ୍କୁ ଖାସ୍ ଉପାୟ କହିବାକୁ ଯାଉଛୁ । ଯାହାର ପ୍ରୟୋଗ ଦ୍ୱାରା ଏହି ରୋଗରୁ ଦୂରରେ ରହିପାରିବେ ।
୧) ଅଶ୍ଵଗନ୍ଧା-

ଏହାର ପ୍ରୟୋଗ ଭାରତ ବର୍ଷରେ ବହୁତ ପୁରୁଣା କାଳରୁ କରାଯାଉଅଛି । ଏଭଳି ମାନ୍ୟତା ଅଛି ଯେ, ଅଶ୍ଵଗନ୍ଧାରେ କିଛି ଏପରି ତତ୍ତ୍ୱ ଅଛି, ଯାହା ବଡ଼ରୁ ବଡ଼ ରୋଗରୁ ମଧ୍ୟ ଉପଶମ ମିଳିଥାଏ । ଏହାର ସେବନ ଦ୍ୱାରା ଆପଣଙ୍କୁ କୌଣସି ରୋଗ ଆକ୍ରାନ୍ତ କରିପାରିବ ନାହିଁ ।
୨) ହଳଦୀ ମିଶ୍ରିତ କ୍ଷୀର / ଅଦା –

ହଳଦୀ ମିଶ୍ରିତ କ୍ଷୀର ବା ଅଦାର ବ୍ୟବହାର ଦ୍ୱାରା ଆପଣ ପ୍ରତିଟି ରୋଗରୁ ନିଜକୁ ଦୂରଇ ରହିପାରିବେ । ଅଦା ଓ ହଲଦୀରେ ଉପସ୍ଥିତ ଆଣ୍ଟିଅକ୍ସିଡେଣ୍ଟ ଆପଣଙ୍କ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଏହା ସଙ୍ଗେ ସଙ୍ଗେ ଶାରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବାଡିଥାଏ । ଆପଣ ଏହି ଦୁଇଟି ଜିନିଷର ସେବନ ଦ୍ୱାରା କୌଣସି ମଧ୍ୟ ରୋଗରୁ ନିଜକୁ ଦୂରଇ ରହିପାରିବେ ।
୩) ଯୋଗ –

ଯୋଗ ଆମ ଭାରତୀୟ ସଂସ୍କୃତିର ଏକ ମୁଖ୍ୟ ଅଙ୍ଗ ଅଟେ । ଏହାର ଉପକାର ଦୁନିଆ ସାରା ଲୋକମାନେ ଜାଣିଛନ୍ତି । କରୋନା ଭଳି ଭାଇରସ୍ ସହ ଲଢ଼ିବାକୁ ଆପଣଙ୍କ ରୋଗପ୍ରତିରଧକ ଶକ୍ତି ଶକ୍ତିଶାଳୀ ହେବା ଆବଶ୍ୟକ । ନିୟମିତ ଯୋଗ କରିବା ଦ୍ୱାରା ଆପଣ ଏହି ରୋଗରୁ ଦୁରେଇ ରହିପାରିବେ ।
ନଡିଆ ତେଲ –

ଆପଣଙ୍କ ସର୍ବଦା ଏକରୁ ଦୁଇ ଚାମୁଚ ନଡିଆ ତେଲରୁ ଦିନର ଆରମ୍ଭ କରନ୍ତୁ । କାରଣ ନଡିଆରେ ରହିଛି ଏଫ୍ଲାମେସନକୁ କମ କରିବାରେ ସାହାଯ୍ୟ କରିଥାଏ । ନଡିଆ ତେଲରେ ଆଣ୍ଟିଭାଇରାଲ ଗୁଣ ମଧ୍ୟ ରହିଛି ଯାହା ବିଭିନ୍ନ ପ୍ରକାରର କୀଟାଣୁ, ଜୀବାଣୁକୁ ନଷ୍ଟ କରିଥାଏ ।
ଯଷ୍ଟି ମଧୁ –

ଏହା ଆପଣଙ୍କୁ କୌଣସି ମଧ୍ୟ ଆୟୁର୍ବେଦିକ ଦୋକାନରେ ସହଜରେ ମିଳିପାରିବ । ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି । ଏହା ସେବନ କରିବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଯାଇଥାଏ । ଯାହାଫଳରେ କୌଣସି ଜୀବାଣୁ ଶରୀର ମଧ୍ୟରେ ପ୍ରବେଶ କରିପାରି ନଥାଏ ।